ଭକ୍ତି ଭାବ ରେ ବନ୍ଧା ଠାକୁର -୩
ଭକ୍ତି ଭାବ ରେ ବନ୍ଧା ଠାକୁର -୩
ଯେଉଁ ମଣିଷ ନିଜକୁ ଠାକୁର ଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ କରିଦିଏ ଠାକୁର ତାକୁ ସବୁ ବିପଦ ଆପଦ ରୁ ରକ୍ଷା କରନ୍ତି।ଭକ୍ତ ର ଡାକ ଶୁଣି ଭଗବାନ ସବୁ ଅସମ୍ଭବ କାମ କୁ ସମ୍ଭବ ରେ ପରିଣତ କରିଦିଅନ୍ତି।ଭକ୍ତ ର ପ୍ରେମ ଏବଂ ଭକ୍ତି କୁ ସେ ହାରିବାକୁ ଦିଅନ୍ତି ନାହିଁ।
ଅନେକ ପୁରୁଣା ଦିନ ର କଥା । ତେଲଙ୍ଗ ଦେଶ ରେ ଗୋଦାବରୀ ନଦୀ ତଟ ରେ ବିଦ୍ୟାନଗର ନାମକ ଏକ ରାଜଧାନୀ ଥିଲା।ସେହି ନଗର ରେ ଏକ ସମୃଦ୍ଧଶାଳୀ ବ୍ରାହ୍ମଣ ରହୁଥିଲେ।ବ୍ରାହ୍ମଣ ଜଣେ ଭଗବାନ ଙ୍କ ଭକ୍ତ ଥିଲେ।ସବୁବେଳେ ଭଗବାନ ଙ୍କ ନାମ ସ୍ମରଣ କରୁଥିଲେ।ବ୍ରାହ୍ମଣ ର ଘରେ ତାଙ୍କ ସ୍ତ୍ରୀ,ଏକ ଅଭିବାହିତ କନ୍ୟା ଏବଂ ତାଙ୍କର ପୁତ୍ର ଓ ପୁତ୍ରବଧୂ ମାନେ ରହୁଥିଲେ।ଯେତେବେଳେ ପୁତ୍ର ମାନେ ବ୍ରାହ୍ମଣ ଙ୍କ ବ୍ୟବସାୟ ଆରମ୍ଭ କଲେ ସେତେବେଳେ ବ୍ରାହ୍ମଣ ଚିନ୍ତା କଲେ ବର୍ତ୍ତମାନ କିଛି ସମୟ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବେ ।ସେ ତାଙ୍କ ମନ କଥା ପୁଅ ମାନଙ୍କୁ କହିଲେ କିନ୍ତୁ କେହି ରାଜି ହେଲେ ନାହିଁ ବ୍ରାହ୍ମଣ ଙ୍କ ସହ ତୀର୍ଥ ଭ୍ରମଣ ପାଇଁ।
ବ୍ରାହ୍ମଣ ଙ୍କ ଘର ପଡିଶା ରେ ଏକ ଗରିବ ବ୍ରାହ୍ମଣ ଯୁବକ ରହୁଥିଲା।ସେ ଗରିବ ଯୁବକ ପିଲା ଟି ଦିନ ରୁ ଅନାଥ । ଅନାଥ ଏବଂ ଗରିବ ହେଲେ ମଧ୍ୟ ବ୍ରାହ୍ମଣ ଯୁବକ ସବୁବେଳେ ନିଜକୁ କୃଷ୍ଣ ଭକ୍ତି ରେ ନିୟୋଜିତ ରଖେ।
ଶେଷରେ ବୃଦ୍ଧ ସମ୍ଭ୍ରାନ୍ତ ଶାଳୀ ବ୍ରାହ୍ମଣ ଜଣ କ ଗରିବ ଯୁବକ ବ୍ରାହ୍ମଣ କୁ ପଚାରିଲେ, ତୁମେ ମୋ ସହ ତୀର୍ଥ ଭ୍ରମଣ କରିବାକୁ ଯିବ କି?
ଯୁବକ ବ୍ରାହ୍ମଣ ଜଣଙ୍କ ଖୁସି ହେଇ ତୀର୍ଥ ଯିବା ପାଇଁ ରାଜି ହେଇଗଲା।୨ ଜଣ ଭଲ ଯୋଗ ଦେଖି ବହାରି ଗଲେ ତୀର୍ଥ ଭ୍ରମଣ ରେ ।
୨ ଜଣ ବ୍ରାହ୍ମଣ ଗୟା, କାଶୀ,ପ୍ରୟାଗ,ଅଯୋଧ୍ୟା ହେଇ ଶେଷ ରେ ବ୍ରଜ ରେ ପହଞ୍ଚିଲେ।ଯାତ୍ରା ମାର୍ଗ ରେ ଯୁବକ ବ୍ରାହ୍ମଣ ବିନା କିଛି ସ୍ବାର୍ଥ ରେ ବୃଦ୍ଧ ବ୍ରାହ୍ମଣ ଙ୍କ ସେବା କରୁଥିଲେ।ବୃଦ୍ଧ ବ୍ରାହ୍ମଣ ଯୁବକ ର ସେବା ଦେଖି ଖୁସି ହେଇ କୃତଜ୍ଞତା ସ୍ୱରୂପ ଯୁବକ କୁ କିଛି ଦେବାକୁ ସ୍ଥିର କଲେ।
ବ୍ରଜ ରେ ଏକ ଗୋପାଳ ମନ୍ଦିର ରେ ବୃଦ୍ଧ ବ୍ରାହ୍ମଣ ଜଣ କ ଖୁସି ହେଇ ଯୁବକ କୁ କହିଲେ, ତୁମ ନିଃସ୍ୱାର୍ଥପର ସେବା ଭାବ ଦେଖି ମୁଁ ଖୁସି ହେଲି ,ମୁଁ ତୁମ କୁ କିଛି ଦେବା ପାଇଁ ଚାହୁଁଛି।
ଏହା ଶୁଣି ଯୁବକ ଜଣ କ ବିନମ୍ରତା ର ସହ କହିଲା,ହେ ବ୍ରାହ୍ମଣ ଆପଣ ମୋ ଠାରୁ ବୟସ ରେ ବଡ଼,ମୋର ପିତୃ ତୁଲ୍ୟ ଏବଂ ଜଣେ ତୀର୍ଥଯାତ୍ରୀ।ମୁଁ କିଛି ପାଇବା ଆଶା ରେ ଆପଣ ଙ୍କ ସେବା କରିନାହିଁ।
ଏହା ଶୁଣି ବୃଦ୍ଧ ବ୍ରାହ୍ମଣ ଜଣ କହିଲେ ହେଲେ ବି ମୁଁ କୃତଜ୍ଞତା ସ୍ୱରୂପ ତୁମକୁ ଦେବାକୁ ଚାହୁଁଛି।ମୁଁ ମୋର କନ୍ୟା ର ବାହା ଘର ତୁମ ସହ କରିଦେବି।
ଏହା ଶୁଣି ଗରିବ ବ୍ରାହ୍ମଣ ଯୁବକ ଆଶ୍ଚର୍ଯ୍ୟ ହେଇ ପଚାରିଲା।ମୁଁ ସାମାନ୍ୟ ଗରିବ ବ୍ରାହ୍ମଣ ଆପଣ ଏତେ ସମୃଦ୍ଧ ଶାଳୀ ଆପଣ ନିଜ କନ୍ୟା ର ବାହା ଘର ମୋ ସହ କରିବେ,ଗୃହ କୁ ଫେରିଲା ପରେ ଆପଣ ଭୁଲି ଯିବେନି ତା?
ଏହା ଶୁଣି ବୃଦ୍ଧ ବ୍ରାହ୍ମଣ ଦୃଢ଼ତା ର ସହ କହିଲେ ମୁଁ ଗୋପାଳ ଙ୍କୁ ସାକ୍ଷୀ ରଖି ପ୍ରତିଜ୍ଞା କରୁଛି ମୁଁ ମୋର କନ୍ୟା ର ବାହାଘର ତୁମ ସହ ହିଁ କରିବି।
ସେତେବେଳେ ଯାଇ ଯୁବକ କୁ ଆଶ୍ଵାସନ ହେଲା ।
କିଛି ତୀର୍ଥ ସ୍ଥାନ ଭ୍ରମଣ କରି ୨ ଜଣ ନିଜ ନଗର କୁ ପ୍ରତ୍ୟାବର୍ତ୍ତନ କଲେ।
କିଛି ଦିନ ପରେ ବୃଦ୍ଧ ବ୍ରାହ୍ମଣ ନିଜ ପରିବାର ଲୋକ ଆଗରେ ନିଜ ପ୍ରତିଜ୍ଞା କଥା କହିଲେ।କିନ୍ତୁ ତାଙ୍କ କଥା ରେ କେହି ବି ରାଜି ହେଲେ ନାହିଁ।
ସେପଟେ ଯୁବକ ଗରିବ ବ୍ରାହ୍ମଣ କିଛି ଦିନ ଅପେକ୍ଷା କଲ ପରେ ଭାବିଲା ବୃଦ୍ଧ ଜଣ କ ନିଜ କଥା ଭୁଲିଗଲେ।ଦିନ ସେ ଯାଇ ବ୍ରାହ୍ମଣ ଙ୍କୁ ସାକ୍ଷାତ କଲା ଏବଂ ଗୋପାଳ ମନ୍ଦିର ରେ ସେ କରିଥିବା ପ୍ରତିଜ୍ଞା କଥା ମନେ ପକେଇ ଦେଲା।ଏହା ଶୁଣି ବୃଦ୍ଧ ବ୍ରାହ୍ମଣ ଙ୍କ ପୁଅ ଆସି ଯୁବକ ଗରିବ ବ୍ରାହ୍ମଣ ର ଅପମାନ କରି କହିଲା।ତୁ ଗୋଟେ ଗରିବ, ତୁଚ୍ଛ, ଅନାଥ ବ୍ରାହ୍ମଣ ।ଅର୍ଥ ଲୋଭ ରେ ମୋ ଭଉଣୀ କୁ ବାହା ହେବାକୁ ଚାହୁଁଛୁ। ଆହୁରି ଅନେକ କଟୁ କଥା କହି ଗରିବ ବ୍ରାହ୍ମଣ ର ନିନ୍ଦା କଲା।ପୁଅ କୁ ଡରି ବୃଦ୍ଧ ବ୍ରାହ୍ମଣ ଜଣ କିଛି କହିଲେ ନାହିଁ।
ଗରିବ ଯୁବକ ନିଜ ଅପମାନ ର ଜବାବ ଦେବ ପାଇଁ ପଞ୍ଚାୟତ ଯାଇ ପଞ୍ଚ ମାନ ଙ୍କ ଆଗରେ ନିଜ ସହ ହେଇଥିବ ଅନ୍ୟାୟ ଗୋଟେ ଗୋଟେ କରି ବର୍ଣ୍ଣନା କଲା।ଯେତେବେଳେ ପଞ୍ଚ ମାନେ ବୃଦ୍ଧ ବ୍ରାହ୍ମଣ ଙ୍କୁ ଡକାଇ ସତ କଣ ପଚାରିଲେ? ପୁଅ କଥା ଶୁଣି ସେ ବୃଦ୍ଧ ଜଣ ଙ୍କ ପ୍ରତିଜ୍ଞା କଥା ତାଙ୍କର ମନେ ନାହିଁ ବୋଲି କହିଲେ।ଶେଷରେ ପଞ୍ଚ ମାନେ ଗରିବ ବ୍ରାହ୍ମଣ ଙ୍କୁ ପ୍ରଶ୍ନ କଲେ, ତୁମ ପାଖରେ କଣ ସାକ୍ଷୀ କିମ୍ବା ପ୍ରମାଣ ଅଛି ଯେ ଏ ବୃଦ୍ଧ ଜଣ ଙ୍କ ତଙ୍କ କନ୍ୟା ର ବାହା ଘର ତୁମ ସହ କରିବେ ବୋଲି କଥା ଦେଇଛନ୍ତି।
ଏହା ଶୁଣି ଯୁବକ କହିଲା ସେଠି ସେହି ସମୟ ରେ ଗୋପାଳ ଠାକୁର ଙ୍କ ବ୍ୟତୀତ ଅନ୍ୟ କେହି ନଃଥିଲେ।ଏହା ଶୁଣି ପଞ୍ଚ ମାନେ ହସି ହସି ପଚାରିଲେ ହେଲେ ଏବେ କଣ ମୂର୍ତ୍ତି ପ୍ରତିମା ଆସି ସାକ୍ଷୀ ଦେବେ?
ଏହା ଶୁଣି ଯୁବକ ବ୍ରାହ୍ମଣ ହଁ କହିଲା।କାରଣ ତାକୁ ଠାକୁରl ଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା।
ତା କଥା ଶୁଣି ପୁଣି ସବୁ ପଞ୍ଚ ମାନେ ହସିଲେ ଏବଂ କହିଲେ ଠିକ୍ ଅଛି ଠାକୁର ଆସିବେ ସାକ୍ଷୀ ଦେବେ ତେବେ ଆମେ ତୁମ କଥା ମାନି ତୁମ ବାହା ଘର କନ୍ୟା ସହ କରିଦେବୁ।ବୃଦ୍ଧ ବ୍ରାହ୍ମଣ ପୁତ୍ର ମଧ୍ୟ ଏ କଥା ରେ ରାଜି ହେଇଗଲା।ସେ ମନେ ମନେ ଏହାକୁ ଅସମ୍ଭଵ ଭାବୁଥିଲା।
ଗରିବ ଯୁବକ ଜଣ ଙ୍କ ଗୋପାଳ ମନ୍ଦିର କୁ ଆସି ଠାକୁର ଙ୍କୁ ପ୍ରାର୍ଥନା କଲେ।ଠାକୁର ନିଜ ଭକ୍ତ ର ଅସୁବିଧା ଦେଖି ସାକ୍ଷୀ ଦେବା ପାଇଁ ରାଜି ହେଇଗଲେ କିନ୍ତୁ ସେ କହିଲେ ତୁମେ ଆଗରେ ଯିବ ମୁଁ ତୁମ ପଛରେ ଯିବି ତୁମେ ପଛକୁ ଦେଖିବ ନାହିଁ।ଯେଉଁଠି ତୁମେ ପଛକୁ ଦେଖିଲ ମୁଁ ସେଥି ସ୍ଥିର ହେଇ ରହିଯିବି।ଯୁବକ ରାଜି ହେଇଗଲା।ଯୁବକ ଆଗରେ ଗୋପାଳ ତାଙ୍କ ପଛ ରେ।
ନଗର ସମୀପ ପ୍ରାୟ ଯୁବକ ଆଉ ନିଜକୁ ସମ୍ଭାଳି ନ ପାରି ପଛକୁ ବୁଲି ଦେଖିଲା। ସେଠି ଠାକୁର ସ୍ଥିର ପାଷାଣ ମୂର୍ତ୍ତି ହେଇଗଲେ।ଏହା ଦେଖି ଯୁବକ କାକୁତି ମିନତି ହେଇ ଠାକୁର ଙ୍କୁ କ୍ଷମା ମାଗିଲା।ନିଜ ଭୁଲ ପାଇଁ ଠାକୁରଙ୍କ ଆଗରେ କ୍ରନ୍ଦନ କଲା।ଭାବ ବିନୋଦିଆ ଠାକୁର ଭକ୍ତର ଆର୍ତ୍ତନାଦ ଦେଖି କହିଲେ, ଯାଓ ନଗର ବାସି ଙ୍କୁ ଏଠି ଡାକି ଆଣ । ମୁଁ ଏ ସ୍ଥାନ ରେ ସାକ୍ଷୀ ଦେବି।ଯୁବକ ଯାଇ ନଗର ବାସି ଙ୍କୁ ଗୋପାଳ ଙ୍କ ଆଗମନ କଥା କହିଲା।ସବୁ ନଗର ବାସୀ ଗୋପାଳ ଙ୍କ ଦର୍ଶନ କରିବାକୁ ଆସିଲେ।ଯୁବକ ର ଭକ୍ତି ଦେଖି ସବୁ ତାକୁ ଧନ୍ୟ ଧନ୍ୟ କହିଲେ।ଗୋପାଳ ଙ୍କ ଦେଖି ଆଉ କାହାର ସାକ୍ଷୀ ନେବାର ସାହାସ ହେଲା ନାହିଁ।ଶେଷ ରେ ବ୍ରାହ୍ମଣ କନ୍ୟା ର ବାହା ଘର ଯୁବକ ଗରିବ ବ୍ରାହ୍ମଣ ସହ ହେଲା।
ରାଜା ଯେତେବେଳେ ଏ ଘଟଣା କଥା ଜାଣିଲେ।ସେ ମଧ୍ୟ ଗୋପାଳ ଙ୍କ ଦର୍ଶନ ପାଇଁ ଆସିଲେ।ଗୋପାଳ ଙ୍କ ମନ୍ଦିର ବନେଇଦେଲେ।
ରାଜା ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଜୟ କରି ଓଡ଼ିଶା ଆସିଲେ ସେତେବେଳେ ସେ ଗୋପାଳ ଙ୍କୁ ଅନୁରୋଧ କଲେ ପୁରୀ ଆସିବା ପାଇଁ। ଠାକୁର ରାଜା ଙ୍କ ସହ ପୁରୀ ଆସି ଶ୍ରୀ ମନ୍ଦିର ରେ ରହିଲେ।କିନ୍ତୁ ସେଠାରେ ଜଗନ୍ନାଥ ଏବଂ ଗୋପାଳ ଙ୍କ ମଧ୍ୟ ରେ ପ୍ରେମ କଳହ ହେବାରୁ ରାଜା ସତ୍ୟବାଦୀ ନାମକ ଗ୍ରାମ ପାଖରେ ମନ୍ଦିର ତୋଳଇ ଠାକୁର ଙ୍କୁ ବିଦ୍ୟମାନ କଲେ।ସେହି ଦିନ ଠାରୁ ସାକ୍ଷୀ ଗୋପାଳ ଓଡ଼ିଶା ରେ ବିଦ୍ୟମାନ କରୁଛନ୍ତି।
