ଷ୍ଟୋର୍ ରୁମ୍
ଷ୍ଟୋର୍ ରୁମ୍
ଷ୍ଟୋର୍ ରୁମ୍ ଯେଉଁଠି ଥାଏ ସାରା ଜୀବନର ଅଭୁଲା ସ୍ମୃତି, ଆଉ ଥାଏ ସଂପର୍କର ଛିଟା । ଏବଂ ସାଇତି ରହିଥାଏ ଅକୁହା କଥା।
ସେହି ଷ୍ଟୋର ରୁମରେ ଥିଲା ଅଧାଚିରା ରଫ୍ ଖାତା। ଯେଉଁଥିରେ ଲେଖାଥିଲା ପ୍ରେମର ଛୋଟ ବେଳର ପାଠ ଆଉ ଥିଲା ଭଙ୍ଗା କ୍ୟାରମ । ଯେଉଁଥିରେ ଲୁଚିଥିଲା ବିକ୍ରମ ଆଉ ପ୍ରେମର ସ୍ମୃତି । ଆଉ ଥିଲା ପ୍ରେମର ଲିଭିଯାଇଥିବା ଜୀବନର ସେଇ ଅଧା ଚିରା ଚିଠି । ଆଉ ସେଥିରେ ଲେଖାଥିଲା :-
ପ୍ରିୟତମ,
ତୁମେ ଆଙ୍କିଥିବା ପ୍ରେମର ଛୋଟିଆ ଆଶା ମୋ ମନରେ ବାରମ୍ବାର କହୁଛି ତୁମେ ମୋର କେବଳ ମୋର । ସତରେ ମୁଁ ତମକୁ ମୋ ଜୀବନଠୁ ବହୁତ ଭଲ ପାଉଛି। ଯେତିକି ଶୁଆ ଭଲପାଏ ଶାରୀକୁ , ଆକାଶ ଭଲପାଏ ବର୍ଷାକୁ ।
ସତରେ ଆମେ କଣ ଦୁହେଁ ଏ ଦୁନିଆର ପ୍ରେମ ପଥର ପଥିକ ହୋଇପାରିବା । ଲେଖୁ ଲେଖୁ ମୁଁ କିଛି ଲେଖି ଦେଇଛି କିଛି ଖରାପ ଭାବିବନି। ପ୍ରିୟା ହେଉଛି କେବଳ ପ୍ରେମର।
ଆଉ ସବୁ ଚିରି ଯାଇଥିଲା ।
ଶେଷରେ ଲେଖାଥିଲା
(ଇତି)
ତୁମର ମନର ନାୟିକା
ପ୍ରିୟା
ଏହା ପଢି ପ୍ରେମ୍ କହି ଉଠିଲା ,
ବା ବାରେ ଦୁନିଆ ବା... ଯିଏ ସାତ ଜନ୍ମକୁ କଥା ଦେଇ ଗୋଟିଏ ଜନ୍ମକୁ ସାଥିରେ ରହେନାହିଁ ତାକୁ ଏ ଦୁନିଆ କହେ ପ୍ରେମିକା