STORYMIRROR

Sangram Moharana

Drama

3  

Sangram Moharana

Drama

ଅସଂପୂର୍ଣ୍ଣ ଇତିହାସ

ଅସଂପୂର୍ଣ୍ଣ ଇତିହାସ

3 mins
193

ସବୁଥର ପରି ସେଥର ବି ମତେ ଏକା କରି ସେ ତା ବସ ଧରି ସାରିଥିଲା। କାହିଁକି ନା ତା ଘରକୁ ଯିବା ପାଇଁ ସେ ବସ୍ ଟା ଶେଷ ବସିଥିଲା। ଆଉ ମୁଁ ବି ସବୁଥର ଭଳି ସେ ବସ୍ ର ଝରକା ପାଖରେ ତା ସହ କଥା ହଉ ହଉ ବସ୍ ଛାଡି ଦେଇଥିଲା। ମୁଁ ବସ୍ ସହ ତାଳ ଦେଇ ଧିରେ ଧିରେ ଆଗକୁ ଚାଲି ଗଲା ବେଳେ ତା ଝରକା ପାଖରେ ହାତ ରଖି ନିଜ ଚାଲିବା ବେଗ କୁ ବଢେଇ ସାରିଥିଲି। ଆଉ ସେ ପୁଣି ପୂର୍ବଥର ପରି ତାଗିଦ୍ କରିଥିଲା କି, ଟାଉନ୍ ବସ୍ ଏଇଟା, ହଠାତ୍ ସ୍ପିଡ୍ ବଢେଇ ଦେବ ଆଉ ତୁ...। 


   ବାସ୍ ,ତା ପରେ ଆଉ କଣ? ସୁନା ପିଲା ଟି ପରି ରାସ୍ତା କଡ ରେ ଠିଆ ହେଇ ସବୁଥର ପରି ତା ଯିବା ବସ୍ କୁ ଚାହିଁ ରହିଥିଲି । ଆଉ ତା ପରେ ନିଜ କୋହ କୁ ସମ୍ଭାଳି ପାରିଲିନି, ଯେତିକି ଯେତିକି ତା ବସ୍ ଟା ଦୂରେଇ ଦୂରେଇ ଯାଉଥିଲା ମୋ ମନ ରେ ଗୋଟେ କେମିତି ଅଜଣା ଭୟ ଆଉ କୋହ ବଢି ଚାଲିଥିଲା। ସହର ର କୋଳାହଳ ଆଉ ଅପରିଚିତ ପରିବେଶ ଟା ବେସ୍ କିଛି ସମୟ ଯାଏ ନିଜର ଲାଗୁଥିଲା ହେଲେ ହଠାତ୍ ସବୁ କିଛି ଯେମିତି  ନିଜ ଆଡୁ ମୁହଁ ବୁଲେଇ ଅପରିଚିତ ର ସଜ୍ଞା ଦଉଥିଲେ।


କିଛି ସମୟ ପରେ ଫୋନ୍ ରିଂ ଶୁଣି ଦେଖେ ତ ତାରି ଫୋନ୍,ଆଉ ସବୁଥର ପରି ସେଇ ଏକା ପ୍ରଶ୍ନ, "ବସ୍ ସହ କାହିଁକି ଦଉଡୁଥିଲୁ"? କଣ ହିରୋ ଭାବୁଛୁ ,ନାଟକ ସବୁ ଅଧିକା ତୋର " ,। ଏମିତି କେତେ କଣ ଅଭିମାନ ଆଉ ଅଭିଯୋଗ। ସବୁ ଶୁଣି ମୁଁ କିନ୍ତୁ ଉତ୍ତର ଦିଏ ଗୋଟିଏ। ସେଇଟା ଥାଏ, "ତୁ ଗଲା ପରଠୁ ଭଲ ଲାଗୁନି,ଏତେ ବଡ ଅଜଣା ସହର ଟା ରେ ପୁଣି ଏକା ହୋଇଗଲି ମୁଁ "। ସେ କୁହେ, ନାଟକ ନ କରିକି ଚୁପ୍ ଚାପ୍ ଯାଇକି ଖାଇକି ନିଜ ଗାଡି ରେ ବସ୍ । ଏମିତି କେତେ କଥା ହଉ ହଉ କେତେବେଳେ ସେ ବସ୍ ରୁ ଓହ୍ଲେଇ ପାଦ ଚଲା ରାସ୍ତା ଧରି ସାରିଥାଏ। ଆଉ ତା ଚପଲ ପିନ୍ଧା ଠପ୍ ଠପ୍ ପାଦ ଶବ୍ଦ ବି ମୁଁ ସ୍ପଷ୍ଟ ଶୁଣି ପାରୁଥାଏ। କାହିଁକି ନା ସେ ଶବ୍ଦ ସହ ମୁଁ ଅତି ଉତ୍ତ ପ୍ରୁତ୍ତ ଭାବେ ଜଡିତ। ଆଉ ସବୁଥର ପରି ଅଳ୍ପ ସମୟ ବ୍ୟବଧାନ ରେ ସେ କୁହେ, "ହଉ ରଖ ,ମୁଁ ଘରେ ପହଁଞ୍ଚି ଗଲିଣି "। ଏତିକି ପରେ ମୁଁ କିନ୍ତୁ ଫୋନ୍ କାଟି ନଥାଏ, ସେପଟୁ ଗେଟ୍ ଖୋଲିବା ର ଶବ୍ଦ ଶୁଣେ, ଆଉ ଘର ଭିତରକୁ ପସି ସାରିଲା ପରେ ସେ ଫୋନ୍ କାଟି ବାକୁ ଭୁଲି ଯାଏ ଆଉ ସେମିତି ଥୋଇ ଦିଏ। ବେସ୍ କିଛି ସମୟ ପରେ ନିଜେ ଯେତେବେଳେ ଜାଣେ, ସାଙ୍ଗେ ସାଙ୍ଗେ କାଟି ଦିଏ । ନିଜର ବାସ୍ତବତା କୁ ମୁଁ ଖୁବ୍ ଭଲ ଭାବେ ତା ସହ ଗ୍ରହଣ କରି ନିଏ, ହେଲେ ତା ପରେ ମୁଁ ମୋ ଗାଡି ରେ ବସି ଫେରି ଆସେ। 


ଏମିତି ସମୟ ବଦଳେ ପୁଣି ସବୁଥର ପରି ସେ ସମୟ ବି ଫେରେ। ହେଲେ ଏଥର କିନ୍ତୁ ଆଉ କିଛି ଫେରିବା ର ସମ୍ଭାବନା ନଥିଲା। ଜାଣି ନଥିଲି ଶେଷ ଥର ପାଇଁ ମୁଁ ଫେରୁଛି। କାହିଁକି ନା ଆଉ କେବେ ପରିସ୍ଥିତି ବଦଳି ନ ପାରେ। ମଜା ରେ ମଜା ରେ ହାତ ଟା ଧରୁ ଧରୁ ଛିଞ୍ଚାଡ଼ି ଦେଇଥିଲା। ହେଲେ ବର୍ତ୍ତମାନ ର ସମୟ କହୁଛି ସେଇଟା ଥିଲା ବିଚ୍ଛେଦ ର ପ୍ରଥମ ଝଲକ। 


   ଏତେ ସବୁ ମନ ଭାବନା ରେ ଘଟିବାର କାରଣ ଆଜି ବସ୍ ଷ୍ଟାଣ୍ଡ ରେ ଠିଆ ହେଇ ଦେଖୁଥିଲି ଦୁଇ ଜଣ ଅଜଣା ବ୍ୟକ୍ତି ଙ୍କୁ।ହେଲେ ସ୍ପଷ୍ଟ ଭାବରେ ଦଖିପାରୁଥିଲି ନିଜ ଇତିହାସ କୁ । ଆଉ ସବୁଥର ପରି ନିଜ ସହ ଯୋଡୁଥିଲି ଭାବନା କୁ, ସ୍ୱପ୍ନ କୁ ଆଉ ଘଟିଥିବା ଅତୀତ କୁ। 

ଇଚ୍ଛା ଥିଲେ ବି ଆଖିରୁ ଲୁହ ନିଗାଡି ପାରିଲିନି ଆଉ ପବନ ସହ ତାଳ ଦେଇ ଫେରି ଆସିଲା ବେଳ କୁ ଆଖି ଦୁଇଟା ଲାଲ୍ ହୋଇ ପବନ ବାଜି ପାଣି ବାହାରୁଥିଲା। ବୋଧେ ସବୁଦିନ ଠାରୁ ଆଜି ବୋଧେ ଆଖିରେ ଧୂଳିଟିକେ ଅଧିକା ପଡିଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama