STORYMIRROR

Kishori Mohini panigrahy(B.Sc,B.Ed)

Abstract Children Stories Inspirational

4  

Kishori Mohini panigrahy(B.Sc,B.Ed)

Abstract Children Stories Inspirational

ପ୍ରବାସୀ ର କୃତିତ୍ୱ

ପ୍ରବାସୀ ର କୃତିତ୍ୱ

4 mins
395

ଉଦୟ ବାବୁ ଏକ ବେସରକାରୀ କମ୍ପାନୀ ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବ ରେ ଚାକିରୀ କରୁଥିଲେ।ଦିନେ ହଠାତ୍ ତାଙ୍କ ବଦଳି ନୋଟିସ୍ ଆସିଲା ।ଏହା ଦେଖି ସେ ଚିନ୍ତାମଗ୍ନ ଅବସ୍ଥା ରେ ଗୃହ କୁ ପ୍ରତ୍ୟାବର୍ତ୍ତନ କରୁଥିଲେ।ଆସିବା ସମୟ ରେ ରାସ୍ତା ସାରା କେବଳ ଗୋଟିଏ ଚିନ୍ତା ଘରକୁ ଯାଇ ବାପା ମା ଙ୍କୁ କେମିତି କହିବେ? କେମିତି ବୁଝେଇବେ ସେ ବିଦେଶ ଯିବା କେତେ ଜରୁରୀ।ଯେହେତୁ ସେ ଘର ର ବଡ଼ ପୁଅ ତାଙ୍କ ଉପରେ ଅନେକ ଦାୟିତ୍ଵ ଅଛି। ସାନ ଭାଇ ର ପଢ଼ିବା ଖର୍ଚ୍ଚ,ବାପା ମା ଙ୍କ ସେବା ,ଘର ତୁଲାଇବା ଖର୍ଚ୍ଚ ଇତ୍ୟାଦି।ସବୁ ସମସ୍ୟା ନେଇ ସେ ଘରକୁ ଫେରିଲେ।

    ବୋଉ ଖାଇବାକୁ ବାଢ଼େ କହିକି ଉପରକୁ ଗଲେ।କିନ୍ତୁ ସେ ଦିନ ତାଙ୍କ କଥା ରେ ଯେ ଆଗ ଭଳି ସରସ ନଥିଲା ଏହା ତାଙ୍କ ବୋଉ ରମା ଦେବୀ ବୁଝି ସାରିଥିଲେ।ବାପା,ମା ଙ୍କୁ ନିଜ ଛୁଆ ଙ୍କ ଦୁଃଖ ବେଶୀ ସମୟ ପର୍ଯ୍ୟନ୍ତ ଲୁଚି ରୁହେନା।ସେମାନେ ଆମ ଚେହେରା ଦେଖି ସବୁ ଜାଣି ଯାଆନ୍ତି।

       ଉଦୟ ବାବୁ ତାଙ୍କ ମାଆ ରମା ଦେବୀ ,ବାପା ଗୋବିନ୍ଦ ଏବଂ ସାନ ଭାଇ ଚନ୍ଦନ ସହ ରାତ୍ରି ଭୋଜନ କରୁଥାନ୍ତି। ଆଜି ତାଙ୍କ ବୋଉ ତାଙ୍କ ମନ ପସନ୍ଦ ର ଖିରି ବନେଇଛନ୍ତି ହେଲେ ମଧ୍ୟ ତାଙ୍କ ମୁଖ ରେ ସରସ ନ ଦେଖି ବାପା ପଚାରିଲେ,କି ରେ କଣ ହେଇଛି ଏମିତି ମୁହଁ ଶୁଖେଇ କାହିଁକି ବସିଛୁ?

    ନା ହିଁ ବାପା କିଛି ହେଇନି ତମେ ଆଗ ଖାଇଦିଅ ଆମେ ପରେ କଥା ହେବା।

 ଖାଇ ସାରି ସମସ୍ତେ ବସିଥାନ୍ତି।ଠିକ୍ ଏହି ସମୟ ରେ ଉଦୟ ବାବୁ ତାଙ୍କ ବଦଳି କଥା କହିଲେ। କମ୍ପାନୀ ମୋତେ ଆମେରିକା ଯିବା ପାଇଁ କହୁଛି। ସେଠି ମୋତେ କମ୍ପାନୀ ର ମ୍ୟାନେଜର ପଦବୀ ରେ ନିୟୋଜିତ କରାଯାଇଛି,ଯିବାକୁ ବାଧ୍ୟ।ଏହି କଥା ଶୁଣି ଗୋବିନ୍ଦ ବାବୁ ହଠାତ୍ ଉଠି କ୍ରୋଧ ରେ ବାହାରକୁ ଚାଲିଗଲେ ଯିବା ବେଳେ କହିକି ଗଲେ କିଛି ସମୟ ପରେ ଫେରି ଆସିବେ।ପୁଅ ସବୁ ଦିନ ପାଇଁ ଛାଡ଼ି ବିଦେଶ ଚାଲିଯିବ ଶୁଣି ରମା ଦେବୀ ଗଭୀର ଦୁଃଖ ରେ କାନ୍ଦିବା ଆରମ୍ଭ କରିଦେଲେ।

   ଉଦୟ ବାବୁ ବୁଝାଉଥନ୍ତି,ଯିବା ଜରୁରୀ ନହେଲେ ଚାକିରୀ ଚାଲିଯିବ।ଗୋବିନ୍ଦ ବାବୁ ଙ୍କ ବୟସ ହେଇଥିବା କାରଣ ରୁ ସେ ଘରେ ରହୁଥିଲେ।ଚନ୍ଦନ ଦଶମ ଶ୍ରେଣୀ ରେ ପଢ଼ୁଛି।ଘର ର ଏହି ଭଳି ଅବସ୍ଥା ରେ ସେ ଚାକିରୀ ଛାଡ଼ି ପାରିବେନି ତେଣୁ ତାଙ୍କୁ ବିଦେଶ ଯିବାକୁ ପଡିବ ଏହିଭଳି ସେ ନିଜେ ମା ଙ୍କୁ ବୁଝାଉଥାନ୍ତି।

    ବାପା ଆସିବା ପରେ ସେ ତାଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲା।ସମସ୍ତଙ୍କ ମନ ର ଦୁଃଖ ଅନ୍ଧକାର ରେ ରାତି ପାହି ସକାଳ ହେଲା।

    ଉଦୟ ବାବୁ କମ୍ପାନୀ କୁ ଚାଲିଗଲେ ଯିବା ବେଳେ କହିକି ଗଲେ ସେ ଆଜି ବଦଳି ନୋଟିସ୍ କୁ ଗ୍ରହଣ କରିନେବେ।

   ସହର ଠାରୁ ଦୂର ଏକ ଛୋଟ ଗ୍ରାମ ରେ ଉଦୟ ବାବୁ ନିଜ ବାପା,ମା ଏବଂ ସାନ ଭାଇ ସହ ରହୁଥାନ୍ତି।ଗାଁ ରେ କଥା ବ୍ୟାପିବାକୁ ବେଶୀ ସମୟ ଲାଗେ ନାହିଁ।

   ଗାଁ ରେ ସମସ୍ତେ ଗୋବିନ୍ଦ ବାବୁ ଙ୍କୁ ବୁଝାଉଥାନ୍ତି ପୁଅ କୁ ବିଦେଶ ନ ଛାଡ଼ିବାକୁ।ପୁଅ ବିଦେଶ ଗଲେ ଆଉ ଫେରିବନି। 

    କିଛି ଜଣ କହୁଥାନ୍ତି ଆରେ ଗୋବିନ୍ଦ ତୁ କଣ ପାଗଳ ହେଇଗଲୁ କି? ଅବିବାହିତ ପୁଅ କୁ ବିଦେଶ ଏକା ଛାଡ଼ିବୁ।ସେ ସେଠାରେ କୌଣସି ବିଦେଶୀ ଝିଅ ସହ ବାହା ହେଇ ଆମ ସଂସ୍କୃତି କୁ ପୁରା ଭୂଲିଯିବ ଆଉ ଫେରିବେନି।

       ରାତ୍ର ହେଲା ଉଦୟ ବାବୁ କମ୍ପାନୀ ରୁ ଘରକୁ  ଫେରିଲେ।ଗୋବିନ୍ଦ ବାବୁ ତାଙ୍କ ଆସିବା ବାଟ କୁ ହିଁ ଚାହିଁ ରହିଥିଲେ।ସମସ୍ତେ ମିଳି ମିଶି ରାତ୍ରି ଭୋଜନ ସମ୍ପାଦନ କଲେ।ଗୋବିନ୍ଦ ବାବୁ ଙ୍କ ମୁଖ ର ଚିନ୍ତା ଦେଖି ଉଦୟ ବାବୁ ମନ ରେ ଭାବୁଥିଲେ କାଳେ ତାଙ୍କ ବାପା ତାଙ୍କ ବିଦେଶ ଯିବା କୁ ମନା କରିଦେବେ।

   ଖାଇବା ପରେ ସମସ୍ତେ ବସିଥିଲେ। ଗୋବିନ୍ଦ ବାବୁ ଉଦୟ ବାବୁ ଙ୍କୁ ପ୍ରଶ୍ନ କଲେ ତୁ କଣ ସତ ରେ ବିଦେଶ ଯିବା ପାଇଁ ଚାହୁଁଛୁ?

 ଉଦୟ ବାବୁ ମୁଣ୍ଡ ତଳକୁ କରି ଅଶ୍ରୁପୂର୍ଣ୍ଣ ନୟନ ରେ ହଁ ବୋଲି କହିଲେ।

 ଏହା ଶୁଣି ଗୋବିନ୍ଦ ବାବୁ ପ୍ରଶ୍ନ କଲେ କାହିଁକି? ଆମ ଦେଶ ରେ ଅନେକ ଚାକିରୀ ଅଛି ସେ ସବୁ ଛାଡ଼ି ବିଦେଶ ଯିବାକୁ କାହିଁକି ଚାହୁଁଛୁ?

   ସେତେବେଳେ ଉଦୟ ବାବୁ ଉତ୍ତର ଦେଲେ ବାପା ମୁଁ ଆମ ଦେଶ ର ସଂସ୍କୃତି କୁ ବିଦେଶ ରେ ବ୍ୟାପ୍ତ କରିବାକୁ ଚାହୁଁଛି।ସେଠାର କମ୍ପାନୀ ରେ କାମ କରି ଅର୍ଥ ଉପାର୍ଜନ କରି ସେମାନଙ୍କ କମ୍ପାନୀ ର ଯୋଜନା ଆମ ଦେଶ ରେ କରିବାକୁ ଚାହୁଁଛି।ଯାହା ଦ୍ଵାରା ଆମ ଦେଶ ର ଅନେକ ଲୋକ ସେ ଯୋଜନା ର ଲାଭ ଉଠାଇ ପାରିବେ।

     ଏହା ଶୁଣି ଗୋବିନ୍ଦ ବାବୁ କହିଲେ ଠିକ୍ ଅଛି ତୁ ବିଦେଶ ଯାଇ ପାରିବୁ କିନ୍ତୁ କଥା ଦେ ତୁ ଯାହା ସବୁ ଦେଶ ର ଉନ୍ନତି ପାଇଁ ଚିନ୍ତା କରିଛୁ ସେ ସବୁ ତୁ କାର୍ଯ୍ୟ ରେ ପରିଣତ କରିବୁ।

   ଏହା ଶୁଣି ଉଭୟ ଉଦୟ ବାବୁ ଏବଂ ଗୋବିନ୍ଦ ବାବୁ ଙ୍କ ନେତ୍ର ରୁ ଅଶ୍ରୁ ବହିଗଲା। ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ଧରିଲେ।

   କିଛି ଦିନ ପରେ ଉଦୟ ବାବୁ ଭଗ୍ନ ହୃଦୟ ଏବଂ ଦେଶ ପାଇଁ କିଛି କରିବାର ଆଶା ନେଇ ବିଦେଶ କୁ ଚାଲିଗଲେ।

  ସମୟ ର ଚକ୍ର ଗଡି ଚାଲିଲା।ଉଦୟ ବାବୁ ବିଦେଶ ଯାଇ ପାଞ୍ଚ ବର୍ଷ ବିତିଗଲା।ସେ ଯିବା ସମୟ ରେ ତାଙ୍କ ବାପା ଙ୍କୁ ଦେଇଥିବା କଥା ରଖିଲେ।ଗାଁ ପାଖ ରେ ଏକ କମ୍ପାନୀ ନିର୍ମାଣ କରିଦେଲେ।ଯାହାଦ୍ଵାରା ତାଙ୍କ ଗାଁ ର ଅନେକ ଲୋକ ସେ କମ୍ପାନୀ ରେ କାମ କରି ଜୀବିକା ନିର୍ବାହ କରିପାରିଲେ। ଗାଁ ରେ ଏକ ଭଲ ସବୁ ଦରକାରୀ ସୁବିଧା ଥିବା ଏକ ବିଦ୍ୟାଳୟ ଖୋଲିବା ପାଇଁ ଅର୍ଥ ଯୋଗେଇଦେଲେ।ଯାହା ଦ୍ଵାରା ଗାଁ ର ପିଲା ମାନ ଙ୍କୁ ପଢ଼ିବା ପାଇଁ ସହର କୁ ଯିବାକୁ ପଡିଲା ନାହିଁ।

   ଯେତେବେଳ ସେ ପ୍ରତିବର୍ଷ ଗାଁ କୁ ଥରେ ବୁଲିବା ପାଇଁ ଆସନ୍ତି।ସେତେବେଳେ ଲୋକ ମାନେ ତାଙ୍କ ପ୍ରଶଂସା କରି ସମ୍ମାନ ଜଣେଇବାକୁ ଭୂଳନ୍ତି ନାହିଁ।ସେ ସବୁ ଦେଖିଲେ ଗୋବିନ୍ଦ ବାବୁ ଙ୍କ ହୃଦୟ ଖୁସି ରେ ପୁରି ଯାଏ।ଉଦୟ ବାବୁ ବିଦେଶ କୁ ଯିବା ଆଗରୁ ଦେଇଥିବା କଥା ରଖିଛନ୍ତି ସେଥିପାଇଁ ସେ ନିଜ ପୁଅ ଉପରେ ଗର୍ବ ଅନୁଭବ କରନ୍ତି।

    ଉପୋରକ୍ତ ଗଳ୍ପ ରୁ ଆମେ ଏହା ଶିଖି ଲେ ଯେ ପ୍ରବାସୀ ହେବା ସହଜ ନୁହେଁ।ନିଜ ପ୍ରିୟଜନ ଙ୍କୁ ଛାଡ଼ି, ମାତୃଭୂମି ଛାଡ଼ି ଅନ୍ୟ ଦେଶ କୁ ଯାଇ ବସତି ସ୍ଥାପନ କରିବା ସହଜ ନୁହେଁ।ନିଜ ଦେଶ ର ପରମ୍ପରା କୁ ଅନ୍ୟ ଦେଶ ରେ ବ୍ୟାପ୍ତ କରି ନିଜ ଦେଶ ର ଯିଏ ଉନ୍ନତି କରେ ସେ ହିଁ ପ୍ରକୃତ ପ୍ରବାସୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract