Kishori Mohini panigrahy

Abstract Drama Action

4.3  

Kishori Mohini panigrahy

Abstract Drama Action

ଦାୟିତ୍ବବାନ

ଦାୟିତ୍ବବାନ

4 mins
324


ଦାୟିତ୍ବବାନ,ଦାୟିତ୍ବବାନ ର ସଂଜ୍ଞା କଣ? କେଉଁ ବ୍ୟକ୍ତି କୁ ଆମେ ଦାୟିତ୍ବବାନ ବୋଲି ଚିହ୍ନିବା? ଯିଏ ବୟସ ରେ ବଡ଼ ସେ ନା ଯିଏ ଅନୁକୂଳ,ପ୍ରତିକୂଳ ସବୁ ପରିସ୍ଥିତି ରେ ଦୃଢ଼ତା ଓ ସାହାସ ର ସହ ସମସ୍ୟା ର ସମ୍ମୁଖୀନ କରେ ସେ।କିଏ ନେବ ଏ ବିଶାଳ ସାମ୍ରାଜ୍ୟ ର ଦାୟିତ୍ଵ ? ଏହି ସବୁ ପ୍ରଶ୍ନ ର ଉତ୍ତର ମହାରାଜ ରଣଜିତ ସିଂହ ନିଜ ମନ ରେ ସନ୍ଧାନ କରୁଥିଲେ।

      କିଛି ଦିନ ତଳେ ହଠାତ୍ ମହାରାଣୀ ଚିତ୍ରା ଦେବୀ ମହାରାଜ ଙ୍କୁ ପ୍ରଶ୍ନ କଲେ ମହାରାଜ ଆପଣଙ୍କ ପରେ ଏ ବିଶାଳ ସାମ୍ରାଜ୍ୟ ର ଦାୟିତ୍ଵ କିଏ ନେବ?

     ମହାରାଜ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ମୋ କନିଷ୍ଠ ଭ୍ରାତା ଅଜିତ ସିଂହ।ଦେଖ ମହାରାଣୀ ଆମର ସନ୍ତାନ ନାହିଁ।ତେଣୁ ରାଜ ପରିବାର ର ନିୟମ ଅନୁସାରେ ମୋ ପରେ ମୋ କନିଷ୍ଠ ଭ୍ରାତା ଅଜିତ ହିଁ ସିଂହାସନ ରେ ବସିବ।

      ମହାରାଣୀ ଚିତ୍ରା ଦେବୀ ପଚାରିଲେ ମହାରାଜ ନିୟମ ଅନୁସାରେ କିଏ ସିଂହାସନ ରେ ବସି ରାଜା ହୁଏ ନାହିଁ। ରାଜା ହେବା ପାଇ ଦାୟିତ୍ବବାନ ହେବା ଦରକାର।ଯିଏ ଯେ କୌଣସି ପରିସ୍ଥିତିରେ ରେ ମଧ୍ୟ ପ୍ରଜା ଙ୍କ ପ୍ରତି ନିଜ ଦାୟିତ୍ଵ ଏବଂ କର୍ତ୍ତବ୍ୟ କୁ ସୁଚାରୁ ରୂପେ ସମ୍ପାଦନ କରିବ ସେ ହିଁ ରାଜା ହେବ ଦରକାର।ମହାରାଜ ମନ କୁ ରାଣୀ ଙ୍କ କଥା ଟା ପାଇଲା।ସେ ଦିନ ଠାରୁ ମହାରାଜ ଙ୍କ ମନ ବିଚଳିତ ଏବଂ ଚିନ୍ତିତ।କିପରି ସେ ନିର୍ଣ୍ଣୟ ନେବେ ତାଙ୍କ ପରେ କିଏ ଏ ବିଶାଳ ସାମ୍ରାଜ୍ୟ ର ଦାୟିତ୍ଵ ନେବ।

      ଶେଷ ରେ ମହାରାଜ ନିର୍ଣ୍ଣୟ ନେଲେ ସେ ରାଜ ଗୁରୁ ଙ୍କୁ ଏ ବିଷୟ ରେ ପଚାରିବେ।ସେ ଯାହା ଆଦେଶ ଦେବେ ତାହା ସ୍ବୀକାର କରିବେ।ମନୁଷ୍ୟ ଙ୍କୁ ଠିକ୍ ରାସ୍ତା ଗୁରୁ ହିଁ ଦେଖାଇଥାନ୍ତି।

      ମହାରାଜ ଯାଇ ରାଜଗୁରୁ ଙ୍କ ପାଖ ରେ ପହଞ୍ଚିଲେ। ଅତ୍ୟନ୍ତ ବିନମ୍ର ଭାବ ରେ କର ଯୋଡ଼ି ଗୁରୁ ଙ୍କୁ ପ୍ରଶ୍ନ କଲେ , ଗୁରୁଦେବ ମୋ ରାଜ୍ୟ ପାଇଁ ମୋ ପଶ୍ଚାତ ମୋ ରାଜ୍ୟ ର ଦାୟିତ୍ଵ କିଏ ନେବ ? ମୋ ରାଜ୍ୟ ପାଇଁ କିଏ ଦାୟିତ୍ବବାନ ଉତ୍ତରାଧିକାରୀ କେମିତି ଜାଣିବି?

        ରାଜଗୁରୁ ପ୍ରଶ୍ନ କଲେ ତୁମେ କାହାକୁ ରାଜ ସିଂହାସନ ରେ ବସେଇବାର ନିଷ୍ପତି ନେଇଥିଲ ?

     ମହାରାଜ ଉତ୍ତର ଦେଲେ ମୋ କନିଷ୍ଠ ଭ୍ରାତା ଅଜିତ୍।

    ରାଜଗୁରୁ ପ୍ରଶ୍ନ କଲେ ତୁମେ ଅଜିତ୍ ଙ୍କୁ ଦାୟିତ୍ବବାନ ବୋଲି କାହିଁକି ଭାବୁଛ? ଅଜିତ ଙ୍କ ପାଖ ରେ ତୁମେ ଏହିପରି କେଉଁ ଗୁଣ ଦେଖିଲ ଯେ ଏକ ବିଶାଳ ସାମ୍ରାଜ୍ୟ ର ଉତ୍ତରାଧିକାରୀ ତାଙ୍କୁ କରିବ ଭାବିଲ?

      ମହାରାଜ ଚୁପ୍ ହେଇ ରହିଗଲେ ସେ ଜାଣିଥିଲେ ଅଜିତ୍ ଙ୍କ ସ୍ଵଭାବ ।ଦିନ ରାତି ନିଶା ଦ୍ରବ୍ୟ ସେବନ କରି ମହଲ ରେ ପଡି ରୁହନ୍ତି।ରାଜ କାର୍ଯ୍ୟ ରେ ତାଙ୍କର ଅନୁଭବ କିଛି ନୁହେଁ।ପ୍ରଜା ମାନଙ୍କୁ କିପରି ଖୁସି କରି ହେବ ସେ ବିଷୟ ରେ ସେ ସମ୍ପୂର୍ଣ୍ଣ ଅନ ଭିଜ୍ଞ ।ପ୍ରଜା ମାନେ ଅଜିତ୍ ଙ୍କୁ ପସନ୍ଦ କରନ୍ତି ନାହିଁ ଏହା ମଧ୍ୟ ସେ ଜାଣିଥିଲେ କିନ୍ତୁ ରାଜ ପରିବାର ର ନିୟମ ରେ ସେ ବନ୍ଧା ତେଣୁ ସେ ଅଜିତ୍ ଙ୍କୁ ସିଂହାସନ ରେ ବସେଇବାର ନିଷ୍ପତ୍ତି ନେଇଥିଲେ।

   ମହାରାଜ ଙ୍କୁ ଚୁପ୍ ରହିବା ଦେଖି ରାଜଗୁରୁ କହିଲେ ମହାରାଜ ଆପଣ ମଧ୍ୟ ଜାଣନ୍ତି ଅଜିତ୍ ଏ ବିଶାଳ ସାମ୍ରାଜ୍ୟ ର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରିପାରିବେ ନାହିଁ। ଅଜିତ୍ ଙ୍କ ପରିବର୍ତ୍ତେ ଆପଣ ମନ୍ତ୍ରୀ ଙ୍କ ପୁତ୍ର ସଞ୍ଜୟ କୁ ରାଜ୍ୟ ର ଉତ୍ତରାଧିକରୀ ଭାବେ ଘୋଷଣା କରନ୍ତୁ।

      ମହାରାଜ ପ୍ରଶ୍ନ କଲେ ସାମାନ୍ୟ ମନ୍ତ୍ରୀ ଙ୍କ ପୁତ୍ର ଏ ବିଶାଳ ସାମ୍ରାଜ୍ୟ ର ଦାୟିତ୍ଵ କିଭଳି ନେବ ସେ ବୟସ ରେ ମଧ୍ୟ ସାନ।

     ରାଜଗୁରୁ ଉତ୍ତର ଦେଲେ ମହାରାଜ ଦାୟିତ୍ବବାନ ଲୋକ ଙ୍କୁ ଜାତି ,ବୟସ ଦେଖି ଚିହ୍ନଟ କରା ଯାଏ ନାହିଁ।ଆପଣ ଙ୍କୁ ବିଶ୍ବାସ ନହେଲେ ଆପଣ ସଞ୍ଜୟ ର ପରୀକ୍ଷା ନିଅନ୍ତୁ ସେ ନିଶ୍ଚୟ ଆପଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଇ ନିଜକୁ ଦାୟିତ୍ବବାନ ସିଦ୍ଧ କରିବ।

    ମହାରାଜ ଗୁରୁ ଆଦେଶ କୁ ସ୍ବୀକାର କରି ପରଦିନ ରାଜ ସଭା ରେ ଘୋଷଣା କଲେ ଯେ ରାଜ୍ୟ ର ଉତ୍ତରାଧିକରୀ ପାଇଁ ଦାୟିତ୍ବବାନ ମଣିଷ ର ଚୟନ ନିମନ୍ତେ ଏକ ପ୍ରତିଯୋଗିତା ହେବ ।ସେ ପ୍ରତିଯୋଗିତା ରେ ଯିଏ ବିଜୟୀ ହେବ ସେ ଏ ବିଶାଳ ସାମ୍ରାଜ୍ୟ ର ଉତ୍ତରାଧିକାରୀ ହେବ।ଏହା ଶୁଣି ଅଜିତ୍ ଏବଂ ତାଙ୍କର କେତେ ସ୍ନେହୀ ଲୋକ ମାନେ ସ୍ୱର ଉତ୍ତୋଳନ କଲେ। ସମସ୍ତେ ମହାରାଜ ଙ୍କୁ ପ୍ରଶ୍ନ କଲେ , ଯେ ରାଜ ପରିବାର ର ନିୟମ ଅନୁସାରେ ଅଜିତ୍ ରାଜ୍ୟ ର ଉତ୍ତରାଧିକାରୀ ତେବେ ପୁଣି ଏ ପ୍ରତିଯୋଗିତା ର ପ୍ରୟୋଜନ କଣ?

    ମହାରାଜ ଉତ୍ତର ଦେଲେ ଯିଏ ଦାୟିତ୍ଵ ବାନ ସିଦ୍ଧ ହେବ ମୁଁ ତାକୁ ହିଁ ଉତ୍ତରାଧିକରୀ ଘୋଷଣା କରିବି ମୋର ଭ୍ରାତା ଅନୁସାରେ ନୁହେଁ। ମହାରାଜ ସଞ୍ଜୟ କୁ ଡାକିଲେ ତା ଛଡା ଅନ୍ୟ କେତେକ ମନ୍ତ୍ରୀ ପରିଷଦ ଙ୍କୁ ମଧ୍ୟ ପ୍ରତିଯୋଗିତା ରେ ସାମିଲ୍ କରାଇଲେ। ଅସ୍ତ୍ର ଚାଳନା, ଶାସ୍ତ୍ର ଚର୍ଚ୍ଚା ସବୁ ରେ ସଞ୍ଜୟ ବିଜୟୀ ଲାଭ କଲା।

     ଦିନେ ମହାରାଜ ସଞ୍ଜୟ ଏବଂ ଅଜିତ୍ ଉଭୟ ଙ୍କୁ ରାଜ ମନ୍ତ୍ରଣା କରିବା ପାଇଁ ନିମନ୍ତ୍ରଣ କଲେ। ଶତ୍ରୁ ଆକ୍ରମଣ ରୁ ରକ୍ଷା କରିବା ପାଇଁ ଆମେ କେଉଁ ସବୁ ପଦକ୍ଷେପ ନେବା ତାହା ଚର୍ଚ୍ଚା କରିବା ପାଇଁ ଡକାଇଲେ। ସଞ୍ଜୟ ଏକ ମନ୍ତ୍ରୀ ପୁତ୍ର ହେଇଥିବା ଯୋଗୁଁ ସେ ନିଜ ବାପା ଙ୍କ ଠାରୁ ଯୁଦ୍ଧ ର ଅନେକ କୌଶଳ ଶିଖିଥିଲା। ଅଜିତ୍ ପରାମର୍ଶ ଦେଲେ ଆମର ସବୁ ସୈନିକ ମାନ ଙ୍କୁ ପଠେଇ ଦେବାକୁ ଏବଂ ପଛ ରେ ରହି ସେ ସେମାନଙ୍କ ର ନେତୃତ୍ୱ ନେବେ କହିଲେ।କିନ୍ତୁ ସଞ୍ଜୟ କହିଲା ସେ ଆଗ ରେ ରହିବ ।ଏବଂ ଶତ୍ରୁ ମାନକ ଉପରେ ଗୋଟେ ଦିଗ ରୁ ଆକ୍ରମଣ ନ କରି ଚାରି ଦିଗ ରୁ ଆକ୍ରମଣ କରିବା ର କୌଶଳ କହିଲେ।ସେ କହିଲେ ମହାରାଜ ସୈନିକ ମାନଙ୍କ ଆଗ ରେ ମୁଁ ରହିବି ଆମର ଯୁଦ୍ଧ ସମୟ ରେ ଲକ୍ଷ ରହିବା ଦରକାର ଯେପରି ଆମର କମ୍ ସୈନିକ ମୃତ୍ୟୁ ବରଣ କରନ୍ତୁ କିମ୍ବା କ୍ଷତ ହୁଅନ୍ତୁ। ଏହା ଶୁଣି ଅଜିତ୍ କହିଲେ ସୈନିକ ମାନକ ଚିନ୍ତା କରିବା ଦରକାର ନୁହେଁ।ସେମାନେ ସାମାନ୍ୟ ପ୍ରଜା। ସେମାନଙ୍କ କାମ ଦେଶ ପାଇଁ ନିଜ ମାତୃଭୂମି ପାଇଁ ଜୀବନ ଦେବା।କିନ୍ତୁ ସଞ୍ଜୟ କହିଲା ସେମାନଙ୍କ ପାଇଁ ଆମେ ସୁରକ୍ଷିତ ତେଣୁ ସେମାନଙ୍କ ସୁରକ୍ଷା ଦାୟିତ୍ବ ମଧ୍ୟ ଆମର।ଏହା ଶୁଣି ମହାରାଜ ଜାଣିଦେଲେ ଯେ ସଞ୍ଜୟ ମନ୍ତ୍ରୀ ପୁତ୍ର ଏବଂ ବୟସ ରେ ଛୋଟ ହେଲେ ମଧ୍ୟ ସେ ଚତୁର, ଦାୟିତ୍ବବାନ ସବୁ ପରିସ୍ଥିତି ରେ ସେ ପ୍ରଜା ଙ୍କ ଦାୟିତ୍ଵ ନେବ।ତେଣୁ ସେ ସଞ୍ଜୟ କୁ ହିଁ ଉତ୍ତରାଧିକରୀ ଭାବ ରେ ଘୋଷଣା କଲେ ।

      ଉପୋରକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ ଦାୟିତ୍ବବାନ ମଣିଷ ର ଚିହ୍ନଟ ଜାତି,ବୟସ ଦେଖି କରା ଯାଏ ନାହିଁ ବରଂ ସବୁ ପରିସ୍ଥିତି ରେ ଯିଏ ଠିକ୍ ନିଷ୍ପତ୍ତି ନେବ ନିଜେ ଅସୁବିଧା ରେ ଥିଲେ ମଧ୍ୟ ନିଜ ଦାୟିତ୍ଵ ପ୍ରତି ବିମୁଖ ହେବା ନାହିଁ, ସେ ହିଁ ପ୍ରକୃତ ଦାୟିତ୍ବବାନ।


Rate this content
Log in

Similar oriya story from Abstract