STORYMIRROR

Kishori Mohini panigrahy(B.Sc,B.Ed)

Abstract Inspirational

4  

Kishori Mohini panigrahy(B.Sc,B.Ed)

Abstract Inspirational

ଶେଷ ଚିଠି

ଶେଷ ଚିଠି

5 mins
377

ସମୟ ରାତ୍ର ୨ ଟା। ହଠାତ୍ ଏକ ଫୋନ୍ କଲ୍ ରେ ବିନୋଦ ର ନିଦ ଭାଙ୍ଗିଲା। ସୀମା ରେ ଶତ୍ରୁ ଅଶାନ୍ତ ପରିବେଶ ସୃଷ୍ଟି କରିଛି। ଶୀଘ୍ର ଆସି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଉପରୁ ଅର୍ଡର ଆସିଛି। ଫୋନ୍ ରଖିଲା ପରେ ବିନୋଦ ର ନଜର ଗଲା ଗଭୀର ନିଦ୍ରା ରେ ଶୋଇଥିବା ଗର୍ଭବତୀ ସ୍ତ୍ରୀ ସୁଧା ଉପରେ, ସୁଧା ର ପ୍ରସବ ସମୟ ଆସନ ପ୍ରାୟ। ସେଥିପାଇଁ ସେ ଛୁଟି ନେଇ ଆସିଥିଲା କଥା ଦେଇଥିଲା ସେ ସୁଧା କୁ ପ୍ରସବ ପୀଡ଼ା ସମୟ ରେ ତା ପାଖ ରେ ରହିବ।ଜୀବନ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ରେ ନିଜ ସ୍ତ୍ରୀ କୁ ଛାଡ଼ି ଯିବାକୁ ପଡ଼ିବ ଭାବି ତା ଆଖିରୁ ଦୁଇ ଟୋପା ଲୁହ ବାହାରିଗଲା।କିନ୍ତୁ ସାଙ୍ଗେ ସାଙ୍ଗେ ନିଜର ଲୁହ ପୋଛି ହୃଦୟ କୁ ପଥର କଲା।ସେ ଏକ ସୈନିକ।ଦେଶ ର ସେବା ତା ପାଇଁ ପ୍ରଥମ ନିଜ ପରିବାର କଥା ଭାବି ସେ ସ୍ୱାର୍ଥପର ହେଇ ପାରିବ ନାହିଁ।
     ଶେଷ ରେ ଭାବିଲା ସକାଳ ହେବା ଆଗରୁ ସେ ଚାଲିଯିବ।ସମସ୍ତେ ଜାଣିଲେ ସମସ୍ତଙ୍କ କ୍ରନ୍ଦନ ରତ ମୁଖ ଦେଖି ଯିବା କଷ୍ଟ। ସଜ ହେଇ ବାହାରିଲା ବିନୋଦ ଯିବା ଆଗରୁ ଏକ କାଗଜ ରେ ଚିଠି ଲେଖି ଦେଇ ଗଲା। ଯିବା ସମୟ ରେ ତାକୁ ରାତ୍ର ର ଅନ୍ଧକାର ରୁ ତା ର ମନ ଭିତର ଟା ଅଧିକା ଅନ୍ଧକାର ପୂର୍ଣ୍ଣ ହେଲା। ଗର୍ଭବତୀ ସ୍ତ୍ରୀ ର ମଥା ରେ ସିନ୍ଦୂର ଦେଇ , ତା ମୁଣ୍ଡ କୁ ଆଉଁସିଲା। ଜାଣିନି ସେ ପୁଣି ତା ପରିବାର ପାଖକୁ ଫେରିବ ନା ନାହିଁ। ତା ର ଛୁଆ ଜନ୍ମ ହେବା ପରେ ବାପା ର କୋଳ ରେ ଖେଳି ପାରିବ ତ? ଏହିପରି ଅନେକ ପ୍ରଶ୍ନ ତା ମନ ରେ ଉଙ୍କି ମାରୁଥାଏ।ଶେଷ ରେ ମା ବାପା ଙ୍କ ଆଶୀର୍ବାଦ ନେଇ ହୃଦୟ କୁ ପଥର କରି ବାହାରିଗଲା ବିନୋଦ ଦେଶ ସେବା ରେ ନିଜ କୁ ଉତ୍ସର୍ଗ କରିବା ପାଇଁ।
           ରାତି ପାହି ସକାଳ ହେଲା, ସୁଧା ଆଖି ଖୋଲି ଦେଖିଲା ପାଖରେ ବିନୋଦ ନାହିଁ। ଏତେ ସକାଳୁ କୁଆଡେ ଗଲେ କହି ଉଠିଲା ସୁଧା।ଘର ସାରା ଖୋଜିଲା ବିନୋଦ କୁ ପାଇଲା ନାହିଁ।ହଠାତ୍ ତାର ନଜର ସାମ୍ନା ରେ ଥିବା ଦର୍ପଣ ଉପରକୁ ଗଲା। ଦେଖିଲା ତାର ମଥା ସିନ୍ଦୂର ରେ ଭରି, ସିନ୍ଦୂର ର ଲାଲ ଚମକ ତାର ମଥା ର ଶୋଭା ବର୍ଦ୍ଧନ କରୁଛି। ସିନ୍ଦୂର ଦେଖି ତାକୁ ଖୁସି ଯେତିକି ଲାଗିଲା ସନ୍ଦେହ ବି ହେଲା। ସଙ୍ଗେ ସଙ୍ଗେ ଯାଇ ଶାଶୁ ଶଶୁର ଙ୍କୁ ପଚାରିଲା ସେମାନେ ମଧ୍ୟ ଜାଣି ନାହାନ୍ତି ବିନୋଦ କୁଆଡେ ଗଲା? ସମସ୍ତେ ଅସ୍ତ ବ୍ୟସ୍ତ ହେଇ ବିନୋଦ କୁ ଖୋଜୁଥାନ୍ତି।ସେତେବେଳେ ସୁଧା ର ନଜର ଗଲା ବିନୋଦ ଲେଖିଥିବା ଚିଠି ଉପରେ!
      ଚିଠି ପଢ଼ି ସୁଧା ର ହୃଦୟ ଟା କୋହ ରେ ଭରିଗଲା। ଠିକ୍ ସେତିକି ବେଳେ ବିନୋଦ ର ବାପା, ମା ମଧ୍ୟ ସେ ସ୍ଥାନ ରେ ଆସିଲି ପହଞ୍ଚିଲେ।
         ବିନୋଦ ର ମା ସୁଧା କୁ ପଚାରିଲେ, କି ଲୋ କଣ ହେଲା ବିନୋଦ କାହିଁ ତୁ ଏ ଚିଠି କଣ ପଢ଼ୁଛୁ?
         ବିନୋଦ ର ବାପା ଆଲୋ ମା ସୁଧା କଣ ହେଇଛି ଏ ଚିଠି କଣ ବିନୋଦ ଲେଖି ଯାଇଛି କି? କୁଆଡେ ଗଲା ସେ?  କଣ ଅତି ଜରୁରୀ କାମ ରେ ବାହାରକୁ ଯାଇଥିବା ଆସିଯିବ ତୁମେ ବ୍ୟସ୍ତ ହୁଅନି।
         ସୁଧା କହିଲା ବାପା, ତୁମ ପୁଅ ଚିଠି ଲେଖି ଯାଇଛନ୍ତି ମୋ ମଥା ରେ ସିନ୍ଦୂର ଦେଇ ଦେଶ ର କୋଟି କୋଟି ନାରୀ ଙ୍କ ସିନ୍ଦୂର ରକ୍ଷା କରିବାକୁ।
      ବିନୋଦ ର ବାପା କହିଲେ ତୁ ଏ କଣ କହୁଛୁ ମା କଣ ଲେଖା ହେଇଛି ଚିଠି ରେ ପଢ଼େ।
   ସୁଧା କହିଲା ବାପା କାଲି ଆମେ ଶୋଇବା ପରେ ତାଙ୍କୁ ଫୋନ୍ ଆସିଥିଲା ।ଦେଶ ର ସୀମା ରେ ଶତ୍ରୁ ଆକ୍ରମଣ କରିଛି।ତୁମ ପୁଅ ଯାଇଛନ୍ତି ମାଟି ମା ର ସେବା କରିବାକୁ।
       

      ଚିଠି ରେ ଲେଖା ହେଇଛି, ସୁଧା ବାପା ,ମା ଙ୍କୁ ମୋର ନମସ୍କାର ଜଣେଇବ। ମୁଁ ଯଦି ଆଜି ସ୍ବାର୍ଥ ପର ହେଇ ମୋ ପରିବାର ଆଉ ଦେଶ ଭିତରୁ ମୋର ପରିବାର କୁ ଚୟନ କରିବି ତେବେ ଏହା ମୋ କର୍ମ ଏବଂ,ମୋର ମାଟି ମା ର ରକ୍ଷା କରିବାକୁ ଦେଇଥିବା ପ୍ରତିଶ୍ରୁତି ପ୍ରତି ବିଶ୍ଵାସଘାତକ ହେବ। ସୈନିକ ହେବା ଆଗରୁ ମୁଁ କଥା ଦେଇଥିଲି ଜୀବନ ର ଅନ୍ତିମ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶ ର ସେବା କରିବି।ଆଜି ମୋ ଦେଶ କୁ ମୋର ଆବଶ୍ୟକ ଅଛି। ମୁଁ ଯାଉଛି। ଜାଣିଛି ତୁମକୁ ବି କଥା ଦେଇଥିଲି , ବିବାହ ବେଦୀ ରେ କହିଥିଲି ସବୁ ସୁଖ, ଦୁଃଖ ରେ ତୁମ ସହ ରହିବି କିନ୍ତୁ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତ ରେ ଯେତେବେଳେ ତୁମ କୁ ମୋର ଆବଶ୍ୟକ ଅଛି ମୁଁ ତୁମକୁ ଛାଡ଼ି ଯିବାକୁ ପଡୁଛି।କିନ୍ତୁ ତୁମେ କୁହ ତୁମ ଭଳି ଏମିତି କେତେ ସ୍ତ୍ରୀ ଥିବେ ଯେଉଁମାନେ ଗର୍ଭବତୀ ଥିବେ , ସେମାନଙ୍କ ଭିତରେ ଏକ ନବ ଜିବନ ନିଃଶ୍ୱାସ ନେଉଥିବ।ଏହିଭଳି ସମୟ ରେ ଯଦି ଶତ୍ରୁ ଦେଶ କୁ ପ୍ରବେଶ କରିବେ ଟା ସେମାନଙ୍କ କଣ ହେବ?ମୋ ଉପରେ କେବଳ ମୋ ପରିବାର ର ଦାୟିତ୍ଵ ନାହିଁ ଦେଶରେ ଥିବା କୋଟି କୋଟି ପରିବାର ର ଦାୟିତ୍ଵ ଅଛି।ତୁମ ମଥା ରେ ସିନ୍ଦୂର ଦେଇ ଆସିଛି ତୁମେ ଅନ୍ୟ ମାନଙ୍କ ମଥା ର ସିନ୍ଦୂର କୁ ବୁଝିବ।ଯଦି ମୁଁ ଏ ଯୁଦ୍ଧ ରେ ସହିଦ ହେଲି ତେବେ ମନଦୁଃଖ କରିବ ନାହିଁ।ତୁମ ସ୍ବାମୀ ତୁମ ଭଳି କୋଟି କୋଟି ସ୍ତ୍ରୀ ଙ୍କ ମଥା ର ସିନ୍ଦୂର ରକ୍ଷା କରିବାକୁ ଯାଇ ନିଜ ଜୀବନ ଦେଇଛି।କେବେ ମଧ୍ୟ ଲୁହ ଗଡାଇବ ନାହିଁ।ମନ ଦୁଃଖ କରିବ ନାହିଁ।ଆମ ଛୁଆ ର ଲାଳନ ପାଳନ ଠିକ୍ ସେମିତି କରିବ ଯେମିତି ଆମେ କଥା ହେଇଥିଲେ।ତାକୁ କହିବ ତା ବାପା ଜନ୍ମ ବେଳେ ତା ପାଖ ରେ ନଥିଲା ସତ କିନ୍ତୁ ତା ବାପା ପାଇଁ କୋଟି କୋଟି ପିଲା ଅନାଥ ହେବାରୁ ବଞ୍ଚିଗଲେ।ମୋ ମା ବାପା ଙ୍କୁ ନିଜ ବାପା ମା ଭାବି ତାଙ୍କ ସେବା କରିବ । ମୁଁ ଅଧା ରେ ଛାଡି ଯାଉଥିବା ପ୍ରତି ଟି କର୍ତ୍ତବ୍ୟ ତୁମେ ସମ୍ପାଦନ କରିବ। ସବୁବେଳେ ଖୁସି ରେ ରହିବ। ଭଗବାନଙ୍କ ଯଦି ଇଚ୍ଛା ଥିବ ତେବେ ଶତ୍ରୁ କୁ ବିନାଶ କରି ତୁମ ନିକଟ କୁ ନିଶ୍ଚୟ ଫେରିବି।


                      ଇତି
                ତୁମ ବିନୋଦ
 ଚିଠି ରଖିଦେଇ ସୁଧା ବସିଗଲା ତାକୁ ତାର ସଂସାର ଟା ଅନ୍ଧକାର ମୟ ମାନେ ହେଲା।କିନ୍ତୁ ବିନୋଦ କହିଥିବା କଥା ରଖିବାକୁ ଯାଇ ସେ କାନ୍ଦିଲା ନାହିଁ।ଠିକ୍ ସେହି ସମୟ ରେ ତାକୁ ପ୍ରସବ ପୀଡ଼ା ଆରମ୍ଭ ହେଲା। ତା ଶାଶୁ ଶଶୁର ତାକୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଗଲେ। ସେଠି ଭର୍ତି କଲେ।ଠିକ୍ ତାର ପରଦିନ ସୁଧା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଲା।ଠିକ୍ ସେହି ସମୟ ରେ ଫୋନ୍ ଆସିଲା ଯୁଦ୍ଧ ରେ ବିନୋଦ ସହିଦ ହେଇଯାଇଛି। ଶତ୍ରୁ ମାନଙ୍କ ସହ ଧସ୍ତାଧସ୍ତି  ରେ ନିଜ ଜୀବନ କୁ ବାଜି ଲଗେଇ ସାତ ଜଣ ଶତ୍ରୁ କୁ ମାରିଛି ସେ।ଠାକୁର ଙ୍କ ଏ କି ଲୀଳା ଖେଳା ଗୋଟେ ପଟେ ପୁତ୍ର ଦେଇ ମା ର ସୁଖ ଦେଲେ ଅନ୍ୟ ପକ୍ଷେ ମୋ ସ୍ବାମୀ ଙ୍କୁ ଛଡେଇ ନେଲୋ ବିନୋଦ ର ବାପା ମା ଏବଂ ସୁଧା ର ଦୁଃଖ କହିଲେ ନ ସରେ।ସୁଧା ର ହୃଦୟ ରେ ଦୁଃଖ ଥିଲେ ମଧ୍ୟ ବିନୋଦ କହିଥିବା କଥା କୁ ରକ୍ଷା କଲା ସେ ଆଖି ରୁ ଟୋପାଏ ବି ଲୁହ ନ ଝରାଇ ବିନୋଦ ର କ୍ରିୟା କର୍ମ କଲା।
            ଯୁଦ୍ଧ ର ଫଳ ସେମାନେ ଭୋଗିଥାନ୍ତି ଯାହାର ପରିବାର ର କେହି ସହୀଦ ହୁଅନ୍ତି।ସେମାନଙ୍କ ଦୁଃଖ ର ଗଭୀରତା କେହି ବୁଝିପାରିବେ ନାହିଁ।


     


Rate this content
Log in

Similar oriya story from Abstract