ସମୟର ପରିବର୍ତ୍ତନ
ସମୟର ପରିବର୍ତ୍ତନ
ଏବେ ଏବେ ଷ୍ଟାଣ୍ଡାର୍ଡ ଥ୍ରି ରେ ପଢୁଥିବା ଝିଅ ଏସା,ଯେବେ ସେଦିନ ସ୍କୁଲରୁ ଫେରି ସ୍ୱାଗତିକାଙ୍କୁ ପଚାରିଥିଲା, ମାମା ବ୍ୟାଡ ଟଚ୍ କହିଲେ କଣ? ସ୍ୱାଗତିକାଙ୍କ ଆଖି ମୁହଁ ଲାଲ ପଡ଼ିଗଲା।
ସେ ଫେରିଯାଇଥିଲେ ତାଙ୍କ କଲେଜ ଜୀବନକୁ। ପ୍ରତିଭା ଓ ସ୍ୱାଗତିକା ଦୁହେଁ ଖୁବ୍ ଭଲ ସାଙ୍ଗ ଥିଲେ ମଧ୍ୟ ଦୁହିଁଙ୍କ ସ୍ଵଭାବ ଓ ମିଜାଜ୍ ଥିଲା ଭିନ୍ନ। ପ୍ରଦୀପ ଓ ଅନୁଜ ମଧ୍ୟ ଦୁଇ ନିବିଡ ସାଙ୍ଗଥିଲେ। କାଳକ୍ରମେ କାଳର କରାଳରେ, ସମୟର ପରିବର୍ତ୍ତନରେ ପ୍ରଦୀପ ବାହାହେଲେ ଲାଜକୁଳୀ , ସ୍ୱାଗତିକାଙ୍କୁ, ଯାହାକୁ ନେଇ ଅନୁଜ ବହୁ ସ୍ବପ୍ନ ଦେଖିଥିଲେ। ସୁନ୍ଦରୀ , ସୁଶୀଳା, ନମ୍ର ତଥା ଧନୀ ଘରର ଝିଅକୁ ତ ଯେ କେହି ଭଲପାଇବା ଭୁଲ କହିହେବନି, କିନ୍ତୁ ସ୍ୱାଗତିକା ସହଧର୍ମିଣୀ ବନିଲେ ପ୍ରଦୀପଙ୍କର୍। ସ୍ତ୍ରୀ ତ ନୁହେଁ ସାକ୍ଷାତ ଦେଵୀ ପ୍ରତିମା, ଖାଲି ସହଧର୍ମିଣୀ ନୁହଁନ୍ତି, ସହକର୍ମୀଣୀ, ଆଗ୍ୟାଧିନା, ସେଵିକା ହିଁ ଥିଲେ।
ଆଉ ଅନୁଜ ବିବାହ କରିଥିଲେ , ପ୍ରତିଭାଙ୍କୁ, ଯିଏ ଖୁବ ହସ ମିଯାଜ ଆଉ ଚୁଲବୁଲି ଥିଲେ, ଏବଂ ପ୍ରଦିପଙ୍କୁ ମନେ ମନେ ବିବାହ କରିବାକୁ ଚାହୁଁଥିଲା। ନିୟତିର ନିର୍ଦ୍ଦେଶନାମା ଥିଲା ଭିନ୍ନ। ତା ଛଡା ବରପତ୍ରକୁ,ଓସ୍ତ ପତ୍ର ସଙ୍ଗେ ଯୋଡ଼ିବା କାଳେ ସ୍ଵର୍ଗରେ ହୁଏ।
ସେଦିନ ସମୁଦ୍ର କୂଳରେ ଦୁଇବନ୍ଧୁ ସସ୍ତ୍ରିକ ଦେଖାହେଲା ପରେ ମନଖୋଲି ସେହିସବୁ କଥା ଆଲୋଚନା କଲାବେଳେ, ପ୍ରତିଭା ବିନା ସଙ୍କୋଚରେ ହସି ହସି ଗଡିଯିବା ସହ କହୁଥିଲେ, ମୋ ପରି ଝିଅକୁ ପ୍ରଦୀପ ନୁହଁନ୍ତି, ଅନୁଜ ହିଁ ଠିକ, ନା କଣ କହୁଛୁ ସ୍ୱାଗତିକା?? ଲାଜେଇ ଯାଇ ସମୁଦ୍ରବେଳାଭୂମି ପରେ ନଖରେ ଗାର ଟାଣୁଥିଲା ସ୍ୱାଗତିକା। ତୁ ସବୁବେଳେ ଏମିତି ଲାଜକୁଳୀ ସରମି ଲତିକା ହୋଇ ରହିଗଲୁ ସ୍ୱାଗତିକା କହି ହସି ହସି ଫାଟି ପଡୁଥିଲା ପ୍ରତିଭା।
ସହରରେ ନୂଆ ଅନୁଜ ଓ ପ୍ରତିଭା। ତ ଘରକୁ ନେଲେ ପ୍ରଦୀପ । କ୍ୱାଟର ମିଳିବା ଯାଏଁ ଆମଘରେ ରହ ବୋଲି ଅନୁରୋଧ ମଧ୍ୟ କରିଥିଲେ ପ୍ରଦୀପ, ଅନୁଜଙ୍କୁ, କଥାଟା ଭଲ ଲାଗୁନଥିଲା ସ୍ୱାଗତିକାଙ୍କୁ, କାରଣ ଅନୁଜ ଆଖିର ଭାଷା ସ୍ୱାଗତିକାଙ୍କୁ ଭଲ ନଲାଗିଲେ ମଧ୍ୟ ସେ ବିରୋଧ କରିପାରିନଥିଲେ।
ସେଦିନ ଝିଅ, ଏସା ସ୍କୁଲ ଗଲାପରେ ସମସ୍ତେ ମାର୍କେଟ ଯିବାର ପ୍ଲାନ୍ କରିଥଲେ, ହେଲେ ସ୍ୱାଗତିକା ରୋଷେଇବାସର ଦାଇତ୍ୱ ନେଇ ଯିବାକୁ ମନା କରିଥିଲେ ତ ହଠାତ୍ ଅନୁଜ ମଧ୍ୟ ମୁଣ୍ଡ କଣ ହେଉଛି କହିଗଲେ ନାହିଁ ତ ବାଧ୍ୟ ହେଇ ପ୍ରଦୀପ ସଙ୍ଗେ ସୁପ୍ରଭା, ପ୍ରଦୀପଙ୍କ ବାଇକରେ ବସିବା ସଙ୍ଗେ କହୁଥିଲା, ଡରିବୁନି ଲୋ ସ୍ୱାଗତିକା। ତୋ ସ୍ବାମୀଙ୍କୁ ମୁଁ ନେଇଯିବିନି ମ, ମୁଁ ପରା ଅନୁଜ ପରି ରସିକିଆ ସ୍ଵାମୀ ପାଇଛି। ସ୍ୱାଗତିକା ନିରୁତ୍ତର ରହିଲା।
କିଛି ସମୟପରେ ଅମୃତାଞ୍ଜନ ମାଗି ଅନୁଜ ଯେବେ ମୁଣ୍ଡ ଚିପି ଦେବାକୁ କହିଥିଲେ, ଭଦ୍ରାମୀ ତଥା ବନ୍ଧୁତ୍ୱ ଖାତିରିରେ ସ୍ୱାଗତିକା ମୁଣ୍ଡ ଚିପି ଦେଉ ଦେଉ ହତାତ୍ ଅନୁଜ ଉଠିବସି ଭିଡି ଧରିଲେ ସ୍ୱାଗତିକାଙ୍କୁ। ଛଟପଟ ହେଲେ ଅନୁଜଙ୍କ, ବାହୁବଂଧନରୁ ମୁକୁଳିବାକୁ। ଏସା ଆସି ପହଞ୍ଚି ଯାଇଥିଲା।ଅନୁଜ ଛାଡି ଦେଇଥିଲେ ସ୍ୱାଗତିକାଙ୍କୁ।ଆଉ ସେଦିନ ରାତିରେ ସ୍ଵାମୀଙ୍କ ଛାତିରେ ମୁଣ୍ଡ ଗୁଂଜି ଢେର କାନ୍ଦିବା ସହ ଅନୁଜ ଆଉ ସୁପ୍ରଭାଙ୍କୁ ଏଠାରେ ରହିବାକୁ ଦିଅ ନାହିଁ କହିବାରେ, ପ୍ରଦୀପ କହୁଥିଲେ, ତୁମ ସ୍ବାମୀଙ୍କୁ ତୁମେ ସନ୍ଦେହ କରୁଛ ସ୍ୱାଗତିକା। ତଥାପି ସ୍ୱାଗତିକା ମୁହଁ ଖୋଲି ନଥିଲେ ।
ଏତେ କଣ ଭାବୁଛ ମାମା। ତୁମକୁ ସେଦିନ ଅନୁଜ ଅଙ୍କଲ ଯେଉଁ ଭଳି ଭିଡି ଧରିଥିଲେ, ସେଇଟା ବ୍ୟାଡ ଟଚ୍ ତ? ସ୍ୱାଗତିକା ସ୍ତବ୍ଧ ହୋଇଯାଇଥିଲେ ଏସା କଥା ଶୁଣି। ଉତ୍ତର ଦେଇନପାରି କାନ୍ଦିଥିଲେ ଘଡ଼ିଏ,ଏସାକୁ କୋଳକୁ ନେଇ ।