Akshaya Kumar

Abstract Children Stories Inspirational

4.0  

Akshaya Kumar

Abstract Children Stories Inspirational

ନାରୀ

ନାରୀ

3 mins
220


ନାରୀ ସକଳ ସୃଷ୍ଟି ର ଆଧାର । ଯେତେବେଳେ ମହିଶା ସୁର ଦେବତା, ମୂନି ଋଷିି ଙ୍କୁ ଆକ୍ରମଣ କରୁଥିଲା , ସେତେବେଳେ ଏହି ନାରୀ ହିଁ ତାକୁ ବଦ୍ଧ କରିଥିଲା। ଆଉ ଏ ଜଗତ କୁ ଉଧାର କରିଥିଲା। ତ୍ରେତୟା ରେ ଯେତେବେଳେ ରାମଚନ୍ଦ୍ର ସୀତାଙ୍କ ଅପବାଦ ଶୁଣିଲେ ସେତେବେଳେ ତାଙ୍କୁ ସରୋଜ ନଦୀ କୂଳରେ ଛାଡ଼ି ଦେଇଥିଲେ । ସେତେବେଳେ ସୀତା ତଥା ନାରୀ ଥିଲେ ଅବଳା।

   ନାରୀ ହି ସୃଷ୍ଟି କର୍ତ୍ତା । ନାରୀ ହିଁ ସଂହାର କର୍ତ୍ତା। ସେଦିନ ଥିଲା ୧୮୬୬ ମସିହା ପବିତ୍ର ଅକ୍ଷୟ ତୃତୀୟା। ଓଡ଼ିଶା ର ୫୦ ପ୍ରତିଶତ ଲୋକଙ୍କୁ ଏକା ଗ୍ରାସ କରିଥିଲା ନ' ଅଙ୍କ ଦୁ୍ଭିକ୍ଷ ରୁପି ରାକ୍ଷସ । ଓଡ଼ିଶା ର ଗାଆଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କର ପଟୁଆରା। ଚାରିଆଡେ ଅର୍ଣ୍ଣ ଦେଇ ଅର୍ଣ ଦେଇ ର ଡାକରା। ନଦୀରେ ପାଣି ନାହିଁ , କ୍ଷେତରେ ଫସଲ ନାହିଁ । ସେତେବେଳେ ଗୋଟିଏ ମାଆ ର ଅନ୍ୟ ମାଆ କୁ ପ୍ରଶ୍ନ :- ଆମ ଆଡେ ଗଛ ରେ ପତ୍ର ନାହିଁ , ତମ ଆଡେ ଅଛି ନା । ଅନ୍ୟ ମାଆ ର ଉତ୍ତର ପତ୍ର ତ ଛାଡ଼ ଗଛ ର କେଉଁଠି ବି ନୀଳ ଟିକେ ବି ନାହିଁ । ଚାରିଆଡେ ଶବ ଶବ ଶବ ।

    ଏ କାହାଣୀ ସୁଦେଶ୍ନା ର ପରିବାର ଉପରେ ଆଧାରିତ। ପରିବାର କହିଲେ ସୁଦେଶ୍ନା ତାର ସ୍ବାମୀ ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ଛୋଟ ପରିବାର ଟିଏ । ହସ ଖୁସିରେ ଚଳିଯାଉଥିଲେ। ସୁଦେଶ୍ନା ଅନ୍ୟ ଘରେ ଯାଇ ବାସନ ମାଜେ। ଆଉ ତା ସ୍ବାମୀ ମଜୁରୀ କାମ କରେ । ପୁଅ ଝିଅ ଦୁହେଁ ଅନ୍ୟର ବୋଲହାକ କରନ୍ତି। ଦି ଓଳି ଦି ମୁଠା ଖାଦ୍ୟ ଖାଇବାକୁ ମିଳିଯାଏ ।

କିନ୍ତୁ ସେଦିନ ,

      ସେଦିନ ଥିଲା ୧୮୬୬ ମସିହା ନ' ଅଙ୍କ ଦୁର୍ଭିକ୍ଷ ର ସମୟ । ଚାରିଆଡେ ହା ହା କାର । ନା ପୋଖରୀରେ ପାଣି ଥିଲା ନା ଜମିରେ ଫସଲ । କାହିଁ କେଉଁ କାଳୁ ବର୍ଷା ଅସଡା ଟେ ବି ହେଇନି । ପାଖରେ ଥିବା ଖାଦ୍ୟ ସରି ସରି ଆସୁଥାଏ। କେତେ ଲୋକ ମଧ୍ୟ ମୂର୍ତୁବରଣ କରିସାରିଲେଣି।   ଏପଟେ ସୁଦେଶ୍ନା ର ପୁଅ ଓ ଝିଅ ଭୋକରେ ଗଡ଼ି ବୁଲୁଥାନ୍ତି । ଆଉ କହୁଥାନ୍ତି ମାଆ ମାଆ ଖାଇବାକୁ ଦେ। ବହୁତ ଭୋକ ହଉଚି।ହେଲେ ଶୁଦେଶ୍ନା ବା କଣ କରିବ , ଯେତେବେଳେ ସମଗ୍ର ମାନବ ଜାତିକୁ ନ' ଅଙ୍କ ଦୁର୍ଭିକ୍ଷ ଭଳି କରାଳ ଗ୍ରାସ କରିଛି । ସେ ନା ଦେବୀ କି ମହାଦେବୀ ନା ଅନ୍ନପୂର୍ଣ୍ଣା ଯେ ସମଗ୍ର ମାନବ ଜାତିକୁ ଖାଦ୍ୟ ପରଷି ଦେବ। ଏ ସବୁ ଭାବି ଭାବି ଆଖି ଛଳ ଛଳ ହୋଇଯାଉଥିଲା ତା ର । ଏପଟେ ପୁଣି ଶୁଣିବାକୁ ପାଇଲା ତା ସନ୍ତାନ ମାନଙ୍କର ବିକଳ ଚିତ୍କାର। ଚିତ୍କାର ଶୁଣିବା ପରେ ଖାଦ୍ୟ ଖୋଜିଲା । ଚୁଡ଼ା ଡବା ରେ ଚୁଡ଼ା ନାହିଁ, ହାଣ୍ଡିରେ ଭାତ ନାହିଁ । ଖାଲି ହାଣ୍ଡିରେ ଲାଗିଛି ଦୁଇ ଚାରୋଟି ଭାତ । କଣ କରିବ କଣ ନାହିଁ କିଛି ଜାଣି ପାରୁନଥିଲା। ଖାଦ୍ୟ ନାହିଁ ହେଲେ ଖାଦ୍ୟ ଆଣିବ କେଉଁଠୁ। ତଥାପି ସେ ହାରିନଥିଲା । ମାଆ ର କର୍ତ୍ତବ୍ୟ ସବୁବେଳେ ପାଳନ କରୁଥିଲା। ଖାଦ୍ୟ ପାଇଁ କୁନ୍ତୀ ମାଉସୀ ଘରକୁ ଗଲା। ଆଉ ଖାଦ୍ୟ ମାଗିଲା। ସେ ବି ସେଇଆ କହିଲେ , ଖାଦ୍ୟ ଆସି କେଉଁଠୁ । 

    ଶେଷରେ ନିରାଶ ହେଇ ଫେରିଲା ସୁଦେଶ୍ନା। ଆଉ ହାଣ୍ଡିରେ ଲାଗିଥିବା ଦୁଇ ଚାରୋଟି ଭାତ ଆଣି ତା ପୁଅକୁ ଖୁଆଇଲା। ଏତେ ଦିନର ଉପାସ କଣ ଏ ଦୁଇ ଚାରୋଟି ଭାତ ମାରି ପାରିବ। ତଥାପି ମନ ବୁଝାଇବାକୁ ସୁଦେଶ୍ନା କହିଲା ଆଜି ଏତିକି ଖାଇଦେ କାଲି ଆଉ ଆଣିଲେ ଖାଇବୁ। କେଉ ମାଆ କାହିଁକି ଚାହିଁବ ଯେ ତା ପୁଅ ଭୋକ ଉପାସରେ ମରିଯାଉ। ଏପଟେ ତା ସ୍ବାମୀ ଓ ତା ଝିଅ ଭୋକ ଉପାସରେ ଶେଷ ନିଃଶ୍ୱାସ ତ୍ୟାଗ କଲେଣି । ପୁଣି ତାର ପୁଅର ମୃତ୍ୟୁ କୁ ଦେଖିପାରିବନି। ନିଜେ ପଛେ ଭୋକ ଉପାସରେ ମରିଯିବ କିନ୍ତୁ ତା ପୁଅ କୁ ମରିବାକୁ ଦେବନି । ସେ ଗାଁ ଛାଡ଼ି ଅନ୍ୟ ଆଡେ ଖାଦ୍ୟ ଅନ୍ୱେଷଣ ରେ ବାହାରିଲା। କେଉଠିବି ଖାଦ୍ୟ ମିଳୁନଥିଲା। ଚାରିଆଡେ ଖାଦ୍ୟ ଖାଦ୍ୟ ର ବିକଳ ଚିତ୍କାର ଶୁଣିବାକୁ ମିଳୁଥିଲା। ଦିନେ ସେ ଦେଖିଲା ଗୋଟିଏ କୁକର ତା ଛୁଆ ମାନଙ୍କୁ ଖାଇବାକୁ ଦେବାପାଇଁ ବାନ୍ତି କରିଛି। ସେଇ ବାନ୍ତିରୁ ଖାଦ୍ୟ କୁ ବାହାର କରି ସେ ତା ପୁଅକୁ ଦେଇଛି। ଦେଖିଲେ ବି ଘୃଣା ଲାଗୁଥିବ ହେଲେ ବି କଣ କରିବ । ସେ ମାଆ ସେ ଜନନୀ । କେଉଁ ମାଆ କେମିତି ନିଜ ସନ୍ତାନକୁ ନିଜ ଆଖି ଆଗରେ ପ୍ରାଣ ଦେବାର ଦେଖି ପାରିବ । ପୁଅର ଭୋକ କୁ ଯେମିତି ହେଲେବି ଅଳ୍ପ ହଉ ବା ଅଧିକ ମେଣ୍ଟାଇ ଦେଲା ହେଲେ ନିଜର ଭୋକ କୁ ମେଣ୍ଟେଇବାକୁ ଯାଇ ନିଜ ପୁଅକୁ ବିକ୍ରି କରିଦେଲା। ଆଉ ନିଜକୁ ହରାଇ ବସିଲା ଏ ଜୀବନ ସଂଗ୍ରାମ ରେ । 

     ଏ ନାରୀ ମଦୁଆ ସ୍ୱାମୀର ବେଲ୍ଟ୍ ମାଡ ଖାଇଛି, ଏ ନାରୀ ଯୌତୁକ ପାଇଁ ପୋଡ଼ା ହେଇଛି। ଏ ନାରୀ ଅନ୍ୟର ଲାଳସା ପାଇ ନିର୍ଯାତିତ ମଧ୍ୟ ହୋଇଛି । ସିଏ ନାରୀ ଯିଏ ଆମକୁ ନୂଆ ପୋଷାକ ଦେବା ପାଇଁ ନିଜେ ଚିରା ଲୁଗା ପିନ୍ଧେ । 


     


Rate this content
Log in

Similar oriya story from Abstract