Panchanan Jena

Thriller

3  

Panchanan Jena

Thriller

ସଂସ୍କାର

ସଂସ୍କାର

7 mins
12.4K


ଘଡ଼ଘଡ଼ି ଚଡ଼ଚଡ଼ି ସହିତ ତୁମ୍ଭି ତୁଫାନିଆ ବର୍ଷା ହେବା ପୂର୍ବରୁ ଘରେ ପହଞ୍ଚିଯାଇଥିବାରୁ ଜଗତର ନାଥ ଜଗନ୍ନାଥଙ୍କୁ ମନେ ମନେ ଶତ କୋଟି ଧନ୍ୟବାଦ ଦେଉଥିଲା ହିମାଦ୍ରୀ । ଓହଃ ! ମଣିଷ ବଞ୍ଚିଗଲା ଆଜି ଏ ଦୈବି ଦୁର୍ବିପାକରୁ । ହେ ପ୍ରଭୁ ! ତୁହି ସାହା ଭରସା । ଘଣ୍ଟ ଘୋଡେଇ ରଖିଥାରେ ମହାବାହୁ ।

ଏମିତି ମନେ ମନେ ଅଗଡମ୍ ବଗଡମ୍ କଥା ଭାବୁଥିଲେ । ଗେଟ୍ ଖୋଲି ବାଇକ୍ ପିଣ୍ଡା ଉପରକୁ ଉଠଉ ଉଠଉ ପୁଣି ଭାବାନାର ଖିଅ ମୁଣ୍ଡ ମଗଜକୁ ପିତ୍ତ ଚଢିଲା ଭଳିଆ ଚରିଗଲା । ଖୋଲା ଗେଟ୍ କୁ ବନ୍ଦ କଲେ । ମନେ ମନେ ହେଜୁଥିଲେ କି - ପୂରା ବିଶ୍ଵ କରେ।ନା ମହାମାରୀର ହାତ ମୁଠାରେ । ଭାରତ କୋଭିଡ଼-୧୯ ସହିତ ଲଢେଇ କରୁ କରୁ ପଶ୍ଚିମ ଭାରତରେ ତୁଫାନ ନିସର୍ଗର ତାଣ୍ଡବଲୀଳା , ମଧ୍ୟ ଭାରତରେ ପଙ୍ଗପାଳର କଦମ ତାଲ, ପୂର୍ବ ଭାରତରେ ବାତ୍ୟା ଆମ୍ପନର କାରୁଣିକ କ୍ଷୟକ୍ଷତି । ପୁଣି ଲକଡାଉନ୍ ସଟ୍ ଡାଉନ - ଆଉ ଅଧୁନା ଜୁନ ମାସିଆ କାଳବୈଶାଖି । ଭାବି ପାରିଲେନି ଆଗକୁ ।

ଅଫିସ୍ କାମରେ ଅଧାମରା , ଚିନ୍ତାରେ ଆହୁରି ପଇଁତରା ।ହିମାଦ୍ରୀ ବାବୁ ଘରକୁ ପଶୁ ପଶୁ ଡାକ ପକେଇଲେ ଶ୍ରୀମତୀଙ୍କୁ । କାଳେ ତାଙ୍କର ଶ୍ରୀମୁଖ ଦର୍ଶନ କରନ୍ତେ ଆଂଶିକ ଉପଶମ ମିଳିଯିବ ଦିନଚର୍ଯ୍ୟାର କ୍ଲାନ୍ତି ଓ ଆମୂଳକ ଚିନ୍ତା ଚେତନାରୁ ଶାନ୍ତି ।

" ଶୁଣୁଛ ! ହେଇଟି ଶୁଣୁଛ ! କୁଆଡ଼େ ଗଲ କି ?-- ଜୋର ଜୋର ଚିଲ୍ଲେଇ ଡାକୁଥିଲେ ହିମାଦ୍ରୀ ବାବୁ ।ଏମିତି ଗୋଟେ ଜରୁରୀ ନାଟକିୟତା ନ କଲେ କ୍ୟାରମ ଖେଳୁଥିବା ପିଲାମାନେ , ମାଳି ଗଡଉଥିବା ମା' ଓ ବାହାର ଅଗଣାରେ ଝାଡ଼ୁ ଲଗଉ ଥିବା ଚାକରାଣୀ ଛବି ଆଖିରେ ଧୂଳି ଜମେଇବେ କେମିତି ?

ଏମିତି କହି କହି ଧର୍ମପତ୍ନୀ ମୌସମୀଙ୍କୁ ଖୋଜି ପକେଇଲେ ଦରାଣ୍ଡି ପକେଇଲେ । ଦାଣ୍ଡଘରେ ବେଡ଼ରୁମରେ ନ ପାଇ ଦେଖିଲେ ରୋଷେଇ ଘରୁ ବାସନର ଠୁଣ ଠାଣ ଶବ୍ଦ । 

ବୁଝିଗଲେ । ମୁରୁକି ହସର ଅରୁଣିମାରେ ଫଗୁଣ ଋତୁର ଆଗମନ ମନ ମୂଲକରେ । ଏପଟେ ସେପଟେ ଟିକେ ନଜର ଦେଇ ଦେଖି ନେଲେ ମା' - ପିଲାମାନେ ଓ ଛବିର ବର୍ତ୍ତମାନିକ ତତ୍କାଳିକ ଯଥୋବଡ଼ କାର୍ଯ୍ୟ ବ୍ୟସ୍ତତା । 

ଚୁପ୍ ଚାପ୍ ହାଉଲେ ହାଉଲେ ପଛ ପଟୁ ଶ୍ରୀମତୀଙ୍କୁ ଆଲିଙ୍ଗନ ମୁଦ୍ରାରେ କର୍ଣ୍ଣ ପ୍ରଦେଶ ଗଣ୍ଡ ଦେଶରେ ଅଗଣିତ ଚୁମା ଚୁମ୍ବନର ବର୍ଷା କରି ଚାଲିଲେ । 

" ସର୍ ସର୍ କରୁଛି । କିଏ ଦେଖିବ ପରା । କେମିତିକା ବେହିଆ ମରଦ ହୋ । କାମ ବେଳେ ଏ ସବୁ ବାରଣ ପରା । ସାମାଜିକ ଦୂରତା କାହିଁ କରେ।ନା ଯୋଦ୍ଧା ପ୍ରବର ବୀରବର ।" ଖିଲି ଖିଲି ହସୁ ହସୁ ମୌସମୀ ଏମିତିକା ସେମିତିକା କହୁଥିଲେ ।

" କାମ କଲା ବେଳେ କେତେ ବାର ମନା କଲିଣି ଚୁମା ଦେବନି ବୁଝେଇ ଦେବଟି ଦିଦି ! "--- ଆଖି ନଚେଇ ଘରକୁ ଯାଉ ଯାଉ ଚାକରାଣୀ ଛବି ଶୁଣେଇ ଶୁଣେଇ ପଳେଇଲା। କାନମୁଣ୍ଡା ଆଁଉସି ଆଁଉସି ହିମାଦ୍ରୀ ବାବୁ ବେଡ଼ରୁମକୁ ଆସି ଡ୍ରେସ୍ ବଦଲଭ ଥିଲେ ଆଉ ବକର ବକର ହେଉଥିଲେ । ଚାକିରି ଆଉ କରି ହେବନି । ସକାଳୁ ୯ ରୁ ବସିଛନ୍ତି ଯେ ଚୈକିରେ ବସିଛନ୍ତି, ଅଣ୍ଟା ସଳଖେରିବାକୁ ବି ଦଣ୍ଡେ ଫୁରସତ୍ ନାହିଁ । କୋଡ଼ିଡ୍‌ ୧୯ ପାଇଁ ଦିନ ରାତି ଖଟୁଥିଲେ ବି ବିଡିଓ ସାର ଜମା ଖୁସ୍ ନୁହଁନ୍ତି । ସବୁବେଳେ ଗର ଗର ମୁଁହ ଛିଞ୍ଚଡ଼ା । କିରାଣୀ ଚାକରୀ ନ କରିବା ହିଁ ଭଲ |

ଶ୍ରୀମତୀ ସଜଫୁଟା ଫୁଲ ପରିକା ହସିଦେଲେ ପରଦା ଟାଣିଦେଇ । "ତୁମେ ମୁଁହ ହାତ ଧୋଇ ଫ୍ରେସ୍ ହୋଇଯାଅ ! ମୁଁ ଚା' - ସ୍ନାସ୍କ ନେଇ ଆସୁଛି ।" କହୁ କିନ୍ତୁ ମୌସୁମୀ ରୋଷେଇ ଭିତରକୁ ତର ତରରେ ପଶିଗଲେ ।

" ଶୁଣୁଛ ! ମୁଁ ଭାବୁଥିଲି କି ? " -- ଚା'ର ଚୁସ୍‌ କି ନେଉ ନେଉ ହିମାଦ୍ରୀ କହିବାକୁ ଆରମ୍ଭ କରୁଥିଲା ଓ କହିବାକୁ ଟିକେ କୁଣ୍ଠାବୋଧ ବି ଲାଗୁଥିଲା ।

" କଣ କହୁନ କିଆଁ ? ଖାଲି ଉଗେଇ ଆଣିବ ଆଉ---- ଗେଁ----ଗେଁ ---ପେଁ---- ପେଁ"-- ଶ୍ରୀମତୀ ବି ଶୁଣେଇ ଦେଲେ ।

ମୋ ଦ୍ଵାରା ମହାପରାଧ ହୋଇଯାଉଛି । ମୁଁ ବଡ଼ ଅଧମ ପୁଅ । ମା' ର କଥା ବି ଠିକ୍ ଠାକ ବୁଝି ପାରୁନି । ଅନ୍ୟପଟେ ଅଫିସ୍‌ରେ ବି ସାହେବଙ୍କୁ ସନ୍ତୁଷ୍ଟ କରିପାରୁନି । ତେଣୁ ଦୁଇଟା ନାଆରେ ପାଦ ରଖିଲା ଭଳିଆ ମୋର ଅବସ୍ଥା । କବାଟ ଅଳ୍ପ ଖୋଲାଥିବାରୁ ବାହାର ଘରେ ମାଳି ଗଡଉଥିବା ବିଧବା ମା'କୁ ପୁଅ - ବୋହୁର କପୋଥକଥନ ଯାଵତୀୟ କଥାବାର୍ତ୍ତା ଭଲ ଭାବରେ ଶୁଣା ଯାଉଥିଲା । ବର୍ତ୍ତମାନ ତ ଲକ୍ ଡାଉନ୍ ଯୋଗୁଁ ତୁମ ସ୍କୁଲ ବନ୍ଦ ଅଛି । ତେଣୁ ମା'ର ସେବା ଶୁଶ୍ରୁଷା ଅଳି ଅର୍ଦ୍ଦଳି ସବୁକୁ ତୁମେ ସମ୍ଭାଳି ନେଉଛ ଦ୍ରୁଇ ପିଲାଙ୍କ ଦାୟିତ୍ଵ ସହିତ । ଅଗଷ୍ଟ ମାସ ପରେ ତୁମ ବିଦ୍ୟାଳୟ ଖୋଲିଯିବା ପରେ କେମିତି ସମ୍ଭାଳିବା ମା'କୁ । ତେଣୁ ମୁଁ ଭାବୁଥିଲି କି ମା' କୁ ବାଲିଆପାଳରେ ଥିବା " ବୁଢୀ ଅପା " ବୃଦ୍ଧାଶ୍ରମରେ ଛାଡ଼ିଦେବା । ମା' ର ସେବା ଯତ୍ନ ରକ୍ଷଣା ବେକ୍ଷଣ ଔଷଧ ପଥ୍ୟ ଘର ଠାରୁ ଭଲ ହେବ କାରଣ ମା' ବୟସର ସମ ବୟସୀ ସାଂଗ ସାଥି ମେଳରେ ଭରପୂର ବୄଦ୍ଧାଶ୍ରମ । ଆମ ଅଫିସର ସିଂହ ବାବୁ ତାଙ୍କ ମା' କୁ ଆଗ ବର୍ଷ ବୃଦ୍ଧାଶ୍ରମରେ ଛାଡ଼ିଥିଲେ । ତୁମେ ବିଶ୍ୱାସ କରି ପାରିବନି । ମାଉସୀ ନା ମୋଟେଇ ଗଲେଣି । ଦେହ ବହୁତ ଭଲ । କିଛି ଔଷଧ ଖାଉ ନାହିଁ।ନ୍ତି ସେ ଆଜିକାଲି । 

ତେଣୁ ମୁଁ ଭାବୁଥିଲି କି ମା' କୁ ଛାଡ଼ିଦେବା । ଗୋଟେ ବଡ଼ ଜଞ୍ଜାଳରୁ ମୁକ୍ତି ମିଳିଯିବ। କେତେ ତୁମେ କାମ କରିବ ଯେ । ଘର କାମ ,ସ୍କୁଲ କାମ ,ପିଲାମାନଙ୍କର ହୋମୱର୍କ ସହିତ ରୋଗିଣା ମା'ର ଏ ଟୁ ଜେଡ୍ ବିବିଧ ପ୍ରକାର ମୁଣ୍ଡବ୍ୟଥା କାମ । କାମରେ ଧନ୍ଧି ହୋଇ ତୁମ ଆଖି ତଳେ କଳାଦାଗର କାଳିମା ତୁମ ଚନ୍ଦ୍ରଉଦିଆ ଚେହେରାରେ କଳଙ୍କ- ଗ୍ରହଣ ଲଗେଇ ବାକୁ ବସିଲାଣି । ମୁଁ ତୁମ ମୁଁହ କୁ ଚାହିଁଲେ ତୁମ ଅକୁହା ଦୁଃଖ ଜଳ ଜଳ ଛଳ ଛଳ ଦିଶି ଯାଇଛି ।

ମା' ବି ମାନିଯିବ । କାରଣ ଆମେ ତ ତାହାରି ଭଲ ପାଇଁ ମଂଗଳ ପାଇଁ କହୁଛେ । ପୂରା ଦିନ ଏକା ଏକା ଘରେ ରହୁଛି । କେତେ ବେଳେ କେଉଁ କଥା । ଘଟଣା ଅଘଟଣା ଦୁର୍ଘଟଣା ଘଟିବାକୁ ମିନିଟିଏ ବି ଲାଗିବନି । ଅନ୍ୟ ପକ୍ଷରେ ଆମେ ବି ମଝିରେ ମଝିରେ ଛୁଟି ଦିନ ମାନଙ୍କରେ ସପ୍ତାହନ୍ତେ ବୁଲି ଆସିବା । ମା' ର ହାଲଚାଲ ସୁବିଧା ଅସୁବିଧା ବୁଝି ଆସିବା । ତୁମେ ଦେଖିବ ମୌସୁମୀ ! ମା' ରାଜି ହୋଇଯିବ ଓ ମୋର ଆଶା ଓ ବିଶ୍ୱାସ ଯେ ମା' ସେଠାରେ ଆମ ଘର ଠାରୁ ବହୁତ ଭଲରେ ହସ ଖୁସିରେ ରହିବ ।

ପୁଅ ହିମାଦ୍ରୀ ତ ଚଟାପଟ କଥା ଦି ଧାଡ଼ି କହି ସାରିଦେଲା ତା'ର ପୁଅ ହେବାର ବୁଢୀ ବୟସରେ ସାହାରା ଦେବାର ଦାୟିତ୍ଵ ଓ କର୍ତ୍ତବ୍ୟ । ଯେମିତି ଆଗରୁ ସବୁ ଭାବି ଚନ୍ତି ଆସିଥିଲା ଓ ଯନ୍ତ୍ର ବଡ଼ ବୋହୁ ଆଗରେ ଉଗାଳି ଦେଲା । 

କିନ୍ତୁ ବୋହୁ ଯାହା କହିଲା -- ବିଧବା ଶାଶୁମା' କାନରେ ଯାହା ଶୁଣିଲା -- ତା' ଆଖିରୁ ଲୁହର ଲହର ଆପେ ଆପେ ଝରି ପଡ଼ିଲା ଅପେରାରେ ଦେଖୁଥିବା ଇମୋସନାଲ ଦୃଶ୍ୟ ପରିକା ।

ନୋହୁ ଧିରେ ଧିରେ ମାତ୍ର ଶାଳୀନତାର ଆଳରେ ମୁଁହ ଖୋଲି କହିଲେ --- ଟଂକା ପଇସା କମେଇବାକୁ ତ ପୁରା ଜୀବନ ପଡ଼ିଛି । କିନ୍ତୁ ମା'ର ଆଶିଷ ସ୍ନେହାଶିକ୍ଷ ଆଶିର୍ବାଦ ଯେତେ ବି ମିଳୁ ---- ତାହା ବହୁତ କମ୍ । ବୁଝିଲ ! ତେଣୁ ତାଙ୍କ ପାଇଁ ଅର୍ଥ ବଡ଼ କଥା ନୁହଁ। ତାଙ୍କର ଆମ ଗହଣରେ ରହିବା -- ହସିବା-- ପିଲାମାନଙ୍କ ସହିତ ମିଳିମିଶି ହସଖୁସି କରିବା ଆହୁରି ଅମୁଲ୍ୟ ଓ ଅତୁଲ୍ୟ ।

ମୁଁ ବି ଯଦି ମାଷ୍ଟରାଣୀ ଚାକିରି ଛାଡ଼ି ଦିଏ ବହୁତ ଅଧିକ ଆର୍ଥିକ କ୍ଷତି ହେବ ନି । ମୁଁ ଆଖପାଖର ପିଲାଙ୍କୁ ବସେଇ ଟିଉସନ୍‌ କରିପାରିବି ଓ ରୋଜଗାର ବି କରିପାରିବି । ମୁଁ ମା' ସହିତ ରହିବାକୁ ଚାହୁଁଛି । ମା' ଆମ ପାଖେ ପାଖେ ରହିଲେ ତୁମେ ଦେଖିବ ପଇସାର କେବେ ଅଭାବ ହେବ ନି । ତୁମେ ସେମିତି କାହିଁକ ଭାବୁଛ ! ଏମିତି ଅମଙ୍ଗଳ କଥା ତୁମ ଶ୍ରୀ ତୁଣ୍ଡରେ ଆଉ କେବେ ଯେମିତି ଶୋଭା ନ ପାଉ ! ଏମିତି କୁମଙ୍ଗଳିଆ କଥା ଜମା ଧରିବନି । ମୁଁ ତୁମକୁ କଥା ଦେଉଛି ପୁଅ ଝିଅ ର ପାଠପଢ଼ା ଓ ମା' ର ସେବା ଶୁଶ୍ରୁଷା ମୁଁ ହସି ହସି ଖୁସି ଖୁସି କରି ପାରିବି ।

ମନେ ପକାଅ ତୁମ ପିଲାବେଳର କଥା । ବାପା ତୁମର ଅର୍ଦ୍ଧ ପାଗଳ । ଘରୁ ପଦାକୁ ଯିବାର ନାହିଁ । ତୁମ ମା' ପଡ଼େ।ସି ଘରେ ବାସି ପାଇଟି କରି -- ବିଲରେ ମାଇପି ଖତାରେ ମଜୁରି ଲାଗି-- ଧାନ କାଟି ମୂଲ ଲାଗି ରାତି ବିରାତି ଭୋକ ଉପାସ ରହି ପେଟରେ ଉଦା କନା ପକେଇ ପଖାଳ ତୋରାଣୀ ପିଇ କେତେ ଦୁଃଖ କଷ୍ଟ ସହି ତୁମକୁ ପାଳି ଆଣିଥିଲା । ତୁମ ପାଇଁ ଚାଉଳ ବେପାର କରି -- ମୁଢି ଭାଜି ଉଆାଣି ପରେ ଭଆଣି-- କଣିଆ ମୁଢ଼ିକୁ ଗୋରେଇ ମୋରେଇ ଲୁଗା କାନିରେ ବାନ୍ଧି ତୁମ ମୁଁହରେ ଦାନା ଦେଇଥିଲେ । ତୁମକୁ କଳମ - ଲେଉଟିଆ- ଆଦି ଶାଗ ବିକି ବିକି ପାଠ ପଢ଼େଇଥିଲେ ଗାଁ ଚାଟଶାଳୀ ଠୁଁ ଆରମ୍ଭ କରି ଉତ୍କଳ ବିଶ୍ଵବିଦ୍ୟାଳୟ ବାଣିବିହାର ଭୁବନେଶ୍ଵରରେ । ତୁମକୁ ଉଚ୍ଚଶିକ୍ଷିତ କରି ଦୁନିଆର ବଡ଼ ଦାଣ୍ଡରେ ଜଣେ ସକ୍ଷମ ରୋଜଗାରକ୍ଷମ ପାରଙ୍ଗମ ମଣିଷ ଭଳିଆ ତିଆରୀ କରିଥିଲେ ।

ଏତେ ଦୁଃଖର ଝ୍ଡ଼ ଝଞ୍ଜା ଆଗରେ ତୁମ ମା' କେବେ ନଇଁ ନ ଥିଲେ । ତୁମକୁ କେବେ ବି ପଡ଼ୋଶି ଘରେ ଛାଡ଼ି ନ ଥିଲେ । କାରଣ ସେ ତାଙ୍କର ମରହଟିଆ ଜ୍ଞାନ ଆଧାରରେ ଜାଣିଥିଲେ ଯେ ପର କେବେ ଆପଣା ହେବନି ଆଉ ତୁମ ପେଟର ଭୋକ ବୁଝି ପାରିବନି ।

ତୁମେ କେଉଁ ଟଂକା ପଇସା ବ୍ୟାଙ୍କ ବାଲାନସ କଥା କହୁଛ ? ଗୋଟେ ଢ଼େଉ କୁ ନୁହଁ । କରୋନା ମହାମାରୀ କାଳରେ ଦୁନିଆର ଦାଦା ଦେଶ ଧନାଣ୍ଯ ଦେଶ ଆମେରିକା ଆଣ୍ଠେଇ ଗଲାଣି । 

ତୁମେ କେଉଁ ଉଚ୍ଚ ଶିକ୍ଷା କଥା କହୁଛ ? କେଉଁ ବାଣୀବିହାର ପାଠପଢ଼ା କଥା ଡିଣ୍ଡିମ ବଜଉଚ୍ଛ ? ଧିକ୍ ତୁମ ଚାକିରି - ଫାକିରି ଓ ତତୋଧିକ ତୁମ ଉଚ୍ଚଶିକ୍ଷା ଡିଗ୍ରୀ ! ସଂସ୍କାର ନାହିଁ ତ ସାର୍ଟିଫିକେଟ ସବୁ କାଗଜର ଟୁକୁଡ଼ା । 

ମଣିଷର ଜୀବନ ହେଉଛି ବିବେକର ଜୀବନ, ବିଚାରର ଜୀବନ, ସଚେତନତାର ଜୀବନ ଓ ସର୍ବୋପରି ଶ୍ରଦ୍ଧାର ଜୀବନ । ଶ୍ରଦ୍ଧାରୁ ମିଳେ ଜ୍ଞାନ ଓ ଜ୍ଞାନରୁ ମିଳେ ଦୟା, ନିମା, ଶଶହନଶୀଳତା । ଶ୍ରଦ୍ଧାରୁ ମିଳେ ଆନନ୍ଦ । ଲଳିତ ସୁନ୍ଦର ବିରଳ ଅନୁଭବ, ବିଚାର , ଆଚାର ଓ ଆଚରଣ । ଆଉ ଆକୁ ରଣ ବଦଳିଗଲେ ବଦଳି ଯିବ ଆମ ଘରର ହାଲଚାଲ ଓ ପରିବେଶ ବଦଳିଯିବ ଆମ ବାହାରର ବାତାବରଣ । ଦୂରେଇ ଯିବ ବାକ୍ୟ ବଂଧୁକର ଶବ୍ଦ ଓ ବାରୁଦର ଗନ୍ଧ । 

ଧିକ ତୁମ ପରିଲା ପଣିଆ ! ଗୋଟିଏ ବୋଲି ପୁଅ ଏକୋଇର ବଳା ବିଶିକେଶନ ହୋଇ ବୁଢୀ ବିଧବା ମା' କୁ ସାହାରା ଦେବା ବଦଳରେ ବୃଦ୍ଧାଶ୍ରମରେ ଛାଡ଼ିବାକୁ ତୁମ ମନକୁ ଏମିତି କଟୁ ଚିନ୍ତାଧାରା ପଶିଲା କେମିତି ? ମୋତେ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ତ ପର ଘର ଝିଅ । ଯିଏ ତୁମକୁ ଅନ୍ତ ଫାଡ଼ି ଜନ୍ମ ଦେଲା ନିଜ ଜଠର ଘରେ ଦଶ ମାସ ଦଶ ଦିନର କଷ୍ଟ ମନ୍ତ୍ରଣା ସହି ତୁମେ ସେହି ମହିୟସୀ ଦେବୀ ଔରସରୁ କେମିତି ଜନ୍ମ ହେଲ ? ଘୃଣା ଲାଗୁଛି ମୋତେ ବି ଆଜି | କେମିତି ଏଭଳି ଅର୍ବାଚିନର ହାତ ଧରି ବାକି ଜୀବନଯାପନ କରିବି ? ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ । ସଦବୁଦ୍ଧି ଦିଅ !

ରାଗରେ ଅଭିମାନରେ ଶ୍ରୀମତି ମୌସମୀ ଦେବୀ ବେଡରୁ ଉଠିଲେ ଓ ବାହାରକୁ ଯାଉ ଯାଉ ମୁଁହ ବୁଲେଇ ଶିବାନୀ ଗଣନାଟ୍ୟର ସୁପରହିଟ ନାଟକ " ସରାଧା ବାଲିରୁ ମାଗିଲି ହାତେ " ର ନାୟିକା ମାୟାବିନି ମୌସମୀ ପରି ଚଣ୍ଡି ଚାମଣ୍ଡି କାତ୍ୟାୟନୀ ମୁଡରେ ପତିଦେବଙ୍କୁ ଶୁଣେଇ ନୁହଁ ଚିଲ୍ଲେଇ କରି କହିଲେ ----

କିନ୍ତୁ ତୁମେ ଶୁଣି ରଖ ! ଆମରି ପାଖରେ ତୁମ ମା' -- ମୋର ଶାଶୁମା' ଓ ଆମ ସମସ୍ତଙ୍କର ପ୍ରାଣଦାୟିନୀ ଆଲ୍ଲାଦପ୍ରଦାୟିନି ମା' ରହୁଥିଲେ ରହିଛନ୍ତି ଓ ରହିବେ ମୋ ଦେହରେ ଶେଷ ନି8ଶ୍ଵାସ ଥିବା ପର୍ଯ୍ୟନ୍ତ ଓ ଶେଷ ରକ୍ତ କଣା ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ । ବୁଝିଲ ଟି ! 

ବୋହୁ ମୌସୁମୀର ଏମିତି ରୋକ ଠୋକ କଥା ଶୁଣି -- କଡ଼ା ଚଢ଼ା ଗଳାରେ ପୁଅକୁ ତାଗିଦ କରୁଥିବାର ଶୁଣି --- ଟାଣୁଆ ଜୁଝାରୁ ଓକିଲ ଭଳିଆ ତାର ହକ୍ ଓ ଅଧିକାର ପାଇଁ ଲଢୁ ଥିବାର ଶୁଣି --- ଶାଶୁମାଙ୍କ ନୟନ ଯୁଗଳରେ ଲୋତକର ବନ୍ୟା । ମା' ଠାକୁର ଘରକୁ ଉଠିଗଲେ ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ । 

ଇଶ୍ବରଙ୍କ ଆଗରେ ହାତ ଯୋଡି ଆଣ୍ଠୁମୋଡି ବସି ପଡ଼ିଲେ ମା' । ହେ ଭଗବାନ ! ତୁ ମୋତେ ଝିଅଟିଏ ଦେଇନୁ ବୋଲି. ମୁଁ ମୁଢମତି କେତେ ବାର କଟୁ କଥା ଗାଳି ମାଧ୍ୟମରେ ତୋତେ କହିଛି---- କ୍ଷମା ଦେବୁ ଏ ଅଧମ ଅକ୍ଷମ ହୀନ ପାମରୀକୁ । ତେବେ ଅଶେଷ ଶତ କୋଟି ପ୍ରଣାମ ଦଣ୍ଡବତ କି ଯେ ମୋତେ ବୋହୁ ରୂପରେ ଭାଗ୍ୟ ଲକ୍ଷ୍ମୀ ପଠେଇ ଦେଇଛୁ ଯାହାପାଇଁ ଆଜି ମୋ ଜୀବନ ସଫଳ ହୋଇଗଲା । ଧନ୍ୟ ତା'ର ବାପା ଧନ୍ୟ ତାର ମା' -- ଧନ୍ୟ ତାର ସଂସ୍କାର - ବ୍ୟବହାର - ଆଚାର- ସୁବିଚାର ! ସବୁ ତୋହରି ଲୀଳା ! ସବୁ ତେହାରି ଖେଳା ! ମୋ ବାକି.ଆୟୁଷ ତକ ମୋ ସଂସ୍କାରୀ ସୁନାନାକୀ ବୋହୁ ମୌସୁମୀକୁ ଲାଗିଲା !



Rate this content
Log in

Similar oriya story from Thriller