Kishori Mohini panigrahy

Abstract Children Stories Fantasy

4.5  

Kishori Mohini panigrahy

Abstract Children Stories Fantasy

ଭାଗ୍ୟ ପରିବର୍ତ୍ତନ

ଭାଗ୍ୟ ପରିବର୍ତ୍ତନ

3 mins
344


ଭାଗ୍ୟ, ଭାଗ୍ୟ ଭଲ,ଭାଗ୍ୟ ଖରାପ ଏ ସବୁ ବାକ୍ୟ ଆମେ ପ୍ରତିଦିନ ଆମ ଦୈନନ୍ଦିନ ଜୀବନ ରେ ବ୍ୟବହାର କରିଥାଉ।ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ସେଥିପାଇଁ ସବୁ କଥା ରେ ଭାଗ୍ୟ କୁ ନିନ୍ଦିଲେ ଲାଭ ନାହିଁ।

       ସୁଧାକର ଓ ଶ୍ରୀନିବାସ ଦୁଇ ପଡୋଶୀ।ସୁଧାକର ଏକ କମ୍ପାନୀ ରେ ପିଅନ କାମ କରୁଥାଏ।ଯେତିକି ଦରମା ମିଳେ ସେତିକି ରେ ଜଣ ଙ୍କ ଗୁଜୁରାଣ ମେଣ୍ଟାଇବା କଷ୍ଟ ସେଥିରେ ପୁଣି ତା ଉପରେ ତା ସ୍ତ୍ରୀ ଏବଂ ତା କୁନି ଝିଅ ର ଦାୟିତ୍ଵ ଅଛି।ସେଥିପାଇଁ ସେ ସବୁବେଳେ ନିଜ ଭାଗ୍ୟ କୁ ନିନ୍ଦା କରେ।

       ସେ ସବୁବେଳେ ଶ୍ରୀନିବାସ କୁ କୁହେ ବୁଝିଲୁ ଶ୍ରୀନିବାସ ମୋ ଠାରୁ ବଡ଼ ଦୁର୍ଭାଗ୍ୟ କାହାର ନାହିଁ। ଏତେ କମ୍ ଦରମା ମିଳୁଛି ସେଥିରେ ପୁଣି ଟିକେ କାମ ରେ ଅସୁବିଧା ହେଲେ ସାହୁକାର ମାନଙ୍କ ଠାରୁ ନିନ୍ଦା, ଅପମାନ ସବୁ ଶୁଣିବାକୁ ପଡୁଛି। ଜାଣିଛୁ ଶ୍ରୀନିବାସ ଚାକିରି କରିବା ଅର୍ଥ ବଡ଼ ଲୋକ ଙ୍କ ଆଗରେ ମୁଣ୍ଡ ବିକିଦେବ।।ସେମାନେ ଭୁଲିଯାଆନ୍ତି ଯେ ଆମେ ମଧ୍ୟ ମଣିଷ ଟିକେ କାମ ଖରାପ ହେଲେ ଆମକୁ ଗାଳି କରନ୍ତି।ମୋ ଠାରୁ ହୀନ କପଳିଆ ଆଉ କେହି ନଥିବ।ତୋତେ କେବେ ଇଚ୍ଛା ହେଉନି ଆମେ ମଧ୍ୟ ଧନୀ ହେଇଥିଲେ ସୁଖ ଶାନ୍ତି ରେ ଜୀବନଯାପନ କରୁ ଥାନ୍ତେ।

       ଏହା ଶୁଣି ଶ୍ରୀନିବାସ କୁହେ ନାହିଁ ମୋର ଧନୀ ହେବାର ଇଚ୍ଛା ନାହିଁ।ମୋତେ ଯେତିକି ମିଳୁଛି ମୁଁ ଖୁସି ରେ ଅଛି।ଜଣେ ମଣିଷ କୁ ରହିବା ପାଇଁ ବାସ,ପିନ୍ଧିବା ପାଇଁ ବସ୍ତ୍ର,ଖାଇବାକୁ ଦି ମୁଠା ମିଳିଲେ ଆଉ କଣ ଦରକାର।ତୁ ମଧ୍ୟ ସବୁବେଳେ ଭାଗ୍ୟ କୁ ନିନ୍ଦା କରେନା କର୍ମ କରେ, ପରିଶ୍ରମ କରେ ।ସବୁବେଳେ ଭାଗ୍ୟ କୁ ନିନ୍ଦା କଲେ ଆସିଥିବା ଧନ ବି ଚାଲିଯିବ।ଥିବା ସୁଖ ବି ପଲେଇଯିବ।ଯେତିକି ମିଳୁଛି ସେତିକି ରେ ଖୁସି ରହି ଠାକୁର ଙ୍କ ଧନ୍ୟବାଦ କରେ।

   ସୁଧାକର କିନ୍ତୁ ଶ୍ରୀନିବାସ ର କଥା କୁ ଗୁରୁତ୍ବ ଦିଏ ନାହିଁ।ସେ ଭାବେ ଶ୍ରୀନିବାସ ର ଚିନ୍ତାଧାରା ନିହାତି ଛୋଟିଆ।ଶ୍ରୀନିବାସ ପରିବା ବିକ୍ରି କରୁଥିଲା। ଯେଉଁ ଦିନ ଯେତିକି ମିଳୁଥିଲା ସେତିକି ରେ ସେ ସନ୍ତୋଷ ରହୁଥିଲା।ନିଜର ସ୍ତ୍ରୀ, ଛୁଆ ସହ ଆନନ୍ଦ ରେ ଜୀବନଯାପନ କରୁଥିଲା। କାରଣ ସେ କର୍ମ ଉପରେ ବିଶ୍ବାସ ରଖୁଥିଲା।

     ଦିନେ ଶ୍ରୀନିବାସ ନଦୀ କୁ ଗାଧେଇବାକୁ ଯାଇଥିଲା ବେଳେ ଦେଖିଲା ଗୋଟେ ସ୍ତ୍ରୀ ଲୋକ ନଦୀ ରେ ବୁଡି ଯାଉଛି।ଶ୍ରୀନିବାସ ନିଜ ଜୀବନ କଥା ଚିନ୍ତା ନକରି ସେ ସ୍ତ୍ରୀ ର ଜୀବନ ବଞ୍ଚେଇବାକୁ ଯାଇ ନଦୀ ରେ ଡେଇଁ ପଡ଼ିଲା।ସେ ସ୍ତ୍ରୀ ଲୋକ ଟା ର ଜୀବନ ରକ୍ଷା କରି ତାକୁ କୁଳ କୁ ନେଇ ଆସିଲା ।ସେ ସ୍ତ୍ରୀ ଲୋକ ଟା ପେଟେ ପାଣି ପି ଦେଇଥିଲା।ଶ୍ରୀନିବାସ ପେଟ ରୁ ପାଣି ବାହାର କଲା ସେ ସ୍ତ୍ରୀ ଲୋକ ଟା ହୋଶ କୁ ଆସିଲା ପରେ ଶ୍ରୀ ନିବାସ କୁ କୃତଜ୍ଞତା ଜଣାଇ କିଛି ପଇସା ଦେଲା କିନ୍ତୁ ଶ୍ରୀନିବାସ ପଇସା ନେଲା ନାହିଁ। ସେ କହିଲା ମନୁଷ୍ୟ ହିସାବ ରେ ଜଣଙ୍କ ବିପଦ ରେ ସାହାଯ୍ୟ କରିବା ମୋର ଧର୍ମ ଏବଂ କର୍ତ୍ତବ୍ୟ। ଏହା ଶୁଣି ସେ ସ୍ତ୍ରୀ ଲୋକ ଜଣ ଙ୍କ ଖୁସି ହେଇଗଲେ ଏବଂ ସଙ୍ଗେ ସଙ୍ଗେ ସେ ଏକ ଦିବ୍ୟ ସୁନ୍ଦରୀ ଦେବୀ ଙ୍କ ରୂପ ନେଲେ। ଶ୍ରୀନିବାସ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲା କିଛି ସମୟ ପରେ ସେ ହାତ ଯୋଡ଼ି ସାହସ କରି ପଚାରିଲା, ହେ ଦେବୀ ଆପଣ କିଏ?

       ସୁଦର ଦେବୀ ଜଣଙ୍କ ଉତ୍ତର ଦେଲେ ମୁଁ ହେଉଛି ଭାଗ୍ୟ ଦେବୀ।ତୁମ ର ସୁକର୍ମ ଓ ସନ୍ତୋଷ, ପରୋପକାର ଗୁଣ ଦେଖି ମୁଁ ଖୁସି ହେଲି। ମୁଁ ଆଶୀର୍ବାଦ ଦେଉଛି ତୁମର ସର୍ବଦା ମଙ୍ଗଳ ହେଉ।ତୁମକୁ କେବେ ମଧ୍ୟ ଧନ ର ଅସୁବିଧା ହେବ ନାହିଁ।ତୁମ ବ୍ୟବସାୟ ରେ ସର୍ବଦା ଉନ୍ନତି ହେଉ।ଏହା କହି ଦେବୀ ଜଣ ଙ୍କ ଅନ୍ତର୍ଦ୍ଧାନ ହେଇଗଲେ।            ଶ୍ରୀନିବାସ ଅବାକ୍ ହେଇ କିଛି ସମୟ ସେଠି ଠିଆ ହେଲା।ପରେ ପ୍ରକୃତିସ୍ଥ ହେଲା ଏବଂ ଘର କୁ ଫେରିଲା।ଦେବୀ ଙ୍କ ଆଶୀର୍ବାଦ ରେ ତାର ବ୍ୟବସାୟ ରେ ଉନ୍ନତି ହେଲା।ହେଲେ ମଧ୍ୟ ସେ ଗର୍ବ କରିନି ସବୁଦିନ ମନ ରେ ସନ୍ତୋଷ ଭାବ ରଖି ଅନ୍ୟ ମାନଙ୍କ ଉପକାର ରେ ଜୀବନ ଯାପନ କରୁଥିଲା।

     ଅନ୍ୟ ପଟେ ସୁଧାକର ସବୁବେଳେ ଭାଗ୍ୟ କୁ ନିନ୍ଦା କରିବାରୁ ତାର ସ୍ଵଭାବ ଦିନ କୁ ଦିନ କର୍କଶ ହେବା ରେ ଲାଗିଲା।ସେ ଛୋଟ କଥା ରେ ମଧ୍ୟ ବିରକ୍ତି ପ୍ରକାଶ କଲା।ତାର କାମ ଠିକ୍ ଭାବ ରେ କରିପାରିଲା ନାହିଁ।ସେଥିପାଇଁ ତାକୁ ତାର ସାହୁକାର କାମ ରୁ ବାହାର କରିଦେଲେ।ଯେତିକି ଆୟ ଆସୁଥିଲା ସେତିକି ମଧ୍ୟ ହାତ ରୁ ପଳେଇଲା।      ଉପରୋକ୍ତ ଗଳ୍ପ ରୁ ଆମେ ଏହା ଶିଖିଲେ ଯେ ସବୁବେଳେ ଭାଗ୍ୟ କୁ ନିନ୍ଦା କରିବା ଠିକ୍ କଥା ନୁହେଁ। ଯେଉଁ ଦିନ ଯାହା ମିଳିଲା ସେତିକି ସନ୍ତୋଷ ରେ ଗ୍ରହଣ କରିବା ଉଚିତ୍।ଠିକ୍ କର୍ମ କଲେ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ପରିବର୍ତ୍ତନ ହେବା।


Rate this content
Log in

Similar oriya story from Abstract