STORYMIRROR

Rajesh Kumar Barik

Drama Tragedy Classics

4  

Rajesh Kumar Barik

Drama Tragedy Classics

ସଂକ୍ରାନ୍ତି ଭାର

ସଂକ୍ରାନ୍ତି ଭାର

3 mins
221


ପାଞ୍ଚ ହାତିଆ ଖୋର୍ଧା ଗାମୁଛା ସାଙ୍ଗ କୁ ଖଦଡ ପାଇଜାମା ଟିଏ ପିନ୍ଧି ସାଇକେଲ୍ ଉପରକୁ ଚଢୁଥିଲା ରାମୁ ହଠାତ୍ ପଛ ପାଖରୁ ଡାକଛାଡିଲା ମାଳତି । କିହୋ କେଡେ ଭୋଲା ଲୋକଟିକକ ତୁମେ ପଇସା - ବ୍ୟାଗ୍ ନନେଇକି କେମିତି ବଜାର କୁ ବାହାରିଲ ଗଲ ରୁହ ରୁହ ନେଇକି ଯିବ । (ଦୌଡି ଦୌଡି ଆସୁଥାଏ ଆଉ ଧଇଁ ସଇଁ ହୋଇ କହୁଥାଏ) ଝୁଅ ଘରକୁ ଜିବାକୁ ଭାରି ଉଛ୍ଛନ୍ନ ଆଉ ନାତିଆ ଟିକକୁ ନେଇଥିଲେ ହେଇ ନଥାନ୍ତା ।ହୋଇଟି ବେଶି ବେଶି କରି ଫଳ- ମୂଳ ଆଉ ଝୁଅ-ଜ୍ବଇଁ ପାଇଁ ଭଲ ନୁଗା ନବମ କଞ୍ଜୁସି ଦେଖେଇବ ନାହିଁ  କହି ବ୍ୟାଗ୍ ଟାକୁ ହାତକୁ ବଢାଇ ଛିଡା ହୋଇ ରହିଥାଏ ମାଳତି। 

    ସ୍ମିତ ହାସ୍ୟ ଦେଇ ସାଇକେଲ୍ ର ପ୍ୟାଡେଲ୍ ମାରି ଆଗକୁ ବଢୁଥାଏ ରାମୁ । ଆଉ ମନରେ ଭାବୁଥାଏ.....ରାତି ପାହିଲେ ରଜ ଯେଉଁ ଝିଅ ଦିନେ କୁନି କୁନି ପାଦରେ ଆମ ଘରର ଦାଣ୍ଡ ଦୁଲୁକାଉଥିଲା ସେ ଆଜି ତା ଶଶୁର ଘରେ ରଜ ପାଳୁଛି ।ତଥାପି କ'ଣ ହେବ ତାର ପ୍ରାଣ ତ ଘରେ ଛାଡ଼ି କି ଯାଇଛି ତା ମାଁ କୁ ଘଡିଏ ପରେ ଘଡିଏ ଫୋନ୍ କରିବ ଆଉ ପଚାରିବ ବାପା ମୋର କିଶ କରୁଛି, ତାଙ୍କ ର ଦେହପା ଭଲ ଅଛି ନା , ତାଙ୍କୁ କହନ୍ତୁନି ଟିକେ ଆସି ଦେଖିକି ଯିବେ ଆଉ ଆସିଲା ବେଳେ ତୋ ହାତ ତିଆରି ବଡି,ଆଚାର ପଠାଇ ବୁ ଢେର ଦିନି ଦେଲା ଖାଇନି ଯେ ! 

    ଇଛ୍ଛା ନଥିଲା ଝିଅ ଟାକୁ ଝିଅ ଟାକୁ ଏଇ ଲକ୍ଡାଉନ୍ ରେ ବିଦା କରିବାକୁ ହେଲେ କିଶ ହବ ବରଷେ ହେଲା କାମ ନାହିଁ କି ଧନ୍ଦା ନାହିଁ , ମୁଲ ମଜୁରୀ ଟିକକ ପାଇଁ କେହି ଡାକୁ ନାହାନ୍ତି କି ଏ ପୁଡାମୁହାଁ ସରପଞ୍ଚ ଟା ବି କରେଇ ଦଉନି ...। କହୁଛି କିସ ନା କରୋନା ବ୍ୟାପୁଛି । ସଞ୍ଚିତ ଅର୍ଥ ସରିବାକୁ ବସିଥିଲା, ଗାଁ, ସାହି ପଡିଶା ଲୋକ ଆସି ବାରମ୍ବାର କହି ହେଲେ

   ରାମୁ ତୁତ ଗରିବ ଲୋକ, ଏଇ ଦେଖୁନୁ ବରଷେ ହେଲା ତୋର କାମ ଦାମ ହେଲେ କିଛି ଗୁଟେ ନାହିଁ , ତୋର ପୁଅ ଟା ବି ଘର ବସିଛି ।କିସ କରିବା! ଏଇ ନିଆଁ ଲଗା କରୋନାଟା କେବେ ଯିବ କେହି କିଛି କହି ପାରିବେ ନାହିଁ , କେତେ କେତେ ବଡ ଲୁକଙ୍କର ବଉୁଁସ ବୁଡଉଛି ଆମେ ଛାର ଟାଏ । କଥା ଟା ମାନ୍ ଭଲ ପ୍ରସ୍ତାବ ଟେ ଅଛି ଝୁଅ ଟାକୁ ବିଦା କରିଦେ । କରୋନା ଲକ୍ଡାଉନ୍ ବାହାନା ରେ କଅମ ଲୁକ ଆସିବେ କମ୍ ଜିନିଷ ପତର ଦେଇ ଝିଅ ଟାକୁ ବିଦାକରି ଦବୁ !

     ମନଟା ମଙ୍ଗୁ ନଥିଲା ଇଚ୍ଛା ଥିଲା ଲକ୍ଡାଉନ ସରିଲେ ବଡ ଧୁମ୍ ଧାମ୍ ରେ ବିଭା କରିବି ହେଲେ କ'ଣ ହେବ ଆମ ପୁଅ ଟା ତ ଜୋର କରିବାରୁ ରାଜି ହେଲି । ଜଇଁ ସୁରତ ରେ କାମ କରୁଛି ଭଲ ପଇସା ରୋଜଗାର କରୁଛି ଆଉ କ'ଣ ଦରକାର ବା ! ଝିଅ ମୋର ରାଣୀ ହୋଇ ରହିବ। ଦୋକାନ ଟା ଆସିଗଲା ବୋଧେ 

    ନାଲି ଚୁଡି, ନାଲି ଶାଢୀ ,ଅଳତା ବ୍ୟାଗ୍ ରେ ଭରିଲା, ଜଇଁ ପାଇଁ ଭଲ ଲୁଗା ହଳକ ଭରି ଝିଅ ଘର ଆଡକୁ ଖୁସି ଖୁସି ହୋଇ ମୁହାଁଇଲା ରାମୋ,ମନରେ ଭାବୁଥାଏ...... ଦୂରରୁ ସମୁଦି ଦେଖି ଡାକ ଛାଡିବେ ଝିଅ ପାଣି ଢାଳ ଧରି ନେଇକି ଆସିବ , ଜଇଁ ବାହାରି ଆସି ହାତରୁ ବେଗ ଟା ନେଇ ଘର ଭିତରକୁ ଯିବେ ଆଉ ଝିଅ ଆସି ଗେହ୍ଲେଇ କରି ପାଖରେ ବସିବ ଗୋଟି ଗୋଟି କରି ଗୋଟିଏ ନିଶ୍ବାସ ରେ ଘରର ସମସ୍ତଙ୍କ କଥା ପଚାରିଦେବ । ତାପରେ ଗାଈ ନେତ , ଛେଳି ଘରମଣି , କୁକୁର ଟିପୁ କଥା ପଚାରି ବୁଝିବ , ସେମାନଙ୍କୁ ଭୁଲିଯିବ ବା କେମିତି କେତେ ସ୍ନେହରେ ବଡ କରିଛି ଆଉ

      ଜଣା ପଡିଲା ନାହିଁ ! ଭାବନାରେ ଭାବୁ ଭାବୁ ଝିଅ ଘର ଆସି ପହଞ୍ଚିଗଲା, ଖୁସିହୋଇ ଆଗଡ (ରସି ଦ୍ବାରା ବନ୍ଧାଯାଇଥିବା ବାଉଁସ ଗେଟ୍) କୁ ଖୋଲି ସାଇକେଲ୍ ଟାକୁ ନେଇ ଦାଣ୍ଡ କୁ ପସିଲା ରାମୁ । ଚାରିଆଡ ଶୂନ୍ୟ ନୀରବତା କୁଆ କୁକୁର ଟେ ବି ନଜର ଆସୁ ନଥାଏ  ଦେଖି ମନ ଆନ୍ଦୋଳିତ ହେବାରେ ଲାଗିଲା , ଏମାନେ ସବୁ ଗଲେ କୁଆଡେ ବୋଧହୁଏ ରଜ ପାଇଁ

ବଜାର ଯାଇଥିବେ ! କେହି କୁଆଡେ ନଥାନ୍ତି, ଦାନ୍ଡରେ ସାଇକେଲ ଥୋଇ ଘର ଭିତରକୁ ଗଲା ରାମୁ ଅନ୍ଧାରୁଆ ବଙ୍ଗଳା ( ଡ୍ରଇଁ ରୁମ୍) ରେ ଲାଇଟ୍ କୁ ଅନ୍ କରି ଦେଖେ ତ  ଧୋବ ଫର ଫର ଶାଢୀ ପିନ୍ଧି କାନ୍ଥକୁ ଆଉଜି ଏକୁଟିଆ କୋଣରେ ବସିଥାଏ ଝିଅ। ହାତରେ ନଥାଏ ଚୁଡି କି ମଥାରେ ସିନ୍ଦୁର ।ଆଖିରୁ ବହି ଚାଲିଥାଏ ଅସରନ୍ତି ଅଶ୍ରୁ।  

  ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ ରାମୁ ସତେ ଯେମିତି ଆକାଶ ଟା ଛିଣ୍ଡି ପଡିଲା ତା ଉପରେ ପାଦ ତଳ ମାଟି ସବୁ ଖସି ଯାଉଛନ୍ତି ତଳକୁ ତଳକୁ, ନିସ୍ତବ୍ଧ ହୋଇ ଗୁଦ୍ କିନା ବସି ପଡିଲେ ଚେୟାର ଉପରେ , ହାତରୁ ବ୍ୟାଗ୍ ପଡି ବିଛାଡି ହୋଇ ପଡିଥାଏ ନାଲି ଚୁଡି, ସିନ୍ଦୁର, ଅଳତା

    ଦୂରରୁ କେହି ଜଣେ ମହିଳା କହୁଥାନ୍ତି ଏଇ ଅଲକ୍ଷଣୀ ଡାହାଣୀ ଆଖି ପୁଅଟାକୁ ନେଇଗଲା । ନ ହେଲେ କରୋନା ର ଏତେ ସାହାସ ହୁଅନ୍ତା ମୋ ପୁଅକୁ ଛୁଇଁ ପାରିଥାନ୍ତା ତୁମେ ଆସିଛ ଯଦି ତୁମ ଝିଅ କୁ ତୁମ ସାଥିରେ ନେଇଯିବ।



Rate this content
Log in

Similar oriya story from Drama