Kishori Mohini panigrahy

Abstract Children Stories Classics

4.5  

Kishori Mohini panigrahy

Abstract Children Stories Classics

ଅହଂକାର ରୁ ସର୍ବନାଶ

ଅହଂକାର ରୁ ସର୍ବନାଶ

3 mins
469


ଅହଂକାର ହେଉଛି ମନୁଷ୍ୟ ର ପରମ ଶତ୍ରୁ।ଧନ, ଜନ,ବିଦ୍ୟା ଯେ କୌଣସି ଜିନିଷ କୁ ନେଇ ଅହଂକାର କରିବା ଠିକ୍ ନୁହେଁ। ଅହଂକାର ର ବଶବର୍ତ୍ତୀ ହେଇ ଅହଂକାରୀ ମନୁଷ୍ୟ ଅନେକ ଅଧର୍ମ କରିଥାଏ।ଯାହାର ଫଳସ୍ୱରୂପ ଭୟଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ।

     ଥରେ ଗୋଟିଏ ନଦୀ କୁଳ ରେ ସରସ୍ଵତୀ ମା ଙ୍କ ଗୋଟିଏ ମୂର୍ତ୍ତି ଥିଲା। କେଉଁ କାଳ ରୁ ସେ ମୂର୍ତ୍ତି ସେଠି ଅଛି କେହି ଜାଣନ୍ତି ନାହିଁ।ନଦୀ ପାଖ ଗାଁ ଲୋକ ମାନେ ଆସି ପ୍ରତିଦିନ ନଦୀ ରେ ସ୍ନାନ କରି ସେଠି ମୁଣ୍ଡିଆ ଟି ଏ ମାରି ଦେଇ ଯାଆନ୍ତି। ନିୟମ ଅନୁସାରେ କେବଳ ବ୍ରାହ୍ମଣ ଜାତି ର ଲୋକ ମାନେ ହିଁ ପାଖକୁ ଯାଇ ମୂର୍ତ୍ତି କୁ ଛୁଇଁ ପୂଜା କରୁଥିଲେ।ଅନ୍ୟ ସମସ୍ତେ ଦୂର ରୁ ଦର୍ଶନ କରି ଚାଲି ଯାଉଥିଲେ।

    ସେହି ନଦୀ କୁଳ ପାଖ ଗାଆଁ ରେ ଶବର ଜାତି ର ଗୋଟିଏ ପରିବାର ରହୁଥିଲା।ସେହି ଶବର ପରିବାର ର ପୁଅ ହେଉଛି ଚିନ୍ତାମଣି। ଚିନ୍ତାମଣି କୁ ଏ ସବୁ ଛୁଆଁ, ଅଛୁଆଁ ନୀତି ନିୟମ ଭଲ ଲାଗୁନଥିଲା। ଷୋହଳ ବର୍ଷ ର ସେ ଛୋଟବେଳୁ ହିଁ ଚାଲାକ୍। କେଉଁ କାମ କୁ ବି ଥରେ ଦେଖିଲେ ମନେ ରଖିଦିଏ।ଯାହା ବି ଥରେ ଶୁଣେ ,ବୁଝେ ସେ ସବୁ ସଙ୍ଗେ ସଙ୍ଗେ ତାର ସ୍ମୃତି ପଟ ରେ ଛାପି ହୋଇଯାଏ।      ସେ ଯେବେ ବି ନଦୀ କୁଳ କୁ ଯାଏ, ସରସ୍ଵତୀ ମା ଙ୍କୁ ନମସ୍କାର କରି ଏକ ଲୟ ରେ ତାଙ୍କ ଆଗରେ ବସିଯାଏ।କେହି ନ ଦେଖିଲା ଭଳି ସରସ୍ଵତୀ ମା ଙ୍କ ମୂର୍ତ୍ତି କୁ ଯାଇ ଛୁଇଁ ପୂଜା କରି ଆସେ। ତା ମନ ରେ ଗର୍ବ, ଅହଂକାର ନଥିଲା , ଥିଲା କେବଳ ଭକ୍ତି।ପୂଜା ପାଠ, ମନ୍ତ୍ର ଜଣା ନଥିଲା କିନ୍ତୁ ମନ ରେ ମା ସରସ୍ଵତୀ ଙ୍କ ପ୍ରତି ସମର୍ପଣ ଭାବ ଥିଲା।ମା ସରସ୍ଵତୀ ତା ଭକ୍ତି ରେ ପ୍ରସନ୍ନ ହେଲେ ସେ ଚିନ୍ତାମଣି କୁ ସ୍ବପ୍ନ ରେ କହିଲେ,  

         ଚିନ୍ତାମଣି ତୁ ପ୍ରତିଦିନ ମୋତେ ଜଳ ରେ ଅଭିଷେକ କରି ପୂଜା କର, ତୋର ମଙ୍ଗଳ ହେବ।ଚିନ୍ତାମଣି ତା ଆଗରୁ ସରସ୍ଵତୀ ମା ଙ୍କ ପ୍ରତି ସମର୍ପିତ ଥିଲା।ମା ଙ୍କ ଆଜ୍ଞା ପାଇ ସେ ପ୍ରତିଦିନ ତାଙ୍କର ପୂଜା କରିବାକୁ ଲାଗିଲା। ନଦୀ କୁଳ ରେ ଏକ ଛୋଟ କୁଡିଆ ରେ ଜଣେ ତେଜସ୍ଵୀ,ମହା ଜ୍ଞାନୀ ଶ୍ରୀଧର ବ୍ରା ହ୍ମଣ ରହୁୁୁଥିଲେ। ମା ସରସ୍ଵତୀ ଙ୍କ ଆରାଧନା କରି ଅନେକ ଶାସ୍ତ୍ର,ଜ୍ଞାନ ର ଅଧିକାରୀ ଥିଲେ। ସେଥିପାଇଁ ସେ ସର୍ବଦା ମନ ରେ ଅହଂକାର କରି କହୁଥିଲେ ମୁଁ ହେଉଛି ମା ସରସ୍ଵତୀ ଙ୍କ ପରମ ଭକ୍ତ।

    ଦିନେ ସେ ଚିନ୍ତାମଣି କୁ ମା ସରସ୍ଵତୀ ଙ୍କ ପୂଜା ଅଭିଷେକ କରିବାର ଦେଖିଦେଲେ।ସେ ଖୁବ୍ ରାଗିଗଲେ।ଗୋଟେ ନୀଚ ଜାତି ର ପିଲା ଆସି ମା ଙ୍କୁ ଛୁଇଁ ପୂଜା କରୁଛି।

  ସେ ଚିନ୍ତାମଣି କୁ କହିଲେ, ଆରେ ତୁ ନିଜକୁ କଣ ଭାବୁଛୁ, ମନ୍ତ୍ର,ପୂଜା ପାଠ କିଛି ଆସେ ନାହିଁ।ମୂର୍ଖ, ସାମାନ୍ୟ ଶବର ପୁଅ ହେଇ ତୁ ମା ସରସ୍ଵତୀ ଙ୍କୁ ଛୁଇଁ ପୂଜା କରି ଅପବିତ୍ର କରିଦେଲୁ?

    ଏହା ଶୁଣି ଚିନ୍ତାମଣି ଅତ୍ୟନ୍ତ ବିନମ୍ର ଭାବ ରେ କହିଲା ତାକୁ ମା ସରସ୍ଵତୀ ସ୍ବପ୍ନ ରେ ଆଦେଶ ଦେଇଛନ୍ତି ତାଙ୍କର ପୂଜା କରିବାକୁ।ଏହା ଶୁଣି ପଣ୍ଡିତ ଶ୍ରୀଧର ମହାଶୟ ଏବଂ ପାଖ ରେ ଥିବା ଗାଁ ଲୋକ ମାନେ ତା ଉପରେ ହସିଲେ।ଶ୍ରୀଧର ମହାଶୟ କହିଲେ, କେତେ ଜନ୍ମ ତପସ୍ୟା କଲେ ମଧ୍ୟ ପଣ୍ଡିତ,ଜ୍ଞାନୀ ମାନଙ୍କୁ ମା ସରସ୍ଵତୀ ଙ୍କ ଦର୍ଶନ ମିଳେନି ତୋତେ ପୁଣି ମା ସରସ୍ଵତୀ ସ୍ୱପ୍ନାଦେଶ ଦେଲେ ତୋ ଭଳି ସାମାନ୍ୟ ଶବର କୁ ସେ କାହିଁ ଦର୍ଶନ ଦେବେ?ଏହା କହି ସେ ସମସ୍ତଙ୍କ ଆଗରେ ଚିନ୍ତାମଣି ର ଅନେକ ପରିହାସ କଲେ ।

   ଚିନ୍ତମଣି କିନ୍ତୁ ନିଜ କଥା ରେ ଅଟଳ ରହିଲା ତାକୁ ମା ସରସ୍ଵତୀ କହିଛନ୍ତି ତେଣୁ ସେ ତାଙ୍କ ଆଜ୍ଞା ପାଳନ କରି ପୂଜା କରିବ।

   ଶ୍ରୀଧର ମହାଶୟ ରାଗିକି କହିଲେ ହେଉ ଚାଲ୍ ସରସ୍ଵତୀ ଙ୍କ ଗୋଟେ ମନ୍ତ୍ର କହ ତୁ ପୂଜା କରୁଛୁ ଯଦି  ତତେ ମନେ ଥିବ। ଚିନ୍ତାମଣି ମା ସରସ୍ଵତୀ ଙ୍କୁ ଆହ୍ୱାନ କଲା ମା ଙ୍କ ଆଶୀର୍ବାଦ ରେ ସେ ଗୋଟେ ମନ୍ତ୍ର ସମସ୍ତଙ୍କ ଆଗରେ କହିଲା। ଯେଉଁ ଚିନ୍ତାମଣି ପିଲା ଟି ଦିନ ରୁ ପାଠ ପଢି ନାହିଁ ତାକୁ ସ୍ପଷ୍ଟ ଭାବରେ ମନ୍ତ୍ର ଗାଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।ହେଲେ ମଧ୍ୟ ଶ୍ରୀଧର ପଣ୍ଡିତ ଙ୍କ ଅହଂକାର ଦୂର ହେଲା ନାହିଁ।ସେ ସମସ୍ତଙ୍କୁ ଗାଆଁ ରେ କହିଲେ ଚିନ୍ତାମଣି ର ପରିବାର କୁ ଗାଆଁ ରୁ ବାହାର କରିଦେବାକୁ।ସେମାନଙ୍କ କୁକର୍ମ ଦେଖି ଗାଆଁ ରେ ଅନ୍ୟମାନେ ମଧ୍ୟ ନୀତି ନିୟମ ପାଳନ କରିବେନି।ଏହା ଶୁଣି ଚିନ୍ତାମଣି କହିଲା ଶ୍ରୀଧର ମହାଶୟ ଆପଣ ତ ଜଣେ ଜ୍ଞାନୀ ପଣ୍ଡିତ,ଆପଣ ମା ଙ୍କ ମନ୍ତ୍ର ଊଚ୍ଛାରଣ କରନ୍ତୁ।ତା କଥା ଶୁଣି ଶ୍ରୀଧର ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିବାକୁ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ ।କାରଣ ଅହଂକାରୀ ମନୁଷ୍ୟ ପାଖ ରେ ଧନ,ଜନ,ଜ୍ଞାନ ବେଶୀ ଦିନ ରହେନି। ଶ୍ରୀଧର ପଣ୍ଡିତ ଙ୍କ ଅହଂକାର ଦେଖି ମା ସରସ୍ଵତୀ କ୍ରୋଧ କରି ତାଙ୍କୁ ଅଭିଶାପ ଦେଲେ।ସେ ଯେତିକି ମନ୍ତ୍ର ର ଅଧିକାରୀ ଥିଲେ ସେ ସବୁ ସେ ସବୁଦିନ ପାଇଁ ଭୁଲିଗଲେ। ସମସ୍ତଙ୍କ ଆଗରେ ମନ୍ତ୍ର ଉଚ୍ଚାରଣ ନ କରିବାରୁ ଲୋକ ମାନେ ତାଙ୍କୁ ମୂର୍ଖ, ଠକ ପଣ୍ଡିତ କହି ତାଙ୍କୁ ମାରି ଗାଆଁ ରୁ ବାହାର କରିଦେଲେ।        

ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ କୌଣସି କଥା କୁ ନେଇ ମନ ରେ ଗର୍ବ ଓ ଅହଂକାର ରଖିବା ଠିକ୍ ନୁହେଁ।


Rate this content
Log in

Similar oriya story from Abstract