STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

2 mins
181

   ଗାଡି ର ଗତି ବଢିବା ସହିତ ମନର ଗତି ବି ବଢୁଥାଏ, କିଏ କଣ ଭାବି ଗୁମସୁମ ଥିଲା ତ ମୁଁ କିନ୍ତୁ ମୋ ନିଜ ଉପରେ ରାଗୁଥିଲି, ପିଲାଟା ମୋର କଣ ବା ଖରାପ କହୁଥିଲା, ମନକଥା ବୁଝିପାରନ୍ତି ବୋଲି ତ ଝିଅମାନେ ହିଁ ସର୍ବଦା ମା ବାପାଙ୍କର ହୃଦୟ ରେ ଥାନ୍ତି, ସାମାନ୍ୟ ଶାଢ଼ୀ ଖଣ୍ଡେ ପିନ୍ଧିବାକୁ କହୁଥିଲା, ସନ୍ଧ୍ୟା ଭ୍ରମଣରେ ବାହାରିବା ପୁର୍ବରୁ, ହେଲେ ମୋର ଏକା ଜିଦ ସେ ରଙ୍ଗର ଶାଢ଼ୀ ମୁଁ ପିନ୍ଧିବି ନାହିଁ, ଜୋଇଁଙ୍କ ହାତରେ ମଗେଇଥିବା ନୂଆଶାଢ଼ୀଟା ପିନ୍ଧିଦେଇ ସନ୍ଧ୍ୟାଭ୍ରମଣରେ ଆସିଥିଲେ କଣ ବା କ୍ଷତି ହୋଇ ଯାଇଥାନ୍ତା?? ସମସ୍ତଙ୍କ ମନରଖିପାରିବାର ସ୍ବର୍ଗୀୟ କଳା ବି ନଥାଏ ସମସ୍ତଙ୍କ ପାଖେ, ପୁଣି ଦିନେ ଚକ ଗଡିଗଲେ ବାରହାତ, କୋଉ ସମୟ କାହାକୁ ଅପେକ୍ଷା କରିଛି, ପରିସ୍ଥିତି ପରିବେଶ, ମନ ସବୁ ସମୟ ଚକ୍ର ରେ କେଡେ ଚଞ୍ଚଳ ବଦଳି ଯାଉଛି l

   ଫେରିଯାଉଥିଲା ମନ ଅତୀତକୁ, ବାପା ମାଆ ଙ୍କ ପାଇଁ କେତେ କଥା କରିବି ଭାବି କିଛି କରିନପାରିବାର ଆତ୍ମଗ୍ଲାନି ରେ ସଦା ଜର୍ଜ୍ଜାରୀତ ମୁଁ, ବାପା ଚାଲିଗଲେଣି ଆରପୁରକୁ ଆଉ ବୋଉ ଟା ଆର୍ଲଜାଇମର ରୋଗୀ, ଭାବୁ ଭାବୁ ଗାଡି ପାର୍କ ରେ ଲାଗିଥିଲା, ଆଉ ଝିପି ଝିପି ବର୍ଷା ବି ତ ଭଲ ହେଇଛି ନୂଆ ଶାଢ଼ୀ ପିନ୍ଧିକି ଆସିନି ନଷ୍ଟ ହୋଇ ଯାଇଥାନ୍ତା. ଛତା ଖଣ୍ଡେ ଲେଖା ଧରି ଟିକେଟ କାଟି ପାର୍କ ଭିତରେ ପଶିଲୁ, ଫଟୋ ବି ଉଠାଇଲୁ ଆମେ ଅଜା ଆଈ, ନାତୁଣୀ ସହ ଖୁବ. ଆଉ ଫେରିଆସିଲୁ ବଡ଼ ଜୋର ବର୍ଷାର ଆଶଙ୍କା କରି. 

   ଝିଅ ଘରୁ ଫେରିବା ବେଳେ, ଝିଅ ଜୋଇଁଙ୍କୁ ନେଇ ଆସିଥିଲୁ ଭୁବନେଶ୍ୱର ମୋ ବୋଉ ବା ମୋ ଝିଅର ଆଈ କୁ ଦେଖିବାକୁ ତ ଜୋଇଁ କଣ ଭାବିଲେ ମୋ ବୋଉ ସହ ମୋର, ମୋ ଝିଅର ଓ ଟିକି ନାତୁଣୀର ଫଟୋ ଟିଏ ଉଠାଇନେଲେ, ବିରଳ ଫଟୋ କହି, ମୋ ଗଳ୍ପ ବହି ମଲାଟ ରେ ସେହି ଫୋଟୋଟି, ଫେସବୁକ ରୁ ନେଇ ପ୍ରକାଶକ ଭାଇ ରଖିନେଲେ କଭର ଫଟୋ କରି, ଆଉ ତାକୁ ଦେଖି ଝିଅ ମୋର ଭାରି ଖୁସି କାରଣ ସେଦିନ ସନ୍ଧ୍ୟାଭ୍ରମଣ ରେ ଯିବା ପୁର୍ବରୁ କହୁଥିବା ଶାଢ଼ିଟିକୁ ମୁଁ ପିନ୍ଧିଥିଲି ଫୋଟୋରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract