Kishori Mohini panigrahy

Abstract Drama

4.7  

Kishori Mohini panigrahy

Abstract Drama

କୁଟ ଚକ୍ରାନ୍ତ ର ଶିକାର

କୁଟ ଚକ୍ରାନ୍ତ ର ଶିକାର

5 mins
416


ସୁବର୍ଣ୍ଣ ପୁର ରାଜ୍ୟ ରେ ବୀର ପ୍ରତାପ ଦେବ ନାମକ ଜଣେ ରାଜା ରାଜୁତି କରୁଥିଲେ। ରାଜା ଙ୍କ ସ୍ଵଭାବ ଅତ୍ୟନ୍ତ ସୁମଧୁର,ଦୟାଳୁ, ପରୋପକାରୀ ଥିଲା।ରାଜା ହୋଇ ମଧ୍ୟ ସେ ନିଜକୁ ଭୋଗ ବିଳାସ ରେ ନିୟୋଜିତ ନ କରି ଠାକୁର ସେବା ଏବଂ ପ୍ରଜା ମାନ ଙ୍କ ସେବା ରେ ନିଜକୁ ନିୟୋଜିତ କରୁଥିଲେ।ରାଜା ଙ୍କ ତିନି ରାଣୀ। ପ୍ରଥମ ସ୍ତ୍ରୀ ଙ୍କ ନାମ ପଦ୍ମା ଯାହାକୁ ରାଜା ନିଜ ପିତା ମାତା ଙ୍କ ଇଚ୍ଛା ରେ ବିବାହ କରିଥିଲେ। ପଦ୍ମା ଙ୍କ ସ୍ୱଭାବ ଅତ୍ୟନ୍ତ ମଧୁର ଏବଂ କରୁଣ ଥିଲା। ତାଙ୍କର କୌଣସି ସନ୍ତାନ ନଥିଲା ସେ ଜଣେ ପତିବ୍ରତା ନାରୀ ଥିଲେ। ସେଥିପାଇଁ ରାଜା ପଦ୍ମା ଙ୍କୁ ଅଧିକା ପ୍ରେମ କରୁଥିଲେ।ଅନ୍ୟ ଦୁଇଟି ରାଣୀ ହେଉଛନ୍ତି ଦମୟନ୍ତୀ ଏବଂ ଚିତ୍ରା ।ଏ ଦୁଇ ଜଣ ଙ୍କୁ ରାଜା ରାଜ୍ୟ ଜୟ କରି ବିବାହ କରିଥିଲେ। ପୁରାତନ କାଳ ରେ ପ୍ରଥା ଥିଲା ଯଦି ଜଣେ ରାଜା ଯୁଦ୍ଧ ରେ ଅନ୍ୟ ରାଜା ଙ୍କୁ ପରାସ୍ତ କରନ୍ତି ତେବେ ସେ ରାଜ୍ୟ, ରାଜା ର ସମ୍ପତ୍ତି ସବୁ ବିଜୟୀ ରାଜା ଙ୍କ ର ଏବଂ ସେହି ରାଜ୍ୟ ର ରାଣୀ କିମ୍ବା ରାଜ କୁମାରୀ ଙ୍କୁ ବିଜୟୀ ରାଜା ବିବାହ କରିବେ ।ଏହି ନିୟମ ଅନୁସାରେ ରାଜା ଚିତ୍ରା ଏବଂ ଦମୟନ୍ତୀ ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ସ୍ଵଭାବ କର୍କଶ ଏବଂ ଇର୍ଷାଳୁ ଥିଲା। ଉଭୟେ ଚିତ୍ରା ଏବଂ ଦମୟନ୍ତୀ ପଦ୍ମା ଙ୍କୁ ଘୃଣା କରୁଥିଲେ। ସେମାନଙ୍କ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ଥିଲା ବୋଲି ସେମାନଙ୍କ ମନ ରେ ଗର୍ବ ଥିଲା।

    ରାଣୀ ପଦ୍ମା ସନ୍ତାନ ନଥିବା କାରଣ ରୁ ମନ ଦୁଃଖ କରୁଥିଲେ।ସେଥିପାଇଁ ସେ ସର୍ବଦା କୃଷ୍ଣ ପୂଜା ଏବଂ ଭକ୍ତି କରୁଥିଲେ।ଥରେ ରାଜା ଏବଂ ରାଣୀ ଙ୍କୁ ସ୍ୱପ୍ନାଦେଶ ହେଲା। ସ୍ଵୟଂ ଠାକୁର ସେମାନଙ୍କୁ ଆଦେଶ ଦେଲେ" ତୁମ ରାଜ୍ୟ ର କିଛି ଦୂର ରେ ଏକ ପାହାଡ ଅଛି ସେହି ପାହାଡ଼ ଉପରେ ଏକ କୃଷ୍ଣ ମନ୍ଦିର ଅଛି, ତୁମେ ଦୁହେଁ ପ୍ରତିଦିନ ସେଠି ଯାଇ ପୂଜା କର , ତୁମକୁ ନିଶ୍ଚୟ ସନ୍ତାନ ପ୍ରାପ୍ତି ହେବ। ସକାଳୁ ଉଠି ଉଭୟେ ନିତ୍ୟ କର୍ମ ସାରି ମନ୍ଦିର କୁ ଗଲେ।

   ଏହିପରି କିଛି ମାସ ବ୍ୟତୀତ ହେଲା ପରେ ଥରେ ରାଜା ଏବଂ ରାଣୀ ପୂଜା ସାରି ଫେରୁଥାନ୍ତି ଦେଖିଲେ ମନ୍ଦିର ପାହାଚ ଉପରେ ଏକ ନବଜାତ ସନ୍ତାନ ଟି ଏ କ୍ରନ୍ଦନ କରୁଛି।ରାଜା ଏବଂ ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ ଏତେ ଛୋଟ୍ ଶିଶୁ କୁ କିଏ ଏମିତି ଛାଡି ଦେଇଛି ସେ ସଙ୍ଗେ ସଙ୍ଗେ ସୈନିକ ମାନ ଙ୍କୁ ଆଦେଶ ଦେଲେ ଶୀଘ୍ର ଯାଇ ଦେ ପାଖରେ ସନ୍ତାନ ର ମାତା ପିତା କେଉଁଠି ଥିବେ।ରାଣୀ ପଦ୍ମା ଶିଶୁ କୁ ପାହାଚ ଉପରୁ ଉଠେଇ ନେଲେ।ସେ ଯେମିତି ସେ ଛୁଆ କୁ ଉଠେଇ ନେଇଛନ୍ତି ରାଣୀ ଙ୍କୁ ସ୍ୱପ୍ନାଦେଶ କଥା ମନେ ପଡିଗଲା ସେ ରାଜା ଙ୍କୁ କହିଲେ, ମହାରାଜ ଆମକୁ ସ୍ୱପ୍ନାଦେଶ ରେ ଯେଉଁ ସନ୍ତାନ ପ୍ରାପ୍ତି କଥା କୁହା ହେଉଥିଲା ଇଏ ସେ ସନ୍ତାନ ନୁହେଁ ତ? ମହାରାଜ ମଧ୍ୟ ମନ ରେ ସେହି କଥା ଭାବୁଥିଲେ।ସୈନିକ ମାନେ ଖୋଜା ଖୋଜି କଲେ କିନ୍ତୁ କାହାକୁ ପାଇଲେ ନାହିଁ ଶେଷ ରେ ମହାରାଜ ଏବଂ ରାଣୀ ପଦ୍ମା ସନ୍ତାନ ଙ୍କୁ ଭଗବାନ ଙ୍କ ପ୍ରସାଦ ଭାବି ତାକୁ ମହଲ କୁ ନେଇ ଆସିଲେ।

    ମହଲ ରେ ଖୁସି ର ଲହରୀ ଖେଳିଗଲା। ମହାରାଜ ସାରା ରାଜ୍ୟ ରେ ମିଷ୍ଟାନ୍ନ, ବସ୍ତ୍ର, ସୁନା ବଣ୍ଟନ କଲେ। ସାରା ମହଲ କୁ ସଜାଇ ନାଚ ଗୀତ ର ଆଦେଶ ଦେଲେ। ଏସବୁ ଦେଖି ଚିତ୍ରା ଏବଂ ଦମୟନ୍ତୀ ଙ୍କ କ୍ରୋ ଏବଂ ଇର୍ଷା ଚରମ ସୀମା ରେ ପହଁଚିଗଲା। ପଦ୍ମା ଚିତ୍ରା ଏବଂ ଦମୟନ୍ତୀ କୁ ଭଉଣୀ ଭାବି ସ୍ନେହ କରୁଥିଲେ।ସେ କହିଲେ, ମୋ ସନ୍ତାନ ଉପରେ ମୋ ଠାରୁ ବେଶୀ ଅଧିକାର ତୁମ ଦୁହିଁ ଙ୍କ ଅଛି।      ଏହା ଶୁଣି ଚିତ୍ରା କହିଲା, ଆମର ଜନ୍ମିତ ସନ୍ତାନ ଅଛି।ଦମୟନ୍ତୀ କହିଲା ଆମେ କେଉଁଠାରେ ସନ୍ତାନ ଗୋଟେ ଆଣି ତାକୁ କାହିଁ ନିଜର ଭାବିବୁ।ଏମିତି କହି ଦୁଇ ଜଣ ମୁଁହ ଆଡେଇ ସେହି ସ୍ଥାନ ରୁ ଚାଲିଗଲେ।

   ଏହିପରି ବର୍ଷେ ବିତିଗଲା। ରାଜା ଅଧିକ ସମୟ ପଦ୍ମା ଏବଂ ତାଙ୍କ ସନ୍ତାନ ସହ ବ୍ୟତୀତ କରିବାକୁ ଲାଗିଲେ ଏହା ଦେଖି ଚିତ୍ରା ଏବଂ ଦମୟନ୍ତୀ କୁଟ ଚକ୍ରାନ୍ତ କରିବା ଆରମ୍ଭ କଲେ।ଚିତ୍ରା କହିଲା

    ଦମୟନ୍ତୀ ଆମର ଜନ୍ମିତ ଶିଶୁ ଥାଇ ମହାରାଜ କେବେ ଆମ ସହ ସମୟ ବ୍ୟତୀତ କରି ନାହଁ ତି ତ?

    ଏହା ଶୁଣି ଚିତ୍ରା କହିଲା ଠିକ୍ କହୁଛ ଆମକୁ କିଛି ଏମିତି ଉପାୟ କରିବାକୁ ପଡ଼ିବ ଯାହାଦ୍ଵାରା ଉଭୟେ ପଦ୍ମା ଏବଂ ତାଙ୍କ ଶିଶୁ ଏ ମହଲ ରୁ ବାହାର ହେଇଯିବେ ଏବଂ ଏ ବିଶାଳ ସାମ୍ରାଜ୍ୟ ର ଉତ୍ତରାଧିକାରୀ ଆମର ସନ୍ତାନ ହେବେ।

    ଦିନେ ସେମାନେ ପଦ୍ମା ଙ୍କ ଶିଶୁ ର ଖାଦ୍ୟ ରେ ବିଷ ମିଶା ଇ ଦେଲେ ଏବଂ ବିଷ ପାତ୍ର କୁ ନେଇ ପଦ୍ମା ଙ୍କ କକ୍ଷ ରେ ଲୁଚାଇ ଦେଲେ। ପଦ୍ମା ଙ୍କ ସନ୍ତାନ ସେହି ଖାଦ୍ୟ ଖାଇ ଶରୀର ଅସୁସ୍ଥ ହେଲା।ସଙ୍ଗେ ସଙ୍ଗେ ମହାରାଜ ବୈଦ୍ୟ ଙ୍କୁ ଡକାଇ ଉପଚାର କଲେ ବୈଦ୍ୟ କହିଲେ ବିଷ ପାନ ରୁ ଶରୀର ଅସୁସ୍ଥ ହେଇଛି।ମହାରାଜ ମନ୍ତ୍ରୀ ଙ୍କୁ ଆଦେଶ ଦେଲେ।ଖାଦ୍ୟ ରେ ବିଷ କେମିତି ଆସିଲା ତାହାର ଯାଞ୍ଚ କରିବାକୁ । ମନ୍ତ୍ରୀ ମହଲ ସାରା ସନ୍ଧାନ କରି ପଦ୍ମା ଙ୍କ କକ୍ଷ ରୁ ବିଷ ପାତ୍ର ନେଇ ଆସିଲେ। ମହାରାଜ ପଦ୍ମା ଙ୍କୁ ବିଷ ପାତ୍ର କଥା ପଚାରିଲେ, ପଦ୍ମା ହାତ ଯୋଡ଼ି କାନ୍ଦି କାନ୍ଦି କହିଲେ ସେ ଏ ବିଷୟ ରେ କିଛି ଜାଣି ନାହାନ୍ତି।          ସେତେବେଳେ ଚିତ୍ରା କହିଲା ମହାରାଜ ରାଣୀ ପଦ୍ମା ମିଛ କହୁଛନ୍ତି ଶିଶୁ ର ଖାଦ୍ୟ ରେ ସେ ହିଁ ବିଷ ମିଶେଇ ଥିବେ।

     ଦମୟନ୍ତୀ କହିଲା ମହାରାଜ ଯେତେ ହେଲେ ମଧ୍ୟ ଜନ୍ମିତ ସନ୍ତାନ ହିଁ ନିଜ ର ହେଇଥାଏ। ରାଣୀ ପଦ୍ମା ଆପଣଙ୍କ ସମ୍ମୁଖ ରେ ଶିଶୁ କୁ ସ୍ନେହ କରିବାର ଅଭିନୟ କରୁଥିଲେ ଏବଂ ଆପଣଙ୍କ ପଛରେ ମାରିବା ର ଚକ୍ରାନ୍ତ କରୁଥିଲେ।

    ରାଣୀ ପଦ୍ମା ହାତ ଯୋଡ଼ି ମହାରାଜ ଙ୍କୁ ଅନୁରୋଧ କରୁଥାନ୍ତି ସେ ଅପରାଧ କରି ନାହାନ୍ତି।କିନ୍ତୁ ମହାରାଜ ସନ୍ତାନ ପ୍ରେମ ରେ ଏବଂ ଅନ୍ୟ ଦୁଇ ରାଣୀ ଙ୍କ କୁଟ ଚକ୍ରାନ୍ତ ର ସ୍ବୀକାର ହୋଇ ରାଣୀ ପଦ୍ମା ଙ୍କୁ ଦୋଷୀ ଭାବି ମହଲ ରୁ ବାହାର କରିଦେଲେ।ରାଣୀ ପଦ୍ମା ଙ୍କ ମହଲ ରୁ ଯିବା ପରେ ତାଙ୍କ ଅସୁସ୍ଥ ଶିଶୁ ର କିଏ ଠିକ୍ ସେ ଯତ୍ନ ନେଲେ ନାହିଁ ଯାହା ଫଳ ରେ ଶିଶୁ ଟି ମରିଗଲା।

   ରାଣୀ ପଦ୍ମା ଗୋଟେ କୃଷ୍ଣ ମନ୍ଦିର ରେ ଆଶ୍ରୟ ନେଇ ଭଗବାନ ଙ୍କୁ ପୂଜା କରୁଥିଲେ।ସେ ସର୍ବଦା ତାଙ୍କ ସହ ହେଇଥିବା ଅନ୍ୟାୟ କୁ ଦୂର କରିବା ପାଇଁ ଠାକୁର ଙ୍କୁ ପ୍ରାର୍ଥନା କରୁଥିଲେ।କିଛି ଦିନ ଗଲା ପରେ ଦିନେ ହଠାତ୍ ରାଜା ରାଣୀ ଚିତ୍ରା ଙ୍କ କକ୍ଷ କୁ ଯିବା ବେଳେ ଦମୟନ୍ତୀ ଏବଂ ଚିତ୍ରା ଙ୍କ କଥା ଶୁଣି ଦେଲେ।ସେମାନେ ହସି ହସି କଥା ହେଉଥିଲେ ବିଚାରି ପଦ୍ମା ବିନା ଦୋଷ ରେ ମହଲ ରୁ ବାହାର କୁ ଗଲା ଏବଂ ତାର ସନ୍ତାନ ମରିଗଲା ଏବେ ଆମ ପୁତ୍ର ମାନେ ଏ ରାଜ୍ୟ ର ଉତ୍ତରାଧିକାରୀ ହେବେ।ଏହା ଶୁଣି ରାଜା ଜାଣିଲେ ଯେ ପ୍ରକୃତ ଦୋଷୀ କିଏ? ସେ ଚିତ୍ରା ଏବଂ ଦମୟନ୍ତୀ କୁ କାରାବାସ ରେ ଦଣ୍ଡିତ କଲେ । ସଙ୍ଗେ ସଙ୍ଗେ ସୈନିକ ମାନଙ୍କୁ ଆଦେଶ ଦେଲେ ରାଣୀ ପଦ୍ମା ଙ୍କୁ ଖୋଜି ତାଙ୍କ ଆଗରେ ହାଜର କରିବ ପାଇଁ।ସୈନିକ ମାନେ ଖୋଜି ଖୋଜି କୃଷ୍ଣ ମନ୍ଦିର ରୁ ରାଣୀ ଙ୍କୁ ମହଲ କୁ ନେଇ ଆସିଲେ।ମହାରାଜ ପଦ୍ମା ଙ୍କୁ କ୍ଷମା ମାଗିଲେ। ପଦ୍ମା ଙ୍କ ଭଳି ପତି ବ୍ରତା ନାରୀ ଏବଂ ମମତା ମୟୀ ମା ଙ୍କ ଅପମାନ କରିଥିବା ରୁ ତାଙ୍କ ସନ୍ତାନ କୁ ସେ ହରାଇ ଦେଲେ।ଉଭୟେ ରାଜା ଏବଂ ରାଣୀ ଙ୍କୁ ସନ୍ତାନ ର ମୃତ୍ୟୁ ଦୁଃଖ ଭୁଲିବାକୁ ଅନେକ ସମୟ ଲାଗିଲା।

    ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ ଅପ କର୍ମ କେବେ ଲୁଚି ରୁହେନି ଏବଂ ସମୂର୍ଣ୍ଣ ତଥ୍ୟ ର ଅନୁସନ୍ଧାନ ନ କରି ନିଜର ବିଶ୍ଵସ୍ତ ଲୋକ ପ୍ରତି ଅବିଶ୍ବାସ ଦେଖାଇଲେ ଭୟଙ୍କର ଫଳ ଭୋଗିବାକୁ ପଡ଼ିଥାଏ।



Rate this content
Log in

Similar oriya story from Abstract