Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Akshaya Kumar

Tragedy

5.0  

Akshaya Kumar

Tragedy

ଦୁଃଖ

ଦୁଃଖ

3 mins
568


ଇଚ୍ଛା ପୁର ନାମରେ ଗୋଟିଏ ଛୋଟ ଗ୍ରାମ ଥିଲା। ସେହି ଗ୍ରାମରେ ଗୋଟିଏ ଛୋଟ ପରିବାର ଥିଲା। ପରିବାର ର ମୁଖ୍ୟ ଥିଲେ ସୁଦାମ । ପରିବାର କହିଲେ ସେ ଆଉ ତାଙ୍କ ପତ୍ନୀ ଓ ଏକ ମାତ୍ର ଝିଅ । ଛୋଟ ପରିବାର ଟିଏ । ତାଙ୍କ ଆର୍ଥିକ ପରିସ୍ଥିତି ଏତେ ବି ସ୍ୱଚ୍ଛଳ ନଥିଲା। ସୁଦାମ ମଜୁରୀ କାମ କରନ୍ତି ଏବଂ ତାଙ୍କ ପତ୍ନୀ ଅନ୍ୟ ଘରେ ବାସନ ମାଜନ୍ତି। ଝିଅଟି ପାଠ ପଢ଼ୁଥିଲା । ତାଙ୍କ ପରିବାର ସେମିତି ହସ ଖୁସିରେ ଚାଲିଥିଲା । କିଛିଦିନ ପରେ ତାଙ୍କ ପରିବାରକୁ ଜଣେ ଅତିଥି ଆସିବାର ଆଭାସ ମିଳିଥିଲା। ସେହି ଖୁସିରେ ପୁର ପରିବାର ଖୁସି ଥିଲା। ସେ ପରିବାର ର ଖୁସି କହିଲେ ନ ସରେ। ତାଙ୍କର ସେତେବେଳେ ପୁତ୍ର ସନ୍ତାନ ଟିଏ ଜାତ ହେଲା । ଏ କଥା ସବୁ ଯେତେ ଖୁସି ଦେଇ ନଥିଲା , ତାର ଶହେ ଗୁଣ ଦୁଃଖ ତାଙ୍କ ପତ୍ନୀ ଙ୍କ ମୃତୁ ଖବର ଦେଇଥିଲା। ହ ତାଙ୍କ ପତ୍ନୀ ପୁତ୍ର ସନ୍ତାନ କୁ ଜନ୍ମ ଦେଇ ଆର ପାରିକୁ ଚାଲିଯାଇଥିଲେ । କାହିଁକି ଭଗବାନ ଏମିତି କରନ୍ତି କେଜାଣି , କାହିଁକି ଏତେ ପରୀକ୍ଷା ନିଅନ୍ତି ମନୁଷ୍ୟ ର , ବିଚରା ମନୁଷ୍ୟ ଏ ସବୁ ବୁଝିନପାରି ବୁଢିଆଣୀ ଜାଲରେ କୀଟ ଫସିଗଲା ପରି ଫସିଯାଆନ୍ତି । ବୁଢିଆଣୀ ଯେମିତି କୀଟ କୁ ଆକ୍ରମଣ କରେ ସେମିତି ସଂସାରର ସବୁ ସମସ୍ୟା ଏ ମନୁଷ୍ୟ କୁ ଆକ୍ରମଣ କରେ । କାହିଁକି ହୁଏ ଏମିତି କଣ ପାଇ ହୁଏ ଏମିତି । କାହିଁକି ଭଗବାନ ଏମିତି କରନ୍ତି । କଣ ତାଙ୍କର ଏମିତି କରିବାଟା ଠିକ୍ । ଅଧିକାର ଅଛି ବୋଲି କଣ ଏମିତି କରିବେ । ଏ ସବୁ ପ୍ରଶ୍ନ ଆସୁଥାଏ ସୁଦାମ ମନରେ । ତାର ପୁଅ ହେଲାବେଳେ ଯେତିକି ଧନ୍ୟବାଦ ଆଉ ସମ୍ମାନ ଭଗବାନ ଙ୍କୁ ଦେଇ ନଥିଲା ତାର ସ୍ତ୍ରୀ ମୃତୁ ରେ ତାଠୁ ଅଧିକ ଘୃଣା କରିବସିଥିଲା । ତାର ଭଗବାନ ଙ୍କ ପ୍ରତି ଭରସା ଆଉ ବିଶ୍ୱାସ ତୁଟି ଯାଇଥିଲା । ଏପଟେ ଶିଶୁ ର ଯତ୍ନ ନେବାପାଇଁ କେହି ବି ନଥିଲେ । ଏ ସବୁ ପରିସ୍ଥିତି ଓ ସମସ୍ୟା ଦୁର୍ବଳ କରିଦେଇଥିଲା ସୁଦାମ କୁ । ଏ ସବୁ ଦେଖି ତାଙ୍କ ଝିଅ ସ୍ଥିତି ବି କଣ କରିବ କିଛି ଜାଣିପାରୁ ନ ଥାଏ । ସେ ସ୍ଥିର କଲା କି ପାଠପଢ଼ା ଛାଡ଼ି ଦବ ଆଉ ବାପା ଭାଇ ଙ୍କ ର ଯତ୍ନ ନେବା । ଯେମିତି ତାଙ୍କ ପରିବାରରେ ଖୁସି ଥିଲା ମରୀଚିକା ସଦୃଶ । ଯେମିତି ସୁଦାମ ଙ୍କ ସ୍ତ୍ରୀ ଚାଲିଗଲା ନି ତ ଖୁସି ଚାଲିଗଲା। ଆଉ ଜିବିତଙ୍କୁ କରିଦେଇ ଚାଲିଗଲା ପାଷାଣ । କିଛି କରିବାକୁ ସାହସ ଜୁଟାଇ ପାରୁନଥିଲେ ସୁଦାମ । ଏମିତି କିଛି ଦିନ ଗଲା ସେତେବେଳକୁ ସ୍ଥିତି କୁ ୧୮ ବର୍ଷ ଆଉ ପୁଅ କୁ ୧୨ ବର୍ଷ । ଏହି ସମୟରେ ପୁଣି ଅସୁସ୍ଥ ହୋଇ ପଡିଲେ ସୁଦାମ । ସେତେବେଳେ ତ ଗାଆଁ ରେ ଡାକ୍ତରଖାନା ନଥିଲା ନା , ଗ୍ରାମର ଏକ ମାତ୍ର ଭରସା ଥିଲେ ବୈଦରଜ୍ । ସ୍ଥିତି ବାପାଙ୍କର ଏମିତି ଅବସ୍ଥା ଦେଖି ବୈଦରଜ ଙ୍କ ପାଖକୁ ଗଲା ଓ ବାପା ଙ୍କ ଅବସ୍ଥା ବିଷୟରେ କହିଲା। ବୈଦରଜ ଆସି ସୁଦାମ ଙ୍କୁ ଦେଖିଲେ ଆଉ କହିଲେ ସେ ଆଉ ଭଲ ହେଇ ପାରିବେନି କେବଳ ଭଗବାନ ହିଁ ଭରସା। ଏହା ଶୁଣି ସ୍ଥିତି ଭଗବାନଙ୍କୁ କେତେଯେ ଡାକିନି କି କେତେ ପୂଜା କରିନି , ହେଲେ କଣ ହେଲା ଭଗବାନ ନିରୀହ ଶିଶୁଙ୍କୁ କରିଦେଲେ ଅନାଥ । ଭଗବାନ ଆମ ପାଇଁ ନୁହେଁ ସେ କେବଳ ବଡ଼ ଲୋକଙ୍କ ପାଇଁ । ତେଣୁ ଆମକୁ ଏମିତି ଅବସ୍ଥା କରୁଛନ୍ତି । ଏ ସବୁ କଷ୍ଟ ସ୍ଥିତି ସହିପରୁନଥିଲା , ହେଲେ କଣ କରିବ ସାନ ଭାଇକୁ ସମ୍ଭଳିଁବାକୁ ପଡ଼ିବ ନା। ଏସବୁ ଭାବି ଭାବି ସେ ସବୁ ସହିଯାଉଥିଲା।

କିଛି ଦିନ ପରେ ସ୍ଥିତିକୁ ଶୁଣିବାକୁ ପଡ଼ିଥିଲା ଗାଆଁ ଲୋକଙ୍କ ଟାହି ଟାପରା । ଆରେ ଦେଖରେ ପୋଡା ମୁହିଁ ଆସିଗଲା। ବିଚରା ସୁଦାମ କଣ ନ କରିଥିଲା। ଶୁଣାଯାଏ କି ଘରେ ପ୍ରଥମେ ଝିଅ ଜନ୍ମ ନେଲେ ଲକ୍ଷ୍ମୀ ଆସନ୍ତି । ଏ ପୋଡା ମୁହିଁ ତ ଅଲେଖେନି ଟା । ଆସିଲା ବେଳେ ଟ ମା କୁ ଖାଇଲା ଏବେ ବାପା କୁ । ଛି ଏ ଜନ୍ମ ନ ହେଇ ମରିଯାଇଥିଲେ ଭଲ ହେଇଥାନ୍ତା । ଜନ୍ମ ହେଲାଣି ଯେ ପରିବାରକୁ ଜଳି ପୋଡ଼ି ଖାଇଗଲା । ଏ ସବୁ କଥା ସହିପରିଲାନି ସ୍ଥିତି । ଆଉ ସମର୍ପଣ କରିବସିଲା ତାର ପ୍ରାଣକୁ । ଆଉ ଅନାଥ ହେଇଗଲା ସୁଦାମ ର ପୁଅ ।

କାହିଁକି କାହିଁକି ଲୋକମାନେ ଏମିତି କରନ୍ତି , ଏ ସବୁ କରିକି କଣ ପାଆନ୍ତି । ଖାଲି ବୃଥା ରେ ଗୋଟେ ପରିବାରକୁ ଛାରଖାର କରିଦିଅନ୍ତି । ଲୋକଙ୍କୁ ଛାଡ଼ ଭଗବାନ ତ ଏଠି ଧୋକା ଦେଲେ । ଏ ସୃଷ୍ଟିରେ ଭଗବାନଙ୍କ ର ଅଦ୍ଭୁତ ବିଚାର। ତେଣୁ ଆମେ କାହାକୁ ଦୋଷ ଦେବା ନିଜ ଭାଗ୍ୟକୁ ନିନ୍ଦିବା ଛଡା ଆଉ କିଛି ନାହିଁ ।


ଅକ୍ଷୟ କୁମାର ଦାସ

ଡିପ୍ଲୋମା ଷ୍ଟୁଡେଣ୍ଟ୍


Rate this content
Log in

More oriya story from Akshaya Kumar

Similar oriya story from Tragedy