Kishori Mohini panigrahy

Abstract Children Stories Drama

4.3  

Kishori Mohini panigrahy

Abstract Children Stories Drama

ପ୍ରକୃତ ଧନୀ

ପ୍ରକୃତ ଧନୀ

4 mins
164


ଧନୀ, ଧନୀ ଆମେ କେଉଁ ମାନଙ୍କୁ କହିବା ? ଧନୀ ବ୍ୟକ୍ତି ବିଶେଷ ର ପ୍ରକୃତ ସଂଜ୍ଞା କଣ?ଯାହା ପାଖରେ ପ୍ରଚୁର ଧନ ସମ୍ପତ୍ତି ଯଥା ସୁନା , ଜମି, ଟଙ୍କା ପଇସା ଥାଏ ସେ ପ୍ରକୃତ ଧନୀ ନୁହେଁ।ଯାହା ପାଖରେ ଦୟା,କ୍ଷମା, ମାନବିକତା, ସାହସ ଏବଂ ଧୌର୍ଯ୍ୟ ଥାଏ ସେ ହେଉଛି ପ୍ରକୃତ ଧନୀ।        ଆନନ୍ଦ ବାବୁ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ପୂଜା ଥାଳି ଧରି ମନ୍ଦିର କୁ ଯାଉଥିଲେ। ହଠାତ୍ ରଘୁ ଆସି ତାଙ୍କ ଗୋଡ଼ ତଳେ ପଡିଗଲା ଏବଂ ତାଙ୍କୁ କିଛି ଟଙ୍କା ଉଦ୍ଧାର ମାଗିଲା।ଏତିକି କଥା ରେ ଆନନ୍ଦ ବାବୁ ରଘୁ ଉପରେ ରାଗିଗଲେ ତାକୁ ସମସ୍ତଙ୍କ ଆଗରେ ଅପମାନ ଦେଲେ।

   ଆରେ ମୂର୍ଖ ତୁ ଏ କଣ କଲୁ?ସକାଳୁ ସକାଳୁ ମୋତେ ଛୁଇଁ ଅପବିତ୍ର କରିଦେଲୁ।ତମ ଭଳି ଲୋକ ମାନଙ୍କୁ ଗାଁ ରେ ରଖିବା କଥା ନୁହଁ।ଆହୁରି ଅନେକ କଥା କହିଲେ ରଘୁ ଲୁହ ପୋଛି ମନ ଦୁଃଖ ରେ ସେଠାରୁ ଚାଲିଗଲା।

    ପ୍ରତିଦିନ ର କାମ ଆନନ୍ଦ ବାବୁ ମନ୍ଦିର କୁ ଗଲାବେଳେ ତାଙ୍କୁ କେହି ପଛ ରୁ ଡାକିଲେ କିମ୍ବା ଛୋଟ ଜାତିର ଲୋକ ତାଙ୍କ ପାଖକୁ ଆସିଲେ ସେ ରାଗି ଯାଆନ୍ତି। ତାଙ୍କ ମତ ରେ ବ୍ରାହ୍ମଣ ଲୋକ ଙ୍କ ଉପରେ ନୀଚ ଜାତିର ଲୋକ ଙ୍କ ଛାଇ ପଡ଼ିଲେ ସେ ଅଶୁଦ୍ଧ ହେଇଯିବେ। ତାଙ୍କର ଏ ଭଳି କର୍କଶ ସ୍ଵଭାବ ପାଇଁ ଗାଁ ଲୋକ ମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଆନନ୍ଦ ବାବୁ ଧନୀ ଲୋକ ସମସ୍ତ ବଡ଼ ବଡ଼ିଆ ଲୋକ ଙ୍କ ସହ ତାଙ୍କର ମିଳା ମିଶା ଥାଏ। ସରକାରୀ କର୍ମଚାରୀ,ନେତା, ପୋଲିସ ସମସ୍ତେ ତାଙ୍କର ହାତ ମୁଠା ରେ ସେଥିପାଇଁ ଗାଁ ରେ କେହି ତାଙ୍କ ବିରୋଧ ରେ କହିବାକୁ ସାହସ କରନ୍ତି ନାହିଁ।

    ରଘୁ ହେଉଛି ଜଣେ ଛୋଟ ଜାତି ର ଲୋକ ତାର ସ୍ତ୍ରୀ ର ଦେହ ଖରାପ। ଚିକିତ୍ସା ପାଇଁ ଅର୍ଥ ଦରକାର ସେ ତ ଗରିବ, ଆର୍ଥିକ ସାହାଯ୍ୟ ମିଳିବା ଆଶା ରେ ସେ ଆନନ୍ଦ ବାବୁ କୁ ରାସ୍ତା ରେ ଦେଖି ପଇସା ପାଇଁ ତାଙ୍କ ଗୋଡ଼ ତଳେ ପଡ଼ିଥିଲା କିନ୍ତୁ ପଇସା ମିଳିବା ତ ଦୂର ର କଥା ମିଳିଲା ତାକୁ ଅପମାନ। ରଘୁ ର ପୁଅ ଏବଂ ଆନନ୍ଦ ବାବୁ ଙ୍କ ପୁଅ ଦୁଇ ସାଙ୍ଗ ସେଥିପାଇଁ ରଘୁ ର ଆଶା ଥିଲା ଆନନ୍ଦ ବାବୁ ତାକୁ ସାହାଯ୍ୟ କରିବେ କିନ୍ତୁ ତାର ସବୁ ଆଶା ବିଫଳ ହେଲା।

    ଆନନ୍ଦ ବାବୁ ଙ୍କ ସ୍ଵଭାବ ଯେତେ ଖରାପ ହେଲେ ମଧ୍ୟ ତାଙ୍କ ପୁଅ ଦୀପକ ର ସ୍ଵଭାବ ଭଲ ସେ ବଡ଼ ଲୋକ ଙ୍କୁ ସମ୍ମାନ ଦିଏ। ଦୀପକ ଓ ରଘୁ ର ପୁଅ ହରି ଦୁଇ ସାଙ୍ଗ।ପିଲା ଟି ଦିନ ରୁ ଦୁଇ ଜଣ ଙ୍କ ଘନିଷ୍ଠ ମିତ୍ରତା ଥାଏ।ସେମାନେ ମିଶିକି ଗୋଟିଏ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ ।ସେ ଦିନ ମିଶିକି ବିଦ୍ୟାଳୟ କୁ ଯିବା ସମୟ ରେ ହରି ଦୀପକ କୁ ସବୁ କଥା କହିଲା କେମିତି ତା ବାପା ସମସ୍ତଙ୍କ ଆଗରେ ରଘୁ ର ଅପମାନ କରିଛନ୍ତି ସବୁ ଗୋଟି ଗୋଟି କରି ବର୍ଣ୍ଣନା କଲା।ଏହା ଶୁଣି ଦୀପକ ମନ ଦୁଃଖ କଲା

   ସେ ହରି କୁ କହିଲା, ହରି ତୁ ମନ ଦୁଃଖ କରେନା ମୁଁ ବାପା ଙ୍କୁ ବୁଝେଇବି ସେ ନିଶ୍ଚୟ ତୋ ମା ଙ୍କ ଚିକିତ୍ସା ପାଇଁ ପଇସା ଦେବେ। ବାପା ଙ୍କୁ ତରଫ ରୁ ମୁଁ କ୍ଷମା ମାଗୁଛି।

   ହରି କହିଲା ଆରେ ଦୀପକ ତୁ ଏ କଣ କରୁଛୁ ତୁ ପରା ମୋର ପିଲା ଦିନ ର ସାଙ୍ଗ ତୁ କ୍ଷମା ମାଗେନା।

    ଦୀପକ ବିଦ୍ୟାଳୟ ରୁ ଘର କୁ ଗଲା ପରେ ଆନନ୍ଦ ବାବୁ ଙ୍କୁ ପଚାରିଲା, ବାପା ତମେ ହରି ର ବାପା ଙ୍କ ର ଅପମାନ କଲ? ତା ମା ର ଚିକିତ୍ସା ପାଇଁ ପଇସା କାହିଁ କି ଦେଲନି?

    ଏ କଥା ଶୁଣି ଦୀପକ ମୁଁହ ରୁ ଆନନ୍ଦ ବାବୁ ରାଗ ରେ ନିଆଁ ବାଣ ହେଇଗଲେ।ସେ ସଙ୍ଗେ ସଙ୍ଗେ ବିଦ୍ୟାଳୟ କୁ ଗଲେ ସେଠି ଯାଇ ଶିକ୍ଷକ କୁ କହିଲେ ହରି କୁ ବିଦ୍ୟାଳୟ ରୁ ବାହାର କରିଦେବା ପାଇଁ। କେବଳ ହରି ନୁହଁ ଯେତିକି ଛୋଟ ଜାତି ର ପିଲା ପଢୁଛନ୍ତି ବିଦ୍ୟାଳୟ ରେ ସମସ୍ତଙ୍କୁ ବାହାର କରିବା ପାଇଁ।ତାଙ୍କ ମତ ରେ ବ୍ରାହ୍ମଣ ଉଚ୍ଚ ଜାତିର ପିଲା ସହ ନୀଚ ଜାତିର ପିଲା ପଢ଼ିଲେ ସେମାନେ ଖରାପ ହେଇଯିବେ।

  ଶିକ୍ଷକ ଆନନ୍ଦ ବାବୁ କୁ ବୁଝେଇବା ଚେଷ୍ଟା କଲେ ସେ କହିଲେ ଦେଖନ୍ତୁ ଆନନ୍ଦ ବାବୁ ଧନୀ ଗରିବ, ଉଚ୍ଚ ନୀଚ ର ଭେଦ ଭାବ କରନ୍ତୁ ନାହିଁ।ଆଜି ଆପଣ ଯାହାକୁ ହୀନ ମନେ କରି ଗାଳି କରୁଛନ୍ତି କାଲି ହୁଏତ ସେହି ନୀଚ ଜାତିର ଲୋକ ଆପଣଙ୍କ କାମ ରେ ଆସିପାରେ।

   ଏହା ଶୁଣି ଆନନ୍ଦ ବାବୁ ଆହୁରି ରାଗିଗଲେ ସେ କହିଲେ, ଆରେ ଯାଓ ମୋ ମାଷ୍ଟ୍ରେ ତମ ପାଠ ଆଉ କାହାକୁ ପଢେଇ।ଏହି ଛୋଟ ଲୋକ ମାନେ ମୋ କାମ ରେ ଆସିବେ।ମୁଁ ତୁମ କୁ ଗୋଟେ ମାସ ସମୟ ଦେଉଛି ସେଥି ଭିତରେ ଏ ବିଦ୍ୟାଳୟ ରୁ ସବୁ ନୀଚ ଜାତି ର ପିଲା ବାହାରିବା ଉଚିତ୍ ନହେଲେ ତୁମ କୁ ତୁମ ଚାକିରି ରୁ ବାହାର କରିଦେବି। ଏହିପରି ଗର୍ବ, ଅହଙ୍କାର, କ୍ରୋଧ ରେ ଧମକ ଦେଇ ସେ ଚାଲିଗଲେ।

   ଦେଖୁ ଦେଖୁ ଦଶ ଦିନ ବିତିଗଲା ଦିନେ ଶିକ୍ଷକ ଚିନ୍ତା ରେ ବସି ଭାବୁଥିଲେ କେମିତି ଆନନ୍ଦ ବାବୁ ଙ୍କୁ ବୁଝେଇବେ?ହଠାତ୍ ଗୋଟେ ପିଲା ଦୌଡ଼ି ଦୌଡ଼ି ଆସି କହିଲା, ସାର୍ ଦୀପକ ର ଆକ୍ସିଡେନ୍ଟ ହେଇଯାଇଛି ବହୁତ୍ ରକ୍ତ ବାହାରି ଯାଇଚ।ସମସ୍ତେ ତାକୁ ଡାକ୍ତର ଙ୍କ ପାଖକୁ ନେଇକି ଯାଇଛନ୍ତି।

   ଦୀପକ ର ଅନେକ ରକ୍ତ ବୋହିଯାଇଛି।ଡାକ୍ତର ଆସିକି କହିଲେ ରକ୍ତ ଦରକାର। ଆନନ୍ଦ ବାବୁ କହିଲେ ଯେତେ ରକ୍ତ ଦରକାର ମୁଁ ଦେବି ହେଲେ ମୋ ପୁଅ କୁ ବଞ୍ଚେଇ ଦିଅନ୍ତୁ।

  ଏହା ଶୁଣି ଡାକ୍ତର ବାବୁ ମନା କରିଦେଲେ ନାହିଁ ତୁମ ପୁଅ ର ରକ୍ତ ତୁମ ରକ୍ତ ମେଳ ଖାଉନି ଅନ୍ୟ କାହାର ରକ୍ତ ଦରକାର । ଠିକ୍ ଏହି ସମୟ ରେ ଶିକ୍ଷକ , ହରି ଏବଂ ରଘୁ ସମସ୍ତେ ସେଠି ପହଁଚିଲେ।

   ହରି କହିଲା ମୁଁ ରକ୍ତ ଦେବି ଏହା ଶୁଣି ଆନନ୍ଦ ବାବୁ ରାଗିଗଲେ କହିଲେ ଛି ତୋ ଭଳି ଗୋଟେ ଛୋଟ ଜାତି ର ପିଲା ର ରକ୍ତ ମୋ ବ୍ରାହ୍ମଣ ପୁଅ ଦେହ ରେ ପଶିବ?

       ଡାକ୍ତର କହିଲେ ଆପଣଙ୍କ ପାଇଁ ଆପଣଙ୍କ ପୁଅ ର ଜୀବନ ବଡ଼ ନା ଛୋଟ ବଡ଼ ଧନୀ ଗରିବ ମାନ ସମ୍ମାନ ବଡ଼ । ଏହା ଶୁଣି ଆନନ୍ଦ ବାବୁ ଚୁପ୍ ରହିଗଲେ।ହରି ର ରକ୍ତ ଦୀପକ ର ରକ୍ତ ସହ ମେଳ ଖାଇଲା।ହରି ର ରକ୍ତ ନେଇ ଦୀପକ କୁ ଦିଆଗଲା।କିଛି ସମୟ ପରେ ଦୀପକ ର ହୋଷ୍ ଫେରି ଆସିଲା।ଆନନ୍ଦ ବାବୁ ଙ୍କ ଖୁସି କହିଲେ ନ ସରେ।

    ସେତେବେଳେ ଶିକ୍ଷକ ଆନନ୍ଦ ବାବୁ ଙ୍କୁ କହିଲେ ଦେଖିଲେ ତ ହରି କୁ ତା ପରିବାର କୁ ଆପଣ ଏତେ ଘୃଣା କରୁଥିଲେ ଆଜି ସେହି ହରି ପାଇଁ ଆପଣଙ୍କ ପୁଅ ଜୀବନ ଦାନ ପାଇଲା।ଆନନ୍ଦ ବାବୁ ନିଜ ଭୁଲ୍ ବୁଝିଲେ।ସେ ତାଙ୍କ କରିଥିବା ଅପମାନ ପାଇଁ ହରି,ଶିକ୍ଷକ ଏବଂ ରଘୁ କୁ ଖମ ମାଗିଲେ।

   ସେ କହିଲେ ରଘୁ ମୋତେ କ୍ଷମା କରି ଦେ, ମୁଁ ତୋର ଅପମାନ କରିଛି ତୋ ସ୍ତ୍ରୀ ର ଚିକିତ୍ସା ପାଇଁ ଯେତେ ପଇସା ଦରକାର ମୁଁ ଦେବି ।ରଘୁ ଜାତି ରେ ନୀଚ ହେଲେ ମଧ୍ୟ ତା ହୃଦୟ ଟା ବିଶାଳ।ଦୟା ,କ୍ଷମା , ଧୈର୍ଯ୍ୟ ତା ପାଖରେ ଅଛି ସେ ଆନନ୍ଦ ବାବୁ ଙ୍କୁ କ୍ଷମା କରିଦେଲା ଏବଂ କହିଲା ଆନନ୍ଦ ବାବୁ ଏ କଣ କରୁଛନ୍ତି ଆପଣ ଜାତିରେ ବଡ଼ କ୍ଷମା ମାଗନ୍ତୁ ନାହିଁ। ଆନନ୍ଦ ବାବୁ କହିଲେ ନାହିଁ ଏମିତି କହନା ଆଜି ଠା ରୁ ଛୋଟ ବଡ଼, ଧନୀ ଗରିବ କୁ ନେଇ ଆଉ କେବେ ଗର୍ବ କରିବିନି।

      ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ ଧନ ସମ୍ପତ୍ତି ଥିଲେ ଲୋକ ଧନୀ ହୁଅନ୍ତିନି ଯାହା ପାଖ ରେ ଦୟା, କ୍ଷମା , ଧୈର୍ଯ୍ୟ ଭଳି ସ୍ଵଭାବ ଥାଏ ସେ ହିଁ ପ୍ରକୃତ ଧନୀ।


Rate this content
Log in

Similar oriya story from Abstract