Sangram Moharana

Drama Romance Classics


3.8  

Sangram Moharana

Drama Romance Classics


ଅବାସ୍ତବ ଚିତ୍ର

ଅବାସ୍ତବ ଚିତ୍ର

3 mins 23 3 mins 23


ସେଦିନ ରାତି ୪ ଟା ରୁ ଉଠି ନିଜର ନିତ୍ଯ କାମ ସାରି ଦେଇଥିଲା ସମ୍ପର୍କ, ନିଜର ବ୍ୟବସାୟ କାମରେ ଦୂର ସ୍ଥାନ ଯିବ ବୋଲି ତରତର ହେଇ ନିଜ ବସା ଘରୁ ତାର ଜଣେ ବନ୍ଧୁଙ୍କ ସହ ବାହାରି ଆସିଥିଲା। ପୂର୍ବ ଦିନ ସନ୍ଧ୍ଯାରେ ବର୍ଷାରେ ଓଦା ହେବା କାରଣରୁ ଶିଘ୍ର ଶୋଇ ଶିଘ୍ର ଉଠି ମଧ୍ଯ ନିଦ ଛାଡି ନ ଥିଲା ତାକୁ। ବସ୍ ଷ୍ଟାଣ୍ଡରେ ପହଂଚିବା ପରେ ସେ ଜାଣିଲା ଯେଉଁ ବସ୍ ପାଇଁ ସେ ତରତର ହେଇ ଆସିଥିଲା , କୈାଣସି କାରଣରୁ ସେ ବସ୍ ବାତିଲ୍। କିଛି ସମୟ ପାଇଁ ସେ ଭାବୁଥିଲା, "କେଡେ କଷ୍ଟରେ ଆଲାରାମ ଦେଇକି ଉଠିଥିଲି,ତା'ର ଫଳ କଣ ଏମିତି? "

ତା ପରବର୍ତ୍ତୀ ବସ୍ ଟା ପୁରା ଗୋଟେ ଘଣ୍ଟା ଛାଡିକି ଥାଏ। କଣ କରିବ ବୋଲି ଭାବୁ ଥାଏ। ଠିକ୍ ସେହି ସମୟରେ ନଜର ପଡିଲା ଗୋଟେ ଝିଅଟିଏ ,ତାର ଜଣେ କେହି ଜଣେ ବନ୍ଧୁଙ୍କ ସହ ବସ୍ ପାଇଁ ଅପେକ୍ଷା କରିଥାଏ। ଅବଶ୍ଯ ଟିକେ ଅନ୍ଧାର ଥିବା ଯୋଗୁଁ ଚେହେରା ସ୍ପଷ୍ଟ ଦେଖା ଯାଉନଥିଲା । କିଛି ସମୟ ପରେ ବସ୍ ଆସିବାର ଥିଲା ସେଥିପାଇଁ ପାଖ ଦୋକାନରୁ ଚା ପିଇସାରିବା ବେଳକୁ ବସ୍ ଲାଗି ସାରିଥିଲା। ଆଉ ସେ ଦେଖୁଥିଲା ବସ୍ କୁ ଆଉ ବସ୍ ପାଖରେ ଠିଆ ହେଇ ଥିବା ସେ ଝିଅକୁ। ଆଉ ମଧ୍ଯ ଦେଖୁଥିଲା ସେ ଝିଅର ବନ୍ଧୁକୁ। ସେମାନଙ୍କର ବ୍ଯବହାରରୁ ସ୍ପଷ୍ଟ ଦେଖାଯଉଥିଲା ଯେ ସେ ଦୁହେଁ ପ୍ରେମୀ ଯୁଗଳ ବୋଲି।ତା ପରେ ବୁଝିପାରିଲା ସେ ପୁଅଟି ସେ ଝିଅକୁ ଛାଡିବା ପାଇଁ ଆସିଥିଲା ।

ଯେତେବେଳ ଯାଏଁ ବସ୍ ଛାଡି ନ ଥିଲା ସେ ପୁଅଟି ସେ ଝିଅର ପାଖରେ ହିଁ ଥିଲା ଟିକେ ବି ଅଲଗା କରୁ ନଥିଲା ତାକୁ । ଯେତେବେଳେ ବସ୍ ଟି ଛାଡିବା ପାଇଁ ପ୍ରସ୍ତୁତ ହେଲା ସେତେବେଳେ ସେ ପୁଅଟି ସେ ଝିଅକୁ ନିଜ ବାହୁ ବିସ୍ତାରରେ ଆଲିଙ୍ଗନ କରି ତାର ମୁଣ୍ଡକୁ ଟିକେ ଆଉଁସି ଦେଲା ଆଉ ତା ପରେ ସେ ଝିଅଟି ଆସି ବସ୍ ରେ ବସିଲା। ଏ ସବୁ ବହୁତ ଧୀର ସ୍ଥିର ଭାବରେ ପରିଲକ୍ଷିତ କରୁଥିଲା ସମ୍ପର୍କ। ଆଉ ଲକ୍ଷ୍ଯ କରିଥିଲା ସେ ପୁଅର ଆଖିକୁ। ସେଥିରେ ସେ ସ୍ପଷ୍ଟ ଦେଖୁଥିଲା ବିରହର ସ୍ୱର, ବିଚ୍ଛେଦର କୋଳାହଳ ଆଉ ପ୍ରେମ ପ୍ରତିଫଳନର ବିସର୍ଗ। ତା ମନର ଭାଷାକୁ ଖୁବ୍ ମନ ଦେଇକି ପଢୁଥିଲା ସମ୍ପର୍କ। କେ ଜାଣି କାହିଁକି ସେ ଭାବୁଥିଲା ସେ ଝିଅଟି ସେ ପୁଅର ପାଖ ଛାଡିକି ନ ଯାଆନ୍ତା କି? ଏମିତି ସବୁ ଭାବିବାର କାରଣ ଥିଲା ତା ନିଜ ବ୍ୟକ୍ତିଗତ ଭାବନା। ହଁ, ସେ ଥିଲା ଶେଫାଳୀ। 

ଶେଫାଳୀ ଥିଲା ତା ପିତା ମାତାଙ୍କର ଗୋଟେ ବୋଲି ଝିଅ, ଉଚ୍ଚ ଶିକ୍ଷିତ, ବହୁତ ନମ୍ର , ଆଖି ଦୁଇଟି ଛୋଟ ଛୋଟ କାଚ ଗୁଲି, ଓଠ ରୁ ତାର ଝରୁଥାଏ ସବୁବେଳେ ସବୁ ମୁହୂର୍ତ୍ତରେ ଗୋଲାପର ପାଖୁଡା ସଦୃଶ ହସ ଆଉ ତାର ପଦିଏ କଥା ରେ ସବୁ ରାଗ ଅଭିମାନ ଭାଙ୍ଗି ଯାଏ ସମ୍ପର୍କର। ହଁ, ସମ୍ପର୍କ ଆଉ ଶେଫାଳୀ, ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ହେଲେ କେଜାଣି କାହିଁକି ସାମାଜିକ ପରିବେଶର କିଛିଟା ଲକ୍ଷ୍ମଣ ରେଖା ପାଇଁ ଶେଫାଳୀ ନିଜର ସମସ୍ତ ଭଲପାଇବାକୁ ଓଜାଡି ପାରେନା ସମ୍ପର୍କ ଉପରେ। ସେଥିପାଇଁ କେବେ ଅଳି କରିନି କି କେବେ ହେଲେ ଜାଣିବା ପାଇଁ ଚେଷ୍ଟା ବି କରିନି, ସେ ଜାଣିଛି ଯେ ଶେଫାଳୀର ମନ ଭିତରେ ସମ୍ପର୍କ ପାଇଁ ଯାଗା କେତେ। ଶେଫାଳୀ ଗୋଟେ ବଡ ମଲ୍ଟି ନ୍ୟାସନାଲ କମ୍ପାନୀ ରେ ଚାକିରି କରେ। ଆଉ ସମ୍ପର୍କ ଗୋଟେ ପ୍ରାଇଭେଟ କମ୍ପାନୀ ରେ ଚାକିରି କରେ, ଦୁହିଁଙ୍କ ମନରେ କିନ୍ତୁ କେବେ କାହା ପାଇଁ ଇର୍ଷା ନଥାଏ। କେବେ କେବେ ଦୁହେଁ ଦୁହିଁଙ୍କ ସହ ଦେଖା କରନ୍ତି।ଆଜି କାଲି ଭଳିଆ କିନ୍ତୁ ସେମାନେ ପରଷ୍ପର ସହ ସବୁବେଳେ ସବୁ ସମୟରେ କଥା ହେଇ ପାରନ୍ତିନି। ହେଲେ ସେ ଗୋଟେ ଦିନ ସେମାନେ ବହୁତ କଥା ହୁଅନ୍ତି, ବହୁତ ହସ ମଜା କରନ୍ତି ଆଉ ଶେଷରେ ବହୁତଗୁଡ଼ିଏ ଅଭିଯୋଗ ମଧ୍ୟ କରନ୍ତି। ହେଲେ କିନ୍ତୁ ଯେତେବେଳେ ସେ ଗୋଟେ ଦିନ ସରି ଆସେ ଆଉ ଦୁହିଁଙ୍କର ବିଦାୟ ବେଳ ଆସିଯାଏ, ସେହି ସମୟଟା କେଜାଣି କାହିଁକି ସମ୍ପର୍କକୁ ବହୁତ କଷ୍ଟ ଦିଏ। କାହିଁକି ନା ସେ ନିଜେ ବି ଜାଣି ନ ଥାଏ ପରବର୍ତ୍ତୀ ଦେଖା ସାକ୍ଷାତ କେବେ ହେବ। ହେଇ ପାରେ ବର୍ଷେ, ହେଇ ପାରେ ୨ ବର୍ଷ , କିଛି ଠିକଣା ନ ଥାଏ। ସେଥିପାଇଁ ବହୁତ ମନ ଦୁଃଖ କରେ ସମ୍ପର୍କ କିନ୍ତୁ ଏ ସବୁକୁ ଜାଣିବାକୁ ଦିଏନା ଶେଫାଳୀକୁ। ଗୋଟେ ଅଲଗା ଭୟ ଆଉ ଅଜଣା କଷ୍ଟ ଅନୁଭବ କରେ ସମ୍ପର୍କ। ସତେ ଯେମିତି ଜଣେ ଅତି ନିଜର ଲୋକ ପାଖରୁ ସେ ଦୁରେଇ ଯାଉଛି, ନିଜ ଛାତି ଭିତରେ ସେ ଗୋଟେ ଶୁନ୍ୟ ସ୍ଥାନ ଆବିଷ୍କାର କରି ପାରେ ସେହି ସମୟରେ। କିନ୍ତୁ ସମୟର ବନ୍ଧନକୁ କେହି ବି ନ କାଟି ପାରିଲା ଭଳି ଦୁହେଁ ଦୁହିଁଙ୍କ ପାଖରୁ ବିଦାୟ ନିଅନ୍ତି । ନିଜେ ବି ଜାଣନ୍ତିନି ସେମାନେ ପରଷ୍ପର କେବେ ଦେଖା ହେବେ। ସମ୍ପର୍କ କିନ୍ତୁ କିଛି ମୁହୂର୍ତ୍ତ ପାଇଁ ଭୁଲି ଯାଇଥିଲା ନିଜକୁ ଆଉ ସେ ସମୟକୁ। ହଠାତ୍ ବସ୍ ର ବ୍ରେକ୍ ରେ ବାସ୍ତବ ଦୁନିଆକୁ ଫେରି ଆସିଥିଲା ସମ୍ପର୍କ ଆଉ ସେ ବସ୍ ଭିତରେ ସେ ଖୋଜିବସିଥିଲା ନିଜର ଶେଫାଳୀକୁ। ଭାବନା ଦୁନିଆରେ ଏମିତି ବୁଡି ଯାଇଥିଲା ହଠାତ୍ ସମୟ ର ବାସ୍ତବ ଚରିତ୍ରକୁ ଗ୍ରହଣ କରି ପାରୁନଥିଲା। ବସ୍ ର ଭିଡ ଭିତରେ ସେ ଦେଖିଥିବା ଝିଅଟିକୁ ମଧ୍ୟ ସେ ଆଉ ଖୋଜି ପାଉନଥିଲା। ଶେଷରେ ନିଜ ମୋବାଇଲକୁ କାଢି ସେଥିରେ ଥିବା ଶେଫାଳୀର ଫଟୋ ଟିକୁ ଦେଖୁଥିଲା । ମନେ ମନେ ହସୁଥିଲେ ମଧ୍ୟ ଅଜଣା ଲୁହର ଢଳ ଢଳ ଆଖିରେ ତାକୁ କେମିତି ଗୋଟେ ଅସ୍ପଷ୍ଟ ଦେଖାଯାଉଥିଲା।



Rate this content
Log in

More oriya story from Sangram Moharana

Similar oriya story from Drama