STORYMIRROR

Kishori Mohini panigrahy(B.Sc,B.Ed)

Abstract

4  

Kishori Mohini panigrahy(B.Sc,B.Ed)

Abstract

ଭକ୍ତି ଭାବ ରେ ବନ୍ଧା ଠାକୁର -୨

ଭକ୍ତି ଭାବ ରେ ବନ୍ଧା ଠାକୁର -୨

3 mins
6

ଶ୍ରୀ ମାଧବେନ୍ଦ୍ର ପୁରୀ ୨ ବର୍ଷ ଧରି ନିୟମିତ ଭାବ ରେ ଠାକୁର ଙ୍କ ଆଦେଶ ରେ ନିତ୍ୟ ପ୍ରତିଦିନ ପୂଜା କରୁଥିଲେ।      ଦିନେ ଠାକୁର ତାଙ୍କୁ ସ୍ବପ୍ନ ରେ କହିଲେ,ମାଧବେନ୍ଦ୍ର ଅନେକ ବର୍ଷ ଧରି ପୃଥିବୀ ତଳେ ରହି ମୋ ଶରୀର ରେ ପୀଡ଼ା ହେଉଛି।ତୁମେ ଶ୍ରୀ ଜଗନ୍ନାଥ ଧାମ ପୁରୀ ଯାଇ ସେଠାରୁ ମଳୟଗିରି ଚନ୍ଦନ ଆଣି ମୋ ଶରୀର ରେ ଲେପନ କର ତେବେ ଯାଇ ମୋର ପୀଡ଼ା ଦୂର ହେବ। ଠାକୁର ଙ୍କ ଆଜ୍ଞା ମାନି ପୁରୀ ମହାରାଜ ଜଗନ୍ନାଥ ଧାମ ଯିବା ପାଇଁ ବାହାରିଲେ।

     ଠାକୁର ଙ୍କୁ ସ୍ମରଣ କରି ଯାତ୍ରା ଆରମ୍ଭ କଲେ ଏବଂ ରେମୁଣା ରେ ପହଞ୍ଚିଲେ।ରେମୁଣା ରେ ଶ୍ରୀ ଗୋପୀନାଥ ଙ୍କ ଦର୍ଶନ କଲେ। ସେଠାରେ ପୂଜାରୀ ମାନ ଙ୍କ ପୂଜା ନୀତି ପୁରୀ ମହାରାଜ ଏକ ଲୟ ରେ ଦେଖୁଥାନ୍ତି। ସେଠାରେ ଗୋପୀନାଥ ଙ୍କୁ ସବୁବେଳେ ଖିରି ଭୋଗ ଲଗାଯାଏ।ପୁରୀ ମହାରାଜ ଙ୍କ ମନ ରେ ତୀବ୍ର ଇଚ୍ଛା ହେଲା ଯଦି ତାଙ୍କୁ ଖିରି ଭୋଗ ସେବନ କରିବାକୁ ମିଳିବ ତେବେ ସେ ନିଜ ଗୋପାଳ ଙ୍କୁ ମଧ୍ୟ ଠିକ୍ ସେହିପରି ସ୍ଵାଦିଷ୍ଟ ଖିରି ବନେଇକି ଖୁଆଇବେ।କିନ୍ତୁ ନିଜର ସନ୍ୟାସୀ ବ୍ରତ ର ନିୟମ ଅନୁସାରେ ପୁରୀ ମହାରାଜ କାହାକୁ ଖିରି ମାଗି ପାରୁନଥିଲେ।

   ଠାକୁର ପୁରୀ ମହାରାଜ ଙ୍କ ମନ କଥା ଜାଣିଲେ।ଗୋପୀନାଥ ଅର୍ଦ୍ଧ ରାତ୍ର ରେ ନିଜ ପୂଜାରୀ କୁ ସ୍ୱପ୍ନାଦେଶ ଦେଲେ,ମୋର ଏକ ପରମ ଭକ୍ତ ମା ମୋର ପୂଜା ଖିରି ପ୍ରସାଦ ସେବନ ପାଇଁ ବ୍ୟାକୁଳ। ସେଥିପାଇଁ ଆଜି ଭୋଗ କରିବା ସମୟ ରେ ମୁଁ ଏକ ଖିରି ପାତ୍ର ଚୋରି କରି ମୋର ବସ୍ତ୍ର ତଳେ ଲୁଚାଇ ରଖିଛି ।ତୁମେ ସେଠାରୁ ଖିରି ପ୍ରସାଦ ନେଇ ମୋର ଭକ୍ତ ମାଧବେନ୍ଦ୍ର କୁ ଦିଅ।ସେ ମନ୍ଦିର ଠାରୁ କିଛି ଦୂର ରେ ଏକ କୁଡିଆ ରେ ବିଶ୍ରାମ କରୁଛନ୍ତି।

    ପୂଜାରୀ ଙ୍କ ନିଦ୍ରା ଭଙ୍ଗ ହେଲା। ଠାକୁର ଙ୍କ ଆଦେଶ ପାଇ ସେ ସାଙ୍ଗେ ସାଙ୍ଗେ ମନ୍ଦିର କୁ ଯାଇ ଠାକୁର ଙ୍କ ବସ୍ତ୍ର କାଢ଼ି ଦେଖିଲେ ସତରେ ସେହି ସ୍ଥାନ ରେ ଏକ ଖିରି ପାତ୍ର ଅଛି। ପୂଜାରୀ ଙ୍କ ନେତ୍ର ରୁ ଅଶ୍ରୁ ବାହାରିଗଲା।ସେ ଭାବ ବିହ୍ୱଳ ହେଇ ଠାକୁର ଙ୍କୁ ପ୍ରଣାମ କଲେ ଏବଂ କହିଲେ ଧନ୍ୟ ହେ ତୁମେ ପ୍ରଭୁ, ଧନ୍ୟ ତମ ଉଦାରତା ଭକ୍ତ ପାଇଁ ଖିରି ଚୋରି କଲ ।ସେ ଭକ୍ତ କେତେ ଭାଗ୍ୟବାନ ହେଇଥିବ ଯାହା ପାଇଁ ଠାକୁର ନିଜେ ଚୋରି କଲେ ଏହା ଭାବି ସେ ବାରମ୍ବାର ଭାବ ବିହ୍ୱଳ ହେଇ ଠାକୁର ଙ୍କୁ ପ୍ରଣାମ କରୁଥାନ୍ତି। ଠାକୁର ଙ୍କ ଆଦେଶ ରକ୍ଷା କରି ପୂଜାରୀ ମାଧବେନ୍ଦ୍ର ପୁରୀ ଙ୍କୁ ଖୋଜି ଖୋଜି ତାଙ୍କ କୁଡିଆ ନିକଟ ରେ ପହଞ୍ଚିଲେ।

    ପୂଜାରୀ ପଚାରିଲେ, ଶ୍ରୀ ମାଧବେନ୍ଦ୍ର ପୁରୀ କିଏ ଅଛନ୍ତି।ଯେମିତି ପୁରୀ ମହାରାଜ ବାହାରକୁ ଆସିକି ଉତ୍ତର ଦେଲେ , ଗୋସେଇ ମହାରାଜ ମୁଁ ହେଉଛି ମାଧବେନ୍ଦ୍ର ପୁରୀ ଏହା ଶୁଣି ପୂଜାରୀ ସାଙ୍ଗେ ସାଙ୍ଗେ ମାଧବେନ୍ଦ୍ର ଙ୍କ ଗୋଡ଼ ତଳେ ଦଣ୍ଡବତ କଲେ।ହେ ସନ୍ନ୍ୟାସୀ ଆପଣ ଙ୍କ ପାଇଁ ଠାକୁର ଖିରି ଚୋରି କରି ନିଜ ବସ୍ତ୍ର ତଳେ ଲୁଚାଇ ରଖିଥିଲେ।କେତେ ଭାଗ୍ୟବାନ ଆପଣ,ଆପଣ ଙ୍କ ପାଦ ଧୂଳି ମୋତେ ପ୍ରଦାନ କରନ୍ତୁ। ଧନ୍ୟ ଆପଣ ଏବଂ ଧନ୍ୟ ଆପଣଙ୍କ ଭକ୍ତି। ଏହା ଶୁଣି ପୁରୀ ମହାରାଜ ବି ଠାକୁର ଙ୍କୁ ହାତ ଯୋଡ଼ି କହିଲେ, ହେ ଦୟାଳୁ ମୋ ଭଳି ସାମାନ୍ୟ ମଣିଷ ପାଇଁ ଆପଣ ଖିରି ଚୋରି କଲେ।ହେ କୃପାଳୁ ଆପଣ ଧନ୍ୟ ପ୍ରଭୁ।ଏହା କହି ସେ ଅତ୍ୟନ୍ତ ବିନମ୍ର ଭାବ ରେ ପ୍ରସାଦ ଖିରି ସେବନ କଲେ।ପ୍ରସାଦ ସେବନ ବେଳେ ଭାବ ବିଭୋର ହେଇ ତାଙ୍କ ନେତ୍ର ରୁ ଅନବରତ ଅଶ୍ରୁ ବାହାରି ଯାଉଥିଲା।

    ଚାରିଆଡ଼େ କଥା ବ୍ଯାପିଗଲା ପୁରୀ ମହାରାଜ ଙ୍କ ପାଇଁ ଠାକୁର ଖିରି ଚୋରି କରିଥିଲେ ଏହା ଶୁଣି ସମସ୍ତେ ପୁରୀ ମହାରାଜ ଙ୍କ ଦର୍ଶନ ପାଇଁ ଆସିଲେ।ସେ ତ କଠିନ ବ୍ରତ ପାଳନ କରୁଥିବା ସନ୍ନ୍ୟାସୀ ତାଙ୍କୁ ସଂସାର ର ପ୍ରଶଂସା, ପ୍ରତିଷ୍ଠା ପ୍ରତି ଲୋଭ ନଥିଲା।ତେଣୁ ସେ ରେମୁଣା ରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। 

   ପୁରୀ ରେ ବି ମାଧବେନ୍ଦ୍ର ଙ୍କ ଭକ୍ତି ର ଚର୍ଚ୍ଚା ଚାଲିଥିଲା।ସମସ୍ତେ ସେହି ଠାକୁର ଙ୍କ ପ୍ରିୟ ଭକ୍ତ ଙ୍କ ଦର୍ଶନ ପାଇଁ ଆସୁଥିଲେ ଯାହା ପାଇଁ ସ୍ୱୟଂ ଠାକୁର ଖିରି ଚୋରି କଲେ।ପୁରୀ ମହାରାଜ ସେଠାରେ ଜଗନ୍ନାଥ ଦର୍ଶନ କରି ଚନ୍ଦନ ନେଇ ବ୍ରଜ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଗଲାବେଳେ ସେ ପୁଣି ରେମୁଣା ଠାରେ ଦର୍ଶନ କରି ବିଶ୍ରାମ କଲେ।

     ଠିକ୍ ସେହି ସମୟ ରେ ଠାକୁର ପୁରୀ ମହାରାଜ ଙ୍କୁ ସ୍ବପ୍ନ ରେ କହିଲେ, ମାଧବେନ୍ଦ୍ର ମୁଁ ଏବଂ ଗୋପିନାଥ ଏକ।ତୁମେ ଗୋପାଳ ଏବଂ ଗୋପିନାଥ ଙ୍କ ମଧ୍ୟରେ ପାର୍ଥକ୍ୟ ନ କରି ସେଠାରେ ହିଁ ମୋତେ ଚନ୍ଦନ ଲେପ କର।ମୋର ପୀଡ଼ା ଦୂର ହେବ। ଠାକୁର ଙ୍କ ଆଜ୍ଞା ମାନି ପୁରୀ ମହାରାଜ ସେଠାରେ ଗୋପିନାଥ ଙ୍କୁ ଚନ୍ଦନ , କର୍ପୁର ଲଗାଇ ସେବା କଲେ।କିଛି ଦିନ ରେମୁଣା ରେ ସେବା କରି ସେ ପୁଣି ନିଜ ଗୋପାଳ ପାଖକୁ ବ୍ରଜ ଭୂମି କୁ ଚାଲି ଆସିଲେ।

        ଠାକୁର ଙ୍କୁ କେବଳ ଭକ୍ତି ରେ ହିଁ ବାନ୍ଧି ହେବ।ଠାକୁର ନିଜ ଭକ୍ତ ଙ୍କ ମନ କଥା ଏବଂ ତାଙ୍କ ଇଚ୍ଛା ପଛ ରେ ଥିବା ସତ୍ ଉଦ୍ଦେଶ୍ୟ ବୁଝି ନିଜ ଭକ୍ତ ଙ୍କ ଇଚ୍ଛା ପୂରଣ କରନ୍ତି।ଠାକୁର ଙ୍କ ପ୍ରତି ସବୁବେଳେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଲେ ଠାକୁର ସବୁ ବିପଦ ଆପଦ ରେ ଆମକୁ ସହାୟ ହେବେ।


Rate this content
Log in

Similar oriya story from Abstract