STORYMIRROR

Kishori Mohini panigrahy(B.Sc,B.Ed)

Abstract Drama Romance

4  

Kishori Mohini panigrahy(B.Sc,B.Ed)

Abstract Drama Romance

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

4 mins
13

ପ୍ରତ୍ୟେକ ସମ୍ପର୍କ ର ଭିତ୍ତି ଭୂମି ହେଉଛି ବିଶ୍ୱାସ।ବିନା ବିଶ୍ୱାସ ରେ କୌଣସି ବି ସମ୍ପର୍କ ର ଅସ୍ତିତ୍ବ ନ ଥାଏ। ପ୍ରତ୍ୟେକ ସମ୍ପର୍କ ମଧ୍ୟ ରୁ ଜୀବନ ସାଥୀ ସହ ସମ୍ପର୍କ ଭିନ୍ନ। ବିବାହ ର ପବିତ୍ର ଅଗ୍ନି କୁ ସାକ୍ଷୀ ରଖି ଦୁହେଁ ଏକ ପବିତ୍ର ବନ୍ଧନ ରେ ବାନ୍ଧି ହେଇ ଯାଆନ୍ତି ସତ କିନ୍ତୁ ବିନା ବିଶ୍ୱାସ ରେ ସେ ସମ୍ପର୍କ ଫଳିଭୂତ ହୁଏ ନାହିଁ।ତେଣୁ ଦୁହିଁ ଙ୍କୁ ପରସ୍ପର ଉପରେ ବିଶ୍ଵାସ ରଖିବା ଉଚିତ୍।

   ଦିନ ଦ୍ବିପହର ସମୟ।ଶ୍ରୀକାନ୍ତ ଅତ୍ୟନ୍ତ ବ୍ୟସ୍ତତା ର ସହ ହଠାତ୍ ଘରକୁ ଆସିଲା।ସେ ଅଫିସ୍ ଯିବା ସମୟ ରେ ତାର ଏକ ଜରୁରୀ ଫାଇଲ୍ ଟା ଘରେ ଛାଡ଼ି ଦେଇ ଚାଲି ଯାଇଥିଲା। ଦ୍ୱିପହର ରେ ମନେ ପଡ଼ିବାରୁ ଘରକୁ ଆସିଲା ଫାଇଲ୍ ନେବା ପାଇଁ।ଶ୍ରୀକାନ୍ତ ରିନା କୁ ଡାକୁ ଥାଏ ଏବଂ କହୁଥାଏ ,ରିନା ଟିକେ ମୋ ଫାଇଲ୍ ଟା ଶୀଘ୍ର ଖୋଜି ଦିଅ।ମୋତେ ଶୀଘ୍ର ଅଫିସ୍ ଯିବାର ଅଛି।କିନ୍ତୁ ରିନା କୌଣସି ଉତ୍ତର ଦେଉ ନଥାଏ।ଶେଷ ରେ ଶ୍ରୀକାନ୍ତ ନିଜେ ଫାଇଲ୍ ପାଇଲା। ଫାଇଲ୍ ଟା ଖୋଜୁ ଖୋଜୁ ଏକ ଚିଠି ଉପରେ ତାର ନଜର ପଡିଲା । ଚିଠି ରେ କଣ ଅଛି ଜାଣିବା ପାଇଁ ଆଗ୍ରହ ର ସହ ଚିଥି ଖୋଲି ପଢିବାକୁ ଲାଗିଲା। ଚିଠି ପଢ଼ି ଶ୍ରୀକାନ୍ତ ର ମୁଣ୍ଡ କାମ ଦେଲାନି ସେ ମୁଣ୍ଡ ରେ ହାତ ଦେଇ ତଳେ ବସିଗଲା।ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦେଖାଗଲା।।

     ଚିଠି ଟା ରିନା ଲେଖିଥିଲା।ସେଥିରେ ଲେଖା ହେଇଥିଲା।ଶ୍ରୀକାନ୍ତ,ତୁମେ ମୋତେ କ୍ଷମା କରିଦେବ।ତୁମ ପ୍ରେମ ର ମାନ ମୁଁ ରଖି ପାରିଲି ନାହିଁ।ତୁମ ଜୀବନ ସାଥୀ ହେବା ପାଇଁ ମୁଁ ଅଯୋଗ୍ୟ। ସେଥିପାଇଁ ମୁଁ ସବୁ ଦିନ ପାଇଁ ତୁମ କୁ ଛାଡ଼ି ଚାଲି ଯାଉଛି।

                     ଇତି

                    ତୁମ ରିନା

 ଶ୍ରୀକାନ୍ତ ଶୀଘ୍ର ବାହାରିଗଲା ରିନା କୁ ଖୋଜିବା ପାଇଁ।ଶ୍ରୀକାନ୍ତ ଏବଂ ରିନା ନବବିବାହିତ ଦମ୍ପତ୍ତି। ବାହାଘର କୁ ବେଶୀ ଦିନ ନୁହେଁ ମାତ୍ର ଦୁଇ ମାସ ସରିଛି।ବାପା ମା ଙ୍କ ଇଚ୍ଛା ରେ ବାହା ଘର ହେଇଥିଲେ ମଧ୍ୟ ବାହା ଘର ଦିନ ଠାରୁ ହିଁ ଦୁହେଁ ପରସ୍ପର କୁ ଗଭୀର ପ୍ରେମ କରୁଥିଲେ।ବାହା ଘର ଦିନ ରାତ୍ର ରେ ଦୁହେଁ ପରସ୍ପର କୁ କଥା ଦେଇଥିଲେ ଯେ ଜଣେ ଅନ୍ୟ ଜଣ ଙ୍କୁ କିଛି ବି ଲୁଚାଇବ ନାହିଁ।ଏହି ଦୁଇ ମାସ ଭିତରେ ଶ୍ରୀକାନ୍ତ ରିନା ର ମନ କୁ ଖୁବ୍ ଭଲ ଭାବରେ ଜାଣି ସାରିଛି। ତା ର ନିର୍ମଳ ହୃଦୟ, ପତିବ୍ରତା ଏବଂ ଶ୍ରୀକାନ୍ତ ପ୍ରତି ଥିବା ସମର୍ପଣ ଏବଂ ପ୍ରେମ ର ଅନୁଭବ କରିଛି ସେ।ହେଲେ ହଠାତ୍ ରିନା ଶ୍ରୀକାନ୍ତ କୁ ଛାଡ଼ି ଯିବାର ନିଷ୍ପତ୍ତି କାହିଁ କି ନେଲା? ଏହି ପ୍ରଶ୍ନ ଶ୍ରୀକାନ୍ତ ମନ ରେ ଉଙ୍କି ମାରୁଥାଏ।ରିନା ପ୍ରତି ଶ୍ରୀକାନ୍ତ ର ଅତୁଟ ବିଶ୍ଵାସ ସେ କେବେ ଶ୍ରୀକାନ୍ତ ପ୍ରତି ବିଶ୍ୱାସ ଘାତ କରିପାରିବ ନାହିଁ।

  ଶେଷ ରେ ଶ୍ରୀକାନ୍ତ ରିନା କୁ ଖୋଜି ଖୋଜି ବସ୍ ଷ୍ଟାଣ୍ଡ ଗଲା ସେଠି ରିନା କୁ ପାଇଲା।ଶ୍ରୀକାନ୍ତ କୁ ଦେଖି ରିନା ନିଜର କୋହ ସମ୍ଭାଳି ପାରିଲା ନାହିଁ।ଶ୍ରୀକାନ୍ତ ର ଗୋଡ ଧରି କାନ୍ଦି କାନ୍ଦି କ୍ଷମା ମାଗିଲା। ଶ୍ରୀକାନ୍ତ ରିନା କୁ ଉଠାଇଲା ଏବଂ ଘର କୁ ଧରି ଆସିଲା।

   ଘରକୁ ଆସିଲା ପରେ ଶ୍ରୀକାନ୍ତ ରିନା କୁ ପଚାରିଲା।କଣ ହେଲା ରିନା ହଠାତ୍ ତୁମେ ଏମିତି ନିଷ୍ପତ୍ତି କାହିଁ କି ନେଲ? ମୋ ଭଲ ପାଇବା ରେ କିଛି ଭୁଲ ରହିଗଲା କି?ଶ୍ରୀକାନ୍ତ ର କଥା ଶୁଣି ରିନା ଆହୁରି ଜୋର୍ ରେ କାନ୍ଦିବାକୁ ଲାଗିଲା।ସେ ମନେ ଭାବିଲା କି ଭଳି ମଣିଷ ।ମୋର ଚିଠି ପଢ଼ି ମୋ ଉପରେ ରାଗ ନ କରି ମୋତେ ଖୋଜି ଆଣିଲେ।ମୋ ଉପରେ ସନ୍ଦେହ ନ କରି ନିଜ ପ୍ରେମ ଏବଂ କର୍ତ୍ତବ୍ୟ ଉପରେ ସନ୍ଦେହ କରୁଛନ୍ତି।ମୋ ଉପରେ ଅବିଶ୍ବାସ ନ କରି ନିଜ ଉପରେ ଅବିଶ୍ବାସ ଦେଖଉଛନ୍ତି।ଶ୍ରୀକାନ୍ତ ର ଭଲ ପାଇବା ଦେଖି ରିନା ମନ ରେ ସାହାସ ଆସିଲା।

  ସେ କହିଲା ନାହିଁ ଶ୍ରୀକାନ୍ତ ତୁମ ର ଭୁଲ୍ ନୁହେଁ। ଭୁଲ୍ ଟା ମୋର ସମ୍ପୂର୍ଣ୍ଣ କଥା ନ ଜଣାଇ ତୁମ କୁ ଛାଡ଼ି ଯିବାର ନିଷ୍ପତ୍ତି ନେଲି।ମୋତେ କ୍ଷମା କରିଦେବ।ରିନା ନିଜ ର ଘର ଛାଡ଼ି ଯିବାର ରହସ୍ୟ ପ୍ରକଟ କଲା।

  ଆଜି ସକାଳେ ତୁମେ ଅଫିସ୍ ଯିବା ପରେ ପୋଷ୍ଟମ୍ୟାନ ଆସି ଚିଠି ଟେ ଦେଇ ଚାଲିଗଲା।ସେ ଚିଠି ଟି ଥିଲା ମୋର ପିଲା ଦିନ ର ସାଙ୍ଗ ନୟନ ର।ସେ ଚିଠି ରେ ଧମକ ଦେଇ ଲେଖିଛି ମୁଁ ଯଦି ତୁମ କୁ ଛାଡ଼ି ନୟନ ପାଖକୁ ନ ଯିବି ସେ ସମସ୍ତଙ୍କୁ ମିଛ କହିବ ଯେ ଅତୀତ ରେ ତା ସହ ମୋର କୌଣସି ପ୍ରେମ ସମ୍ପର୍କ ଥିଲା ଏବଂ କିଛି ମିଛ ଫୋଟୋ ଦେଖାଇ ସେ ତୁମ ଆଗରେ ପ୍ରମାଣ ବି କରିଦେବ ଯେ ମୁଁ କେବେ ତାକୁ ଭଲ ପାଉଥିଲି ବୋଲି।ମୋତେ ବିଶ୍ଵାସ କର ଶ୍ରୀକାନ୍ତ, ନୟନ ସହ ମୋର କେବେ କୌଣସି ସମ୍ପର୍କ ନ ଥିଲା। ମୁଁ ତ ଏକ ସାଙ୍ଗ ଭାବି ତା ସହ ମିଶୁଥିଲି ଯେତେବେଳେ ମୋତେ ତାର ମନ କଥା କହିଲା ମୁଁ ମନା କରିଦେଇଥିଲି ଏବଂ ତା ସହ ମିଳା ମିଶା ବନ୍ଦ କରିଦେଇଥିଲି। ଏହା କହି ସେ ଶ୍ରୀକାନ୍ତ ର ଗୋଡ ଧରି କାନ୍ଦିବାକୁ ଲାଗିଲା।

   ଶ୍ରୀକାନ୍ତ ରିନା କୁ ଉଠାଇଲା , ତା ର ଲୁହ ପୋଛି କହିଲା, ଆ ରେ ପାଗଳି ଏତିକି କଥା ରେ ତୁମେ ମୋତେ ଛାଡ଼ି କି ଯିବାର ନିଷ୍ପତ୍ତି ନେଇଗଲ।ତୁମେ ସଙ୍ଗେ ସଙ୍ଗେ ମୋତେ ଏ କଥା କହିଲ ନାହିଁ କାହିଁକି।

  ରିନା କହିଲା, ମୁଁ ଡରି ଯାଇଥିଲି ଶ୍ରୀକାନ୍ତ।ତୁମେ ମୋ କଥା ଉପରେ ବିଶ୍ଵାସ କରିବ କି ନାହିଁ। କାଳେ ତୁମେ ରାଗିକି ସବୁ ଦିନ ପାଇଁ ମୋର ତ୍ୟାଗ କରି ଦେବ ନି ତ ସେଥିପାଇଁ ମୁଁ ସବୁ ଦିନ ପାଇଁ ସହର ଛାଡ଼ି କି ଚାଲି ଯିବାର ନିଷ୍ପତ୍ତି ନେଲି।

   ଶ୍ରୀକାନ୍ତ ରିନା କୁ କହିଲା,ରିନା ମୋ ପ୍ରତି ଥିବା ତୁମ ପ୍ରେମ କୁ ମୁଁ ବୁଝିଛି, ଅନୁଭବ କରିଛି କିନ୍ତୁ ତୁମେ ମୋ ପ୍ରେମ କୁ ଏବେ ଯାଇଁ ବୁଝି ପାରିଲ ନାହିଁ।ତୁମେ ମୋତେ କଥା ଦେଇଥିଲ ନା ତୁମେ ମୋତେ କିଛି ଲୁଚାଇବ ନାହିଁ ବୋଲି ଦେଖିଲ ତ ମୋ କଥା ନ ଶୁଣିବାର ଫଳ।ଏବେ ପୁଣି ମୋତେ କଥା ଦିଅ ମୋତେ କିଛି ବି ଲୁଚାଇବ ନାହିଁ।ରିନା କଥା ଦେଲା ହେଉ ମୁଁ ଏବେ ଠାରୁ ସବୁ କଥା ତୁମ କୁ କହିବି।

  ଶେଷ ରେ ଦୁହେଁ ମିଶି ପୋଲିସ୍ ଷ୍ଟେସନ ଗଲେ। ପୋଲିସ୍ କୁ ସବୁ କଥା କହିଲା ପରେ ପୋଲିସ୍ ନୟନ କୁ ଡକାଇ ସବୁ କଥା ପଚାରିଲା।ପୋଲିସ୍ ଡର ରେ ନୟନ ସବୁ ସତ କଥା କହିଦେଲା।ନୟନ କୁ ପୋଲିସ୍ ଧମକ ଦେବା ଅଭିଯୋଗ ରେ ଗିରଫ କଲା। ଶ୍ରୀକାନ୍ତ ଏବଂ ରିନା ଘରକୁ ଖୁସି ରେ ଘରକୁ ଫେରିଲେ।

    ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ, ସମ୍ପର୍କ କୁ ସୁଦୃଢ କରିବା ରେ ବିଶ୍ଵାସ ର ଭୂମିକା ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ ଏବଂ ଜୀବନ ସାଥୀ ସହ ସବୁ କଥା ଆଦାନ ପ୍ରଦାନ କଲେ ସମ୍ପର୍କ ସୁନ୍ଦର ଏବଂ ମଜବୁତ୍ ହେଇଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract