ଦ୍ଵାରକା କ୍ଷେତ୍ର ରୁ ଶ୍ରୀକ୍ଷେତ୍ର
ଦ୍ଵାରକା କ୍ଷେତ୍ର ରୁ ଶ୍ରୀକ୍ଷେତ୍ର
ଦ୍ଵାପର ଯୁଗ ଅନ୍ତିମ ଚରଣ ରେ ପହଞ୍ଚି ସାରିଛି। ଯାଦବ ବଂଶ ର ପୁତ୍ର ଭାଇ ମାନଙ୍କ ମଧ୍ୟ ରେ ସତ୍ତା ପାଇଁ ଯୁଦ୍ଧ ଚାଲିଛି।ଜଣେ ଅନ୍ୟ ଜଣ ଙ୍କ ରକ୍ତ ର ପିପାସୁ ହେଇ ସାରିଛନ୍ତି।ନିଜ ବଂଶ ର ଏହି ପ୍ରକାର ବିନାଶ ଦେଖି ଭଗ୍ନ ହୃଦୟ ରେ ଭଗବାନ ଶ୍ରୀକୃଷ୍ଣ ଅରଣ୍ୟ ମଧ୍ୟ ରେ ବିଚରଣ କରୁଛନ୍ତି।ନିଜ ଅବତାର କାର୍ଯ୍ୟ ର ପରିସମାପ୍ତି କରି ବୈକୁଣ୍ଠ ଯିବାକୁ ହେବ ଏହି ପରି ସେ ବିଚାର କରି ଏକ ବୃକ୍ଷ ଲତା ରେ ଆଶ୍ରୟ ନେଇଥିଲେ।
ଠିକ୍ ଏହି ସମୟ ରେ ଜାରା ଶବର ଶିକାର କରିବା ପାଇଁ ବାହାରିଲା। କୃଷ୍ଣ ଙ୍କ କୋମଳ ପାଦ କୁ ବୃକ୍ଷ ମଧ୍ୟ ରେ ଦେଖି କୌଣସି ପଶୁ ର କାନ ଭାବି ତୀର ଭେଦ କଲା। ଚିତ୍କାର ଶୁଣି ଯେତେବେଳେ ପାଖ କୁ ଗଲା ଦେଖିଲା ସ୍ୱୟଂ ଲୀଳାମୟ ଭଗବାନ ଶ୍ରୀକୃଷ୍ଣ ଙ୍କ ପାଦ ରେ ତୀର ଭେଦ ହେଇଛି। ଏହା ଦେଖି ଜାରା ଶବର ଶ୍ରୀକୃଷ୍ଣ ଙ୍କ ପାଦ ଧରି ତାଙ୍କୁ କ୍ଷମା ମାଗିଲା।ନିଜ କୁ ସବୁଠୁ ବଡ଼ ପାପୀ ଭାବି ଜୀବନ ହାରି ବାର ନିଷ୍ପତି ନେଲା।ଠିକ୍ ସେତିକି ବେଳେ କୃଷ୍ଣ ତାକୁ ତାର ପୂର୍ବ ଜନ୍ମ ର ପଣ କଥା ସ୍ମରଣ କରାଇ ଦେଲେ। ତ୍ରେତୟା ଯୁଗ ରେ ସେ ବାଳୀ ପୁତ୍ର ଅଙ୍ଗଦ ଥିଲା।ରାମ ଲୁଚି ବାଳୀ ଙ୍କୁ ମାରି ଥିବାରୁ ଅଙ୍ଗଦ ମନ ରେ ପଣ କରିଥିଲା ଦିନେ ସେ ମଧ୍ୟ ଲୁଚି ରାମ ଙ୍କୁ ମାରିବ। ପରେ ରାମ ଭଗବାନ ଜାଣି ସେ ରାମ ଙ୍କ ଶରଣ ରେ ଚାଲିଗଲା।କିନ୍ତୁ ଭଗବାନ ତ ଅନ୍ତର୍ଯ୍ୟାମୀ ସେ ଅଙ୍ଗଦ ର ମନ କଥା ଜାଣି ତାର ପଣ ପୂରଣ ପାଇଁ ଆଶୀର୍ବାଦ ଦେଇଥିଲେ।ସେ ଆଶୀର୍ବାଦ ଦ୍ଵାପର ଯୁଗ ରେ ପୂରଣ ହେଲା।ହେଲେ ମଧ୍ୟ ଜାରା ଶବର ର ମନ ମାନିଲାନି ଶେଷରେ ଶ୍ରୀକୃଷ୍ଣ ତାଙ୍କୁ ଆଶୀର୍ବାଦ ଦେଲେ ଯେ କଳି ଯୁଗ ରେ ସେ ଶବର ଜାତି ର ଲୋକ ଙ୍କ ଠାରୁ ପୂଜା ସେବା ପାଇବେ।ଶେଷ ରେ ଅର୍ଜୁନ ସହ ସାକ୍ଷାତ କରି ଅର୍ଜୁନ ଠାରୁ ନିଜ ସମସ୍ତ ଶକ୍ତି ନେଇ ଶ୍ରୀକୃଷ୍ଣ ନିଜ ର ଅବତାର ସମ୍ପନ୍ନ କରି ବୈକୁଣ୍ଠ ପୁର ଚାଲିଗଲେ।ସମଗ୍ର ଦ୍ଵାରକା ନଗରୀ ସମୁଦ୍ର ର ଗଭୀର ଜଳାଶୟ ରେ ବୁଡି ଗଲା। ପଞ୍ଚୁ ପାଣ୍ଡବ ସହ ଦ୍ରୌପଦୀ ସ୍ୱର୍ଗ ଆଡେ ଅଗ୍ରସର କଲେ।ଶେଷରେ ଏକ ଯୁଗ ର ଅବସାନ ଘଟି ନୂତନ ଯୁଗ ର ଆରମ୍ଭ ହେଲା।
ଦିନେ ବିଶ୍ଵାବସୁ ବୋଲି ଜଣେ ଶବର ରାଜା କୁ ସ୍ବପ୍ନ ରେ ଆକାଶ ବାଣୀ ହେଲା। ନୀଳଗିରି ପର୍ବତ ର ଏକ କନ୍ଦର ରେ ସ୍ଵଂୟ ଭଗବାନ ବିଷ୍ଣୁ ନୀଳମାଧବ ରୂପ ରେ ପ୍ରତିଷ୍ଠିତ ଅଛନ୍ତି।ତୁମ ଙ୍କୁ ତାଙ୍କର ପୂଜା କରିବାକୁ ହେବ କିନ୍ତୁ ଏକ ସର୍ତ୍ତ ଅଛି ତୁମେ ନୀଳମାଧବ ଙ୍କ ସତ୍ୟତା ବିଷୟ ରେ କାହାକୁ କିଛି କହିବ ନାହିଁ। ସମୟ ଆସିଲେ ମୁଁ ସ୍ଵଂୟ ଲୋକଲୋଚନକୁ ଆସିଯିବି। ବିଶ୍ଵାବସୁ ସ୍ବପ୍ନ ରୁ ଉଠି ପର ଦିନ ନୀଳଗିରି ପର୍ବତ କୁ ଯାଇ ଦେଖିଲେ ସତରେ ନୀଳମାଧବ ଙ୍କ ପ୍ରତିମା ସେଠି ବିରାଜିତ। ସ୍ୱୟଂ ବିଶ୍ୱେଶର ଭଗବାନ ନିଜ ର ପୂଜା ପାଇଁ ମୋତେ ଚୟନ କରିଛନ୍ତି ଏହା ଭାବି ବିଶ୍ଵାବସୁ ଖୁସି ମନ ରେ ଭଗବାନ ଙ୍କ ଆଦେଶ ମାନି ପୂଜା କରିବା ଆରମ୍ଭ କଲେ।ଏହିପରି କାଳ ର ଚକ୍ର ଗଡି ଚାଲିଲା।
ଦିନେ ଅବନ୍ତି ର ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ମଧ୍ୟ ଠିକ୍ ସେହିଭଳି ଆକାଶବାଣୀ ସ୍ବପ୍ନ ରେ ହେଲା। ନୀଳମାଧବ ରାଜା ଙ୍କୁ ସ୍ବପ୍ନ ରେ ଦେଖା ଦେଇ ଆଦେଶ ଦେଲେ ଇନ୍ଦ୍ରଦ୍ୟୁମ୍ନ ମୋର ସନ୍ଧାନ କର ମୋର ପୂଜା କର।ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବପ୍ନ ରୁ ଉଠି ସଙ୍ଗେ ସଙ୍ଗେ ନିଜର ସଭା ଡକାଇଲେ। ରାଣୀ ଗୁଣ୍ଡିଚା ଏବଂ ରାଜ ଗୁରୁଙ୍କ ଆଦେଶ ଅନୁସାରେ ନିଜର ସମସ୍ତ ମନ୍ତ୍ରି, ସେନାପତି, ଅନ୍ୟାନ୍ୟ ସଭାସଦ ଗଣ ଙ୍କୁ ଦେଶ ର ସବୁ ସ୍ଥାନ କୁ ନୀଳମାଧବ ଙ୍କ ସନ୍ଧାନ ପାଇଁ ପଠାଇଲେ। ଇନ୍ଦ୍ରଦ୍ୟୁମ୍ନ ଙ୍କ ସେନାପତି ବିଦ୍ୟାପତି ଖୋଜି ଖୋଜି ଶବର ପଲ୍ଲୀ ରେ ପହଞ୍ଚିଲେ।ସେଠାରେ ନୀଳମାଧବ ଙ୍କ ନା ଶୁଣି ପ୍ରଜା ମାନ ଙ୍କ ଠାରୁ ଅନ୍ୟ କିଛି ତଥ୍ୟ ସଂଗ୍ରହ ପାଇଁ ସେଠାରେ କିଛି ଦିନ ରହିଗଲେ।ସେ ସମୟ ରେ ରାଜା ବିଶ୍ଵାବସୁ ଙ୍କ ଏକ ମାତ୍ର କନ୍ୟା ଲଳିତା ସହ ତାଙ୍କର ବିବାହ ହେଲା। ଦିନେ ବିଦ୍ୟାପତି ସୁଯୋଗ ପାଇ ବିଶ୍ଵାବସୁ ଙ୍କ ନିକଟ ରେ ନୀଳମାଧବ ଙ୍କ ଦର୍ଶନ ପାଇଁ ଆଗ୍ରହ ପ୍ରକାଶ କଲେ। ବିଶ୍ଵାବସୁ କେତେ ବାରଣ କଲେ ମଧ୍ୟ ସେ ଶୁଣିଲେ ନାହିଁ।ଶେଷରେ ନିଜ ଜାମାତା ଙ୍କ କଥା ରକ୍ଷା କରି ସେ ବିଦ୍ୟାପତି ଆଖି ରେ ପଟି ବାନ୍ଧି ତାଙ୍କୁ ନୀଳମାଧବ ଙ୍କ ଦର୍ଶନ ପି ନେଇଗଲେ।ବିଦ୍ୟାପତି କିନ୍ତୁ ବହୁତ୍ ଚାଲାକ୍ ସେ ରାସ୍ତା ସାରା ସୋରିଷ ବୁଣି ଦେଇ ଯାଉଥାନ୍ତି।ଶେଷରେ ଗୁମ୍ଫା ମଧ୍ୟ ରେ ପ୍ରବେଶ କଲା ପରେ ବିଶ୍ଵାବସୁ ବିଦ୍ୟାପତି ଙ୍କ ଆଖିରୁ ପଟି କାଢ଼ି ଦେଲେ।ନୀଳମାଧବ ଙ୍କ ଦର୍ଶନ କରି ଵିଦ୍ୟାପତି ଭାବ ଭକ୍ତି ରେ ଅଶ୍ରୁ ମୋଚନ କରୁଥାନ୍ତି। ଦର୍ଶନ ସାରି ସେମାନେ ଘରକୁ ଫେରିଲେ। ବିଦ୍ୟାପତି ନୀଳମାଧବ ଙ୍କ ସମ୍ବାଦ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ନିକଟ କୁ ପଠେଇଲେ। ରାଜ ଦର୍ଶନ ପାଇଁ ଆସି ଦେଖିଲେ ନୀଳମାଧବ ଉଭା ହେଇଗଲେ। ଭଗବାନ ସବୁ ସମୟ ରେ ଭକ୍ତ ଙ୍କ ପରୀକ୍ଷା ନେଉଥାନ୍ତି ।ଭକ୍ତ ଙ୍କ ଭଗବାନ ଙ୍କୁ ପାଇବା ପାଇଁ ବ୍ୟାକୁଳତା ଏବଂ ସମ୍ପୂର୍ଣ୍ଣ ସମର୍ପଣ ଭାବ ହିଁ ଏହି ପରୀକ୍ଷାରେ ବିଜୟ ହାସଲ କରିବାର ସୂତ୍ର ଥାଏ।
ରାଜା ଇନ୍ଦ୍ରଦ୍ୟୁମ୍ନ ଠାକୁର ଙ୍କ ଦର୍ଶନ ରୁ ବଞ୍ଚିତ ହେଲା ପରେ ଅନ୍ନଜଳ ତ୍ୟାଗ କରି କୁଷ ଶଯ୍ୟା ରେ ଶୟନ କଲେ।ଶେଷରେ ଦେବର୍ଷି ନାରଦ ଙ୍କ ପରାମର୍ଶ ଅନୁସାରେ ରାଜା ନୃସିଂହ ଭଗବାନ ଙ୍କ ଯଜ୍ଞ କଲେ।ଯଜ୍ଞ ର ପୂର୍ଣ୍ଣଆହୁତି ଦିନ ମହୋଦାଧି କୁଳ ରେ ଏକ ବିଶାଳ ଦ୍ରୁମ ଭାସି ଆସି ଲାଗିଲା।ପ୍ରଜା ଙ୍କୁ ଠାରୁ ଖବର ପାଇ ରାଜା ନିଜ ସୈନ୍ୟ ସାମନ୍ତ ଧରି ସେହି ବିଶାଳ ଦ୍ରୁମ ଦର୍ଶନ କରିବାକୁ ଆସିଲେ।ସେହି ଦ୍ରୁମ ରେ ଶଙ୍ଖ,ଚକ୍ର , ଗଦା ଏବଂ ପଦ୍ମ ଚିହ୍ନ ର ଦର୍ଶନ ପରେ ସେହି ଦାରୁ ରୁ ମୂର୍ତ୍ତି ନିର୍ମାଣ ହେବ ବୋଲି ନିଶ୍ଚିତ ହେଲା।ହଜାର ହଜାର ସୈନ୍ୟ ସାମନ୍ତ ଙ୍କ ସାହାଯ୍ୟ ରେ ମଧ୍ୟ ସେହି ବିଶାଳ ଦାରୁ କୁ କେହି ଉଠେଇ ପାରିଲେ ନାହିଁ।ରାଜା ପୁଣି ଚିନ୍ତା ରେ ବ୍ରତ ଧାରଣ କଲେ। ଶେଷ ରେ ଭଗବାନ ଙ୍କ ନିର୍ଦ୍ଧେଶ ଅନୁସାରେ ବିଦ୍ୟାପତି ଏବଂ ବିଶ୍ଵାବସୁ ଙ୍କ ସାହାଯ୍ୟ ଦ୍ଵାରା ଦ୍ରୁମ କୁ ଉଠାଇ ଯଜ୍ଞ ବେଦୀ କୁ ଅଣାଗଲା।ପୁଣି ଠାକୁର ଙ୍କ ଲୀଳା ଆରମ୍ଭ ହେଲା। ଅନେକ ଶିଳ୍ପୀ ସତ ଚେଷ୍ଟା କରି ମଧ୍ୟ ଦ୍ରୁମ ରୁ ବିଗ୍ରହ ନିର୍ମାଣ କରିବାରେ ସଫଳ ହେଇ ପାରିଲେ ନାହିଁ।ରାଜା ପୁଣି ଠାକୁର ଙ୍କୁ ପ୍ରାର୍ଥନା କଲେ। ଦୟାମୟ ଭଗବାନ ଙ୍କ ଆଦେଶ ଅନୁସାରେ ସ୍ୱୟଂ ବିଶ୍ଵକର୍ମା ଏକ ବୃଦ୍ଧ ବ୍ରାହ୍ମଣ ବେଶ ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ନିକଟକୁ ଯାଇ ମୂର୍ତ୍ତି ନିର୍ମାଣ କରି ପାରିବେ ବୋଲି କହିଲେ।କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା ସେ ମୂର୍ତ୍ତି ନିର୍ମାଣ ଏକ କୋଠରୀ ମଧ୍ୟ ରେ କରିବେ ଏବଂ ଏକଈଷ ଦିନ ଯାଇଁ କୋଠରୀ ଦ୍ୱାର ବନ୍ଦ ରହିବ। ଏହିପରି କିଛି ଦିନ ବିତିଗଲା। କୋଠରୀ ମଧ୍ୟ ରୁ କିଛି ଶଦ୍ଧ ଶୁଭିଲା ନାହିଁ।ରାଣୀ ଗୁଣ୍ଡିଚା ଙ୍କ ପରାମର୍ଶ ଅନୁସାରେ ରାଜା ସମୟ ର ଅବଧି ନ ପୂରିବା ଆଗରୁ କୋଠରୀ ଦ୍ୱାର ଖୋଲିଦେଲେ।ରାଜା କୋଠରୀ ଭିତର କୁ ଯାଇ ଦେଖନ୍ତି ତ ଚତୁ୍ଦ୍ଧାମୂର୍ତ୍ତିଙ୍କ ଙ୍କ ଅଧା ଗଢା ଦେଖିଲେ।ସ୍ୱୟଂ ଜଗତ ର ନାଥ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଙ୍କ ମଧ୍ୟ ରେ ସାନ ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ ଚକ୍ର ର ନିର୍ମାଣ ହେଇଥିଲା।
ବର୍ତ୍ତମାନ ଶ୍ରୀକ୍ଷେତ୍ର ରେ ଯେଉଁ ଭଳି ଭାବ ରେ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ୱାର ଖୋଲିବା ସମୟ ରେ ସେ ସେହିଭଳି ଗୁଣ୍ଡିଚା ମନ୍ଦିର ରେ ବିରାଜିତ ଥିଲେ ।ତେଣୁ ଗୁଣ୍ଡିଚା ମନ୍ଦିର କୁ ଠାକୁର ଙ୍କ ଜନ୍ମବେଦୀ କୁହାଯାଏ।
ନାରଦ ଙ୍କ ଆଦେଶ ଅନୁସାରେ ରାଜା ଶ୍ରୀମନ୍ଦିର ତୋଳଈ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ରହ୍ମା ଙ୍କୁ ନିମନ୍ତ୍ରଣ ଦେବା ପାଇଁ ବ୍ରହ୍ମ ଲୋକ ଚାଲିଗଲେ।ଏପଟେ ମର୍ତ୍ତ୍ୟ ଲୋକ ରେ ଅନେକ ଯୁଗ ଚାଲିଗଲା।ରାଜା ଇନ୍ଦ୍ରଦ୍ୟୁମ୍ନ ପୁଣି ଆସି ଦେଖନ୍ତି ତ ତାଙ୍କ ପରିବାର ସାମ୍ରାଜ୍ୟ ଯାଇ ଉତ୍କଳ ରେ ଲଲିତ ମାଧବ ଙ୍କ ରାଜୁତି ଚାଲିଥାଏ।ସେ ଶ୍ରୀ ମନ୍ଦିର ଙ୍କୁ ନିଜର ବୋଲି ଦାବି କରୁଥିଲେ।ପୁଣି ଇନ୍ଦ୍ରଦ୍ୟୁମ୍ନ ଙ୍କ ନିକଟ ରେ ଆଉ ଏକ ପରୀକ୍ଷା।ଶେଷ ରେ ବ୍ରହ୍ମା ଙ୍କ ଦ୍ଵାରା ସାକ୍ଷ୍ୟ ପ୍ରମାଣ କରିବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି ବୋଲି ସିଦ୍ଧ ହେଲା।ମନ୍ଦିର ପ୍ରତିଷ୍ଠା ପରେ ଯେତେବେଳେ ସ୍ୱୟଂ ଜଗତ ର ନାଥ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ବର ମାଗିବା ପାଇଁ କହିଲେ, ରାଜା କହିଲେ ହେ ପ୍ରଭୁ ମୋର ବଂଶ ରେ ଏହି ମନ୍ଦିର କୁ ମୋର କହିବାକୁ କେହି ନ ରହୁ।ରାଜା ଙ୍କ ସମର୍ପଣ ଭାବ ଦେଖି ଭାବଗ୍ରାହୀ ପ୍ରଭୁ ରାଜା ଙ୍କୁ ନିଜ ଲୋକ ରେ ସ୍ଥାନ ଦେଲେ।
ଏହିପରି ଭାବ ରେ ଦ୍ଵାରକା କ୍ଷେତ୍ର ରୁ ଶ୍ରୀ କ୍ଷେତ୍ର ଭଗବାନ ଙ୍କ ଆଗମନ ହେଲା।ଜାରା ଶବର କୁ ଦେଇଥିବା ଆଶୀର୍ବାଦ ଅନୁସାରେ ବିଦ୍ୟାପତି ଙ୍କ ସ୍ତ୍ରୀ ଲଳିତା ଗର୍ଭ ରୁ ଜନ୍ମ ହେଇଥିବା ବଂଶର ଦଇତାପତି ମାନେ ଏବେ ମଧ୍ୟ ଜଗନ୍ନାଥ ଙ୍କ ସେବା କରନ୍ତି। ଭାବଗ୍ରାହୀ,କୋଟି ଓଡ଼ିଆ ଙ୍କ ମଉଡମଣି ଜଗତର ନାଥ ଜଗନ୍ନାଥଙ୍କ ସମସ୍ତ ଙ୍କ ଉପରେ ନିଜ କୃପା କରି ନିଜ ଭକ୍ତ ଙ୍କୁ ଦେଇଥିବା ଆଶୀର୍ବାଦ ରଖନ୍ତି।ରାଣୀ ଗୁଣ୍ଡିଚା ଙ୍କୁ ଦେଇଥିବା ଆଶୀର୍ବାଦ ପାଇଁ ପ୍ରତିବର୍ଷ ରଥ ଯାତ୍ରା ଦିନ ଦଶ ଦିନ ପାଇଁ ସେ ନିଜ ର କର୍ମ ଭୂମି ଶ୍ରୀମନ୍ଦିର ଛାଡି ଜନ୍ମ ବେଦୀ ଗୁଣ୍ଡିଚା ମନ୍ଦିର ଆସନ୍ତି।
