STORYMIRROR

Akshaya Kumar

Romance Tragedy

3  

Akshaya Kumar

Romance Tragedy

ଅନୁପସ୍ଥିତି

ଅନୁପସ୍ଥିତି

2 mins
164

ଅନୁପସ୍ଥିତି ଏହାର ଅର୍ଥ ନୁହେଁ ସବୁକିଛି ର ଅନ୍ତ। କିନ୍ତୁ ଏ ସବୁ ମୋ ପକ୍ଷରେ ସମ୍ଭବ ନୁହେଁ କି ମୁଁ ଏପରି ମାନସିକ ସ୍ଥିତି କୁ ଅତିକ୍ରମ କରି ଚାଲିଯିବି । କିନ୍ତୁ କଣ କରିବି ଏ ସବୁ ମୋ ପାଇଁ ହି ହୋଇଛି । ଏ ସବୁ କହିବା ବଦଳରେ ମୁଁ ମନର କଥା ମୋ ମନରେ ରଖିଲି । ଆଉ ଅପେକ୍ଷା କଲି ଭଲ ସମୟକୁ ଆଉ ସୁଯୋଗକୁ ।

ଆମେ ଦୁଇଜଣ ଏହି ପରିସ୍ଥିତିକୁ ସାମ୍ନା କରିଛୁ । ତେଣୁ ଏଥିପାଇଁ ଏବେବି ତାର କଷ୍ଟ ଭୋଗିବାକୁ ପଡୁଛି। ତୁମର ଅନୁପସ୍ଥିତି ଏବେବି ମୁଁ ଅନୁଭବ କରୁଚି। ତୁମର ସେହି ସ୍ୱରର ଅନୁପସ୍ଥିତି ମତେ ତୁମ ପ୍ରେମରେ ପକାଇ ଦଉଚି। ପ୍ରତେକ ପରିସ୍ଥିତି ରେ ମତେ ଦୁଃଖ ପହଞ୍ଚାଉଛି, ଆଉ ମନେପକାଇ ଦଉଚି ମୋର ସେହି ଭୂଲ୍ କୁ ଆଉ ମୁଁ କଣ ପାଇଁ ନିଜଠୁ ନିଜକୁ ହରାଇ ଦେଇଛି। ଏବଂ ଏବେବି ମୁଁ ମୋ ନିଜ ଆଗରେ ଛିଡ଼ା ହୋଇ କହି ପାରୁନି ଯେ ମୁଁ ଗୋଟିଏ ସଚରିତ୍ର ବ୍ୟକ୍ତି ବରଂ କହି ଚାଲୁଛି ମୁଁ କାପୁରୁଷ, ନିର୍ବୋଧ, ବୋକା , ଅଟେ । ଯିଏ କି ତୁମକୁ ଅଟକାଇ ପାରିଲା ନାହିଁ । ବରଂ ଦୁଃଖ ଦେଇଗଲା।

ମୁଁ ମୋର ଭୁଲ୍ ର ଜ୍ୟୋଳନରେ ଏବଂ ତୁମକୁ ଆଘାତ ଦେବାର ଯନ୍ତ୍ରଣାରେ ଏବେବି ଜଳୁଛି । ତୁମର ଏହି ନିରବତା ମତେ ବହୁତ୍ କଷ୍ଟ ଦଉଚି । ମୁଁ ତୁମର ହୃଦୟ ଭାଙ୍ଗିଛି , ଯାହାର ପରିଣାମ ମୁଁ ନିଜେ ପାଉଛି। ଆମେ ଚାହିଁଲେ ପରିବାର ଗଢି ପାରିବା । ଯେଉଁ ପରିବାର ରେ ଥିବ ତୁମେ ଆଉ ମୁଁ । ଆମେ ଦୁହେଁ ମିଶିକି ସବୁ ଖୁସି ଆଉ ଦୁଃଖ କୁ ସହିବା । ପରିବାର ଅଛି ମାନେ ଝଗଡ଼ା ଅଛି । ଝଗଡ଼ା ମାନେ ନୁହେଁ ଯେ ଆମେ ଅଲଗା ହୋଇଯିବା। ଗୋଟେ ସମ୍ପର୍କ ସହଜରେ ଭାଙ୍ଗିଯିବ କିନ୍ତୁ ସହଜରେ ଗଢି ହବ ନାହିଁ ।

ମୁଁ ତୁମକୁ ସବୁବେଳେ ଅପେକ୍ଷା କରିଛି । Please ଫେରି ଆସ। ଆମେ ସେମିତି ପୂର୍ବ ଭଳି ଭଲ ପାଇବା । ମୁଁ ମାନୁଚି କି ଏବେ ଏ ପରିସ୍ଥିତି ଆମ ସପକ୍ଷରେ ନାହିଁ ତଥାପି ଏହାର ଅର୍ଥ ନୁହେଁ କି ଅଲଗା ହବା । ମୁଁ ସବୁଠି ତୁମର ଅନୁପସ୍ଥିତିକୁ ଅନୁଭବ କରୁଛି। Plz ଫେରିଆସ ।

ଏ ସବୁ ପରିସ୍ଥିତି ଭିତରେ ମୋ ବିବେକ ମତେ କୁହେ ତୁ ଅସଫଳ, ଯାହା ତୋ ପାଇଁ ଗୁରୁତ୍ୱପୂର୍ଣ୍ଣ ତୁ ସେଠି ଅସଫଳ ହେଇଚୁ ।

ମୁଁ ଯେତେବେଳେ ମୋ ନିଜକୁ ଭଲ ପାଇଲି ସେତେବେଳେ ମୋ ନିଜକୁ ଅନୁଭବ କଲି । ଏ ସବୁ ସମ୍ଭବ ହୋଇଥିଲା କେବଳ ତୁମପାଇଁ ।

କିନ୍ତୁ ଏବେ ........

ତୁମର ଏହି ଅନୁପସ୍ଥିତି ମୋ ଜୀବନ ପ୍ରତି ଘୃଣା ଭାବ ଆଣିଦେଇଥିଲା । କେହିବି ଅନ୍ୟକୁ ଭଲ ପାଇ ପାରିବେ ନାହିଁ , ଯଦି ସେହି ବ୍ୟକ୍ତି ତାକୁ ଭଲ ନ ପାଇଛି। ମୁଁ ଗୋଟେ ଏମିତି ବ୍ୟକ୍ତି ଯିଏ କି ତାର ହୃଦୟରୁ ଏବେବି ତୁମକୁ ଭଲ ପାଉଛି। ଆଉ ଭଲ ପାଉଥିବି ଅନ୍ତିମ ସମୟ ପର୍ଯ୍ୟନ୍ତ । ଆଉ ଅପେକ୍ଷା କରିଥିବି ତୁମର ଫେରିବାକୁ । ଏହି ଅପେକ୍ଷା ର କେବେବି ଅନ୍ତ ହବନି । Plz କୁହ କେବେ ଏ ଅପେକ୍ଷାର ଅନ୍ତ ଘଟାଇ ମୋ ପାଖକୁ ଫେରି ଆସିବ । ଏ କଷ୍ଟ ହାତ କାଟିବା କଷ୍ଟ ଠୁ ଅଧିକ ହେଲେ ଯେତେ କଷ୍ଟ ହେଲେବି ତୁମକୁ ଅପେକ୍ଷା କରିଛି। ମୋର ଏବେ ମାନସିକ ଅବସ୍ଥା ସ୍ଥିର ନାହିଁ । କିନ୍ତୁ ତୁମେ ଆସିଲେ ସବୁ ଠିକ୍ ହୋଇଯିବ। ମୁଁ ଚାହୁଁନି ତୁମକୁ କଷ୍ଟ ଦବାକୁ ।

I Love You

I Really Love You



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance