Ambuja Mohanty

Abstract Drama Action

4  

Ambuja Mohanty

Abstract Drama Action

ସଫଳତା ଏକ କ୍ଷୁଦ୍ର ରହସ୍ୟ ମାତ୍ର

ସଫଳତା ଏକ କ୍ଷୁଦ୍ର ରହସ୍ୟ ମାତ୍ର

4 mins
142



ସମ୍ବିତ ଆଚାର୍ଯ୍ୟ ଜଣେ ନାମୀ ଲେଖକ ଆଜିର ସମାଜରେ...ତାଙ୍କ ରଚିତ ଅନେକ କାହାଣୀ,କବିତା ପ୍ରବନ୍ଧ ତାଙ୍କୁ ଦେଇଛି ଏହି ସଫଳତା..ହେଲେ ନିଜର କୌଣସି ପୁସ୍ତକ କିମ୍ବା ପ୍ରବନ୍ଧରେ ସେ ଆଦୌ ଉଲ୍ଲେଖ କରି ନାହାନ୍ତି ତାଙ୍କର ନିଜର କାହାଣୀ। ସେ କିଏ, କୋଉଠୁ ଆସିଛନ୍ତି , ତାଙ୍କର ଅତୀତ ଇତ୍ୟାଦି..ହେଲେ ଅନେକଙ୍କ ମନରେ ଉତ୍କଣ୍ଠା ତାଙ୍କ ଅତୀତ ପୃଷ୍ଠା ଓଲଟେଇ ବସିବାକୁ। ଅନେକ ଭାବନ୍ତି ତାଙ୍କ ଅତୀତର ସେହି ପଙ୍କ୍ତି କେତେ ସୁନ୍ଦର୍ ହେଇଥିବ। ହେଲେ କାହିଁକି କେଜାଣି କେହି କେବେ ଜାଣି ପାରନ୍ତି ନାହିଁ। ସତରେ ଅମାପ ସଫଳତା ପାଇଲା ପରେ ବୋଧେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି ସମସ୍ତେ। ସଫଳତା ହିଁ ସେମିତି।


ସେଦିନ ତାଙ୍କ ପୁସ୍ତକ ଉନ୍ମୋଚନ ସମାରୋହ..ଗୋଟିଏ ନୂଆ ପୁସ୍ତକ ଆସିଥିଲା ତାଙ୍କର। ଆଜି ତାହା ଉନ୍ମୋଚିତ ହେବ ହୋଟେଲ୍ ରେଶିଡେନ୍ସି ରେ। ସମସ୍ତେ ବ୍ୟଗ୍ର। ଚାରିଆଡେ ଲୋକ ଗହଳି। ଶେଷରେ ଆରମ୍ଭ ହେଲା ତାଙ୍କର ଉନ୍ମୋଚନ ସମାରୋହ। ସମସ୍ତେ କରତାଳି ଦେଇ ସ୍ବାଗତ ଜଣାଇ ଥିଲେ ତାଙ୍କୁ। ସେ ଆସିଲେ ମୁଖରେ ସୁନ୍ଦର ହାସ୍ୟ। କମନୀୟ କାନ୍ତି। ସଫଳତାର ଗର୍ବ ତାଙ୍କୁ ଛୁଇଁ ନାହିଁ ଆଦୌ। ସହ ସହ ପୁସ୍ତକ ଆସିଲା ପରେ ମଧ୍ୟ ସେ ନମ୍ର ଓ ଭୂମୀ ସଂଲଗ୍ନ। ପୁସ୍ତକର ପୃଷ୍ଠା ଖୋଲା ହେଲା । ତାହା ଥିଲା ଗୋଟେ ଯୁବ ଗୋଷ୍ଠୀ ନିମନ୍ତେ ଉଦ୍ଦିଷ୍ଟ ପ୍ରେମ କାହାଣୀ। ସମସ୍ତ ଜନତା କରତାଳି ରେ କଂପେଇ ଦେଲେ ସେହି କକ୍ଷ। ଏବେ ସେ କିଛି କହିବେ ବୋଲି ଆସିଲେ ସମ୍ମୁଖକୁ। ହେଲେ ସେ କିଛି କହିବା ଆଗରୁ ଜଣେ ଉଣେଇଶ ବର୍ଷୀୟା ଲଳନା ଛିଡା ହୋଇ କହିଲେ ସାର୍ କ୍ଷମା କରିବେ ଆଜି ପର୍ଯ୍ୟନ୍ତ କେହି ହୁଏତ ଏହି ପ୍ରଶ୍ନ ସିଧା ସଳଖ ଭାବେ କରି ନାହାନ୍ତି କିନ୍ତୁ ଆଜି ମୁଁ କରୁଛି ଆପଣଙ୍କ ଅନୁମତି ଅଛି??

ଏତେ ବଡ଼ ବ୍ୟକ୍ତିଙ୍କୁ ଏହି ଭଳି ପ୍ରଶ୍ନ??ତାହା ପୁଣି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆଗରୁ ,ତାଙ୍କ କର୍ମକର୍ତ୍ତାଙ୍କ ମୁଖରେ ଗୋଟିଏ ପ୍ରଶ୍ନ ବାଚୀ ଖେଳିଗଲା..ହେଲେ ସେ ନିଜେ ତଳକୁ ଓହ୍ଲେଇ ଆସି ସେହି ଝିଅର ହାତ ଧରି ଆଣି ଆସିଲେ ମଞ୍ଚକୁ ଆଉ କହିଲେ ଏବେ ପଚାର ଏହା ହିଁ ସର୍ବଶ୍ରେଷ୍ଠ ସ୍ଥାନ ।ସମସ୍ତେ କରତାଳି ଦେଲେ ତାଙ୍କର ଏହି ବ୍ୟବହାରକୁ। ଏବେ ସେ ନାରୀ ଜଣଙ୍କ ପ୍ରଶ୍ନ କରିଲେ କେବେ ଆପଣଙ୍କ ଅତୀତ କିମ୍ବା ଆପଣକଂ ଏହି ଯାତ୍ରାର କାହାଣୀ କୌଣସି ପୁସ୍ତକରେ ପ୍ରକାଶ ପାଇନି। କିମ୍ବା ୱିକି ପେଜ ରେ ମଧ୍ୟ ତାହା ବିଶେଷ ଭାବେ ଉଲ୍ଲେଖ ନାହିଁ। କାହିଁକି???ଏହା କିଛି ଲୁଚେଇଲା ଭଳି କି??କ୍ଷମା କରିବେ ଏହି ପ୍ରଶ୍ନ ପାଇଁ। କିନ୍ତୁ ମୁଁ ବାଧ୍ୟ ହୋଇ ଏହି ଭଳି ପ୍ରଶ୍ନ କରିଲି ।ହୁଏତ ଆପଣଙ୍କ ଏହି ଅମାପ ସଫଳତା ପଛର କାହାଣୀ ଆମକୁ ନିଶ୍ଚିତ ଭାବରେ ଆଗକୁ ଦିଗ୍ ଦର୍ଶନ ଦେବ। 

ସେ ହସିଲେ ଆଉ ମୁଣ୍ଡରେ ହାତ ମାରି କହିଲେ ନିଶ୍ଚିତ କହିବି ଆଜି କିନ୍ତୁ ସତରେ ତାହା ଆଦୌ ଆକର୍ଷଣୀୟ ନୁହେଁ। ହଁ ତୁମେ ବସ ସଂକ୍ଷେପରେ କହୁଛି।। ସେ ନାରୀ ଜଣଙ୍କ ଯାଇ ବସିଲେ।


ସମ୍ବିତ ଆରମ୍ଭ କରିଲେ...

ଗୋଟିଏ ସାଧାରଣ ସରକାରୀ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ମୁଁ ସମ୍ବିତ..ମୋର କୌଣସି ସାଙ୍ଗ ସାଥୀ ଆଦି ନଥିଲେ କାରଣ ମୋ ପାଖରେ ଆକର୍ଷଣୀୟ ଚେହେରା ନଥିଲା କିମ୍ବା କ୍ଲାସ ରେ ଭଲ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ମୁଁ ଜଣେ ନ ଥିଲି। ତେଣୁ ମୋ ସଜ ବନ୍ଧୁ ହେବାର କୌଣସି କାରଣ ନଥିଲା କାହାର।ହେଲେ ମୋର ଗୋଟିଏ ଭଲ ଅଭ୍ୟାସ ଥିଲା ଯାହା ହେଲା ପଢିବା। ମତେ ବିଭିନ୍ନ ପୁସ୍ତକ ପଢିବାକୁ ଭଲ ଲାଗୁଥିଲା ଆଉ ତାହା କେବଳ ପାଠ୍ୟ ପୁସ୍ତକକୁ ଛାଡ଼ି ସବୁ।(ଜନତା ହସି ଉଠିଲେ ଆଉ ସଭା ତାଳି ମାଡ଼ରେ କମ୍ପି ଉଠିଲା।) ସେ ଏବେ ପୁଣି ଆରମ୍ଭ କରିଲେ..ହଁ ଏହି ପୁସ୍ତକ ପଢିବା ମତେ ଥରେ ଅନୁପ୍ରାଣିତ କରିଲା କିଛି କାହାଣୀ ଆଦି ଲେଖିବାକୁ।ଆଉ ମୁଁ ମୋର ପ୍ରଥମ କାହାଣୀ ବାଘ ମାମୁଁର କ୍ଷୋଭ ଲେଖିଲି..ତାହା ଥିଲା ଟୁଆଁ ଟୁଇଁ ଙ୍କ ପରିପ୍ରେକ୍ଷୀରେ ନୁହେଁ ବାଘ ମାମୁଁ ଭାବନା । ସେ ଗଳ୍ପଟି ମୋ ସ୍କୁଲ୍ ରେ ଶିକ୍ଷକ ପଢ଼ି ଖୁବ୍ ହସିଲେ ଆଉ କହିଲେ ଏହା ବ୍ୟଙ୍ଗାତ୍ମକ ଭାବରେ ଯିବ। ହଁ ଗୋଟିଏ ଖବର କାଗଜରେ ପଠେଇ ଦେବି। ସେ ଯାହା ହେଉ, ମୋର ଲେଖାଟି କିନ୍ତୁ ବାହାରିଲା ଆଉ ଅନେକ ଲୋକଙ୍କ ଦ୍ୱାରା ଆଦୃତ ହେଲା। ଲୋକ ମୋର ଠିକଣାରେ ଚିଠି ଲେଖି ମତେ ଉତ୍ସାହିତ କରିଲେ ଓ ଆଉ ଗଳ୍ପ ଲେଖିବାକୁ କହିଲେ।ମୁଁ ମଧ୍ୟ ଅନୁପ୍ରାଣିତ ହେଲି। ଓ ମୋର ଲେଖନୀର ଯାତ୍ରା ଆରମ୍ଭ ହେଲା।..କିନ୍ତୁ ମୋର ଲେଖନୀର ଡୋରି ବନ୍ଧା ହେବା ସମୟ ଆସିଲା ଯେତେବେଳେ ମୋର ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀ ଖୁବ୍ କଷ୍ଟରେ ମିଳିଲା। 

ବାପା ଖୁବ୍ ରାଗି କହିଲେ ମତେ ସାହିତ୍ୟ କିମ୍ବା ଆମକୁ କାହାକୁ ଜଣକୁ ମତେ ବାଛିବାକୁ ହେବ ଆଉ ମୁଁ ବାଧ୍ୟ ହୋଇ ଘର ଲୋକଙ୍କୁ ବାଛିଲି ଆଉ ସାହିତ୍ୟରେ ଡୋରି ବାନ୍ଧିଲି। 


କିନ୍ତୁ ସାହିତ୍ୟ ମୋର ରକ୍ତରେ..ସାହିତ୍ୟ ମୋର ଜୀବନ କିଭଳି ମୁଁ ସାହିତ୍ୟ ଠାରୁ ନିଜକୁ ଦୂରେଇ ନେଇ ଯିବି। ଧୀରେ ଧିରେ କଲେଜରେ ଗୋଟିଏ ଡ୍ରାମା ପାଇଁ କାହାଣୀ ଲେଖିବି ବୋଲି ମତେ ଅନୁରୋଧ କରାଗଲା ଆଉ ମୁଁ ଲେଖିଲି। ସେହି ଡ୍ରାମା ଖୁବ୍ ହିଟ୍ ହେଲା ଆଉ ତା ପରେ ମୋର ଲେଖା ଯାତ୍ରା ଅଟକି ନାହିଁ।ବାପା ଅନେକ ବର୍ଷ ମୋ ସାଙ୍ଗରେ କଥା ହେବା ବନ୍ଦ୍ କରିଦେଲେ ହେଲେ ମୁଁ ତାହାକୁ ଭ୍ରୁକ୍ଷେପ କରିଲିନି। ମୋ ବାପା ଭୁଲ୍ ନଥିଲେ ତାଙ୍କ ହିସାବରେ ଜଣେ ଲେଖକ ଚଳିବ କିପରି ଏହି ବୃତ୍ତିରେ .?? ଲେଖକ କୁ ଗାଳି ବେଶୀ ତାଳି କମ୍ ଅବଶ୍ୟ ମିଳେ। ହେଲେ ମୋର ସେହି ଏକାଗ୍ରତା ଓ ନିଷ୍ଠାପର ଭାବ ମତେ ଆଜି ସେହି ସଫଳତାର ଶୀର୍ଷରେ ପହଞ୍ଚାଇ ଦେଲା। ହଁ ମୋର କେହି ବନ୍ଧୁ ଅବଶ୍ୟ ନଥିଲେ ହେଲେ ମତେ ବନ୍ଧୁ ଭାବରେ ପୁସ୍ତକ,ସାହିତ୍ୟ ମିଳିଥିଲେ ଯାହାର ବନ୍ଧୁତା ମତେ ଖୁବ୍ ଶାନ୍ତି ଦେଉଥିଲା। ଆଜି ମୋ ପାଖରେ ବନ୍ଧୁ ହେବାକୁ ଲୋକ ଅପେକ୍ଷା କରନ୍ତି ହେଲେ ସମୟ କେବେ ମତେ ସେହି ମଉକା ଦେଇନି। ତେଣୁ ମୋ କାହାଣୀ କିଛି ଖାସ ନୁହେଁ ସେହି ଅଗଣିତ ଜନତାଙ୍କ ଭଳି କେବଳ ଫରକ୍ ଏତିକି ମୁଁ ମୋ ସ୍ବପ୍ନ କୁ ବଞ୍ଚିବାକୁ ଜୀବନ ଲଗେଇଦେଲି। ହଁ ବାଧା ଅନେକ ଆସିବ ଜୀବନରେ ହେଲେ ତାକୁ ଖାତିର ନ କରି ଆଗକୁ ବଢିବା ହିଁ ସଫଳତାର ଚାବିକାଠି।

ସେଠାରେ ଉପସ୍ଥିତ ଥିବା ଅଗଣିତ ଜନତା କରତାଳି ଦେଇଥିଲେ ତାଙ୍କର ସେହି କାହାଣୀ ଶୁଣି ଯାହା ଆଜି ପର୍ଯ୍ୟନ୍ତ ଗୋଟିଏ ରହସ୍ୟ ଥିଲା। 


ସତରେ ସଫଳତା କିଛି ନୁହେଁ କେବଳ ନିଷ୍ଠା,ଏକାଗ୍ରତା,ଆଉ ସମୟାନୁବର୍ତିତା ର ସମିଶ୍ରଣ ମାତ୍ର।





Rate this content
Log in

Similar oriya story from Abstract