Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sangram Moharana

Drama Tragedy Classics

4.4  

Sangram Moharana

Drama Tragedy Classics

*କମା ବିନା ପୁର୍ଣ୍ଣଚ୍ଛେଦ*

*କମା ବିନା ପୁର୍ଣ୍ଣଚ୍ଛେଦ*

5 mins
20



  ସେଦିନ କଥା ମନେ ପଡିଲେ ନିଜ ଭିତରେ ଗୋଟେ କେମିତି ଆନନ୍ଦ ଲାଗେ। ଏମିତି ସେଇ ଜାଗର ଦିନରେ ସଂପର୍କ ଆଉ ତାର ଜଣେ ବନ୍ଧୁ ଗୋଟେ ବାଇକ୍ରେ ସେପଟେରିତୁପର୍ଣ୍ଣା ଆଉ ତାର ଜଣେ ବାନ୍ଧବୀ ଆଉ ଗୋଟେ ବାଇକ୍ରେ, ଦିନ ସାରା ନିଜ ଗାଁ ପାଖାପାଖି ସବୁ ମନ୍ଦିର ବୁଲାବୁଲି କଲେ। ହଁ ସବୁଠୁ ବଡ କଥା ହଉଛି ପ୍ରେମର ପ୍ରଥମ ବର୍ଷର ପ୍ରଥମ ଦିନ। ଯେତେବେଳେ ସେମାନଙ୍କ ଗାଡି ତାଙ୍କୁ ଟପି ଆଗକୁ ଯାଉଥିଲା ସେତେବେଳକୁ ସଂପର୍କ ନିଜ ବାଇକ୍ ର ମିରର୍ରେ ପଛ ଗାଡିରେ ବସିଥିବାରିତୁପର୍ଣ୍ଣାର ଚେହେରା କୁ ଦେଖୁଥିଲା, ଯଦି କୌଣସି କାରଣରୁ ତାଙ୍କ ଗାଡି ସଂପର୍କର ଗାଡି କୁ ଟପି ଯାଉଥିଲା, ସାମ୍ନା ଗାଡିର ମିରର୍ରେ ମଧ୍ଯ ସେରିତୁପର୍ଣ୍ଣାର ଚେହେରା କୁ ସ୍ପଷ୍ଟ ଦେଖି ପାରୁଥିଲା।

ସବୁଠାରୁ ବଡ କଥା ଥିଲା ଏ ଯେଉଁ ଚୋରା ପ୍ରିତିର ପ୍ରେମର ଭାଷା କେବଳ ସଂପର୍କ ଛଡା କେହି ବୁଝୁ ନଥିଲେ, ଏମିତି କିରିତୁପର୍ଣ୍ଣା ନିଜେ ବି ନୁହଁ, କୌଣସି ପ୍ରକାର କଥାବାର୍ତ୍ତା ବି ନ ଥିଲା ମଧ୍ଯରେ କେବଳ ହସର କିଛି ଭାଷା,ସେ ଭାଷା ସେ କଉଠୁ ଶିଖି ଥିଲା କେ ଜାଣି ତାର ମନେ ନାହିଁ ଆଉ ବି ପ୍ରଥମ ଥର ପାଇଁ ସେ ଯେ ଏ ପାହାଚ ଚଢିବା ଆରମ୍ଭ କରିଥିଲା ଏ କଥାରେ କୌଣସି ସଂନ୍ଦେହ ନାହିଁ। ଦିନ ସାରା ଏମିତି ବୁଲା ବୁଲି କରି ସାରିବା ପରେ ସମସ୍ତେ ଫେରି ଯାଇଥିଲେ ଘରକୁ। ହେଲେ କେଜାଣି କାହିଁକି ସଂପର୍କର ମନ ଟିକେ ଫିକା ପଡି ଯାଇଥିଲା ଆଉ ହଁ ବୁଲା ବୁଲି କରିସାରିବା ପରେ ସମସ୍ତେ ଯାଇଥିଲେ ରିତୁପର୍ଣ୍ଣାର ଘରକୁ।


ସଂପର୍କ ବି ଯାଇଥିଲା ଯେହେତୁ ବୁଲା ବୁଲି କରୁଥିବା ସମସ୍ତେ ହଉଛନ୍ତି ପରଷ୍ପର ବନ୍ଧୁ। ଯେତେବେଳେ ସଂପର୍କ ବସିଥିଲାରିତୁପର୍ଣ୍ଣାର ବାରଣ୍ଡା ଘରର ଗୋଟେ ପୁରୁଣା ଖଟିଆ ଉପରେ, ସେତେବେଳେ ସେ କଣ କିଛି ଭାବୁଥିଲା, କାହିଁକି ନା ସେତେବେଳେ ତାର ମୁହଁ ଟା ଦେଖିବା ଅବସ୍ଥାରେ ଥିଲା, ସେଇଟା ଭୟରେ ଥିଲା କି କଣ ସେ କଥା କହିବା କଷ୍ଟ । ସବୁ ପରେ ଯେତେବେଳେ ସଂପର୍କ ନିଜ ଘରକୁ ଫେରିଲା ମନରେ ଗୁଡାଏ ପ୍ରଶ୍ନର ବିଚାର ଥିଲେ ବି ସେ କିନ୍ତୁ ନିଜ କୁ ସମ୍ଭାଳି ପାରୁନଥିଲା ଗୋଟେ ମୁହୁର୍ତ୍ତର ବିଚ୍ଛେଦ କୁ, ଏମିତି କାହିଁକି ବୋଲି ଭାବି ଭାବି ସେ କେତେ କଣ ଗୁଡାଏ ଭାବି ବସିଥିଲା। ନିଜର ପ୍ରେମ କୁ ଜାହିର କରିବାର ଗୋଟେ ବର୍ଷ ପରେ ଯାଇରିତୁପର୍ଣ୍ଣା ଗ୍ରହଣ କର ଥିଲା ଏ ପ୍ରସ୍ତାବ କୁ। କହିବାକୁ ଗଲେ ୟା ଭିତରେ ଅନେକ ଲୋକଂକୁ ଅନେକ କିଛି କରିବାକୁ ପଡିଛି ସଂପର୍କ ପାଇଁରିତୁପର୍ଣ୍ଣା କୁ । ସେ ଯାହାବି ହଉ ସେଦିନ ମନ ତାର ଘରେ ଲାଗୁ ନ ଥାଏ ପୁଣି ବାହାରିଲା ଯିବା ପାଇଁ ରିତୁପର୍ଣ୍ଣାର ଗାଁ ପାଖ ମନ୍ଦିର କୁ ଯେଉଁଠି ଜାଗର ପାଇଁ ବହୁତ ଭିଡ ହୁଏ, ହେଲେ କେମିତି ଯିବ , ଯିବା ପାଇଁ କହିଲେ ହୁଏତରିତୁପର୍ଣ୍ଣା ମନା କରିପାରେ କାହାର ସଂନ୍ଦେହ ଭୟରେ ଆଉ ବି ନ ଯାଇ ବିରହିପାରୁନି ସଂପର୍କ, ଏମିତି ଭାବୁ ଭାବୁ ଆଉ ନିଜ କୁ ସମ୍ଭାଳି ପାରିଲାନି , ନିଜର ଏକ ବନ୍ଧୁଂକ ସହ ବାହାରିଲା ପାଖ ଗାଁ କୁ, ଆଉ ସାଂଗରେ ନେଇଥିଲାରିତୁପର୍ଣ୍ଣା ପାଇଁ ପ୍ରଥମ ଉପହାର ଯାହା କି ଥିଲା ଗୋଟେ ଛୋଟ ଓଁକାର ମୂର୍ତ୍ତି ମଧ୍ଯରେ ଉଭୟ ଶ୍ରୀ ବକ୍ରତୁଣ୍ଡ ଆଉ ଶ୍ରୀ ସାଇ।


ପହଂଚିଗଲା ସଂପର୍କ ତାଙ୍କ ଗାଁ ପାଖ ମନ୍ଦିରରେ ଆଉ   ଖବର ବି ପହଂଚାଇ ଦେଲା କି ସେ ଆସିଛି ବୋଲି ଯେମିତି ସତରେ ଗଜପତିରାଜା ନନ୍ଦିଘୋଷ କୁ ଛେରାପହଁରା ଦବାକୁ ଆସିଛନ୍ତି। ହା ହା। ପହଂଚିବା ପରେ ନିଜ ମନରେ କିନ୍ତୁ ସାହାସ ଆଣି ପାରୁନଥିଲା ସେ, ବହୁତ ଭୟ ଆଉ ବହୁତ ସାବଧାନରେ ଖାଲି ମନ୍ଦିର ଉପରେ ଲାଗିଥିବା ନାଲି ନେଳି ଆଲୁଅକୁ ଅନେଇ କଣ ସବୁ ଭାବୁଥିଲା। ସେଠି ମଧ୍ଯ ତାର ଆଉ କିଛି ବନ୍ଧୁ ମାନଂକ ସହ ଦେଖା ହେଲା ତାଙ୍କ ସହ ମଧ୍ଯ ଏମିତି ଆଳାପରେ କିଛି ସମୟ ବିତେଇଲା ପରେ ନିଜ ମନରେ ଟିକେ ସାହାସ ଆଣିଲା। ଆଉ ତା ପରେ ଦେଖା ହେଲେ ନିଜ ମନର ମାନସି ଆଉ ସ୍ୱପ୍ନର ନାଇକା । ଯାହା ପାଇଁ ସେ କେଉଁ ଦିନରୁ ଯେ ନିଜ ମନରେ ଗୋଟେ ପ୍ରେମ ବସା ବାନ୍ଧି ସାରିଥିଲା।


ହେଲେ ନେଇଥିବା ଉପହାର କୁ କେମିତି ଦବ ସାହାସ କରିପାରିନଥିଲା ସେ କି ସେ ବିଷୟରେ କିଛି କହି ପାରୁନଥିଲା, କି କିଛି କଥା ବି ହେଉ ପାରୁନଥିଲା , ଖାଲି ଭିଡ ଭିତରେ ଆଖି କୁ ବୁଲେଇ ଆଣି ପୁଣି ନୟନ ଦୁଇ ଯୋଖି ଦଉ ଥିଲାରିତୁପର୍ଣ୍ଣା ଉପରେ, ଯେମିତି କେତେ କଣ ସେ କହିବାକୁ ଚାହୁଁଛି ହେଲେ ନିଜ ପାଖରେ ସେମିତି କିଛି ଶବ୍ଦ ନାହିଁ ଯାହା କି ସେ କହିପାରିବ, ସମୟ ଗଡିବା ସହିତ ସଂନ୍ଧ୍ଯାରୁରାତି ବି ହେଇ ଆସୁଥିଲା, ଆଉ ଭିଡ ବି ବେସ୍ ଜମୁଥିଲା । ୟା ଭିତରେ ଯେ କେତେବେଳେ ସଂପର୍କ ନିଜ ହାତରେ ଉପହାର ଟିକୁରିତୁପର୍ଣ୍ଣା ହାତରେ ଧରେଇ ଦେଇଥିଲା ଏକଥା କେବଳ ସେ ଦୁହିଁଙ୍କୁ ଜଣା, ପିଲା ବେଳର ସମୟ ବୋଲି ପିଲାଳିଆମି ବୁଦ୍ଧି। ଶେଷରେ ଫେରି ଆସିଥିଲା ସଂପର୍କ ନିଜ ଘରକୁ। ଆସିଲାବେଳେ ବିତେଇ ଥିବା ଦିନ ଟିକୁ ବାରମ୍ବାର ଭାବୁଥିଲା ଆଉ ମନେ ମନେ ହସୁଥିଲେ ବି ନିଜ କୁ କାହିଁକି କେ ଜାଣିରିତୁପର୍ଣ୍ଣା ଠୁ ଅଲଗା କରିବାକୁ ଆଦୌୁ ଇଚ୍ଛା ନ ଥିଲା । ଦେଖିଥିବା ସ୍ୱପ୍ନ ସବୁ କୁ ସେ କଣ ଭବିଷ୍ଯତରେ ସତ କରିପାରିବ ନା କେବଳ ସ୍ୱପ୍ନ ଗୁଡା ସେମିତି ସାଇତା ଗ୍ରନ୍ଥ ଭିତରେରହିଯିବ ଏ କଥା ସେ ସବୁବେଳେ ଭାବୁଥିଲା । ଆଉ ହଁ ଆଜି ବି ସେମିତି ଅନେକ ବର୍ଷ ପରେ ହେଲା ପରେ ବି ସେ ସେଇ କଥା ହିଁ ଭାବୁଛି।


ସମୟର ଚକ୍ର ଭିତରେ ଅନେକ କିଛି ଭୁଲ କରିଛି ସେ ରିତୁପର୍ଣ୍ଣା ପାଖରେ। ବାରମ୍ବାର ଭୁଲ କରିବା ସତ୍ୱେ ବି ରିତୁପର୍ଣ୍ଣାର କ୍ଷମାର ଭଣ୍ଡାର ସବୁବେଳେ ଖୋଲା ଥିଲା ପାଇଁ। ହେଲେ ଆଉ କିନ୍ତୁ ପାରିଲାନିରିତୁପର୍ଣ୍ଣା, ସହିବ ତ କେତେ ସହିବ। ଅନେକ ଲୁହ ବୁହେଇଛି ସେ ସଂପର୍କ ପାଇଁ ହେଲେ ନିଜ କୁ ବୁଝେଇଛି ଯେ ସବୁ କିଛି ଠିକ୍ ହେଇଯିବ। ହେଲେ ବାରମ୍ବାର ଆଘାତ ପରେ ଆଘାତ ଦେଇ ଆସୁଥିବା ସଂପର୍କ ନିଜକୁ କେବଳ ବଦଳେଇ ବାର ପ୍ରତିସ୍ରୁତି ଦିଏ ଆଉ କିଛି ଦିନ ପାଇଁ ଭଲ ହେଇ ପୁଣି ସେ ବଦଳିଯାଏ, ଏମିତି କାହିଁକି ହୁଏ ସେ ନିଜେ ଜାଣି ପାରେନି। ହେଲେ ଆଜି କିନ୍ତୁ ଆଉ ସେ ସବୁ ନାହିଁ ସବୁବେଳେ ନିଜ ଲୁହ କୁ ଲୁଚେଇରଖିଥିବାରିତୁପର୍ଣ୍ଣା ଆଜି ସଂପୁର୍ଣ୍ଣରୁପେ ଭାଂଗି ପଡିଛି। ସବୁ ବିଶ୍ବାସ ଆଉ ଭରସାରୁ ବାଦ୍ ପଡିଯାଇଛି ସଂପର୍କ୍ ସଂପୁର୍ଣ୍ଣରୁପେ ପୁର୍ଣଚ୍ଛେଦ ପଡି ସାରିଛି ସେ ଦୁହିଁଙ୍କର ପ୍ରେମରେ। ଏବେ ଏବେ ଶୁଣାଯାଏ ଯେ ସଂପର୍କ୍ କୁଆଡେ ସଂପୁର୍ଣ୍ଣରୁପେ ବଦଳି ଯାଇଛି। ସେ କୁଆଡେ ଆଗ ଭଳି ଆଉ ନାହିଁ, ସମାଜରେ ନିଜକୁ ଠିଆ କରେଇବା ପାଇଁ ପ୍ରଚେଷ୍ଟା କରୁଛି ଆଉ ଭାବୁଛି ବିଗତ ଦିନର କଥା, କାହିଁକି ସେ ଏମିତି ଭୁଲ କରୁଥିଲା ଯାହା ପାଇଁ ସେ ଅନୁତପ୍ତ ଜୀବନ ବଂଚୁଛି ଆଉ ଭାବୁଛି କିଛି ଗୋଟେ ଚମତ୍କାର କୁ , ଭାବୁଛି ତାରିତୁପର୍ଣ୍ଣା କଥା କାଳେ ଫେରି ଆସନ୍ତା କି ଆଉ ଦେଇ ଯାଆନ୍ତା ଶୁଖି ଯାଇଥିବା ଥୁଣ୍ଟା ଗଛରେ ଟିକେ ଆଶ୍ୱାସନା।


ହେଲେ ଥରେ ବିଶ୍ୱାସ ହରେଇ ସାରିଥିବା ବ୍ଯକ୍ତି ଉପରେ ଆଉ ଥରେ ବିଶ୍ବାସ କରିବା ଟେ ଯେ ମୁର୍ଖାମୀର ପରିଚୟ ଏ କଥା ସମସ୍ତେ ଜାଣନ୍ତି। ସବୁ ପରେ ବି ନିଜ ଆଡୁ ଚିତ୍କାର କରି କହୁଛି ସଂପର୍କ୍ କି ହଁ ସେ ବଦଳି ସାରିଛି, ଏ କଥାର କୌଣସି ପ୍ରମାଣ ନ ଥିଲେ ବି ଏ ସବୁ ସତ ବୋଲି ସେ ଦ୍ୱାହି ଦେଇ କହୁଛି। ହେଲେ ଏ ଚିତ୍କାରର ଯେ କୌଣସି ପ୍ରକାର ପ୍ରଭାବ ନାହିଁ ଏ ସବୁ ମଧ୍ଯ ତାକୁ ଭଲରେ ଜଣା। ଆଗାମି ଭବିଷ୍ଯତରେ କୁଆଡେରିତୁପର୍ଣ୍ଣାର ବାହାଘର। ତା ଭବିଷ୍ଯତର ଉଜ୍ଜ୍ବଳ କାମନା କରି କରିଥିବା ଭୁଲର କ୍ଷମା ପ୍ରାର୍ଥନା କରି ଦୀପ ଟିଏ ଜାଳି ଦୁଇ ହାତ ଟେକି ଉପରେ ଥିବା ମହାପ୍ରଭୁଙ୍କୁ ମୁଣ୍ଡିଆମାରି ଫେରୁଥିଲା ସଂପର୍କ । ଆଉ ଭାବୁଥିଲା ନିଜେ କରିଥିବା ଭୁଲ ଆଉ କରୁଥିବା ପ୍ରାୟଶ୍ଚିତ୍ତ ବିଷୟରେ ଆଉ ଭାବୁଥିଲା ସତରେ ୟା ଭିତରେ ଅନେକ ଦିନ ବିତି ଗଲାଣି ହେଲେ ମନ ଭାବନା ଭିତରେ ଯେ ସେ ଏକା ଆଉ ଏତେ ବଡ ଦୁନିଆ ଭିତରେ ସେ ସଂପୁର୍ଣ୍ଣ ଏକା।



Rate this content
Log in

More oriya story from Sangram Moharana

Similar oriya story from Drama