Kishori Mohini panigrahy

Abstract Action Classics

4.7  

Kishori Mohini panigrahy

Abstract Action Classics

ସତୀତ୍ଵର ଶକ୍ତି

ସତୀତ୍ଵର ଶକ୍ତି

4 mins
361


ସତୀତ୍ଵ,ଏକ ସ୍ତ୍ରୀ ର ସତୀତ୍ଵ ରେ ଏମିତି ଶକ୍ତି ଥାଏ ସେ ତାର ସତୀତ୍ଵ ବଳ ରେ ନିଜ ସ୍ବାମୀ କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ କିନ୍ତୁ ସତୀତ୍ଵ ଲାଭ କରିବା ସହଜ ନୁହେଁ।ନିଜ ସ୍ବାମୀ ଛଡା ଅନ୍ୟ କୌଣସି ପର ପୁରୁଷ ର ବିଚାର ମନ କୁ ଆଣିବା ଅନୁଚିତ୍। ସମ୍ପୂର୍ଣ୍ଣ ଭାବରେ ନିଜ ସ୍ବାମୀ ପ୍ରତି ପୂର୍ଣ୍ଣ ସମର୍ପଣ,ପ୍ରେମ କୁ ସତୀତ୍ଵ କୁହାଯାଏ।କେବଳ ସ୍ତ୍ରୀ ର ସ୍ବାମୀ ପ୍ରତି ପ୍ରେମ ଥିଲେ ହେବ ନାହିଁ।ସ୍ବାମୀ ମଧ୍ୟ ନିଜ ସ୍ତ୍ରୀ ଛଡ଼ା ଅନ୍ୟ କୌଣସି ନାରୀ ର ଚିନ୍ତା କରିବା ଅନୁଚିତ୍ ତେବେ ଯାଇ ଏକ ସ୍ତ୍ରୀ କୁ ସତୀତ୍ଵ ର ଶକ୍ତି ମିଳିବ। ଉଭୟ ଙ୍କ ପରସ୍ପର ପ୍ରତି ପ୍ରେମ ଓ ସମର୍ପଣ ରହିବା ଉଚିତ୍। ବିଦ୍ୟାନଗର ର ରାଜା ବିଦ୍ୟାପତି ରୂପ ରେ ଯେମିତି ଗୁଣ ରେ ବି ସେମିତି।ରାଜା ବିଦ୍ୟାପତି ରୂପବାନ୍ ଥିଲେ ଯେ କୌଣସି ସ୍ତ୍ରୀ ତାଙ୍କର ରୂପ ଯୌବନ ରେ ଆକର୍ଷିତ ହେଇଯିବ। ବିଦ୍ୟାପତି ଏକ ବିଶାଳ ସାମ୍ରାଜ୍ୟ ର ରାଜା ଥିଲେ ମଧ୍ୟ ତାଙ୍କ ମନ ରେ ତିଳେ ମଧ୍ୟ ଗର୍ବ, ଅହଂକାର ନଥିଲା।ସେ ଦୟାଳୁ,ପରୋପକାରୀ ଏବଂ ଉଦାର ସ୍ଵଭାବ ର ବ୍ୟକ୍ତି ଥିଲେ।ପ୍ରଜା ମାନଙ୍କୁ ନିଜ ସନ୍ତାନ ଭାବି ସ୍ନେହ କରୁଥିଲେ। ସେଥିପାଇଁ ପ୍ରଜା ମାନେ ମଧ୍ୟ ରାଜା ଙ୍କୁ ଆଦର ଏବଂ ସମ୍ମାନ ଦେଉଥିଲେ।ରାଜା ଙ୍କ ଏକ ମାତ୍ର ସ୍ତ୍ରୀ ତିଳୋତ୍ତମା ସେ ମଧ୍ୟ ଅପୂର୍ବ ସୁନ୍ଦରୀ।ଯିଏ ଥରେ ତିଳୋତ୍ତମା ଙ୍କ ଦେଖିବ ସେ ତାଙ୍କ ସୁନ୍ଦରତା ରେ ନିଜକୁ ହରେଇ ବସିବ। ତିଳୋତ୍ତମା ଙ୍କୁ ପାଇବା ଆଶା ରେ ଅନେକ ରାଜା ବିଦ୍ୟନଗର ଉପରେ ଆକ୍ରମଣ କରୁଥିଲେ କିନ୍ତୁ ରାଣୀ ତିଳୋତ୍ତମା ଙ୍କ ସତୀତ୍ଵ ପାଇଁ ରାଜା ସବୁବେଳେ ଯୁଦ୍ଧ ରେ ବିଜୟ ଲାଭ କରୁଥିଲେ। ଉଭୟେ ରାଜା ଏବଂ ରାଣୀ ରୂପ ରେ ସୁନ୍ଦର ଥିଲେ ମଧ୍ୟ ଉଭୟେ ପରସ୍ପର କୁ ଖୁବ୍ ଭଲ ପାଉଥିଲେ। ଉଭୟେ ଅନ୍ୟ କୌଣସି ସ୍ତ୍ରୀ କିମ୍ବା ପୁରୁଷ ସହ ସମ୍ପର୍କ ରଖି ନଥିଲେ।

      ଥରେ ରାଣୀ ତିଳୋତ୍ତମା ରାଜା ବିଦ୍ୟାପତି ଙ୍କ ସହ ରାଜ ଉଦ୍ୟାନ ରେ କାମ କ୍ରୀଡା ରେ ମଗ୍ନ ଥିଲେ।ଆକାଶ ମାର୍ଗ ରେ ଏକ ରାକ୍ଷସ ଯାଉଥିଲା।ସେ ରାଣୀ ତିଳୋତ୍ତମା ଙ୍କ ରୂପ ଲାବଣ୍ୟ ରେ ଆକର୍ଷିତ ହେଇ ରାଜ ଉଦ୍ୟାନ ମଧ୍ୟ ରେ ପ୍ରବେଶ କଲା। ସେ ତିଳୋତ୍ତମା ଙ୍କୁ କହିଲା, ହେ ସୁନ୍ଦରୀ ତୁମ ରୂପ ଲାବଣ୍ୟ ରେ ମୁଗ୍ଧ ହୋଇ ମୁଁ ତୁମ କୁ ପ୍ରେମ କରି ବସିଛି ତୁମେ ମୋର ହୃଦୟ ର ରାଣୀ। ତୁମେ ମୋ ସହ ବିବାହ କରି ସବୁ ଦିନ ପାଇଁ ମୋରୋ ହେଇଯାଓ।ମୁଁ ତୁମକୁ ସଂସାର ର ସବୁ ସୁଖ ପ୍ରଦାନ କରିବି।ତୁମେ ଯାହା ଚାହିଁବ ତୁମ ଚରଣ ରେ ରଖିଦେବି।

    ଏହା ଶୁଣି ତିଳୋତ୍ତମା କ୍ରୋଧିତ ହେଇଗଲେ ସେ ରାକ୍ଷସ ର ପ୍ରସ୍ତାବ କୁ ଅସ୍ବୀକାର କରି କହିଲେ, ମୂର୍ଖ ମୁଁ ହେଉଛି ଏଇ ସତୀ ନାରୀ। ମୁଁ ସାରା ଜୀବନ ମୋ ସ୍ବାମୀ ଛଡ଼ା ଅନ୍ୟ କୌଣସି ପର ପୁରୁଷ ର ବିଚାର ମଧ୍ୟ କରିନାହିଁ।ମୁଁ କେବେ ମଧ୍ୟ ତୋ ଭଳି ଅଧର୍ମି, ଦୁରାଚାରୀ ରାକ୍ଷସ ର ସ୍ତ୍ରୀ ହେବି ନାହିଁ।

ରାଜା ବିଦ୍ୟାପତି ସଙ୍ଗେ ସଙ୍ଗେ ସେଠି ପହଁଚିଲେ। ରାକ୍ଷସ କୁ ଦେଖି କ୍ରୋଧିତ ହେଇ ସେ ସଙ୍ଗେ ସଙ୍ଗେ ରାକ୍ଷସ ସହ ଯୁଦ୍ଧ କରିବା ଆରମ୍ଭ କଲେ।ରାକ୍ଷସ ସବୁ ମନ୍ତ୍ର , ତନ୍ତ୍ର , ମାୟା ର ପ୍ରୟୋଗ କଲେ ମଧ୍ୟ ବିଦ୍ୟାପତି ଙ୍କୁ ପରାସ୍ତ କରିପାରିଲା ନାହିଁ।ପରାସ୍ତ କରିବା ତ ଦୂର ର କଥା ସେ ବିଦ୍ୟାପତି ଙ୍କ ଦେହ ରେ ଛୋଟ ଆଘାତ ମଧ୍ୟ କରିପାରିଲା ନାହିଁ ଓଲଟା ନିଜ ଜୀବନ କୁ ରକ୍ଷା କରି ସେ ସ୍ଥାନ ଛାଡି ଆକାଶ ମାର୍ଗରେ ପଳାୟନ କଲା ।

     ରାକ୍ଷସ ନିଜ ଗୁମ୍ଫା କୁ ଗଲା ସେଠି ତା ର ସ୍ତ୍ରୀ ତାକୁ ଅପେକ୍ଷା କରିଥିଲା।ସ୍ବାମୀ ର ଶରୀର ରେ ଆଘାତ ଦେଖି ସେ ବିଚଳିତ ହେଇଗଲା। ରାକ୍ଷସ ର ସ୍ତ୍ରୀ ହେଲେ ମଧ୍ୟ ସେ ନିଜ ସ୍ବାମୀ କୁ ଅତ୍ୟନ୍ତ ପ୍ରେମ କରୁଥିଲା।ନିଜ ସ୍ବାମୀ ଛଡା ସେ ଅନ୍ୟ କୌଣସି ପୁରୁଷ କୁ ଚାହିଁ ନଥିଲା। ରାକ୍ଷସ ର ସ୍ତ୍ରୀ ପଚାରିଲା କଣ ହେଲା ସ୍ବାମୀ ଆପଣଙ୍କ ଶରୀର ରେ ଆଘାତ କିପରି ହେଲା? ରାକ୍ଷସ ସବୁ କଥା ନିଜ ସ୍ତ୍ରୀ କୁ ଗୋଟି ଗୋଟି କରି ବର୍ଣ୍ଣନା କଲା।ରାକ୍ଷସ ର ସ୍ତ୍ରୀ ଜାଣି ଗଲା ଯେ ତିଳୋତ୍ତମା ଜଣେ ପତିବ୍ରତା ସତୀ ନାରୀ।ସେ ରାକ୍ଷସ କୁ ବୁଝେଇବା କୁ ଚେଷ୍ଟା କଲା ଜଣେ ସତୀ ନାରୀ ଙ୍କୁ ପ୍ରେମ କରି ବସିବା ଠିକ୍ ନୁହେଁ।ତାର ସତୀତ୍ଵ ର ଶକ୍ତି ରେ ଆପଣଙ୍କ ବିନାଶ ହେବ।କିନ୍ତୁ ରାକ୍ଷସ ତା ସ୍ତ୍ରୀ କଥା ଶୁଣିଲା ନାହିଁ। ସେ କେମିତି ବି କଳେ ବଳେ କୌଶଳେ ତିଳୋତ୍ତମା ଙ୍କୁ ପାଇବା ପାଇଁ ବିଚାର କରିବା ଆରମ୍ଭ କଲା।

         ଦିନେ ସେ ସୁଯୋଗ ପାଇ ବିଦ୍ୟାପତି ଙ୍କ ଅନୁପସ୍ଥିତି ରେ ବିଦ୍ୟାପତି ଙ୍କ ରୂପ ନେଇ ତିଳୋତ୍ତମା ଙ୍କ କକ୍ଷ ରେ ପ୍ରବେଶ କଲା।ଯେମିତି ସେ ତିଳୋତ୍ତମା ଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କଲା , ତିଳୋତ୍ତମା ପଛ କୁ ଘୁଞ୍ଚି ଯାଇ ପଚାରିଲେ କିଏ ତୁମେ ମୋ କକ୍ଷ ରେ ପ୍ରବେଶ କରିବାକୁ ସାହାସ କେମିତି କଲ? ତିଳୋତ୍ତମା ଙ୍କ କଥା ଶୁଣି ରାକ୍ଷସ ଛଳନା ପୂର୍ଣ୍ଣ ଭଙ୍ଗୀ ରେ କହିଲା, ତିଳୋତ୍ତମା ମୁଁ ପରା ତୁମ ବିଦ୍ୟାପତି।           ତିଳୋତ୍ତମା ଜଣେ ସତୀ ନାରୀ ଥିଲେ।ନିଜ ସତୀତ୍ଵ ବଳ ରେ ସେ ରାକ୍ଷସ ର ସତ୍ୟତା ଜନିଗଲେ। ତିଳୋତ୍ତମା କ୍ରୋଧିତ ସ୍ୱର ରେ କହିଲେ,ମୂର୍ଖ ତୋତେ ମନ କଲା ପରେ ମଧ୍ୟ ତୁ ପୁଣି ଚାଲି ଆସିଲୁ।ଆଜି ତୋର ମୃତ୍ୟୁ ସୁନିଶ୍ଚିତ।ଏହା ଶୁଣି ରାକ୍ଷସ ହସିଲା ସେ ନିଜ ରୂପ କୁ ଆସିଲା କହିଲା ସୁନ୍ଦରୀ ତୁମେ ସାଧାରଣ ନାରୀ ମୋରୋ କିଛି କ୍ଷତି କରିପାରିବ ନାହିଁ।ଏହା ଶୁଣି ତିଳୋତ୍ତମା କହିଲେ ଆରେ ମୂର୍ଖ ତୁ ସତୀ ନାରୀ ର ସତୀତ୍ଵ ର ଶକ୍ତି କୁ ଜାଣି ନାହୁଁ।ସତୀତ୍ଵ ର ଶକ୍ତି ଆଗରେ ଭଗବାନ ବି ହାର ମାନନ୍ତି।ତୁ ତ ଅଧର୍ମୀ ରାକ୍ଷସ ଏହା କହି ତିଳୋତ୍ତମା ଏକ ମନ୍ତ୍ର ପଢ଼ି କ୍ରୋଧିତ ନେତ୍ର ରେ ରାକ୍ଷସ କୁ ଆଡ଼କୁ ଦେଖିଲେ।ତାଙ୍କ ନେତ୍ର ରୁ ଏକ ଜ୍ୟୋତି ବାହାରି ଜ୍ୱାଳାମୁଖୀ ରୂପ ନେଲା ଏବଂ ସେହି ଜ୍ୱାଳାମୁଖୀ ରେ ରାକ୍ଷସ ଜଳି ମୃତ୍ୟୁ ବରଣ କଲା।

          ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ ସତୀ ନାରୀ ର ସତୀତ୍ଵ ରେ ଏପରି ଅଦ୍ଭୁତ ଶକ୍ତି ଥାଏ।ଯାହା ଫଳ ରେ ସେ ନିଜ କୁ ନିଜ ସ୍ବାମୀ ଙ୍କୁ ଯେ କୌଣସି ପରିସ୍ଥତିରୁ ଉଦ୍ଧାର କରିପାରିବ। ତିଳୋତ୍ତମା ଏବଂ ରାକ୍ଷସ ର ସ୍ତୀ ଉଭୟେ ସତୀ ଥିଲେ କିନ୍ତୁ ତିଳୋତ୍ତମା ଏବଂ ବିଦ୍ୟାପତି ଉଭୟେ ପରସ୍ପର ପ୍ରତି ସମର୍ପିତ ତେଣୁ ତିଲୋତ୍ତମା ବିଦ୍ୟାପତି ଙ୍କୁ ଏବଂ ନିଜକୁ ରକ୍ଷା କରିପାରିଲେ। ରାକ୍ଷସ ର ସ୍ତ୍ରୀ ପତିବ୍ରତା ଥିଲେ ମଧ୍ୟ ରାକ୍ଷସ ର ଅନ୍ୟ ସ୍ତ୍ରୀ ମାନଙ୍କ ପ୍ରତି ଦୁର୍ବଳତା ଥିବା ଯୋଗୁଁ ରାକ୍ଷସ ର ସ୍ତ୍ରୀ ର ସତୀତ୍ଵ ରହିଲା ନାହିଁ ଏବଂ ରାକ୍ଷସ ର ମୃତ୍ୟୁ ଘଟିଲା।


Rate this content
Log in

Similar oriya story from Abstract