STORYMIRROR

Kishori Mohini panigrahy(B.Sc,B.Ed)

Romance Classics

3  

Kishori Mohini panigrahy(B.Sc,B.Ed)

Romance Classics

ରାଧା ଙ୍କ ମାନ ଭଞ୍ଜନ

ରାଧା ଙ୍କ ମାନ ଭଞ୍ଜନ

2 mins
11

ସବୁ ତୀର୍ଥ ମାନଙ୍କ ମଧ୍ଯ ରେ ବୃନ୍ଦାବନ ହେଉଛି ଅନ୍ୟତମ।ଯେଉଁଠି ଦ୍ୱାପର ଯୁଗ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ରାଧା କୃଷ୍ଣ ଙ୍କ ପ୍ରେମ ର ଦିବ୍ୟ ଅନୁଭୂତି ହୁଏ।

    ଦିନେ ଶ୍ରୀକୃଷ୍ଣ, ରାଧା ଏବଂ ଅନ୍ୟ ଗୋପୀ ମାନଙ୍କ ସହ ବଂଶୀ ବଟ ରେ ରାସ କରୁଥିଲେ। ଶ୍ରୀକୃଷ୍ଣ ଙ୍କୁ ଅନ୍ୟ ଗୋପୀ ମାନ ଙ୍କ ସହ ପ୍ରେମାଳପ କରୁଥିବା ଦେଖି ରାଧା ଙ୍କ ଅଭିମାନ ହେଲା।ସେ ଶ୍ରୀକୃଷ୍ଣ ଙ୍କ ଉପରେ ଅଭିମାନ କରି ଯମୁନା ପାର କରି ଏକ ବନ କୁ ଆସିଲେ ଏବଂ ନିରୋଳା ବନ ରେ ଏକାକୀ ବସି ଶ୍ରୀକୃଷ୍ଣ ଙ୍କ ଧ୍ୟାନ କରି କାନ୍ଦିବାକୁ ଲାଗିଲେ।ନିରନ୍ତର ତାଙ୍କର କୋମଳ ପୁଷ୍ପ ସଦୃଶ ଚକ୍ଷୁ ରୁ ଅଶ୍ରୁ ବୋହିବାକୁ ଲାଗିଲା। ରାଧା ଙ୍କ ପ୍ରେମ ର ଶକ୍ତି ରେ ତାଙ୍କ ଅଶ୍ରୁ ବୋହି ସେଠାରେ ଏକ ସରୋବର ସୃଷ୍ଟି ହେଇଗଲା।ରାଧା ଚେତା ଶୂନ୍ୟ ଅବସ୍ଥା ରେ ବିରହ ରେ କ୍ରନ୍ଦନ କରୁଥାନ୍ତି। 

ଏପଟେ କୃଷ୍ଣ ଦେଖିଲେ ରାଧା ରାସ ପରିତ୍ୟାଗ କରି ଚାଲିଗଲେ ।ସେ ରାଧା ଙ୍କୁ ଖୋଜି ଖୋଜି ସରୋବର ନିକଟରେ ପହଞ୍ଚିଲେ।ରାଧା ଙ୍କୁ କ୍ରନ୍ଦନ କରୁଥିବାର ଦେଖି ଶ୍ରୀକୃଷ୍ଣ ତାଙ୍କ ମାନ ଭଞ୍ଜନ କରିବା ପାଇଁ ନିଜ ଅତି ପ୍ରିୟ ବଂଶୀ କୁ ରାଧା ଙ୍କ ପାଦ ତଳେ ସମର୍ପଣ କଲେ।ହେଲେବି ରାଧା ମାନିଲେ ନାହିଁ।ପରେ କୃଷ୍ଣ ନିଜ ମୁକୁଟ କୁ କାଢ଼ି ରାଧା ଙ୍କ ପାଦ ତଳେ ରଖିଦେଲେ ହେଲେ ମଧ୍ୟ ରାଧା ମାନିଲେ ନାହିଁ।ଶେଷରେ ଶ୍ରୀକୃଷ୍ଣ ନିଜକୁ ସମ୍ପୂର୍ଣ୍ଣ ଭାବ ରେ ରାଧା ଙ୍କ ନିକଟ ରେ ସମର୍ପଣ କରିଦେଲେ।ସେ କହିଲେ,ହେ ରାଧେ ମୁଁ ନିଜକୁ ତୁମ ଶ୍ରୀ ଚରଣ ରେ ସମ୍ପୂର୍ଣ୍ଣ ସମର୍ପଣ କରୁଛି କହି ନିଜ ମସ୍ତକ କୁ ରାଧା ଙ୍କ ଚରଣ ରେ ରଖିଦେଲେ।ଏହା ଦେଖି ରାଧା ଚେତନା କୁ ଆସିଲେ।ରାଧା ଙ୍କ ମାନ ଭଞ୍ଜନ ହେଲା।

  ରାଧା ଙ୍କ ମାନ ର ଅଶ୍ରୁ ରେ ସେଠାରେ ସରୋବର ସୃଷ୍ଟି ହେଇଥିଲା ଏବଂ ସେହି ସ୍ଥାନ ରେ ହିଁ କୃଷ୍ଣ ରାଧା ଙ୍କ ମାନ ଭଞ୍ଜନ କଲେ।ତେଣୁ ସେହି ସ୍ଥାନ ଟି ମାନ ସରୋବର ନାମ ରେ ପରିଚିତ। ମାନ ସରୋବର ନିକଟରେ ଅନେକ ତମାଳ, କଦମ୍ବ ରହି ସେ ସରୋବର ର ଶୋଭା ବର୍ଦ୍ଧନ କରୁଛି।ଯିଏ ମଧ୍ୟ ସେହି ସରୋବର ରେ ସ୍ନାନ କରେ, ତାର ହୃଦୟ ଶ୍ରୀକୃଷ୍ଣ ଙ୍କ ପ୍ରେମ ରେ ଭରିଯାଏ। ମନ ରୁ ସବୁ ପାପ ,ଖରାପ ବୃତ୍ତି ସ୍ଵତଃ ଦୂର ହେଇ ମନ, ଆତ୍ମା, ହୃଦୟ ଶ୍ରୀକୃଷ୍ଣ ପ୍ରେମ ରେ ପରିପୂର୍ଣ୍ଣ ହେଇଯାଏ।

   ଯିଏ ନିର୍ମଳ ଏବଂ ସତ୍ ହୃଦୟ ରେ ପ୍ରେମ କରୁଥିବ ସେ ନିଜ ପ୍ରେମିକ କିମ୍ବା ପ୍ରେମିକା କୁ ଅନ୍ୟ ସହ ପ୍ରେମାଳପ, ସମୟ ଅତିବାହିତ କରୁଥିବା ଦେଖି କ୍ରୋଧ ଏବଂ ଅଭିମାନ କରିବା ସ୍ବଭାବିକ। ରାଧାରାଣୀ ତ ସାକ୍ଷାତ ପ୍ରେମ ର ସ୍ୱରୂପ ସେ ନିଜ ଶ୍ୟାମ ଙ୍କୁ କିପରି ଅନ୍ୟ କାହା ସହ ଦେଖି ପାରିବେ।ରାଧା ଙ୍କ ପ୍ରେମ ର ବର୍ଣ୍ଣନା ଏବଂ ତୁଳନା କରିବା ଅସମ୍ଭବ।ରାଧା ଙ୍କ ପ୍ରେମ ସର୍ବୋଚ୍ଚ। ରାଧା ରାଣୀ ଙ୍କ ପ୍ରେମ ଏବଂ ବିରହ କୁ ବୁଝିବା ପାଇଁ ସ୍ଵୟଂ ଶ୍ରୀକୃଷ୍ଣ ଙ୍କୁ ଚୈତନ୍ୟ ରୂପ ରେ ଅବତାର ନେବାକୁ ପଡ଼ିଥିଲା।ପ୍ରେମ ରେ ବେଳେ ବେଳେ ରାଗ ,ଅଭିମାନ ମିଶିଲେ ସମ୍ପର୍କ ଆହୁରି ସୁଦୃଢ଼ ହେଇଯାଏ।


Rate this content
Log in

Similar oriya story from Romance