ସମୟ ର ସଦୁପଯୋଗ
ସମୟ ର ସଦୁପଯୋଗ
ଏ ଦୁନିଆ ରେ ସମୟ ହେଉଛି ସବୁଠାରୁ ମୂଲ୍ୟବାନ।ଥରେ ବିତି ଯାଇଥିବା ସମୟ ଆଉ ପୁନର୍ବାର ଫେରି ଆସେ ନାହିଁ।ତେଣୁ ଆମେ ସମୟ ର ସର୍ବଦା ସଦୁପଯୋଗ କରିବା ଉଚିତ୍।
ସୁଧୀର ଏବଂ ସମୀର ଉଭୟ ଦଶମ ଶ୍ରେଣୀ ଛାତ୍ର।ଶ୍ରେଣୀ ରେ ସବୁବେଳେ ସୁଧୀର ପରୀକ୍ଷା ରେ ପ୍ରଥମ। ସବୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ସୁଧୀର କୁ ଭଲ ପାଆନ୍ତି। ତାର ଅନ୍ୟ ମାନଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ ଭଲ। ସୁଧୀର ସବୁବେଳେ ମନ ଦେଇ ପାଠ ପଢ଼େ।ଘର କାମ ରେ ତା ମା ଙ୍କୁ ସାହାଯ୍ୟ କରେ। ସବୁଠାରୁ ପରିଶ୍ରମୀ ଛାତ୍ର ସେ। ପାଠ ସମୟ ରେ ପାଠ , ଖେଳ ସମୟ ରେ ଖେଳ,ଅନ୍ୟ ସମୟ ରେ ବାପା ମା ଙ୍କ ସାହାଯ୍ୟ କରେ। ଗାଁ ରେ ମଧ୍ୟ ସମସ୍ତେ ସୁଧୀର କୁ ବହୁତ ସ୍ନେହ କରନ୍ତି।ସୁଧୀର ର ଶାନ୍ତ ସିଷ୍ଟ ବ୍ୟବହାର ସମସ୍ତଙ୍କୁ ଭଲ ଲାଗେ। ସମୀର କୁ କିନ୍ତୁ ଏ ସବୁ ଭଲ ଲାଗୁନଥିଲା।ସେ ସବୁବେଳେ ସୁଧୀର କୁ ଦେଖି ଇର୍ଷା କରିବାର।ସମୀର ର ବ୍ୟବହାର ଖରାପ।ବୟସ ରେ ଯେତେ ବଡ଼ ହେଲେ ମଧ୍ୟ ସେ କାହାରିକୁ ସମ୍ମାନ ଦିଏ ନାହିଁ।
ସମୀର ହେଉଛି ଗାଁ ମୁଖିଆ ଙ୍କ ପୁଅ।ତେଣୁ ତା ବାପା ଙ୍କୁ ଡରିକି କେହି ସୁଧୀର ବିରୋଧ ରେ କିଛି କହିବାକୁ ମୁଁହ ଖୋଲନ୍ତି ନାହିଁ।
ଦିନେ ଗଣିତ ଶିକ୍ଷକ ସମୀର କୁ ଶ୍ରେଣୀ ରେ ଗୋଟିଏ ପ୍ରଶ୍ନ ପଚାରିଲେ।ସମୀର ତାର ଉତ୍ତର ଦେଇ ପାରିଲା ନାହିଁ।ତାର ମନ ସବୁବେଳେ ପାଠ ଛାଡି ଅନ୍ୟ ସବୁ କାମ ରେ ଥାଏ।ସମୀର ଉତ୍ତର ଦେଇ ନ ପାରିବାରୁ ଶିକ୍ଷକ ସୁଧୀର କୁ ପ୍ରଶ୍ନ ପଚାରିଲେ ।ସୁଧୀର ସଠିକ୍ ଉତ୍ତର ଦେଇଦେଲା।
ଏହା ଦେଖି ଶିକ୍ଷକ ସମୀର କୁ ଗାଳି ଦେଲେ କହିଲେ, ବାପା ସମୀର ଗାଁ ମୁଖିଆ ଙ୍କ ପୁଅ ବୋଲି ଭାବି କିଏ ତୋତେ ପରୀକ୍ଷା ରେ ପାସ୍ କରେଇ ଦେବେନି। ସେଥିପାଇଁ ପାଠ ପଢେ।ପରିଶ୍ରମ କରେ। ପରୀକ୍ଷା କୁ ଆଉ ସାତ ମାସ ରହିଲା ସୁଧୀର ଠାରୁ କିଛି ଶିଖେ।
ସମୀର ତ ଆଗରୁ ସୁଧୀର ଉପରେ ରାଗି ଥିଲା , ଶିକ୍ଷକ ଠାରୁ ଏହା ଶୁଣି ସେ ଆହୁରି ରାଗିଗଲା କହିଲା ସାର୍ ଆପଣ କାହିଁ ବ୍ୟସ୍ତ ହେଉଛନ୍ତି ପରୀକ୍ଷା କୁ ଆହୁରି ସାତ ମାସ ଅଛି। ମୁଁ ପରୀକ୍ଷା ପାଖକୁ ପଢିଦେବି।
ସାର୍ କହିଲେ ଯାହା ବର୍ଷ ସାରା କରିନୁ ତାହା କେତେ ଦିନ ରେ କରିଦେବୁ ହଉ ମୁଁ ବି ଦେଖିବି ତୁ କେମିତି ପାସ୍ ହେବୁ? ଏମିତି କହି ସାର୍ ଚାଲିଗଲେ।
ଶ୍ରେଣୀ ରେ ସମସ୍ତଙ୍କ ଆଗରେ ସାର୍ ସୁଧୀର ସହ ସମୀର ର ତୁଳନା କରିଥିବାରୁ ସେ ରାଗିଗଲା।ସେ ଦିନ ବିଦ୍ୟାଳୟ ରୁ ସୁଧୀର ଏକା ଘର କୁ ଫେରୁଥିଲା।ସମୀର ଏବଂ ତାର କିଛି ଦୁଷ୍ଟ ସାଙ୍ଗ ମାନେ ମିଶି ସୁଧୀର କୁ ରାସ୍ତା ରେ ଅଟକେଇ ଧମକ ଦେବା ସ୍ୱର ରେ କଥାବାର୍ତ୍ତା କଲେ। ସମୀର କହିଲା, କି ରେ ସାର୍ ଙ୍କ ଆଗରେ କଣ ପଣ୍ଡିତ ଭଳି ହେଉଛୁ।
ସୁଧୀର କହିଲା ନାହିଁ ସମୀର ଭାଇ ମୁଁ କଣ କଲି ମୁଁ କେବଳ ପ୍ରଶ୍ନ ର ଉତ୍ତର ଦେଲି। ସମୀର ଆହୁରି ରାଗିଗଲା କହିଲା ହଉ ଦେଖିବା ତୁ ସବୁଦିନ ପଢ଼ି କେମିତି ପାସ ହେଇଯିବୁ ଆଉ ମୁଁ ପରୀକ୍ଷା ସମୟ ରେ ପଢ଼ି କେମିତି ଫେଲ୍ ହେବି।
ସୁଧୀର ତ ଭଲ, ସରଳ, ନିରୀହ ପିଲା ସେ ସମୀର କୁ ବୁଝେଇବା କୁ ଚେଷ୍ଟା କଲା ଦେଖ ସମୀର ଭାଇ ପରୀକ୍ଷା ସମୟ ରେ ପଢ଼ିଲେ କିଛି ମାନେ ରହିବନି ଏବେ ବି ସାତ ମାସ ସମୟ ଅଛି ତୁମେ ଏବେ ଠାରୁ ପଢ଼ିବା ଆରମ୍ଭ କର। ଏହା ଶୁଣି ସମୀର ରାଗିଗଲା ସୁଧୀର କୁ କହିଲା ହଉ ଦେଖିବା ଏ ଥର କିଏ ପ୍ରଥମ ହେବ କହି ତାକୁ ଠେଲି ଦେଇ ଚାଲିଗଲା।
ସମୀର ଚିନ୍ତା କଲା କେମିତି ବି ହେଉ ସେ ଏ ଥର ସୁଧୀର କୁ ପ୍ରଥମ ହେବାକୁ ଦେବ ନାହିଁ। ସମୟ ଗଡ଼ି ଚାଲିଲା ସୁଧୀର ପରୀକ୍ଷା ପାଇଁ ମନ ଦେଇ ପ୍ରତିଦିନ ପଢୁଥାଏ।ସମୀର କିନ୍ତୁ ପରୀକ୍ଷା ସମୟ ରେ ପଢିବ ଭାବି କିଛି ପଢୁ ନ ଥାଏ।କେବଳ ଖେଳକୁଦ , ଅନ୍ୟ ମାନଙ୍କ ସହ ପରିହାସ କରି ସମୟ ଅତିବାହିତ କରୁଥାଏ। ପରୀକ୍ଷା କୁ ଆଉ ଦଶ ଦିନ ବାକି ଅଛି ।
ସୁଧୀର ବିଦ୍ୟାଳୟ ରୁ ଘରକୁ ଫେରୁଥାଏ ସମୀର ଏବଂ ତା ଦୁଷ୍ଟ ସାଙ୍ଗ ମାନେ ମିଶି ସୁଧୀର କୁ ଏକ ଉଚ୍ଚ ଜାଗା ରୁ ତଳ କୁ ଠେଲି ଦେଲେ। ସୁଧୀର ର ଗୋଡ଼ ଭାଙ୍ଗିଗଲା।ସଙ୍ଗେ ସଙ୍ଗେ ସୁଧୀର କୁ ଧରିକି ତା ବାପା ହସ୍ପିଟାଲ୍ ଗଲେ। ଡାକ୍ତର କହିଲେ, ସୁଧୀର କୁ କିଛି ଦିନ ପାଇଁ ଚଲାବୁଲା କରିବାକୁ ମନା କଲେ।ସମୀର ଭାବିଲା ସୁଧୀର ଏ ଅବସ୍ଥାରେ ପରୀକ୍ଷା ଦେଇପାରିବ ନାହିଁକି ପ୍ରଥମ ହେଇପାରିବ ନାହିଁ।ସୁଧୀର କିନ୍ତୁ ଧୌର୍ଯ୍ୟହରା ହୋଇ ନାହିଁ ତାକୁ ତା ବାପା ପଚାରିଲେ।ବାପା ସୁଧୀର ତୁ କେମିତି ପରୀକ୍ଷା ଦେବୁ?
ସୁଧୀର କହିଲା ବାପା ତୁମେ ଚିନ୍ତା କର ନାହିଁ। ମୋର ଗୋଡ଼ ଭାଙ୍ଗିଛି ହାତ ଠିକ୍ ଅଛି ନା ମୁଁ ପରୀକ୍ଷା ଦେବି। ମୁଁ ବର୍ଷ ସାରା ଯାହା ପଢ଼ିଚି ସେତିକି ପଢିକି ହିଁ ପରୀକ୍ଷା ଦେବି।ଏ ପଟେ ସମୀର ବର୍ଷ ସାରା କିଛି ପଢ଼ି ନାହିଁ।
ପରୀକ୍ଷା ସମୟ ରେ ଯେତେ ପଢ଼ିକି ମନେ ରଖିବାକୁ ଚେଷ୍ଟା କଲା ମନେ ରହିଲା ନାହିଁ।ଉଭୟ ପରୀକ୍ଷା ଦେଲେ ସୁଧୀର ବର୍ଷ ସାରା କରିଥିବା ପରିଶ୍ରମ ଯୋଗୁଁ ପରୀକ୍ଷା ରେ ପ୍ରଥମ ହେଲା ସମୀର ଫେଲ ହେଇଗଲା ।ସେତେବେଳେ ସମୀର କୁ ନିଜ ଭୁଲ୍ ର ଅନୁଭବ ହେଲା।ସେ ଯଦି ବର୍ଷ ସାରା ପରିଶ୍ରମ କରିଥାନ୍ତା ତେବେ ସେ ବି ନିଶ୍ଚୟ ପାସ୍ ହେଇଯନ୍ତା।ସେ କରିଥିବା ସବୁ ଖରାପ କାମ ପାଇଁ ସୁଧୀର କୁ କ୍ଷମା ମାଗିଲା।ଯେତେ ପଶ୍ଚାତାପ କଲେ କଣ ହେବ ବିତି ଯାଇଥିବା ସମୟ ତ ଆଉ ଫେରି ଆସିବା ନାହିଁ।
ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ, ସବୁବେଳେ ସମୟ ର ସଦୁପଯୋଗ କରିବା ଉଚିତ୍।ଥରେ ବିତି ଯାଇଥିବା ସମୟ ଆଉ ଫେରି ଆସେ ନାହିଁ ।