ବୋଉ ଡାକ
ବୋଉ ଡାକ
ଅନେକ ବର୍ଷ ପରେ କୁନା ନିଜ ଜନ୍ମଭୂମି କୁ ଫେରୁଛି, ସେଥିପାଇଁ ସେ ବହୁତ ଖୁସି।ଘରେ ପହଞ୍ଚି କଣ କରିବ ସେ ସେଥିପାଇଁ ନିଜ ମନ ରେ ତାଲିକା ପ୍ରସ୍ତୁତ କରୁଥାଏ। ପ୍ରଥମେ ଘରେ ପହଞ୍ଚି ଦ୍ୱାର ମୁହଁ ରୁ ବୋଉ ବୋଲି ଡାକିବ। ବୋଉ ତାକୁ ଦେଖି ଖୁସି ରେ କେମିତି କାନ୍ଦି ପକେଇବ କୁନା ନିଜ ମାନସ ପଟ ରେ କଳ୍ପନା କରୁଥାଏ। ବୋଉ କୁ ତା ମନ ପସନ୍ଦ ର ଖାଇବା ବନେଇବାକୁ କହିବ ।ଖାଇ ସାରି ବୋଉ କୋଳ ରେ ମୁଣ୍ଡ ରଖି ଶୋଇବ।ଘରୁ ବାହାରକୁ ପଢ଼ିବା ପାଇଁ ଯିବା ପରେ ତା ଜୀବନ ରେ ଯାହା ସବୁ ଘଟିଯାଇଛି ଗୋଟି ଗୋଟି କରି ତା ବୋଉ କୁ କହିବ ଏହା ଭାବି ସେ ବହୁତ ଖୁସି ହେଉଥାଏ ।ଗାଁ ରେ ଥିବା ତାର ପୁରୁଣା ସାଙ୍ଗ ମାନଙ୍କ ସହ ମିଶି ଗାଁ ସାରା ବୁଲିବ,ନିଜ ପିଲା ଦିନ ର ସ୍ମୃତି ସବୁ ମନେ ପକେଇବ ଏହା ସେ ଭାବୁଥାଏ।
୫ ବର୍ଷ ତଳେ କୁନା ପାଠ ପଢିବା ପାଇଁ ଆମେରିକା ଚାଲି ଯାଇଥିଲା।ଛୋଟ ବେଳେ ହିଁ ତା ବାପା ସଂସାର ଛାଡ଼ି ଚାଲି ଯାଇଥିଲେ।ବାପା ଯିବା ପରେ ତା ର ମାଉସୀ ପୁଅ ଭାଇ ତା ବାପା ର ସ୍ଥାନ ନେଇଥିଲେ। ମାଉସୀ ଘର ପାଖ ରେ କୁନା ର ଘର।ଗୋଟେ ବୋଲି ପୁଅ କୁନା ଯେତେବେଳେ ବିଦେଶ ଯିବ କଥା କୁନା ତା ବୋଉ କୁ କହିଲା, ତା ବୋଉ ର ମୁହଁ ଶୁଖିଗଲା। ଏକମାତ୍ର ଆଖି ର ତାରା କୁ ବିଦେଶ କୁ ଛାଡ଼ି ପାରିବିନି କହି କୁନା ର ବୋଉ ମନ ଦୁଃଖ ରେ କାନ୍ଦିଥିଲା ।କୁନା କିନ୍ତୁ ବୁଝା ସୁଝା କରି ପ୍ରତିବର୍ଷ ଛୁଟି ରେ ଆସିବା କଥା ଦେଇ ଯାଇଥିଲା। ମନ ରେ କଷ୍ଟ ହେଉଥିଲେ ବି ନିଜ କୋହ କୁ ହୃଦୟ ରେ ଚାପି ନିଜ ପୁଅ ର ଉଜ୍ଜଳ ଭବିଷ୍ୟ ପାଇଁ ଶେଷ ରେ ସେ କୁନା କୁ ବିଦେଶ ଛାଡ଼ିବାକୁ ରାଜି ହେଲେ।
କୁନା ବିଦେଶ ଗଲା ସତ କିନ୍ତୁ ପ୍ରତିବର୍ଷ ଆସିବା କଥା ର ପ୍ରତିଶ୍ରୁତି ସେ ରଖି ପାରିଲା ନାହିଁ।ଅନେକ ବାଟ ଦେଇ ମାତ୍ର କିଛି ଦିନ ପାଇଁ ଯିବ,ବେଶୀ ଦିନ ତ ରହିବନି ବାକି ଯିବା ଆସିବା ଖର୍ଚ୍ଚ ବେଶୀ ହେଇଯିବ ଭାବି ସେ ଘରକୁ ଆସିଲା ନାହିଁ।ମାଉସୀ ପାଖ ରେ ବୋଉ ଖୁସି ରେ ଥିବ ଭାବି ସେ ଆଶ୍ବସ୍ତ ହେଇ ବିଦେଶ ରେ ରହିଯାଉଥାଏ।କିଛି ଦିନ ବ୍ୟବଧାନ ରେ ଟେଲିଫୋନ ରେ ତା ବୋଉ ସହ କଥା ହେଇଯାଏ।
କୁନା ର ବୋଉ ସବୁବେଳେ ଆସିବା କଥା ପଚାରିଲେ କୁନା ପଇସା ଖର୍ଚ୍ଚ ହେବ ବୋଲି କହିଲେ ତା ବୋଉ ଆଉ ଆସିବାକୁ ବାଧ୍ୟ କରି ପାରେନି କିନ୍ତୁ ନିଜର ଏକମାତ୍ର ପୁଅ କୁ ଦେଖିବା ପାଇଁ ତାଙ୍କ ଆଖି ତରସି ଉଠୁଥିଲା।କୁନା ରେ ବାପା ଯିବା ପରେ କୁନା ହିଁ ତାଙ୍କ ବଞ୍ଚିବାର ଏକମାତ୍ର ଆଶା ଥିଲା।କୁନା କୁ ଝୁରି ଝୁରି ଶେଷ ରେ ତାଙ୍କ ଦେହ ଖରାପ ହେବାକୁ ଲାଗିଲା।
ସେ କୁନା ର ପିଲା ଦିନ ର ସ୍ମୃତି କୁ ମନେ ପକାଇ ଜୀବନ ଅତିବାହିତ କରୁଥିଲେ।
କୁନା ସବୁବେଳେ ସ୍କୁଲ ରୁ ଫେରି ଦ୍ୱାର ମୁହଁ ରୁ ବୋଉ ବୋଲି ଡାକିବ। ବୋଉ ଶୀଘ୍ର ମୋ ପାଇଁ ପଖାଳ ଭାତ, ବଡ଼ି ଶାଗ ଭଜା ବାଢ଼େ ମୁଁ ଖାଇ କି ଖେଳିବାକୁ ଯିବିି କହିବ।ଖେଳି କି ଆସିଲା ପରେ ଘର କାମ ରେ ତା ବୋଉ କୁ ସାହାର୍ଯ୍ୟ କରିବ ।ରାତିରେ ତା ବୋଉ କୋଳ ରେ ମୁଣ୍ଡ ରଖି ଶୋଇବ।ବେଳେବେଳେ କୁନା ରାତ୍ରି ରେ ନିଦ ରେ ବି ବୋଉ ବୋଉ ବୋଲି କହୁଥିବ।ଯେ ନିଜ ମା କୁ ଏତେ ଭଲ ପାଉଥିଲା ସ୍ନେହ ଆଦର କରୁଥିଲା ସେ କୁନା ବିଦେଶ ଯାଇ ସବୁ ଦିନ ପାଇଁ ଆଉ ତା ମା କୁ ଭୂଳିଯାଇନି ତ ଏମିତି ଭାଇ ଭାବି କୁନା ତା ବୋଉ ର ଦେହ ଦିନ କୁ ଦିନ ବେଶୀ ଖରାପ ହେବାକୁ ଲାଗିଲା।କୁନା ର ବୋଉ ର ଏମିତି ଅବସ୍ଥା ଦେଖି କୁନା ର ମାଉସୀ ର ପୁଅ କୁନା କୁ ଶୀଘ୍ର ଘରକୁ ଆସିବାକୁ କହିଲା କିନ୍ତୁ ତା ବୋଉ ର ଦେହ ଖରାପ କଥା କହିଲା ନାହିଁ।
କିଛି ଦିନ ପରେ କୁନା ଗାଁ କୁ ଆସିବାକୁ ମନସ୍ଥ କଲା ।ରାସ୍ତା ସାରା ମଧୁର ସ୍ବପ୍ନ ଦେଖି ଆସୁଥାଏ। ଯେତେବେଳେ ଗାଁ କୁ ପଶିଲା ଦେଖ ତ ଦିର୍ଘ ୫ ବର୍ଷ ଭିତରେ ଗାଁ ରେ ବହୁତ କିଛି ପରିବର୍ତ୍ତନ ହେଇଯାଇଛି।ଖେଳ ପଡିଆ ର ଜାଗା ଉଚ୍ଚ ଅଟ୍ଟାଳିକା ନେଇଯାଇଛି।ମନ୍ଦିର ରେ ଆଉ ଭାଗବତ ପାଠ ହେଉନାହିଁ। ଏ ସବୁ ଦେଖି କୁନା ର ମନ ଭିତରଟା କୋହ ଉଠିଲା।ଘରେ ପହଞ୍ଚି ଦେଖିଲା ଦ୍ୱାର ମୁହଁ ରେ ଅନେକ ଭିଡ଼।ଦ୍ୱାର ମୁହଁ ରେ ଲୋକ ଙ୍କ ଭିଡ଼ ଦେଖି ସେ ଚକିତ ।ଲୋକ ମାନେ ସବୁ ବିକଳ ନୟନ ରେ କୁନା ଆଡେ ଦେଖୁଥାନ୍ତି।କୁନା ଘରକୁ ପଶି ଦେଖିଲା ତ ତା ବୋଉ ର ମୃତ ଶରୀର ପାଖ ରେ ବସି ତା ମାଉସୀ ଏବଂ ମାଉସୀ ପୁଅ ଭାଇ କାନ୍ଦୁଛନ୍ତି।କୁନା ବୋଉ ବୋଲି ଜୋର୍ ରେ ଚିତ୍କାର କଲା କିନ୍ତୁ ଆଗ ଭଳି ତାକୁ ଆଉ ପ୍ରତ୍ୟୁତର ମିଳିଲା ନାହିଁ।କୁନା କୁ ପୁରା ପୃଥିବୀ ଟା ଅନ୍ଧାର ଦେଖାଗଲା।ସେ ତା ବୋଉ ପାଖ ରେ ବସି ଢ଼େର କାନ୍ଦିଲା।କୁନା ପାଇଁ ତାର ସଂସାର ତା ର ବୋଉ ହିଁ ଥିଲା।
ସେ ତାର ମାଉସୀ ପୁଅ ଭାଇ କୁ ତା ବୋଉ ଯିବାର କାରଣ ପଚାରିଲା।ସେ ଯିବା ପରେ ତା ବୋଉ ର ତାକୁ ଝୁରି ଝୁରି ଦେହ ଖରାପ ଶୁଣି କୁନା ମନ ରେ କଷ୍ଟ ହେଲା। ତା ବୋଉ ର ମୃତ୍ୟୁ ପାଇଁ ସେ ନିଜେ ହିଁ ଦାୟୀ।ସେ ତା ବୋଉ ର ଯତ୍ନ ନେଇ ପାରିଲା ନାହିଁ। ତା ବୋଉ ର ମନ କଥା ଜାଣି ତା ସହ ମିଶିବାକୁ ଆସି ପାରିଲା ନାହିଁ।ସାମାନ୍ୟ ପଇସା ଖର୍ଚ୍ଚ କଥା ଭାବି ସେ ତା ପ୍ରତିଶ୍ରୁତି ରଖି ପାରିଲା ନାହିଁ। ଆଜି ସେ ଶିକ୍ଷିତ ଚାକିରିଆ ହେଲେ ମଧ୍ୟ ତା ଖୁସି ଦେଖିବାକୁ ତା ବୋଉ ତା ପାଖ ରେ ନାହିଁ।ସେ ଆଉ ବୋଉ ବୋଲି ଡାକିଲେ ପ୍ରତ୍ୟୁତର ମିଳିବ ନାହିଁ।ବୋଉ ର ହାତ ରନ୍ଧା ଆଉ ଖାଇପରିବ ନାହିଁ।ବୋଉ ର କୋଳ ରେ ଆସୁ ଶୋଇ ପାରିବ ନାହିଁ।
ତା ଜୀବନ ରୁ ସବୁ ଦିନ ପାଇଁ ବୋଉ ଡାକ ଟା ଚାଲିଗଲା ।ନିଜ ଜୀବନ ର ଏହି ଦୁଃଖଦ ସତ୍ୟ କୁ ସେ ସହଜ ରେ ଗ୍ରହଣ କରି ପାରୁ ନଥିଲା।ଶେଷ ରେ ଦୁଃଖ ମନ ରେ ନିଜ ମା ର ଅନ୍ତିମ ସଂସ୍କାର କଲା।
ପିଲା ମାନେ ବାହାରକୁ ଗଲେ ବାପା ମା ପ୍ରତି ଥିବା କର୍ତ୍ତବ୍ୟ କୁ ଅବହେଳା କରି ଦିଅନ୍ତି।କିନ୍ତୁ ସମୟ ଆସେ ତାଙ୍କ ପାଖରେ ସବୁ କିଛି ସୁଖ ଉପଲବ୍ଧ ଥାଏ କିନ୍ତୁ ସେ ସବୁ ସୁଖ ରେ ସାମିଲ୍ ହେବା ପାଇଁ ପାଖ ରେ ବାପା ମା ନଥାନ୍ତି।ତେଣୁ କୌଣସି ପରିସ୍ଥିତି ରେ ମଧ୍ୟ ବାପା ମା ପ୍ରତି ଅବହେଳା କରିବା ଠିକ୍ ନୁହଁ।
