STORYMIRROR

Kishori Mohini panigrahy(B.Sc,B.Ed)

Abstract Classics Fantasy

3  

Kishori Mohini panigrahy(B.Sc,B.Ed)

Abstract Classics Fantasy

କୁସୁମ ସରୋବର

କୁସୁମ ସରୋବର

2 mins
77

ବୃନ୍ଦାବନ ତୀର୍ଥସ୍ଥଳୀ ମଧ୍ୟରେ ଅନ୍ୟତମ।ରାଧା କୃଷ୍ଣଙ୍କ ପ୍ରେମର ଅନନ୍ୟ ଉଦାହରଣ ଦିଏ ବୃନ୍ଦାବନ ଧାମ।କୁହନ୍ତି ଯିଏ ଥରେ ବୃନ୍ଦାବନ ଯାଏ ତାର ମନ, ପ୍ରାଣ, ହୃଦୟ ସବୁ ଦିନ ପାଇଁ ସେଠି ରହିଯାଏ। ବୃନ୍ଦାବନ ଧାମରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କ ମିଳନ ,ପ୍ରେମର ପ୍ରମାଣ ଦିଏ।ସେହି ସ୍ଥାନ ମାନଙ୍କ ମଧ୍ୟରେ କୁସୁମ ସରୋବର ଏକ ସ୍ଥାନ।

     କୁସୁମ ସରୋବର ଏକ ସୁନ୍ଦର ସରୋବର।ଏହା ଗିରି ଗୋବର୍ଦ୍ଧନ ପର୍ବତ ଠାରୁ ଦୁଇ କିଲୋମିଟର ଦୂରରେ ଅଛି।କହିବାକୁ ଗଲେ ଏହା ଗିରି ଗୋବର୍ଦ୍ଧନ ପର୍ବତର ପରିକ୍ରମା ମାର୍ଗରେ ପଡ଼ିଥାଏ।

   ଏକ ସୁନ୍ଦର ସରୋବର ଅନେକ ଯାତ୍ରୀ ସେଠାରେ ରହି ତାର ପ୍ରାକୃତିକ ସୋନ୍ଦର୍ଯ୍ୟର ଅନୁଭବ ନିଅନ୍ତି। ସରୋବର ଚତୁଃପାଶ୍ୱର୍ରେ ଅନେକ ବୃକ୍ଷ ଯଥା କଦମ୍ବ,ନାନାଦି ପ୍ରକାର ସୁନ୍ଦର ଫୁଲ ଗଛ ସେହି ସ୍ଥାନର ଶୋଭାବୃଦ୍ଧି କରନ୍ତି।

    କୁସୁମ ସରୋବର କିପରି ସୃଷ୍ଟି ହେଲା ତାହା ପଛରେ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କ ଏକ ସୁନ୍ଦର ପ୍ରେମ ଲୀଳାର ରହସ୍ୟ ଅଛି। ଦିନେ ରାଧାରାଣୀ ନିଜ ସଖୀ ମାନଙ୍କ ସହ କୁସୁମ ଅର୍ଥାତ୍ ଫୁଲ ତୋଳିବାକୁ ଗୋବର୍ଦ୍ଧନ ପର୍ବତ ପାଖରେ ଥିବା ବନକୁ ଗଲେ।ପୁଷ୍ପ ସଂଗ୍ରହ କରିବା ସମୟରେ ରାଧାଙ୍କ ବସ୍ତ୍ର କୌଣସି ଗଛର କଣ୍ଟାରେ ଲାଗି ଗଲା ଏବଂ ପୁଷ୍ପ ସବୁ ତଳେ ଭୂମିରେ ପଡ଼ିଗଲା। ଶ୍ରୀକୃଷ୍ଣଙ୍କ ଏକ ସଖା ଏହି ସବୁ ଘଟଣା ଦେଖୁଥିଲେ।ସେ ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ନିକଟକୁ ଯାଇ ସବୁ ଘଟଣା ବର୍ଣ୍ଣନା କଲେ। ଶ୍ରୀକୃଷ୍ଣ ବନମାଳି ବେଶ ଧାରଣ କରି ବନକୁ ଯାଇ କଣ୍ଟାରୁ ରାଧାଙ୍କ ବସ୍ତ୍ର କାଢ଼ି ଦେଲେ।ଯେତେବେଳେ ରାଧା ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ , କିଏ ତୁମେ ଗୋପାଳ ମୋର ସାହାର୍ଯ୍ୟ କରିଥିବାରୁ ଧନ୍ୟବାଦ। ସେତେବେଳେ ଆମର ନଟଖଟ କୃଷ୍ଣ ଉତ୍ତର ଦେଲେ ଯେ ମୁଁ ହେଉଛି ଏହି ବନର ମାଳି।ତୁମେ ମାନେ ମୋର ବିନା ଅନୁମତିରେ ପୁଷ୍ପ ତୋଳି ଦେଇଛ।କିନ୍ତୁ ରାଧା ଏବଂ ତାଙ୍କ ସଖୀ ମାନେ କୃଷ୍ଣ ଙ୍କୁ ଚିହ୍ନି ଦେଲେ। ସେତେବେଳେ ରାଧା କୃଷ୍ଣଙ୍କୁ ଅନୁରୋଧ କଲେ ମୋ ପୁଷ୍ପ ଭୂମିରେ ପଡ଼ି ମାଟି ଲାଗି ଗଲା। ମୋତେ ପୁଷ୍ପ ସବୁ ସଫା କରିବାର ଅଛି ମୋତେ ରାସ୍ତା ଦେଖାଇ ଦିଅ ନିକଟରେ କେଉଁଠି ସରୋବର ଅଛି କି।କୁଷ୍ଣ କହିଲେ ଦିଅ ରାଧା ମୁଁ ପୁଷ୍ପ ସବୁ ଯମୁନାରେ ସଫା କରିକି ଆଣିଦେବି।ରାଧା କହିଲେ ନାହିଁ କାହ୍ନୁ ଯମୁନା ଏ ସ୍ଥାନରୁ ଅନେକ ଦୂର ମୋତେ ବରସାନା ଯିବାରେ ବିଲମ୍ୱ ହେଇଯିବ। ସନ୍ଧ୍ୟା ସମୟ ଆଗତ ପ୍ରାୟ।ସେତେବେଳେ କୃଷ୍ଣ ରାଧାଙ୍କ ପାଇଁ ସେହି ବନ ମଧ୍ୟରେ ସଙ୍ଗେ ସଙ୍ଗେ ମା ଯମୁନାଙ୍କ ଆହ୍ଵାନ କରି ଏକ ସୁନ୍ଦର ସରୋବରର ନିର୍ମାଣ କରିଥିଲେ।ସେହି ସ୍ଥାନରେ ରାଧା ନିଜ ପୁଷ୍ପ ଧୋଈ ବରସାନା ନିମନ୍ତେ ପ୍ରସ୍ଥାନ କରିଥିଲେ।ସେହି ସମୟ ଠାରୁ ସେହି ସରୋବର କୁସୁମ ସରୋବର ନାମ ରେ ପରିଚିତ।ରାଧା ସମସ୍ତଙ୍କ ଠାରୁ ଲୁଚି ଲୁଚି କୃଷ୍ଣଙ୍କ ସହ କୁସୁମ ସରୋବରରେ ଦେଖା କରୁଥିଲେ।ସେହି ସ୍ଥାନଟି ରାଧା କୃଷ୍ଣଙ୍କ ପ୍ରେମର ଅନୁଭବ କରାଏ।

    ବର୍ତ୍ତମାନ ମଧ୍ୟ ସେହି ସ୍ଥାନକୁ ଗଲେ ରାଧା କୃଷ୍ଣଙ୍କ ସାନ୍ନିଧ୍ୟ ଏବଂ ପ୍ରେମର ଅନୁଭୂତି ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract