Akshaya Kumar

Others

1  

Akshaya Kumar

Others

ସ୍ବପ୍ନ

ସ୍ବପ୍ନ

1 min
559


ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଧିପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଛା କୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ ।

ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ ଯାହା ଆମକୁ ଶୁଆଇ ଦିଏନି ତାହା ହିଁ ସ୍ବପ୍ନ । ତେଣୁ ନିଜର ସ୍ବପ୍ନ କୁ ସାକାର କରିବାକୁ ଚେଷ୍ଟା କର ।ନିଜର ମିଶନ,ନିଜର ଲକ୍ଷ୍ୟ ସଫଳ କରାଇବା ପାଇଁ ଶାନ୍ତ ମସ୍ତିଷ୍କରେ ଜୀବନର ପ୍ରତେକ ପଦକ୍ଷେପ କୁ ସ୍ଥିର କରିବାକୁ ପଡ଼ିବ ।

ସ୍ବପ୍ନ ଗତିଶୀଳ କରାଇଥାଏ ଚିନ୍ତାଧାରାକୁ ଓ ଚିନ୍ତାଧାରା ଗତିଶୀଳ କରାଇଥାଏ କାର୍ଯ୍ୟକୁ ।କାର୍ଯ୍ୟ ଗତିଶୀଳ କରାଇଥାଏ ମନର ଉଦ୍ଧିପନାକୁ, ମନର ଆଶାକୁ ଓ ମନର ଆବେଗକୁ ।

ସ୍ବପ୍ନ ଯାହା ବାସ୍ତବତା ନୁହେଁ, ଏହା ଚମତ୍କାରିତା ଅଟେ। ଯାହା ଆମକୁ ଆନନ୍ଦିତ କରାଇଥାଏ । ଏହି ଆନନ୍ଦ ପ୍ରଦାନକାରୀ ସ୍ବପ୍ନ ସେତେବେଳେ ବାସ୍ତବତା ପରିଣତ ହୁଏ ଯେତେବେଳେ ଜୀବନର ପ୍ରତିଟି ମୁହୂର୍ତ୍ତରେ ଦୃଢ଼ ସଂକଳ୍ପର ସହ କଠିନ ପରିଶ୍ରମ କରାଯାଏ।

ଜୀବନ ଦ୍ରୁତଗାମୀ ପକ୍ଷୀ । କେତେବେଳେ ବି ଉଡିଯାଇପରେ। ସେହି ସ୍ୱଳ୍ପ ମୁହୂର୍ତ୍ତ ଓ କିଞ୍ଚିତ୍ କ୍ଷଣରେ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାର ଯୋଜନାକୁ ହିଁ ସ୍ବପ୍ନ କୁହାଯାଏ।

ଯାହା ଅସମ୍ଭବକୁ ସମ୍ଭବ କରାଏ ଓ ଅସଫଳତାର ଦୁଃଖକୁ ଦୂର କରିଥାଏ ତାହା ହିଁ ସ୍ବପ୍ନ ।

ବାସ୍ତବରେ ସ୍ବପ୍ନକୁ ସାକାର କରିବାକୁ ହେଲେ ଦୃଢ଼ ମନୋଭାବ, ନିଷ୍ଟାପରାତ, କଠିନ ପରିଶ୍ରମ କରିବାକୁ ପଡ଼ିବ ।



Rate this content
Log in