ସନ୍ଦେହ
ସନ୍ଦେହ
ହରିଶ ଜଣେ ମିଲିଟାରୀ ଅଫିସର। ଆଜି ଗାଁରୁ ନିଜ କର୍ମ କ୍ଷେତ୍ର ଦିଲ୍ଲୀକୁ ଯାଉଛନ୍ତି।ଟ୍ରେନର ସାଇଟ ଝରକା ପାଖ ସିଟରେ ବସିଛନ୍ତି।ନିଜ ୟୁନିଫର୍ମରେ ପିନ୍ଧି ହାତରେ ଗୋଟିଏ ଫଟୋ ଧରି ଆଖି ବନ୍ଦ କରି ବସିଛନ୍ତି।
ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବଢି ଚାଲିଛି। ଏସି କୋଚରେ ଜଣା ବି ପଡୁ ନାହିଁ କେତେ ବେଳେ କେଉଁ ଷ୍ଟେସନ ଆସୁଛି।
ଭର ସକାଳ ଚାରିଟାରୁ ଟ୍ରେନରେ ବସିଛନ୍ତି ହରିଶ।ନିଦ ଆସୁଛି.... ଆଖି ବନ୍ଦ ହୋଇ ଯାଉଥିଲେ ମଧ୍ୟ ହରିଶ ଶୋଇବାକୁ ନାରାଜ। ଯେମିତି ନିଦରୁ ତାଙ୍କୁ କେହି ଉଠାଇ ଦେଉଛି। ହରିଶଙ୍କ ଗାଁର ଷ୍ଟେସନର ଦୁଇଟି ଷ୍ଟେସନ ପରେ ଗୋଟିଏ ନବ ଦମ୍ପତ୍ତି ନୟନ ଓ ରାଗିଣୀ ସେଇ କୋଚ୍ ରେ ଉଠିଲେ। ଦୁହେଁ ବହୁତ ସମୟ ଚୁପଚାପ ବସିଥାନ୍ତି। ମଝିରେ ମଝିରେ ଦୁହେଁ ଟିକେ କ'ଣ ଟିକେ ଫୁସୁରଫାସୁର ହେଉଥାଆନ୍ତି।ହରିଶ ମଝିରେ ତାଙ୍କୁ ଦେଖୁ ଥାଆନ୍ତି। ପୁଣି ଆଖି ବନ୍ଦ କରି ବସି ଥାଆନ୍ତି.....ନିଜର ଭାବନା ରାଇଜରେ।
ଦିନ ପାଖାପାଖି ଏଗାରଟା ହେବ। ହଠାତ୍ ନୟନ ଓ ରାଗିଣୀ ମଧ୍ୟରେ ଜୋରରେ ପାଟି ହୁରି ହେଲା। ହରିଶ ଚମକି ପଡ଼ି ଉଠିଲେ....ଦେଖିଲେ ପୁଅଟି (ନୟନ) ରାଗରେ ତମତମ ହୋଇ ଆସି ପାଖରେ ଆସି ବସିଛନ୍ତି ।ସେପଟେ ରାଗିଣୀ ମୁହଁ ଫୁଲାଇ ଝରକା କୋଣରେ ବସିଛନ୍ତି। ହରିଶ ଦେଖି କିଛି କହିଲେ ନାହିଁ। ପୁଣି ଫୋଟୋଟିକୁ ଧରି ବସିଲେ।
ପାଖାପାଖି ଦିନ 12.30 ହେବ। କେଟ୍ରିନବଲା ଖାଇବା ଆଣିକି ଦେଲା। ନୟନ ହରିଶ ପାଖରେ ବସି କହିଲେ ରାଗିଣୀ ମୋତେ ଭୋକ ନାହିଁ। ତୁମେ ଖାଇ ଦିଅ। ରାଗିଣୀ କହିଲେ ମୋର ଖାଇବା ଦରକାର ନାହିଁ.... ତୁମେ ଖାଅ। ହରିଶ ସବୁ ଶୁଣୁ ଥାଆନ୍ତି। ହେଲେ କିଛି ନ କହି ଆଖି ବନ୍ଦ କରି ବସିଥାନ୍ତି..... ଆଖିରୁ ଲୁହ ଝର ଝର ହୋଇ ବହି ଯାଉଥାଏ।
ଦିନ ପାଖାପାଖି 2ଟା ହେବ। ହରିଶ ଉଠି ନିଜ ବ୍ୟାଗରୁ ଖାଇବା ଟିଫିନ ଖୋଲି ଖାଇବା ପାଇଁ ବସିଲେ। ଦେଖିଲେ ସେ ନବ ବିବାହିତା ଝିଅଟି ସେମିତି ବସିଛି.... ଖାଇବା ଥାଳି ଥୁଆ ହୋଇଛି। ଆଉ ସେ ପିଲାଟି(ନୟନ) ସେଠି ନାହିଁ। ହରିଶ ଖାଇ ସାରି ହାତ ଧୋଇବାକୁ ଗଲେ। ସେଠାରେ ସେ ପିଲାଟିକୁ (ନୟନ) ଦେଖି ଟିକେ ହସିଲେ।
ବେସିନ ପାଖରେ ଦୁହେଁ ଦୁହିଁଙ୍କ ପରିଚୟ ଦିଆ ନିଆ ହେଲେ। କିଛି ସମୟ ପରେ ଦୁହେଁ ନିଜ ସିଟକୁ ଆସିଲେ। ନୟନ ପୁଣି ଆସି ହରିଶ ପାଖରେ ବସିଲେ। ନୟନ କହିଲେ ରାଗିଣୀ କଣ ହେଲା ଏ ଯାଏଁ ଖାଇ ନାହଁ କଣ ପାଇଁ। ରାଗିଣୀ କହିଲେ ତୁମେ ତୁମ କାମରେ ଆଉ ଅଫିସବାଲି ସହ ସମୟ କାଟ ନା ମୋତେ କାହିଁକି ପଚାରୁଛ?
ନୟନ : ଅହଃ..... ତୁମ ପରି ସ୍ତ୍ରୀ ଲୋକମାନଙ୍କୁ ସମ୍ଭାଳିବା ଭାରି କଷ୍ଟ। ଏତେ ସନ୍ଦେହ..... ଛି।
ସନ୍ଦେହ ଶୁଣି ହରିଶ ଆଖି ଛଳଛଳ ହୋଇ ଗଲା। ଶେଷରେ ମୁହଁ ଖୋଲି କହିଲେ ଦେଖନ୍ତୁ ମୋର ଆପଣମାନଙ୍କ ମଝିରେ କହିବା ଅନୁଚିତ। ମୁଁ ବୟସରେ ବଡ ହେବି। ଆଉ ଟିକେ ଆଗରୁ ନୟନ ବାବୁଙ୍କ ଠାରୁ ମୁଁ ଶୁଣିଲି ଆପଣମାନେ ହୋନିମୁନ ପାଇଁ ଯାଉଛନ୍ତ..... ଆପଣମାନଙ୍କର ପ୍ରେମ ବିବାହ। ପୁଣି ସନ୍ଦେହ କଣ ପାଇଁ।
ରାଗିଣୀ ରାଗରେ ଥାଆନ୍ତି।ସେ କହିଲେ ଆମର ପ୍ରେମ ବିବାହ ସତ। ବିବାହ ଆଗରୁ ଦିନରେ ପଚାଶ ଥର ଫୋନ ଆସୁଥାଏ.... ମେସେଜ ଆସୁ ଥାଏ..... କେତେ ଭଲମନ୍ଦ କଥା। ହେଲେ ବିବାହ ପରେ ନୟନ ବାବୁ ଆଉ ମୋ ସହ ନୁହେଁ.... ସବୁବେଳେ ଅଫିସରେ କାମ କରୁଥିବା ଝିଅକୁ ଫୋନ ଆଉ ମ୍ୟାସେଜ। ବାହାଘରକୁ ଦୁଇ ମାସ ହେଲାଣି। ଥରୁଟିଏ ବି ମୋତେ ନେଇ କୁଆଡେ ବି ଯାଇ ନ ଥିଲେ ଯାହା ବାହାଘର ପରେ ମୋ ବାପଘରକୁ ଯାଇଥିଲେ। ତାପରେ ଖାଲି ଅଫିସ ଆଉ ଅଫିସ କାମ ଆଉ ସେ ଝିଅ ସହ ଫୋନରେ କଥାବାର୍ତ୍ତା।ଏମିତିକି ବାହାଘର ରୀତିନୀତି ଭିତରେ ବି ସେ ଝିଅ ଭିଡିଓ କୋଲ୍ କରିବ.....କଣ ମୁଁ ସନ୍ଦେହ କରିବି ନାହିଁ....?
ନୟନ: ଆରେ ରାଗିଣୀ ମୁଁ ବାହାଘର ପାଇଁ ଅଫିସରୁ କୋଡିଏ ଦିନ ଛୁଟି ନେଇ ଥିଲି।ତେଣୁ ବାହାଘର ରୀତିନୀତି ପରେ ଅଫିସରେ କାମ ଅଧିକ। ମୁଁ ଏକୁଟିଆ ଏକାଉଣ୍ଟେଟ ଅଛି। ତାପରେ ବାହାଘର ରୀତିନୀତି ମଝିରେ ସେ ଝିଅଟି ଅଫିସର ଦରକାରୀ ଫାଇଲ ପାଉ ନ ଥିବାରୁ ଭିଡିଓ କଲ କରି ଥିଲା।ଆଉ ତୁମେ ଏତେ ସନ୍ଦେହ କଲେ କି ହେବ।
ହରିଶ କହିଲେ ରାଗିଣୀ ତୁମେ ମୋର ସାନ ଭଉଣୀ ପରି। ତୁମେ ସନ୍ଦେହ ନ କରି ନୟନଙ୍କ ଉପରେ ଭରସା ରଖ।
ରାଗିଣୀ ରାଗରେ ଗରଗର ହୋଇ କହିଲେ ହଁ ଆପଣ ପୁଅ ନା..... ଆପଣ ତ ତାଙ୍କ ସପେକ୍ଷରେ ରହିବେ.....ଆପଣ ତ ମିଲିଟାରୀ ଲୋକ...... ଆପଣ କଣ ପ୍ରେମ କରିଥିବେ......ଆପଣ କେମିତି ଜାଣିବେ ପ୍ରେମରେ ସନ୍ଦେହ କଣ ଆଉ ଧକାର କଷ୍ଟ କଣ?
ହରିଶଙ୍କ ଆଖିରୁ ଲୁହ ବହି ଗଲା। ହାତରେ ଥିବା ଫୋଟୋଟି ଖସି ରାଗିଣୀ ହାତରେ ପଡିଲା।
ରାଗିଣୀ ଫୋଟୋଟିକୁ ଉଠାଇ ଦେଖିଲେ ହରିଶଙ୍କ ସହ ଗୋଟିଏ ସୁନ୍ଦରୀ ଝିଅର ଫୋଟୋ। ଫୋଟୋରୁ ଜଣା ପଡୁଥିଲା ଯେ ସେ ନିହାତି ତାଙ୍କ ପ୍ରେମିକା ନ ହେଲେ ସ୍ତ୍ରୀ।
ରାଗିଣୀ ହରିଶଙ୍କୁ ପଚାରିଲେ ଭାଇ ଇଏ କିଏ?
ହରିଶ କହିଲେ ଇଏ ମୋର ସେହି ଅଭିମାନିନୀ ପ୍ରେମିକା ଚାରୁଲତା।ମୁଁ ହରିଶ ଜଣେ ମିଲିଟାରୀ ଲୋକ.... ତ କଣ ହେଲା ମୋର କଣ ହୃଦୟ ନାହିଁ..... ମୁଁ କଣ ପ୍ରେମ କରି ପାରିବିନି। ଶୁଣ ମୋର ପ୍ରେମ କାହାଣୀ।
ମୋତେ ସମସ୍ତେ ହରି ବୋଲି ଡାକନ୍ତି। ଚାରୁ ଆଉ ମୁଁ ପ୍ରଥମରୁ ଏକା ସାଙ୍ଗରେ ଗୋଟିଏ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ଏକାଠି ପଢୁ ଥାଉ। ଚାରୁ ଶ୍ରେଣୀରେ ପ୍ରଥମ ହେଉ ଥାଏ। ଆଉ ମୁଁ ଦ୍ୱିତୀୟ କି ତୃତୀୟ ସ୍ଥାନରେ ରହୁ ଥାଏ। ମୁଁ ଟିକେ ଖେଳକୁଦରେ ବ୍ୟସ୍ତ ରହୁଥାଏ। ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମସ୍ତେ ଚାରୁର ପ୍ରଶଂସା କରି ମୋତେ କୁହନ୍ତି ତୁ ଟିକେ ଚାରୁ ପରି ପଢ..... ତୁ ବି ଶ୍ରେଣୀରେ ପ୍ରଥମ ହେବୁ। ମୁଁ କିନ୍ତୁ ଚାରୁକୁ ଇର୍ଷା କରୁଥିଲି।
ଚାରୁ କିନ୍ତୁ ବହୁତ ଧିର ଓ ନମ୍ର। ପାଠ ଭଲ ତ ସେ ଭଲ। କାମରେ ବି ସେ ପୁରା ନିପୁଣ।
ଷଷ୍ଠ ଶ୍ରେଣୀରେ ଆମେ ସମାନ ହାଇସ୍କୁଲରେ ପଢିଲୁ। ସେଠି ବି ସମାନ ଅବସ୍ଥା। ଦିନେ ମୁଁ ରାଗି ଯାଇ ଚାରୁକୁ ପାନେ ଦେବି ବୋଲି ଭାବିଲି। ତାର ସାଇକେଲକୁ ମୁଁ ପମ୍ପଚର କରି ଦେଲି।
ଚାରୁ ଜାଣି ପାରିଲା ନାହିଁ। ଛୁଟି ହେଲା ପରୃ ମଜା ଦେଖିବା ପାଇଁ ମୁଁ ତା ପଛେ ପଛେ ଗଲି। ବର୍ଷା ଝିପ ଝିପ ଆରମ୍ଭ ହୋଇ ଯାଇଥିଲା।ଚାରୁ ତରତର ହୋଇ ସାଇକେଲ ଚଳାଉଥିଲା।ସାଇକେଲ ପମ୍ପଚର ଥିବାରୁ ଚାରୁ ଭାରସ୍ୟାମ ହରାଇ ତଳେ ପଡିଗଲା। ତା ହାତ ଓ ଗୋଡରେ ଜୋରରେ ମାଡ ବାଜିଲା। ସେ ଖଣ୍ଡିଆ ଖାବରା ହୋଇ ଗଲା। ତାର ଡ୍ରେସଟି ସାଇକେଲରେ ଲାଗି ଅଣ୍ଟା ପାଖରେ ଚିରି ଗଲା।
ବିଚାରି ଚାରୁ ଲାଜରେ ରାସ୍ତାରୁ ଉଠି ପାରୁ ନ ଥାଏ। ତା ଅବସ୍ଥା ଦେଖି ମୋତେ ବହୁତ ଖରାପ ଲାଗିଲା.... ନିଜ ଉପରେ ରାଗ ବି ଲାଗୁ ଥାଏ।
ଶେଷରେ ମୁଁ ତା ପାଖକୁ ଗଲି ଓ ତାକୁ ମୋର ରେନିକୋଟ କାଢି ପିନ୍ଧିବାକୁ ଦେଲି।ସେ ନିଜ ଛିଡା ଲୁଗାକୁ ଲଗାଇବାକୁ ଯାଇ ସେଇଟା ପିନ୍ଧି ଉଠିବାକୁ ଚେଷ୍ଟା କଲା ହେଲେ ଉଠି ପାରୁ ନ ଥାଏ। ମୁଁ ଆଉ କିଛି ଲୋକ ତାକୁ ଧରି ଉଠାଇଲୁ ଏବଂ ପାଖ ଦୋକାନରୁ ଚେୟାରଟିଏ ଆଣି ବସାଇଲୁ।
ଚାରୁର ସାଇକେଲଟି ପୁରା ଭାଙ୍ଗି ଯାଇଥିଲା। ମୁଁ ତା ସାଇକେଲକୁ ବାପାଙ୍କ ସାଙ୍ଗ ଦୋକାନରେ ଠିକ କରିବାକୁ ଦେଲି।
ତାପରେ ମୁଁ ଚାରୁକୁ କହିଲି.....ସନ୍ଧ୍ୟା ହେଲାଣି ଚାଳ ମୁଁ ତୁମକୁ ତୁମ ଘରେ ଛାଡ଼ି ଦେବି। ଚାରୁକୁ କିଛି ଲୋକ ଧରି ମୋ ସାଇକେଲ ପଛ ସିଟରେ ବସାଇ ଦେଲେ। ସେଠାରୁ ପାଖାପାଖି 3କି.ମି. ପରେ ତା ଘର।ପହଞ୍ଚିଲା ବେଳକୁ ତା ମାଆ ଗୋଟିଏ ବାଡି ଧରି ଘର ବାହାରେ ଛିଡା ହୋଇଛନ୍ତି। ବିଚାରୀ ଚାରୁ କେତେ କଷ୍ଟରେ ସେ ଏମିତି ଅବସ୍ଥାରେ ଘରକୁ ଗଲା। ଆଉ ତା ମାଆ ଝିଅର ଏମିତି ଅବସ୍ଥା ଦେଖି ମଧ୍ୟ ଚାରୁ ଉପରେ ରାଗି ଗରଗର.... ସନ୍ଧ୍ୟା ହେଲାଣି..... ଏତେ ଡେରି କଲୁ.... ସେପଟେ ବାବୁଆଣୀଙ୍କ ଫୋନ ଆସୁଛି.... କେତେବେଳେ କାମକୁ ଯିବୁ......ଯାଆ ଲୁଗା ବଦଳିକି କାମକୁ ଯାଆ.....ଆସିଲେ ଖାଇବୁ.....ତୋ ସାଇକେଲ କାହିଁକି..... ।
ଚାରୁ : ମାଆ ଆଜି ଆସିଲା ବେଳକୁ ମୁଁ ସାଇକେଲରୁ ପଡି ଗଲି ଓ ସାଇକେଲ ଭାଙ୍ଗି ଗଲା।
ଚାରୁର ମାଆ ଗର୍ଜି ଉଠିଲେ ଏବଂ କହିଲେ କଣ କହିଲୁ ସାଇକେଲ ଭାଙ୍ଗି ଗଲା..... ତାକୁ ଠିକ କରିବା ଖର୍ଚ୍ଚ କିଏ ଦେବ..... କହି ଦେଉଛି ତୁ ପଛେ ଚାଲି ଚାଲି ବିଦ୍ୟାଳୟ ଯାଆ..... ହେଲେ ମୁଁ ଘର ଟଙ୍କାରୁ ଟଙ୍କାଟିଏ ବି ଦେବି ନାହିଁ। ହଉ ଜଳଦି ଯାଆ.....ତୋ ବାପା ଆସିବା ଆଗରୁ ଫେରି ଆସିବୁ।
ମୁଁ ଆଶ୍ଚର୍ଯ୍ୟ ହେଲି। ଏ କଣ ତା ମାଆ ଚାରୁର ଏମିତି ଅବସ୍ଥାରେ କାମକୁ ପଠାଇଲେ..... ଖାଇବା ପାଇଁ ବି ଦେଲେ ନାହିଁ।ଆଉ ତା ଘର ବି ତ ଏତେ ଖରାପ ଅବସ୍ଥାରେ ନାହିଁ ଯେ ସେ ପର ଘରକୁ କାମ କରିବାକୁ ଯାଉଛି।
ମୁଁ କରିଥିବା ଭୂଲ ପାଇଁ ବହୁତ ଅନୁତାପ କରୁ ଥାଏ। ତାପର ଦିନ ସକାଳୁ ମୁଁ ତାର ସାଇକେଲ ଠିକ କରି ତାର ଘର ଆଡକୁ ଯାଉଥାଏ। ରାସ୍ତାରେ ମୋର ତାର ଘନିଷ୍ଠ ସାଙ୍ଗ ମିନି ସହ ଦେଖା ହେଲା। ସେ ଚାରୁର ପରିବାର ବିଷୟରେ ସବୁ କହିଲା। ଚାରୁ ଛୋଟ ବେଳୁ ତା ମାଆକୁ ହରାଇଛି। ଚାରୁଙ୍କ ବାପା ଦ୍ୱିତୀୟ ବିବାହ କଲେ। ହେଲେ ସାବତ ମାଆ ଚାରୁକୁ ବହୁତ ହଇରାଣ କରନ୍ତି। ବାପା ସାମନାରେ କେତେ ଗେଲ୍ହ ଆଉ ତାପରେ ଚାକରାଣୀଠୁ ବି ହିନସ୍ତା କରନ୍ତି। ଚାରୁର ବାପା ସକାଳୁ କାମକୁ ଯାଆନ୍ତି ଡେରି ରାତିରେ କାମକୁ ଫେରନ୍ତି। ଯାହା ଟଙ୍କା ସେ ଘର ଆଉ ପିଲାଙ୍କ ଖର୍ଚ୍ଚ ପାଇଁ ଦିଅନ୍ତି ସେ ସବୁ ଚାରୁର ସାବତ ମାଆ ନିଜ ଛୁଆଙ୍କ ପାଇଁ କରନ୍ତି। ଚାରୁ ନିଜେ କାମ କରି ଟଙ୍କା ଆଣିଲେ ଯାଇ ପାଠ ପଢେ ଆଉ ନିଜର ଖର୍ଚ୍ଚ ଉଠାଏ ଆଉ ବାକି ଟଙ୍କା ସାବତ ମାଆକୁ ଦିଏ।
ଚାରୁର ଦୁଃଖ ଶୁଣି ମୋ ଆଖିରୁ ଲୁହ ବହି ଗଲା। ଏବେ ଜାଣିଲି ଚାରୁ କଣ ପାଇଁ ଏତେ ଚୁପଚାପ ରୁହେ।
ମୁଁ ଚାରୁ ଘରକୁ ଯିବାଟା ଠିକ ଭାବିଲି ନାହିଁ। ମିନି ହାତରେ ସାଇକେଲଟିକୁ ଦେଲି ଏବଂ କହିଲି ଚାରୁର ମାଆକୁ କହିବ ସାଇକେଲଟି ସେ ନିଜେ (ମିନି) ଠିକ କରିଛି ବୋଲି।
ତାପରେ ମୁଁ ନିଜକୁ ଧିକ୍କାର କରୁଥାଏ......ବିଚାରି ସହ ମୁଁ କଣ କଲି।
ବିଦ୍ୟାଳୟ ପହଞ୍ଚିବା ପରେ ମୁଁ ମନେ ମନେ ଚାରୁକୁ ଖୋଜୁ ଥାଏ। ଚାରୁ ସେ ଦିନ ବିଦ୍ୟାଳୟ ଆସିଲା ନାହିଁ କି ମିନି ବି ଆସିଲା ନାହିଁ। ଇଚ୍ଛା ହେଉଥାଏ ଦୌଡି ଯାଇ ଚାରୁକୁ ଦେଖା କରି କ୍ଷମା ମାଗିବି ଆଉ ତାର ଭଲ ମନ୍ଦ ବୁଝିବି।
ହେଲେ ଚାରୁ ମାଆ କଥା ଶୁଣିଲା ପରେ ଆଉ ଯିବା ପାଇଁ ସାହସ ନ ଥାଏ।
ତାପର ଦିନ ବିଦ୍ୟାଳୟରେ ପହଞ୍ଚିଲି..... ପୁଣି ଚାରୁକୁ ଖୋଜୁ ଥାଏ। ହେଲେ ଚାରୁ ସେଦିନ ବି ବିଦ୍ୟାଳୟ ଆସିଲା ନାହିଁ।ମିନି ଆସିଲାରୁ ମୁଁ ତାକୁ ପଚାରିଲି ଚାରୁ ବିଷୟରେ। ସେ କହିଲା ଚାରୁକୁ ଜ୍ଜର ଆସିଛି..... ଆଉ ତା ମାଆ ତାକୁ ଔଷଧ ସୁଧା ଆଣି କି ଦେଉ ନାହାଁନ୍ତି।
ଏହା ଶୁଣିଲା ପରେ ମୋତେ ଜମାରୁ ଭଲ ଲାଗିଲା ନାହିଁ... ସେ ଦିନ ବିଦ୍ୟାଳୟରେ କଣ ପଢା ହେଉ ଥାଏ ଆଉ ମୋ ମୁଣ୍ଡରେ ନ ପଶେ।ବିଦ୍ୟାଳୟ ଛୁଟି ହେଲା ପରେ ମୁଁ ମିନିକୁ କହିଲି ମୋ ସହ ଔଷଧ ଦୋକାନକୁ ଯିବା ପାଇଁ.... ଔଷଧ ଦୋକାନ ମୋ ପିଉସାଙ୍କର.....ମୁଁ ଔଷଧ ନେଲି ଏବଂ ମିନି ହାତରେ ଦେଇ ପଠାଇଲି। ପିଉସାଙ୍କୁ କହିଲି ମୋ ସାଙ୍ଗର ଦେହ ଭଲ ନାହିଁ..... ମୁଁ କାଲି ଘରୁ ଟଙ୍କା ଆଣି ଦେଇ ଦେବି। ବାପାଙ୍କୁ ଏ ବିଷୟରେ କହି ପାରିଲି ନାହିଁ। ମାଆଙ୍କୁ କହି ଟଙ୍କା ଆଣି ତାପର ଦିନ ପିଉସାଙ୍କୁ ଦେଲି।
ଦୁଇ ଦିନ ପରେ ଚାରୁ ବିଦ୍ୟାଳୟକୁ ଆସିଲା। ଛଟେଇ ଛଟେଇ ଚାଲୁଥାଏ।ତାକୁ ଦେଖି ମୋ ମନରେ ଦରଦ ଆସୁ ଥାଏ। ତାକୁ ଯାଇ କ୍ଷମା ମାଗି ବି ଭାବୁ ଥାଏ.... ହେଲେ ସାର ଆସି ଗଲେ ଆଉ ପଢା ଆରମ୍ଭ ହୋଇଗଲା। ମୁଁ କିନ୍ତୁ ଟିକେ ପରେ ଟିକେ ଚାରୁକୁ ଦେଖୁ ଥାଏ।
ଖାଇବା ଛୁଟିରେ ମୁଁ ଚାରୁ ପାଖକୁ ଯିବାକୁ ବାହାରୁ ଥାଏ। କିନ୍ତୁ ସେ ହଠାତ୍ ମୋ ପାଖକୁ ଆସି ଟିକେ ଲାଜେଇ ଯାଇ ଧନ୍ୟବାଦ ଜଣାଇଲା।
ମୁଁ କିନ୍ତୁ ଅନୁତାପ ଲୁହରେ ତା ହାତ ଧରି କ୍ଷମା ମାଗିଲି ଆଉ ସବୁ କହିଲି। ସେ ମୋତେ କହିଲା ଛାଡ ସେ କଥା। ତୁମେ ରାଗି ସିନା ଭୂଲ କଲ ହେଲେ ଆଜି ନିଜ ଭୂଲ ବୁଝି ପାରି ଯେତିକି ମୋ ପାଇଁ କଲ ଆଜି ଯାଏଁ ସେତିକି କେହି ମୋ ପାଇଁ କରି ନାହାଁନ୍ତି।ଆଜି ଠୁ ଆମେ ସାଙ୍ଗ ହୋଇ ପାରିବା ନା। ଏତିକି ଶୁଣି ମୋ ମୁହଁରେ ହସ ଫୁଟି ଉଠିଲା।ଆଉ ତାପରେ ଆମ ମଧ୍ୟରେ ଧିରେ ଧିରେ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଲା।
ଚାରୁ ବିଦ୍ୟାଳୟକୁ ଆସି ନ ଥିବା ବେଳେ ଯାହା ବି ପଢା ହୋଇ ଥିଲା ମୁଁ ତାକୁ ବୁଝାଇ ଦେଲି। ଆମେ ଦୁହେଁ ବହୁତ ଘନିଷ୍ଠ ବନ୍ଧୁ ହୋଇ ସାରି ଥାଉ। ଦିନେ ବି ଦୁହିଁଙ୍କୁ ନ ଦେଖିଲେ ଆମେ ରହି ପାରୁ ନ ଥାଉ। ବନ୍ଧୁତ୍ୱ ଯେ କେତେବେଳେ ପ୍ରେମରେ ପରିଣତି ହୋଇ ଯାଇଥିଲା..... ତାହା ଆମକୁ ଅଜଣା ଥିଲା।
ଏମିତି ହରିଶ ନିଜ ପ୍ରେମ କାହାଣୀ କହୁ କହୁ ମୋଗଲସରାଇ ଷ୍ଟେସନରେ ଗାଡ଼ି ପହଞ୍ଚିଲା।
ହରିଶ ନୟନକୁ କହିଲେ ଆପଣମାନେ ଖାଇ ଦିଅନ୍ତୁ। ମୁଁ ଟିକେ ଷ୍ଟେସନରୁ ଆସେ। ତାପରେ ହରିଶ ଟ୍ରେନରୁ ଓହ୍ଲାଇ କଦଳୀ, ଆଇସକ୍ରିମ ଓ କମଳା ନେଇ କି ଆସିଲେ। ହରିଶ ଆସିଲା ବେଳକୁ ନୟନ ଓ ରାଗିଣୀ ଖାଇବା ସାରି ଦେଇ ଥାନ୍ତି। ହରିଶ ସେମାନଙ୍କୁ ଆଇସକ୍ରିମ ଓ ଫଳ ଦେଲେ ଏବଂ ନିଜେ ବି ଖାଇଲେ।
ତାପରେ ରାଗିଣୀ ଉତ୍ସାହ ସହିତ ହରିଶଙ୍କୁ ପଚାରିଲେ ତା ପରେ କଣ ହେଲା ଭାଇ।
ହରିଶ ପୁଣି ନିଜ ପ୍ରେମ କାହାଣୀ କହିବାକୁ ଆରମ୍ଭ କଲେ:
ମ୍ୟାଟ୍ରିକ ପରୀକ୍ଷା ପରେ ଆମେ ଦୁହେଁ ଏକା କଲେଜରେ କଳା ନେଇ ପାଠ ପଢିଲୁ। ମୁଁ ଚାରୁ ପାଇଁ କିଛି ଟିଉସନ ପିଲା ଠିକ କରି ଦେଲି। ସେ ଆଉ ପର ଘରକୁ କାମ କରିବାକୁ ଗଲା ନାହିଁ। ସେ ଟିଉସନରୁ ବେଶୀ ଟଙ୍କା ପାଇଲା। ଯେତିକି ତା ସାବତ ମାଆକୁ ଦେଉ ଥିଲା ସେତିକି ଦେଇ ବାକି ଟଙ୍କା ନିଜ ପଢା ବାବଦରେ ଲଗାଇଲା।ଆମ ପ୍ରେମ ଏବେ ପୁରା ନିବିଡ ହୋଇ ସାରି ଥାଏ। ଦୁହେଁ ଦୁହିଁଙ୍କୁ ନିଜର ମାନି ସାରି ଥାଉ। ମୁଁ ତାକୁ ମୋର ଭାବି ସ୍ତ୍ରୀ ଓ ସେ ମୋତେ ତାର ଭାବି ସ୍ୱାମୀ ବୋଲି ମାନି ସାରି ଥାଏ। ସବୁ କଥା ଦୁହେଁ ଦୁହିଁଙ୍କୁ ଜଣାଉ ଥାଉ। ଟିଉସନ ପରେ ପାଖାପାଖି ଗୋଟିଏ ଘଣ୍ଟା ଆମେ ଏକାଠି ନିରୋଳା ଯାଗାରେ ବସି ଆମେ ସବୁ ସୁଖ ଦୁଃଖ କଥା ହେଉ। ଭବିଷ୍ୟତକୁ ନେଇ କେତେ ସପନ ଆମେ ଦେଖି ଥିଲୁ। ହେଲେ ଆମେ ଆମ ପବିତ୍ର ସୀମି ଲଘଂନ କରି ନ ଥିଲୁ।
ଦ୍ୱାଦଶ ଓ ଡିଗ୍ରୀ ଆମେ ଏକା ସାଙ୍ଗରେ କଲୁ। ପ୍ରେମିକ ଓ ପ୍ରେମିକା ଆମେ ପାଖାପାଖି ଦଶ ଏଗାର ବର୍ଷ ସାଙ୍ଗରେ ଥିଲେ ମଧ୍ୟ ଆମ ଭିତରେ କୌଣସି ଶାରୀରିକ ସମ୍ପର୍କ ନ ଥିଲା। ଆମ ସମ୍ପର୍କ ଥିଲା ବହୁତ ପବିତ୍ର।
ମୋର ଓ ଚାରୁର ପ୍ରେମ ସମ୍ପର୍କ ବିଷୟରେ କେବଳ ମୋ ମାଆ ଓ ଭାଉଜ ଜାଣିଥିଲେ। ସେମାନେ ଚାରୁ ସହ କଥା ବି ହୋଇ ଥିଲେ ଏବଂ ଆମ ବିବାହ ପାଇଁ ରାଜି ମଧ୍ୟ ହୋଇ ଥିଲେ।
ଡିଗ୍ରୀ ପରେ ଚାରୁ ବି. ଏ. ଡ କଲା। ଆଉ ମୁଁ ମିଲିଟାରୀରେ ଚାକିରୀ ପାଇ ଟ୍ରେନିଂ ପଲାଇ ଆସିଲି। ଟ୍ରେନିଂ କୁ ଆସିବା ଆଗରୁ ଆମେ ସବୁ ସାଙ୍ଗମାନେ ସହରକୁ ଯାଇ ବୁଲାବୁଲିର ପ୍ରୋଗ୍ରାମ କଲୁ। ମିନି ଚାରୁର ବାପାଙ୍କୁ କହି ଚାରୁ କୁ ନେଇ ସହର ଆସିଲେ। ସବୁ ବୁଲି କରି ଜଳଦି ପଳାଇଲେ। ଚାରୁ ଆଉ ମୁଁ ଟିକେ ଡେରିରେ ଆସିବାର ପ୍ରୋଗ୍ରାମ କଲୁ। କାରଣ ତାପର ଦିନ ମୁଁ ଚାରୁଠୁ ବହୁତ ଦୂରକୁ ଟ୍ରେନିଂ ପାଇଁ ପଳାଇବି। ଚାରୁ ଆଉ ମୁଁ ଗୋଟିଏ ଗାଡି ଭୋଡା କରି ଫେରୁଥିଲୁ।ହଠାତ୍ ରାସ୍ତାରେ ଆମ ଗାଡ଼ି ଖରାପ ହୋଇଗଲା ଓ ଗାଡି ଡ୍ରାଇଭର କହିଲା ଆଜି ଆଉ ଗାଡ଼ି ଠିକ୍ ହୋଇ ପାରିବ ନାହିଁ। ଆମେ ଦୁହେଁ ଗାଡ଼ି ପାଇଁ କିଛି ବାଟ ଚାଲି ଚାଲି ଆସିଲୁ।ହେଲେ ଡେରି ହୋଇ ଯାଇଥିଲା। ଆଉ ବର୍ଷା ବି ଆରମ୍ଭ ହୋଇ ସାରିଥିଲା। ଆମେ ଆଉ ଗାଡ଼ି ପାଇଲୁ ନାହିଁ।ଦୁହେଁ ବର୍ଷାରେ ପୁରା ଭିଜି ଗଲୁ। କିଛି ବାଟ ଗଲା ପରେ ଆମେ ଗୋଟିଏ ଭଙ୍ଗା ଘର ପାଇଲୁ। ସେଠାରେ ରାତି କଟାଇବାର ସ୍ଥିର କଲୁ। ବର୍ଷାରେ ଭିଜିଲା ପରେ ଯେତେବେଳେ ପ୍ରେମିକ ଓ ପ୍ରେମିକା ପାଖାପାଖି ଥାଆନ୍ତି ସେତେବେଳେ ମନରେ ଏକ ଅଦ୍ଭୁତ ଭାବନା ଆସୁଥାଏ। ଇଚ୍ଛା ହେଉଥାଏ ଦୁହେଁ ଦୁହିଁଙ୍କୁ ସମର୍ପି ଦେବା ପାଇଁ..... ଶରୀରର ଥଣ୍ଡାକୁ ଉଷୁମ ମିଳିବ। ବିଜୁଳି ମାରୁଥାଏ। ଚାରୁ ଡରି ଯାଇ ମୋତେ ଆସି କୁଣ୍ଢାଇ ଧରିଲା। ତା ସ୍ପର୍ଶରେ ମୁଁ ଆହୁରି ତାକୁ ଜାକି ଧରିଲି। ତାର ଶାଢୀ ଉଦା ହୋଇ ତା ଦେହରେ ଜଡି ହୋଇ ରହି ଥାଏ।ତା ଅଣ୍ଟାରେ ହାତ ଦେଇ ମୁଁ ତାକୁ ପୁରା ଜୋରରେ ଧରି ଥାଏ। ଆଉ ସେ ବି ମୋତେ।ମୁଁ ଆଉ ସମ୍ଭାଳି ନ ପାରି ତାକୁ ଚାରିଆଡେ କିସ୍ କରିବାକୁ ଲାଗିଲି..... ଆଉ ସେ ବି ମୋତେ। ଲାଗୁଥାଏ ଯେମିତି ସେଦିନ ଆମ ଦୁହିଁଙ୍କର ପୂର୍ଣ ମିଳନ ହୋଇ ଯିବ। ସେ ମୋ ପାଖରେ ନିଜକୁ ପୁରା ସମର୍ପି ଦେଲା..... ଗୋଟିଏ ଆଡେ ତାପର ଦିନ ବିଚ୍ଛେଦର ଦୁଃଖ..... ତା ସହ ଏମିତିକା ପରିସ୍ଥିତି। ଯାହାର ହେଲେ ବି ଗୋଡ଼ ଖସି ଯିବ। ହେଲେ ମୋର ଠିକ ସମୟରେ ଚେତା ଆସିଲା ଯେ ବିବାହ ଆଗରୁ ଏ ସବୁ ଠିକ ନୁହେଁ। ମୁଁ ଆଉ ଆଗକୁ ନ ବଢି ତାକୁ କେବଳ ଜାବୁଡ଼ି କି ଧରି ଶୋଇଲି। ଭୋର ସକାଳେ ସେ ରାସ୍ତାରେ ଗୋଟିଏ ଗାଡି ଯିବାରୁ ଆମେ ଲିଫ୍ଟ ନେଇ ଗାଁକୁ ଗଲୁ। ତାପର ଦିନ ମୁଁ ଟ୍ରେନିଂ ପାଇଁ ବାହାରିବା ଆଗରୁ ଚାରୁକୁ ଦେଖା କରିବାକୁ ଗଲି। ବିଚାରିର ଆଖିରେ ଲୁହ ଛଳଛଳ। ଆଖି ଦୁଇଟା ପୁରା ଲାଲ....ଫୁଲିଲା ପରି ଲାଗୁ ଥାଏ। ବୋଧେ ଦିନ ଯାକ ସେ କାନ୍ଦୁ ଥିଲ। ତାକୁ ବହୁତ କଷ୍ଟରେ ମୁଁ ବୁଝାଇ ନିଜକୁ ବୁଝାଇ ତା ଠାରୁ ଅଲଗା ହୋଇ ଟ୍ରେନିଂ ପାଇଁ ଗଲି।
ବି.ଏ.ଡ ପରେ ଚାରୁ ଗାଁ ହାଇସ୍କୁଲରେ ଶିକ୍ଷକଭାବରେ ନିଯୁକ୍ତି ହେଲା।ଆଉ ମୁଁ ଟ୍ରେନିଂ ପରେ ମିଲିଟାରିରେ ଚାକିରୀ ପାଇଲି। ଦୂରରେ ଥାଇ ମଧ୍ୟ ଚାରୁ ଓ ମୋ ମଧ୍ୟରେ ପ୍ରେମ ସେମିତି ଥାଏ..... ଆହୁରି ଦିନକୁ ଦିନ ଗଭୀର ହେଉ ଥାଏ। ଗାଁକୁ ଆସିଲେ କିଛି ନା କିଛି ବାହାନା କରି ମୁଁ ତାକୁ ଦେଖା କରିବାକୁ ଯାଏ। ହେଲେ ହଠାତ୍ କଣ ହେଲା କେ ଜାଣ ସେ କିଛି କଥା ମୋତେ ଲୁଚାଇଲା ପରି ଲାଗିଲା। ଆଉ ଆଗ ପରି ସେ ମୋ ସହ ଭଲ କି କଥା ହେଲା ନାହିଁ କି ଭିଡିଓ କଲ୍ ବି ଉଠାଉ ନ ଥାଏ। ସବୁବେଳେ କହୁଥାଏ ମୁଁ ବ୍ୟସ୍ତ ଅଛି। ପରେ କଥା ହେବି। ମୋତେ ଆଉ ଭଲ ଲାଗିଲା ନାହିଁ..... କାରଣ ଯିଏ ମୋ ସହ ଦିନରେ ଦୁଇ ତିନି ଥର କଥା ନ ହେଲେ ରହି ପାରୁ ନ ଥିଲା.....ସେ ଏବେ ଦୁଇ ତିନି ଦିନରେ ଥରେ କଥା ହେଉଛି। ମୁଁ ଆଉ ତାକୁ କିଛି ନ ଜଣାଇ ହଠାତ୍ ସନ୍ଧ୍ୟା ହମୟରେ ଗାଁକୁ ଆସି ପହଞ୍ଚିଲି।ଘରେ ବ୍ୟାଗ ରଖି ଦେଇ ବାଇକ ନେଇ ସିଧା ମୁଁ ତା ଘର ଆଡକୁ ଗଲି। ପହଞ୍ଚିଲା ବେଳକୁ ମୁଁ ଦେଖିଲି ଯେ ଚାରୁ ଆଉ କାହା ପଛରେ ବସି ନଦୀ ଆଡକୁ ଯାଉଛି।
ମୁଁ ଯାଇ ଦେଖିଲି ନଦୀ କୂଳରେ ସେ ପିଲାଟି ଚାରୁଙ୍କୁ କୁଣ୍ଢାଇ ଧରିଛି
ମୁଁ ଆଉ କିଛି ନ ଭାବି ଚାରୁକୁ ଯାଇ ଜୋରରେ ଜାବୁଡାଟିଏ ମାରିଲି..... ଏବଂ ନାନା ପ୍ରକାର କଟୁ ତିକ୍ତ କଥା କହି ଚାରୁର ଚରିତ୍ର ଉପରେ ଆଙ୍ଗୁଳି ଉଠାଇଲି। ତାପରେ ମୁଁ ଆମ ସବୁ ସମ୍ପର୍କ ଭାଙ୍ଗି ଦେଲି।
କିଛି ଦିନ ପରେ ମୋର ମିନି ସହ ଦେଖା ହେଲା।ତା ଠାରୁ ଶୁଣିବାକୁ ପାଇଲି ଯେ ପ୍ରକୃତ ସତ କଥା। ସତ କଥା ଜାଣିଲା ପରେ ମୁଁ ନିଜକୁ ଧିକ୍କାର କଲି।
ସତ କଥାଟି ହେଲା ମାସେ ତଳେ ଚାରୁର ମାଆ ମୋର ଆଉ ଚାରୁ ସମ୍ପର୍କ ବିଷୟରେ ଜାଣି ପାରିଥିଲେ ଏବଂ ସବୁବେଳେ ଚାରୁ ଉପରେ ନଜର ରଖୁ ଥିଲେ। ତେଣୁ ସେ ମୋ ସହ କଥା ଠିକ୍ ସେ ହୋଇ ପାରୁ ନ ଥିଲା। ତାପରେ ତା ସାବତ ମାଆ ତାର ବାହାଘର ଜଣେ ଡାକ୍ତର ସହ ଠିକ କରିଦେଲେ। ତାର ବାହାଘର ଡାକ୍ତର ସହ ହେଲେ ଯାଇ ସାବତ ମାଆର ଝିଅ ର ବାହାଘର ଡାକ୍ତରର ଭାଇ ସହ ହୋଇ ପାରିବ। ସେଇ ଦୁଶ୍ଚିନ୍ତାରେ ଚାରୁ ମୋ ସହ ଠିକ ସେ କଥା ହେଉ ନ ଥିଲା। ଯେଉଁ ଦିନ ମୁଁ ଚାରୁ ଆଉ ସେ ପିଲାକୁ ଏକା ସାଙ୍ଗରେ ଦେଖିଲି ସେ ଦିନ ପ୍ରକୃତରେ ଚାରୁ ଏ ବାହାଘର ପାଇଁ ମନା କରିବା ଉଦ୍ଦେଶ୍ୟରେ ତା ବାପାଙ୍କୁ ଜଣାଇ ଯାଇଥିଲା। ହେଲେ ସେ ଡାକ୍ତର ହଠାତ୍ ଚାରୁକୁ ଏମିତି ଜାବୁଡି ଧରିବ ବୋଲି ସେ ବା କେମିତି ଭାବିବ। ତାପରେ ମୋ କଟୁ କଥା ଶୁଣି ଚାରୁ ଭାଙ୍ଗି ଗଲା.... ଆଉ ଏ ବାହାଘର ପାଇଁ ରାଜି ହୋଇ ଗଲା। ଡାକ୍ତର ବି ବୋଧହୁଏ ଭଲ ପିଲା ଏତେ କଥା ଶୁଣିଲା ପରେ ବି ବିବାହ ପାଇଁ ରାଜି।
ପ୍ରକୃତରେ ମୁଁ ଚାରୁ କୁ କେବେ ସନ୍ଦେହ କରି ନ ଥାଆନ୍ତି
କିନ୍ତୁ ମୁଁ ଆସିବା କିଛି ଦିନର ଆଗ କଥା। ମୋ ସହ ମିଲିଟାରୀରେ କାମ କରୁଥିବା ମୋ ଜଣେ ସାଙ୍ଗ କଥା। ନୂଆ ବିବାହ କରିଥିଲା। ବାହାଘର ପରେ ସେ ସ୍ତ୍ରୀକୁ ଗାଁ ରେ ଛାଡି ଆସି ଥାଏ। ପ୍ରଥମେ ତ ଦୁହେଁ ବହୁତ ଫୋନରେ କଥା ହେଉଥିଲେ। ହଠାତ୍ ତାର ସ୍ତ୍ରୀର ବ୍ୟବହାର ତାକୁ ଅଲଗା ଲାଗିଲା ଏବଂ ସେ ଗାଁକୁ କାହାରିକୁ ନ ଜଣାଇ ଗଲା ଏବଂ ଜାଣିଲା ଯେ ତା ସ୍ତ୍ରୀର ଆଉ ଜଣଙ୍କ ସହ ସମ୍ପର୍କ ଅଛି ଏବଂ ସେ ଗର୍ଭବତୀ ମଧ୍ୟ ଅଛି। ଏ କଥା ଶୁଣି ମୋ ସାଙ୍ଗ ଭାଙ୍ଗି ଗଲା ଏବଂ ଆତ୍ମହତ୍ୟା କଲା। ତା କିଛି ଦିନ ପରେ ମୋର ଓ ଚାରୁ ଭିତରେ ଏ ସବୁ ହେଲାରୁ ମୁଁ ଚାରୁ କୁ ସନ୍ଦେହ କଲି ଏବଂ ଏତେ ବଡ଼ ଭୂଲ କରି ବସିଲି।
ମୁଁ ଅନୁତାପର ନିଆଁରେ ଜଳିବାକୁ ଲାଗିଲି। ଚାରୁକୁ ବାରମ୍ବାର ଫୋନ କରୁଥାଏ। ହେଲେ ସେ ମୋ ଫୋନ ଉଠାଇଲେ ନାହିଁ। ଶେଷରେ ମୁଁ ମିନିକୁ ଅନୁରୋଧ କଲି ଥରୁଟିଏ ଚାରୁ ସହ ମୋର ଦେଖା କରାଇବା ପାଇଁ।
ମିନି ସନ୍ଧ୍ୟା ସମୟରେ ଚାରୁଙ୍କୁ ନେଇ ସେଇ ନଦୀ କୂଳକୁ ଗୋଲା। ମୋତେ ଦେଖି ଚାରୁ ଅଭିମାନରେ ସେଠାରୁ ପଳାଇବାକୁ ବାହାରିଲା। ମୁଁ ତା ହାତ ଧରି ତାକୁ କ୍ଷମା ମାଗି ସବୁ କହିଲି।ଆଉ ପୁଣି ମୋ ପାଖକୁ ଫେରି ଆସିବା ପାଇଁ କହିଲି।
ଚାରୁ ଆଖିରେ ଲୁହ ଝର ଝର ହୋଇ ବହି ଯାଉଥାଏ। ସେ କହିଲା ଆମ ଭିତରେ ଆଉ ସେ ପ୍ରେମ ନାହିଁ।ଅଭିମାନରେ କହିଲା ଆମ ପ୍ରେମ ସେଇଦିନ ମରିଗଲା ଯେଉଁ ଦିନ ମୁଁ ତା ଚରିତ୍ର ଉପରେ ଆଙ୍ଗୁଳି ଉଠାଇଲି। ଆଉ ତାର ଭାବି ସ୍ୱାମୀ ଡାକ୍ତର ବିନୟ କେତେ ଭଲ। ସବୁ ଜାଣି ମଧ୍ୟ ବିବାହ ପାଇଁ ରାଜି ହୋଇ ଗଲେ। ତାପରେ ବହୁତ ଡେରି ବି ହୋଇଗଲାଣି। ଏବେ ଯଦି ସେ ବାହାଘର ଭାଙ୍ଗିବ ତେବେ ତା ଭଉଣୀର ବି ବାହାଘର ଭାଙ୍ଗି ଯିବ.....ତା ବାପା ମିଆଙ୍କ ଅପମାନ ହେବ।
ଚାରୁ ମୋ ହାତ ଧରି କହିଲା ଯେ ସେ ଏ ବାହାଘରରେ ରାଜି..... ଆଉ ତାକୁ କେବେ ବି ମୁଁ ଯେମିତି ଦେଖା ନ କରେ।ତାପରେ ସେ ସେଠାରୁ ଭୋ ଭୋ ହୋଇ କାନ୍ଦି ପଳାଇଲା।ମୁଁ ମୋର ସନ୍ଦେହର ଫଳ ପାଇଲି ଏବଂ ତାର ଅଭିମାନ ବି ବୁଝି ଗଲି। ମୁଁ ବି ତାପର ଦିନ ଗାଁରୁ ଦିଲ୍ଲୀ ପଳାଇ ଆସିଲି..... ତା ସ୍ମୃତିକୁ ନେଇ......।ଗୋଟିଏ କଥାରେ ମୁଁ ଖୁସି ଥିଲି ଯେ ବାହାଘର ପରେ ନିହାତି ଭଲରେ ଥିବ..... କାରଣ ଡାକ୍ତର ବିନୟ ସବୁ ଜାଣି ତାକୁ ଗ୍ରହଣ କରିଛନ୍ତିା
ଏ ଘଟଣାର ଛଅ ମାସ ପରେ ମୁଁ ଗାଁକୁ ଗଲି। ଗାଁରେ ଯାଇ ମୁଁ ଜାଣିବାକୁ ପାଇଲି ଚାରୁ ମାଆ ହେବାକୁ ଯାଉଛି ଏବଂ ଗାଁରେ। ମୁଁ ମନେ ମନେ ବହୁତ ଖୁସି ହେଲି ଏବଂ ତା ଘର ପାଖକୁ ଯାଇ ଲୁଚି ଲୁଚି ତାକୁ ଦେଖିଲି।
ତାପରେ ମୁଁ ଦିଲ୍ଲୀକୁ ପଳାଇ ଆସିଲି। କିଛି ଦିନ ତଳେ ହଠାତ୍ ମୋତେ ମିନିର ଫୋନ ଆସିଲା। ସେ କାନ୍ଦି କାନ୍ଦି କହିଲା ଚାରୁର ଦେହ ବହୁତ ଖରାପ ଅଛି। ତାର ପ୍ରସ୍ତୁତିର ସମୟ ଆସିଲାଣି। ତା ସ୍ୱାମୀ ଡାକ୍ତର ବିନୟ ତା ସାବତ ମାଆ ସହ ମିଶି ତାକୁ ସର୍ତ୍ତ ବିବାହ କରି ଥିଲେ। ଏ ବିବାହ କେବଳ ଗୋଟିଏ ପୁତ୍ର ସନ୍ତାନ ପାଇଁ ହୋଥିଲା। ଡାକ୍ତର ବିନୟ ଆଗରୁ ବିବାହିତା। ତାଙ୍କର ଆଗରୁ ଦୁଇଟି ଝିଅ। ପୁଅ ହୋଇ ନ ଥିବାରୁ ଏ ବାହାଘର। ପୁଅ ହେଲା ପରେ ସେ ଚାରୁକୁ ତାଙ୍କ ଘରୁ ବାହାର କରି ଦେବେ ବୋଲି ସର୍ତ୍ତ ଥିଲା ଏବଂ ତା ବଦଳରେ ଚାରୁର ଭଉଣୀ ତାଙ୍କ ସାନ ଭାଇକୁ ବିବାହ କରିବେ। ଏ କଥା ଚାରୁ ବାସର ରାତିରେ ଜାଣିଲା।ହେଲେ ବିଚାରି କରିବ କଣ.....ବିବାହ ତ ହୋଇ ସାରିଥିଲା। ବିବାହର ପ୍ରଥମ ମାସରେ ହିଁ ଔଷଧ ଦେଇ ଶାରୀରିକ ସମ୍ପର୍କ ରଖି ତାକୁ ଗର୍ଭବତୀ କରାଇଥିଲେ। ହେଲେ କନ୍ୟା ସନ୍ତାନ ଥିବାରୁ ତାର ଗର୍ଭପାତ କରାଇଲେ। ପୁଣି ତାକୁ ଔଷଧ ଦେଇ ଆଉ ଥରେ ଗର୍ଭବତୀ କରାଇଲେ....ପୁଣି କନ୍ୟା ସନ୍ତାନ ଥିବାରୁ ତାକୁ ଆଉ ଥରେ ଗର୍ଭପାତ କରାଇଲେ। ସେ ବହୁତ ଦୂର୍ବଳ ହୋଇ ପଡିଥିଲା। ତଥାପି ଡାକ୍ତର ବିନୟ ଏତେ ନିଷୁର। ପୁଣି ଆଉ ଥରେ ତାକୁ ଗରଭତୀ କରାଇଲେ। ଆଉ ଥରେ ଚାରୁର କନ୍ୟା ସନ୍ତାନ ରହିଲା। ଆଉ ଗର୍ଭପାତ କଲେ ଚାରୁ ମରି ଯିବ। ତେଣୁ ସର୍ତ୍ତ ଅନୁସାରେ ତାକୁ ଡିଭର୍ସ ଦେଇ ଡାକ୍ତର ବିନୟ ତା ବାପ ଘରେ ଛାଡି ଦେଲେ। କିଛି ମାସ ତଳେ ଚାରୁର ବାପା ବି ଏ ଦୁନିଆ ଛାଡି ଦେଲେ। ସେ ଏବେ ପରୁ ଏକୁଟିଆ। ସାବତ ମାଆ ବି ତାକୁ ଖାଇବାକୁ ଦେଉ ନାହିଁ। ସେ ପର ଘରେ କାମ କରି ଚଳୁଛି। ମିନି ଏ କଥା ଜାଣି ନ ଥିଲା। କାରଣ ସେ ବାହାଘର ପରେ ତା ସ୍ୱାମୀ ସହ ବାହାରେ ରହୁଥିଲା। ଗାଁକୁ ଆସି ସେ ଜାଣି ହରିଙ୍କୁ କହିଲା।
ହରି କହିଲେ ମୁଁ ନିଜକୁ ଚାରୁର ଏ ଅବସ୍ଥା ପାଇଁ ନିଜର ସନ୍ଦେହକୁ ଦାୟୀ କରି ଚାରୁର ସାଥି ହେବା ପାଇଁ ବାହାରି ଆସିଲି।
ହେଲେ ଆସିବାରେ ଡେରି ହେଇଗଲା। ଗାଁରେ ପହଞ୍ଚିବା ବେଳକୁ ଚାରୁଙ୍କ ପ୍ରସବ ଯନ୍ତ୍ରଣା ସମୟ ଆଗରୁ ଆରମ୍ଭ ହୋଇ ଯାଇଥାଏ।ମୁଁ ଡାକ୍ତରଖାନାରେ ଅପେକ୍ଷା କରି ଥାଏ। ଡାକ୍ତରାଣୀ ଆସି ଗୋଟିଏ ଗୁଲଗୁଲି କଅଁଳା ଝିଅଟିକୁ ଆଣି ମିନି ଓ ମୋତେ ଦେଇ କହିଲେ I am sorry..... She is no more।
ମୁଁ ଛୁଆଟିକୁ ଧରି ଭୋ ଭୋ ହୋଇ କାନ୍ଦିଲେ। ଚାରୁର ମୃତ ଶରୀରକୁ ନିଜ ଘରକୁ ଯେଇ ଗଲି ଅନ୍ତିମ ସଂସ୍କାର ପାଇଁ। ଏ କେମିତିକା ଖେଳ ଯେଉଁ ଘରକୁ ଦିନେ ଚାରୁ ବୋହୂ ହୋଇ ଆସି ଥାଆନ୍ତା ଆଜି ସେଇ ଘରକୁ ମଲା ପରେ ଆସିଲା ଆଉ ତାକୁ ସେଇ ଘରୁ ବଧୁ ବେଶରେ ସଜାଇ ଅନ୍ତିମ ବିଦାୟ ଦିଆ ହେଲା।
ମୁଁ ଚାରୁର ଝିଅକୁ ନେଇ ମୋ ଭାଉଜଙ୍କୁ ଦେଲି। ବାହାଘରର ଆଠ ବର୍ଷ ହେଲାଣି.....ହେଲେ ତାଙ୍କର ଛୁଆଟିଏ ନ ଥିଲା। ତାଙ୍କ କୋଳରେ ଦେଇ କହିଲି ନିଅ ଭାଉଜ ଆମ ଚାରୁକୁ।
ଚାରୁର ଶେଷ ଦର୍ଶନ ମୋତେ ଯେମିତି ଅଭିମାନରେ ହସି କହୁଥାଏ..... ଦେଖିଲ ତ ତୁମ ସନ୍ଦେହର ପରିଣତି। ଯେଉଁ ଦିନ ସେ ମରି ଠିକ ବର୍ଷେ ତଳେ ସେଇ ଦିନ ମୁଁ ତାକୁ ସନ୍ଦେହ କରି ଥିଲି। ତାର ମୃତ୍ୟୁ ଦେହକୁ ମୁଁ ମୋର ସ୍ତ୍ରୀ ରୂପେ ଗ୍ରହଣ କରି ତାର ଅନ୍ତିମ ସଂସ୍କାର କରି ସବୁ କର୍ମକ୍ରିୟା ସାରିଲି। ମୁଁ ଆଉ କେବେ କାହାକୁ ବିବାହ ନ କରିବାର ପଣ ନେଲି। ତା ସ୍ମୃତି ହିଁ ମୋର ଚିରଦିନର ସାଥି ହୋଇ ରହିବ।ଆଉ ମୋ ବାକି ଜୀବନ ଏଇ ଭାରତ ମାତାଙ୍କର ସେବାରେ ରହିବ। ଆଜି ତା ମୃତ୍ୟୁର ପନ୍ଦର ଦିନ ଏତିକି କହି ହରିଶ ଭୋ ଭୋ ହୋଇ କାନ୍ଦି କହିଲେ ଆଖି ବନ୍ଦ କଲା ବେଳକୁ ଲାଗୁଛି ଚାରୁ ଆସି କି ହରି ବୋଲି ଡାକି ଅଭିମାନରେ ହସୁଛି।
ନୟନ ଓ ରାଗିଣୀ ଆଖିରୁ ବି ଲୁହ ଝର ଝର ହୋଇ ବହି ଯାଉଥାଏ। ନୟନ ହରିଶଙ୍କୁ ଆଉଁସି ଦେଉ ଥାଆନ୍ତି।
ରାଗିଣୀ କହିଲେ ଭାଇ sorry ମୁଁ ଆପଣଙ୍କ ଜୀବନ ବିଷୟରେ ଜାଣି ନ ଥିଲି।
ତାପରେ ହରିଶ କହିଲେ ତେଣୁ ଛୋଟ ଛୋଟ କଥାରେ ସନ୍ଦେହ କରିବା ବନ୍ଦ କର। ଏ ସନ୍ଦେହ ନିଜ ଲୋକୁ ନିଜ ଠାରୁ ଦୂରେଇ ନିଏ।
ଏମିତି କଥା ହେଉ ହେଉ ରାତି ଦଶଟା ହୋଇ ଗଲା। ରାଗିଣୀ ଓ ନୟନ ହରିଶଙ୍କୁ ବୁଝାଇ ଖାଇବାକୁ ଦେଲେ। ରାଗିଣୀ ହରିଶଙ୍କୁ ଧରମ ଭାଇ କଲେ।
ଖାଇ ସାରି ସବୁ ଶୋଇଲେ। ସକାଳ ସାତଟାରେ ଟ୍ରେନ୍ ଦିଲ୍ଲୀରେ ପହଞ୍ଚିଲା। ଷ୍ଟେସନରେ ଓହ୍ଲାଇ ହରିଶ ରାଗିଣୀ ଓ ନୟନଙ୍କୁ ନିଜ ଠିକଣା ଆଉ ନମ୍ବର ଦେଇ କହିଲେ ଯେବେ ବି ଦିଲ୍ଲୀ ଆସିବ ମୋତେ ଦେଖା କରିବ। ନୟନ ଓ ରାଗିଣୀ ହରିଶଙ୍କ ଗୋଡ ଧରି ପ୍ରଣାମ କଲେ ଏବଂ କହିଲେ ଯାହା ହେଉ ଭାଇ ଆପଣ ଆମକୁ ଗୋଟିଏ ବହୁତ ବଡ କଥା ବୁଝାଇଲେ ଯେ ସନ୍ଦେହ କିପରି ଭାବରେ ଜୀବନ ନଷ୍ଟ କରି ଦିଏ। ଆମେ ଆଉ କେବେ ବି ସନ୍ଦେହ ପରସ୍ପରକୁ କରିବୁ ନାହିଁ। ସେମାନେ ହରିଶଙ୍କ ଠାରୁ ବିଦିୟ ନେଲେ।
ହରିଶ କହିଲେ ଶୁଭ ଯାତ୍ରା ଏବଂ ତୁମ ବୈବାହିକ ଜୀବନ ସୁଖମୟ ହେଉ। ହରିଶ ଚାରୁଲତାର ସ୍ମୃତିକୁ ସାଙ୍ଗରେ ନେଇ ନିଜ କର୍ମ ସ୍ଥଳକୁ ଚାଳିଲେ।

