Dr Jharana Satapathy

Comedy

4.7  

Dr Jharana Satapathy

Comedy

ସଙ୍ଗୀତ ଶିକ୍ଷା

ସଙ୍ଗୀତ ଶିକ୍ଷା

3 mins
551



ଯେ କୌଣସି ବିଦ୍ୟାର ଶିକ୍ଷା ପାଇଁ ନିଦ୍ଧିଷ୍ଟ ବୟସ ସୀମା ନଥାଏ। ଏଥିପାଇଁ ଦୃଢ ଆତ୍ମବିଶ୍ବାସ, ମନୋବଳ,ଧୈଯ୍ୟ ଏବଂ ଚେଷ୍ଟା ନିହାତି ଜରୁରୀ।


ନିଜ ଲକ୍ଷ୍ୟ ସ୍ଥଳରେପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଦରକାର ଯେକୌଣସି ଅବା କ୍ଷେତ୍ରରେ ହେଉ। 


ଠିକ୍ ସେପରି ସଙ୍ଗୀତ ଶିକ୍ଷା ପାଇଁ ମଣିଷର କୌଣସି ନିଦ୍ଧିଷ୍ଟ ବୟସ ନଥାଏ। ଗିତ ଓ ସଙ୍ଗୀତର ଧର୍ମ କିମ୍ବା ଭାଷା ନ ଥାଏ।


ଯେ କୌଣସି ଭାଷାବଲମ୍ବି ନିଜ ଭାଷା ସହ ଅନ୍ୟ ଭାଷାରେ ଗିତ ମଧ୍ୟ ଗାଇପାରିବ।କାହିଁକି ସେ ସଙ୍ଗୀତ ବିଦ୍ୟାସହ ସେ ଓତଃପ୍ରୋତ ଭାବେ ଜଡିତ।


ଥରେ ଯଦି କେହି ସଙ୍ଗୀତର ସୁର,ଲୟ,ତାଳ ଧରିଦେଲା ତା ପାଇଁ ସବୁକିଛି ସରଳ। 


ଲଳିତା ର ସଙ୍ଗୀତ ଶିଖିବାକୁ ଭାରି ଶରଧା। ମନେ ମନେ ଗୁଣୁ ଗୁଣୁ ହୋଇ କଣ ଟିକେ ଗିତ ଗାଇଦିଏ ଵେଳେବେଳେ। ଲଳିତାର ସଙ୍ଗୀତ ପ୍ରତି ଆଗ୍ରହ ଦେଖି ଲଳିତାର ମାଆ ମମତା ମେଡମ ଭାବନ୍ତି ଝିଅକୁ ସଙ୍ଗୀତ ଶିଖାଇଵା ପାଇଁ । 


ନିଜ ପିଲା କାଳି,ଅସୁନ୍ଦରୀ ଯେମିତି ହୋଇଥାଉ ମା ଆଖିରେ ତା ଛୁଆ ଭାରି ସୁନ୍ଦର।ଠିକ୍ ସେପରି ଲଳିତା କେମିତି ଗିତଗାଉଛି ,ନିଜେ ନ ଜାଣି ତାକୁ ଏକା ଥରକେ ସଙ୍ଗୀତ କ୍ଲାସକୁ ନେଇ ଛାଡିଆସନ୍ତି । 


କିନ୍ତୁ ସଙ୍ଗୀତ ସାରକୁ ଭାରି ଡରେ ଲଳିତା।ସଙ୍ଗୀତ ସାରଙ୍କ ଠାରୁ କେତେଥର କାନମୁଡା ଖାଇଥିବ ତାକୁ ହିଁ ଜଣା।


ଯିଏ ଥରେ କାନମୁଡା ଖାଇଥିବ ସେ ଜୀବନ ଯାକ ଉଚିତ୍ ଶିକ୍ଷା ପାଇଯିବ।ଆଉ କେବେ ପୁନଶ୍ଚ ଭୁଲକରିବନି ।କାନର ଦାଗ ତାକୁ ମନେ ପକାଇଦେବ।କିନ୍ତୁ ଲଳିତା କରିବ କଣ? ନିଜର ପରା କ୍ରକଶ ସ୍ବରକୁ ସେହି ସଙ୍ଗୀତ ସାରଙ୍କର ସଙ୍ଗୀତ ଶିକ୍ଷା। ମନେମନେ ଭାବୁଥାଏ ସେ ସଙ୍ଗୀତ ଶିକ୍ଷା କରି ଲାଭ କଣ ! ସପ୍ତାହକୁ ପୁଣି ତିନିଦିନ ସେହି ସଙ୍ଗୀତ କ୍ଲାସ । କି ମାଷ୍ଟ୍ର ଲ ମା। 


ମୁଁ କାନମୁଡା ଖାଇବି ଵୋଲି କାଜଲଟା ଜାଣିଶୁଣି ରହିଯାଉଛି।କାଜଲଟା ସାଥିରେ ଥିଲେ ଟିକେ କାମ ଚଳି ଯାଉଛି। 


ଏ ସାର ମଧ୍ୟ ଜଣ ଜଣକୁ କାହିଁକି ଛିଡା କରି ସା .....ଆ...... କହିବାକୁ କହନ୍ତି ତା ସହ ନିଜେ ସେ ହାରମିନିୟମ୍ ବଜାନ୍ତି। ତାଙ୍କର ହାରମିନିୟମ ସହ ତାଳ,ଲୟ,ସୁର ମିଶିବାର ଅଛି। ଟିକେ ଭୁଲ ହୋଇଗଲେ ପୁଣି ଜୋରସେ କାନମୋଡା ।


ଲଳିତା ମନେ ମନେ ଭାବେ ସେ ସାରଟି ନିଜେ ତ କାଲା।ସବୁବେଳେ ଆଁ ଆଁ କହୁଥିବେ ।ପାକୁଆ ପାଟିକୁ କାଲା ବୁଢା କି ସଙ୍ଗୀତ ଶିଖାଇବ ? କଛାମରା ଧୋତି ପିନ୍ଧାକୁ ପାକୁଆ ବୁଢା। ଚନ୍ଦା ମୁଣ୍ଡରେ କେତେଥର ପାନିଆ ଚଲାନ୍ତି ଯିଏ ତାଙ୍କ ପାଖରେ ଥିବ ସିଏ ହିଁ ଗଣିପାରିବ।ମୁଣ୍ଡ ଯାକ ଚନ୍ଦା ଆଗରେ ଦୁଇକେରା ବାଳ ସେଥିରେ ପାନିଆ ମାରନ୍ତି ଦିନରାତି। ଚନ୍ଦା ମୁଣ୍ଡରେ ପାନିଆ ମାରି ପକେଟରେ ରଖିବା ସମୟରେ ନିଜେ ସେପିନ୍ଧିଥିବା ଲମ୍ବା ସାର୍ଟର କଣା ପକେଟରୁ କେତେ ପାନିଆ ତଳେ ଗଳିପଡିଥିଵ ତାର ହିସାବ ନାହିଁ। ଏ କଥା କହିଲେ ସରିବନି । କି ସଙ୍ଗୀତ ନା ଫଙ୍ଗୀତ କ୍ଲାସ। 


ସମସ୍ତଙ୍କର ପାଳି ସରିଯାଏ। ମୋ ପାଳି ପଡିଲା ବେଳକୁ ଆଉ ସରିଲା କଥା।ମନେ ମନେ ଭାବୁଥାଏ ସେହି ତିନିଦିନ ଆଉ ସଙ୍ଗୀତ ସିଖିଵାକୁ ଯିବନି। ଏକଥା ତା ମାଆ କାନରେ ପଡେ। 


ଲଳିତାର ମାଆ ଲଳିତାର ସଙ୍ଗୀତ ଭଲ ହେବାଲାଗି ସେ ନିଜେ ବୁଝା ବୁଝି କରି ଅନ୍ୟ ଏକ ସଙ୍ଗୀତ ମାଷ୍ଟ୍ରକୁ ଘରେ ନିୟୋଜିତ କରନ୍ତି ।ମାଆ ଝିଅ ଦୁଇ ଜଣଯାକ ଗିତ ସିଖିବା ପାଇଁ ଭାରି ଆଗ୍ରହ।ମନରେ ବଡ ଅଭିଳାସ ତାଙ୍କ 

ଝିଅ ଭଲ ଗିତ ଗାଇବ।ଲତାମଙ୍ଗେସ ପରି ହୋଇପାରିବନି ତଥାପି ଅନ୍ୟ ଗାୟିକା ମାନଙ୍କଠୁ ନିଶ୍ଚୟ ଟପିବ । ନୂଆ ସଙ୍ଗୀତ ମାଷ୍ଟ୍ର ପ୍ରତ୍ୟେକ ରାତି ନଅ ଘଣ୍ଟ ପରେ ଲଳିତାର ପାଠ ସରିଲା ପରେ ସଙ୍ଗୀତ ସିଖାଇବାପାଇଁ ଆସନ୍ତି। ନିଜେ ସେ ଆସିଲାବେଳକୁ ହାରମୋନିୟମଟି ଆଣନ୍ତି।ଲଳିତା ବସିଯାଏ ସଙ୍ଗୀତ ସାରଙ୍କ ନିକଟେ।


ପୁଣି ଆରମ୍ଭ ହୁଏ ସା......ଆ.....। ଅଧଘଣ୍ଟା ସିଖାନ୍ତି।ପ୍ରତ୍ୟେକ ଦିନ ପ୍ରାୟ ସା.....ଆ....ରେ ହିଁ ଅଟକିଯାଏ।ଆଉ ସା..... ପରେ, ରେ...... ବୋଲିଲା ବେଳକୁ ଲଳିତା ଆଖିରେ ନିଦ ଆସିଯାଏ। ସା.....ରେ ହିଁ ତାର ଅଟକିଯାଏ।


ଏମିତି ଠେଲା ପେଲା ଭିତରେ ସା....ଆ....ଟି ସିଖିଦିଏ। ବହୁତ ଦିନ ଲାଗିଗଲା ଲଳିତାକୁ ଏହା ଶିଖିବାକୁ।


ଲଳିତାର ମା ଦିନେ ସନ୍ଦେହ କଲେ ପ୍ରକୃତରେ ଦୋଷଟା କାହାର? ସାର କଣ ତାକୁ ସିଖେଇପାରୁନାହାନ୍ତି ନା ମୋ ଝିଅର କଣ ଭୁଲ ଅଛି।ସଙ୍ଗୀତ ସାରଙ୍କୁ ବନ୍ଦ କରି ନିଜେ ସେ ବସି ପଡିଲେ ଝିଅକୁ ସଙ୍ଗୀତ ସିଖାଇବାକୁ ।କଥାରେ ଅଛି ନିଜ ମାଆ ହିଁ ନିଜ ସନ୍ତାନର ପ୍ରଥମ ଗୁରୁ। ସଙ୍ଗୀତ ସିଖାଇବା ପାଇଁ ବାର ଦେଖି ବସିପଡନ୍ତି ଝିଅକୁ ସଙ୍ଗୀତ ସିଖାଇବା ପାଇଁ।ଲାଗିଯାଏ ପାଲା।


ତାପରେ ଯାହା ହୋଇଥିବ ଆଉ ଭାଷା ନାହିଁ ଵର୍ଣ୍ଣନା କରିବାକୁ। ଏତେବଡ ନାମଦାମୀ ଗାୟିକାଙ୍କର ସଙ୍ଗୀତ ଶୁଣି ବବିତାର ଡାଡି ସହ ପଡୋଶୀଙ୍କୁ ଏତେଭଲ ଲାଗେ ତାମାନେ ଆପଣମାନେ ସହଜରେ ଵୁଝିପାରୁଥିଵେ କାନରେ ତୁଳା ମାରିବାକୁ ମଧ୍ୟ ପଛାନ୍ତି ନାହିଁ। 






Rate this content
Log in

Similar oriya story from Comedy