Sangram Moharana

Romance Tragedy

3.8  

Sangram Moharana

Romance Tragedy

ସମୟର ଲୁଚକାଳି

ସମୟର ଲୁଚକାଳି

4 mins
100



ସେଦିନ ସମୟ ବହୁତ କମ୍ ଥିଲା ସଂପର୍କ୍ ପାଖରେ। ସେପଟେ ସନ୍ଧ୍ଯା ୭ ଟା ରେ ଟ୍ରେନ୍। ଏପଟେ ଦିନ ଆସି ୧୨ ଟା ବାଜି ସାରିଲାଣି। ଘଟଣା ଘଟୁଥିଲା ରଥଯାତ୍ରା ର ଠିକ୍ ପରଦିନ ସମୟ ରେ। ଯେଉଁ ଦିନ ପାଇଁ ସଂପର୍କ୍ ଅଧିକା ଗୋଟେ ଦିନ ଛୁଟି ନେଇ ଯାଇଥିଲା। କାହିଁକି ନା ଅନେକ ଦିନ ପରେ ସୁଯୋଗ ମିଳିଥିଲା ତା ଜୀବନ ର ସବୁଠୁ ମୁଲ୍ଯ ବାନ ମଣିଷ ସହ। ହଁ ସେ ଥିଲା ଋତୁପର୍ଣ୍ଣା। କେଉଁ ଗୋଟେ ମନ୍ଦିର ରେ ଦେଖା ସାକ୍ଷାତ ହବ ବୋଲି ଆଗରୁ କଥା ସରିଥିଲା। ସେପଟେ ଋତୁପର୍ଣ୍ଣା ମଧ୍ଯ କେତେବେଳୁ ଆସି ଅପେକ୍ଷା କରିଥିଲା। କିନ୍ତୁ କଥା ରେ ନାହିଁ ବିଧି ର ବିଧାନ କେ କରିବ ଆନ । ରଥଯାତ୍ରା ର ପରଦିନ ସବୁ ଆଡେ ଗାଡି ର ବହୁତ ଗହଳି ଆଉ ଟ୍ରାଫିକ୍ ଭିତରେ ଫସିଯାଇଥିଲା ସଂପର୍କ୍। କେବଳ ହାତ ରେ ବାନ୍ଧି ଥିବା ଘଣ୍ଟା କୁ ଦେଖୁଥାଏ ଆଉ ସମୟ ଗଣୁଥାଏ। ଆଉ ଭାବୁଥାଏ ସେ ଯାହା ସବୁ ଆଶା କରିଥିଲା ସେ ସବୁ କଣ ଆଶା ରେ ରହିଯିବ ନା ଭାବନା ରେ ଉଭେଇ ଯିବ। ମନେ ମନେ ବହୁତ ଭାଙ୍ଗି ପଡୁଥାଏ, ବିଚଳିତ ମଧ୍ଯ ହେଇ ପଡୁଥାଏ। ସେ କଣ ତା ମନ ର ମଣିଷ ସହ କିଛି ମୁହୁର୍ତ୍ତ ବି କାଟି ପାରିବନି? ରଥଯାତ୍ରା ରୁ ଆଣିଥିବା ମହାପ୍ରସାଦ ଟିକକ କଣ ସେ ଋତୁପର୍ଣ୍ଣା କୁ ଦେଇ ପାରିବନି?ଅନେକ ଦିନ ରୁ ସାଇତି ରଖିଥିବା ଛୋଟ ଲିଟିଲ୍ ହାର୍ଟ ଲକେଟ୍ ଟା କୁ କଣ ସେ ତା ମନ ର ମଣିଷ କୁ ପିନ୍ଧେଇ ପାରିବନି?ଏମିତି ଅନେକ ପ୍ରଶ୍ନ ର ଗହଳି ଭିତରେ ହଜି ଯାଉଥିଲା ସଂପର୍କ୍। ସମୟ ର ଲୁଚକାଳି ଖେଳ ସହ ନିଜ ର ବିଶ୍ୱାସ କୁ ବି ସେ ହରେଇବାକୁ ବସିଥିଲା। ହେଲେ ଭାଗ୍ଯ ର ଏମିତି ବିଡମ୍ବନା ଭିତରେ ନିଜ ମନ କୁ କ୍ଷତ ବିକ୍ଷତ କରି ସେ ପହଞ୍ଚିଥିଲା ଠିକଣା ଜାଗାରେ।

ଏତେ ବଡ ଜାଗା ପୁଣି ନୁଆ ସହର ଅବଶ୍ଯ ଋତୁପର୍ଣ୍ଣା ପାଇଁ ନୁହେଁ କିନ୍ତୁ ସଂପର୍କ୍ ଯେ ସଂପୁର୍ଣ୍ଣ ଅଜ୍ଞ ସେ ବିଷୟ ରେ ବହୁତ ଭଲ ଭାବେର ଜାଣିଥିଲା ଋତୁପର୍ଣ୍ଣା। ସେଥିପାଇଁ ସେ ଠିକଣା ଜାଗା ର ଦୁଆର ମୁହଁ ରେ ଠିଆ ହେଇଥିଲା। ସମୟ ର ଦ୍ୱନ୍ଦ ପ୍ରତିଦ୍ୱନ୍ଦ ଭିତରେ ପହଞ୍ଚି ଥିଲା ସଂପର୍କ୍ ତା ଠିକଣା ଜାଗାରେ। ଋତୁପର୍ଣ୍ଣା କୁ ଦେଖି ସାରିବା ପରେ ମନେ ମନେ ଖୁସି ରେ ପାଗଳ ହେଇଯାଇଥିଲା ସେ। ସଂପର୍କ୍ କୁ ଦେଖିବା ମାତ୍ରେ ଏକ ନୁଆ ରଂଗ ର ଖୁସି ଝଲସି ଉଠିଥିଲା ଋତୁପର୍ଣ୍ଣା ର ମୁହଁ ରେ। କାଳେ ମନ୍ଦିର ବନ୍ଦ ହେଇଯିବ ସେଥିପାଇଁ ଦୁହେଁ ମିଶି ମନ୍ଦିର ଯିବା ପାଇଁ ଭୋଗ କିଣିଲେ ହେଲେ ଦୁଃର୍ଭାଗ୍ୟ ବସତି କିଛି ଗୋଟେ କାରଣ ପାଇଁ ମନ୍ଦିର ରେ ଦର୍ଶନ କରି ପାରିଲାନି ସଂପର୍କ୍। ଦୁହିଁଙ୍କର ପରସ୍ପର ର ସ୍ନେହ ଆଉ ଭଲ ପାଇବାର ଅନେକ କିଛି ସାନିଧ୍ୟ ଭିତରେ ଦୁହେଁ ହଜି ଯାଇଥିଲେ। ଅନେକ ଖୁସି ଭିତରେ ସଂପର୍କ୍ ର ଖୁସି ଥିଲା ସେଦିନ ର ସବୁ ଠୁ ବଡ ଖୁସି।

ପ୍ରଥମେ ଆଣିଥିବା ମହାପ୍ରସାଦ ରୁ କାଢି ଖୋଇଦେଇଥିଲା ଋତୁପର୍ଣ୍ଣା କୁ ଆଉ କହିଥିଲା ଖାଲି ଏ ଯୁଗ ନୁହଁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଋତୁପର୍ଣ୍ଣା କେବଳ ସଂପର୍କ୍ ର। ଋତୁପର୍ଣ୍ଣା ହସିଦେଇ ଥିଲା ଆଉ ପଚାରିଲା କେମିତି?ବିର ଦର୍ପ ରେ କହିଲା ସଂପର୍କ୍ "କେହି ନ ଜାଣିଲେ ବି ଏଇ ମହାପ୍ରସାଦ ହେଉଛି ତାର ସାକ୍ଷୀ ଆଉ ପ୍ରମାଣ " ଏତିକି କହିବା ମାତ୍ରେ ଦୁହେଁ ଏକା ସାଙ୍ଗେ ହସିବାକୁ ଆରମ୍ଭ କଲେ। ତା ପରେ ସଂପର୍କ୍ ନେଇଥିବା ଉପହାର ଟିକୁ ଦେଖେଇ ଥିଲା ଋତୁପର୍ଣ୍ଣା କୁ। ଦେଖି ବହୁତ ଖୁସି ହେଇଯାଇଥିଲା ଆଉ ଅନେକ ତାରିଫ ବି କରିଥିଲା।କିନ୍ତୁ ଗ୍ରହଣ କରି ନଥିଲା। ସଂପର୍କ୍ ର ମୁହଁ ଟା ଝାଉଁଳି ପଡିଯାଇଥିଲା ସେତେବେଳେ। ହେଲେ ଋତୁପର୍ଣ୍ଣା କୁ ବୋଧହୁଏ ସେ ସବୁ ସ୍ପଷ୍ଟ ଦେଖାଯାଉଥିଲା ଆଉ ତାକୁ ବୁଝେଇବାକୁ ଯାଇ କହିଥିଲା,"ରାଗୁଚୁ କି, ମନ ଦୁଃଖ କରନା, ଯେବେ ତୋ ଘର କୁ ଯିବି ସେବେ ଦବୁ" । ଝାଉଁଳି ପଡିଥିବା ମୁହଁ ରେ ଚାନ୍ଦ ଉଦିଆ ଜହ୍ନ ର ଝଲମଲ କିରଣ ପଡି ଯାଇଥିଲା। ହେଲେ ବି ସେ ଅବୁଝା ଥିଲା। କିନ୍ତୁ ଋତୁପର୍ଣ୍ଣା ର ସବୁ ପ୍ରାମାଣିକ ପ୍ରଶ୍ନ ର ଉତ୍ତର ରେ ସେ ନିଜ କୁ ପାଇ ବହୁତ ଖୁସି ହେଇଯାଇଥିଲା। ସେତେବେଳ କୁ ଫେରିବା ର ସମୟ ବି ହେଇଯାଇଥିଲା ସଂପର୍କ୍ ର। କିନ୍ତୁ ତା ମନ ର ମଣିଷ କୁ ସେ ଛାଡି ଆସିବା ପାଇଁ ଚାହୁଁ ନଥିଲା। କିନ୍ତୁ ସମୟ ସାମ୍ନା ରେ ପୁଣି ହାରିଯାଇଥିଲା ସେ। ନ ଚାହିଁ ବି ଫେରିବାକୁ ପଡିଥିଲା ତାକୁ। ଫେରିଲା ବେଳେ ଦୁର ରୁ ଅନେକ ପ୍ରେମ ରଙ୍ଗ ର ଅବାସ୍ତବ ଚିତ୍ର ଆଙ୍କି ଦେଇଥିଲା ସେ ଋତୁପର୍ଣ୍ଣା ପାଇଁ। ଋତୁପର୍ଣ୍ଣା ପାଖରୁ ସେ ଯେତିକି ଯେତିକି ଦୁରେଇ ଆସୁଥାଏ ତା ମନ ଭିତରେ ଗୋଟେ ଅଜଣା ଭୟ ସ୍ରୁଷ୍ଟି ହେଉଥାଏ। ସତେ ଯେମିତି ନିଜ ଲୋକ ପାଖରୁ ସବୁଦିନ ପାଇଁ ଦୁରେଇ ହେଇ ଆସୁଛି।ଟ୍ରେନ୍ ଛାଡିବା ପରେ ରାତି ସାରା ଅସଂଖ୍ଯ ଲୁହ ରେ ଭିଜି ସାରିଥିଲା ସଂପର୍କ୍। ସେମିତି ଭାବୁଥାଏ ଆଉ ଅଜଣା ଭୟ ରେ ଥରୁଥାଏ, ତା ସହ ଆଖିରୁ ନିରିହ ଲୁହ ଗୁଡା ଓଜାଡି ହେଇ ପଡୁଥାଏ। ଆଉ ସେ ତା ମନ ର ମଣିଷ କଥା ଭାବୁଥାଏ। ପୁଣି କେବେ ଯେ ଦେଖା ହେବ କେବଳ ସମୟ ଛଡା ଆଉ କେହି ଜାଣନ୍ତିନି। ଏମିତି ଭାବୁ ଭାବୁ ନିଦ ରେ ଶୋଇ ପଡିଥିଲା। ହଠାତ୍ ନିଦ ଭାଂଗି ଗଲା। କିନ୍ତୁ ନିଦ ଭାଂଗିଲା ବେଳକୁ ଅନେକ ବର୍ଷ ବିତି ସାରିଲାଣି। ଅନେକ ଝଡ କୁ ସାମ୍ନା କରି ନିଜ କୁ ହଜେଇ ପୁଣି ନିଜସ୍ୱ କୁ ଫେରି ପାଇଛି ସଂପର୍କ୍। ଖାଲି ଫରକ୍ ଏତିକି ସମୟ ର କୁହୁକ ଜାଲ ରୁ ମୁକୁଳିବା ପରେ ସମସ୍ତଙ୍କର ପ୍ରିୟ ପାଲଟି ଥିଲେ ବି ଆଜି ଯାଏଁ ଋତୁପର୍ଣ୍ଣା ତାକୁ କ୍ଷମା କରିପାରିନି। ହେଲେ ସବୁ କିଛି କୁ ନିଜ ଭିତରେ ଚାପି ରଖି ନିଜ କୁ ସଜାଡି ନିଜ ର ଗନ୍ତବ୍ଯ ପଥ ରେ ଆଗେଇ ଚାଲି ସେ ଆଜି ବି ଅପେକ୍ଷା କରିଛି ଆଉ ଏକ ନୁଆ ସକାଳ କୁ,ସମୟ ର ପରିବର୍ତ୍ତନ କୁ,ହଁ ଋତୁପର୍ଣ୍ଣା ର ଆସିବା ବାଟକୁ....


Rate this content
Log in

Similar oriya story from Romance