Akshaya Kumar

Children Stories Children

3.3  

Akshaya Kumar

Children Stories Children

ବିଶୁ ଅଜା

ବିଶୁ ଅଜା

2 mins
194


ସ୍ୱପ୍ନଶିଖା ନାମରେ ଗୋଟିଏ ଗ୍ରାମ ଥିଲା। ସେହି ଗ୍ରାମରେ ପ୍ରାୟ ୨୦୦୦ ଲୋକ ବାସ କରୁଥିଲେ । ଆମ୍ଭେମାନେ ସେହି ଗ୍ରାମରେ ରହୁ। ଗ୍ରାମର ଚତୁର୍ଦିଗରେ ଚାରୋଟି ଗ୍ରାମ ଦେବତୀ ମନ୍ଦିର ରହିଛି । ଆଉ ମଧ୍ୟ ବୁଦ୍ଧଦେବ,ଶ୍ରୀରାମ, ରାଧାକୃଷ୍ଣ ଏବଂ ଷଠି ଠାକୁରାଣୀଙ୍କ ମନ୍ଦିର ରହିଛି । ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରୁହନ୍ତି । ତଥାପି ଖୁସିରେ ଚଳୁଥାନ୍ତି । ସୂର୍ଯ୍ୟ ଅସ୍ତ ତଥା କାମର ଶେଷରେ ନିଜକୁ ତଥା ନିଜ ଶରୀରକୁ ଆଶ୍ୱସ୍ତି ଦେବା ପାଇଁ ଲାଗି ପଡନ୍ତି । କିଏ କିଏ ଆରମ୍ଭ କରିଦିଅନ୍ତି ତାସ୍ ଖେଳ, ତ କିଏ ଆରମ୍ଭ କରିଦିଅନ୍ତି ନିଜର ଟି.ଭି. ଦେଖା । ସନ୍ଧ୍ୟାର ଆଗମନରେ ଗ୍ରାମର ସାଂସ୍କୃତିକ କେନ୍ଦ୍ର ଭିତରୁ ଶୁଭୁଥାଏ ବେସୁରା ଗାୟକର ସ୍ୱର, ଢୋଲ, ମୃଦଙ୍ଗର ଶବ୍ଦ । ଭାଗବତ ଟୁଙ୍ଗୀରୁ ଶୁଭୁଥାଏ ଭାଗବତ ପଣ୍ଡାଙ୍କର ଭାଗବତ । ଆଖଡ଼ା ଶାଳରୁ ଶୁଭୁଥାଏ ପାଇକ ଭାଇର ଖଣ୍ଡାର ଶାଣିତ ଶବ୍ଦ ଓ ବିରତ୍ୱ ଗାଥା । ଜେଜେମାର ନାତୁଣୀ ସ୍ନେହ, ଜେଜେ ବାପାଙ୍କର ପାକୁଆ ପାଟିରେ ପାନ, ବାପାଙ୍କ ଗାଳି ଓ ମାଆଙ୍କ ସ୍ନେହ ଆଦି ଭାସି ଆସୁଥାଏ ଗ୍ରାମର ପ୍ରତେକଟି ଘରୁ । ଏହା ମଧ୍ୟରେ ବିଶୁ ଅଜାଙ୍କର ଗପ ଥିଲା ଅନ୍ୟତମ । ହିଁ ବିଶୁ ଅଜା ଆମର ସମ୍ପର୍କରେ ଅଜା ନଥିଲେ କିନ୍ତୁ ଆମ ଭଳି ଛୋଟ ପିଲାଙ୍କର ଅଜା ଥିଲେ । ଗାଆଁର ପ୍ରତ୍ୟେକ ପିଲା ବିଶୁ ଅଜାଙ୍କ ପାଖକୁ ଗପ ଶୁଣିବାକୁ ଆସନ୍ତି । ବିଶୁ ଅଜାଙ୍କୁ ପାଖାପାଖି ୭୦ ବର୍ଷ ହୋଇଥିବ । ଆମ୍ଭେମାନେ ସମସ୍ତେ ଖାଇସାରିବା ପରେ ପ୍ରତ୍ୟେକ ଦିନ ବିଶୁ ଅଜାଙ୍କ ପାଖକୁ ଯାଉ ଗପ ଶୁଣିବାକୁ । ସେ ଏମିତି ଗପ କୁହନ୍ତି ଯେ ପିଲାମାନେ ସବୁ ତାଙ୍କୁ ଭଲ ପାଆନ୍ତି। ତାଙ୍କ ଗପ ଗୁଡ଼ିକ ମଧ୍ୟରେ :-

  ପାତାଳ କନ୍ୟା, ସୁନା ବେତ, ବଣରେ ବୁଲେ ଭାଲୁ, ରାଜା ହୁଏ ଭିକାରୀ, ସ୍ଵପ୍ନରେ ନାରୀ, ଭୂତ ପାଇଁ ପଣ୍ଡିତ ରାଜା ଆହୁରି ଅନେକ କିଛି । 


  ଗପ ଶୁଣି ଆସିବା ପରେ ଆମ୍ଭେମାନେ ସମସ୍ତେ ମାଆଙ୍କ ପାଖରେ ଶୋଇଯାଉ । କିଛି ଦିନ ପରେ ବିଶୁ ଅଜାଙ୍କୁ ରହିବାକୁ ପଡିଲା ବୃଦ୍ଧାଶ୍ରମରେ । କାହିଁକି ନା ସେ ଘରେ ଏକା ରହୁଥିଲେ । ଆଉ ତାଙ୍କ ପୁଅ ବିଦେଶରେ । ରହିବାର ଅସୁବିଧା କଥା ସବୁ ତାଙ୍କ ପୁଅଙ୍କୁ କୁହନ୍ତି ବିଶୁ ଅଜା । କିନ୍ତୁ ତାଙ୍କ ପୁଅ ଏସବୁ ସମସ୍ୟା, ତଥା ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଭଲ ସମାଧାନଟିଏ କାଢିଥିଲା । ତାହା ହେଉଛି ବୃଦ୍ଧାଶ୍ରମ । 


  ବିଶୁ ଅଜାଙ୍କର ଇଚ୍ଛା ନ ଥାଇ ବି ସେ ବୃଦ୍ଧା ଶ୍ରମ ଯିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଆମର ତାଙ୍କ ଅଭାବ କେହିବି ପୂରଣ କରିପାରିବେ ନାହିଁ । ତାଙ୍କ ପାକୁଆ ପାଟିର ଗପ ଏବେବି ମନେ ପଡୁଛି । 

  

 ଆମ୍ଭେମାନେ ସବୁ ତାଙ୍କୁ ଦେଖା କରିବାକୁ ଯାଇଥିଲୁ । ସେ ଆମକୁ ଦେଖି ବହୁତ ଖୁସି ହୋଇଗଲେ । ଆମକୁ କୁଣ୍ଢାଇ ପକାଇଲେ । ତମେ କେମିତି ମତେ ଭୁଲି ପାରିଲ । ଭଳି କେତେ କଥା କହି କାନ୍ଦି ପକାଇଲେ ।  


 ଆମେ ଦେଖା କରିବାର ଠିକ୍ ୧୫ ଦିନ ପରେ ମୃତ୍ୟୁବରଣ କରନ୍ତି ବିଶୁ ଅଜା । ମୃତ୍ୟୁର କାରଣ ହୋଇପାରେ ଆମ୍ଭମାନଙ୍କର ଉପେକ୍ଷା, ବୃଦ୍ଧାଶ୍ରମର ପରିବେଶ, ବିଶୁ ଅଜା ଓ ଆମ୍ଭମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ । 

 ବିଶୁ ଅଜା ଆମ୍ଭମାନଙ୍କୁ ଛାଡ଼ି ଚାଲି ଯାଇନାହାନ୍ତି ବରଂ ଆମ୍ଭମାନଙ୍କ ପାଖରେ ଅଛନ୍ତି । ଆମ୍ଭମାନଙ୍କର ଚାଲି ଚାଳନ, ଶିକ୍ଷା ଦୀକ୍ଷାରେ ଅଛନ୍ତି ।



Rate this content
Log in