STORYMIRROR

Sangram Moharana

Drama Romance Tragedy

3  

Sangram Moharana

Drama Romance Tragedy

ଚକଲେଟ୍

ଚକଲେଟ୍

2 mins
156


ଦୋକାନ ଭିତରେ କାଚର ବାକ୍ସ ଭିତରେ ସଜେଇ ହେଇ ରହିଥିବା ସେ କିଟକାଟ ଚକଲେଟ୍ ସବୁ ଆଜି ବି ମତେ ପଚାରିଲେ ଯେ,

ତୁ ବି କଣ ତୋ ପ୍ରେମିକା ଭଳିଆ ହେଇଗଲୁ |


ମୁଁ ପଚାରିଲି, ମାନେ?


ସେ କହିଲା ,ଯେତେବେଳେ ମୁଁ ତୋ ପ୍ରେମର ପାଖରେ ଥିଲି ,କେତେ ସ୍ନେହରେ ଜାବୁଡି ଧରିଥିଲା ସେ ଆଉ ତୁ ବି ପାଗଳ ପରି ମତେ ଖୋଜୁଥିଲୁ,

ଏବେ କିନ୍ତୁ ମତେ ଖୋଜିବା ଦୂରର କଥା ମତେ ଆଡ ଆଖିରେ ବି ଚାହୁଁନୁ|

 

 କିଛି ସମୟ ନୀରବ ରହି ଉତ୍ତର ରଖିଲି,

  

 କେବଳ ତୋରି ପାଇଁ |


 କହିଲା ,ମାନେ ?

 

 ମୁଁ କହିଲି, ସେଦିନ ସେ ତତେ ଛୁଇଁ ମତେ ଶପଥ କରେଇଥିଲା ପଛକୁ ବୁଲି ନ ଚାହିଁବା ପାଇଁ ଆଉ ସେଦିନ ତୁ ବି ନିରୀହ ପ୍ରାଣୀ ଭଳି ଚୁପଚାପ ସହିଗଲୁ ,କିଛି ଉଁ , ଚୁଁ କହିଲୁନି | 


 ସେ କହିଲା , କେମିତି କହିଥାନ୍ତି ଯେ ତୁ ଯେତେବେଳେ ନିଜ ହାତରେ ମୋ ଦେହକୁ ଛୁଇଁ ଶପଥ କରୁଥିଲୁ ସେତେବେଳେ ମୋ ଶରୀରଟା ଆତ୍ମାହୀନ ହୋଇଯାଇଥିଲା ଆଉ ତୋ ପୂର୍ବରୁ ତତେ ଶପଥ ପାଠ କରାଉଥିବା ତୋ ପ୍ରେମିକା ମତେ ଯାବୁଡି ଧରି ଖୁବ୍ କାନ୍ଦିଥିଲା | ସେ ମଣିଷ ହେଇ ମଧ୍ୟ ଲୁହରେ ନିଜେ ତରଳି ଯାଇଥିଲା ଆଉ ମୁଁ ତ ନିଜକୁ ମିଛରେ କଠିନ ପଦାର୍ଥର ରୂପ ଦିଏ ହେଲେ ଭିତରେ ମୁଁ ବି ଜଣେ ସମ୍ପୂର୍ଣ୍ଣ ନିର୍ଜୀବ ନଦୀର ସ୍ରୋତ ପରି | ତେଣୁ ସେ ଲୁହରେ ସେ ମତେ ବି ଭସେଇ ଦେଇଥିଲା | କେବଳ ତୋ ହାତ ଛୁଆଁରେ ନିଜକୁ ବଞ୍ଚେଇ ରଖିଥିଲି ଆଉ ଶେଷରେ ତୁ ବି ତୋ ହାତ ମୁଠା ଖୋଲି ମତେ ଏକା ଛାଡିଗଲୁ |


 ସେତେବେଳକୁ କେଉଁ ଏକ ଅଜଣା ଲୁହରେ ଆଖି ଛଳ ଛଳ କରି ଶେଷ ପ୍ରଶ୍ନଟିଏ ପଚାରିବାକୁ ଚାହିଁଥିଲି ହେଲେ କିଛି କହିବା ଆଗରୁ ସେ ପୁଣି କହିବା ଆରମ୍ଭ କଲା,

  

   ଅନେକ ଦିନ ପରେ ସେଦିନ ସେ ପୁଣିଥରେ ଆସିଥିଲା ଆଉ ମତେ ହାତରେ କୋଳେଇ ନେଇ ପଚାରିଲା ,

   ସତରେ କଣ ସେ ଶପଥ ପରେ କେବେ ହେଲେ ସେ ଆଉ ତତେ ବୁଲି ଚାହିଁନି ,ନା ସେ ବୁଲି ଚାହିଁବାରେ ଆଉ କାହାକୁ ଦେଖିଛି ?


   ମୁଁ ତାକୁ ପଚାରିଲି ତୁ କଣ କହିଲୁ?


ସେ ପୁଣି କିଛି ସମୟ ନୀରବ ରହି କେବଳ ଏତିକି କହିଲା ,ଯଦି ତୋ ଲୁହରେ ସେ ଭିଜୁଛି ଆଉ ତା ଲୁହରେ ତୁ ଭିଜୁଛୁ ତେବେ ବିନା କାରଣରେ ମତେ କଣ ପାଇଁ ଆଘାତ ପରେ ଆଘାତ ଦେଇ ଚାଲିଛ ?


   ସେତିକି ପରେ ଆଉ କିଛି ବୁଝିବାକୁ ବାକି ନ ଥିଲା | ତାକୁ ହାତରେ ଧରି ଅନେକ ଲୁହର ପ୍ରେମ ଭରା ଆଲିଙ୍ଗନ କରି ସାରିବା ପରେ ସେ ଯେତେବେଳେ ତରଳିବାକୁ ଆରମ୍ଭ କଲା ସେତେବେଳେ ମନେ ପଡିଗଲା ନିଜର ଶପଥ କଥା ଆଉ ପୁଣି ତାକୁ ତା ଯାଗାରେ ରଖି ଦେଇ ତାକୁ କହିଲି ,ତୁ ପରା ଗୋଟେ ଚକଲେଟ୍ |




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama