STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ସ୍ମୃତି

ସ୍ମୃତି

2 mins
190

    ସ୍ରଷ୍ଟାଙ୍କ ଦାନରେ ଆମେ ସବୁ ସଜୀବ ସୁଖରେ ଚଳୁଛେ ଏ ପୃଥିବୀରେ। ଯୁଆଡେ ଦେଖିଲେ ତାଙ୍କ ଦାନ, ପାଣି, ପବନ, ବୃକ୍ଷ, ଲତା, ପଶୁ, ଫୁଲ, ଫଳ, ଝରଣା, ପାହାଡ, ପର୍ବତ, ନଦୀ, ହ୍ରଦ, ତା ସାଙ୍ଗକୁ କେତେ ପକ୍ଷୀ, ସରୀସୃପ ଆଦି ମଣିଷର ଉପକାର ପାଇଁ ସ୍ରଷ୍ଟାଙ୍କ ଦାନ।

ସେହି ମଣିଷ ବେଳେ ବେଳେ ସ୍ରଷ୍ଟାଙ୍କୁ ଦାନ କରିବାକୁ ଜାଚଜ୍ଞା କରିଥାଏ। ସ୍ରଷ୍ଟା ମଣିଷକୁ ସବୁ ଦାନ କରିଦେଲା ପରେ ମଣିଷ ତାର ଦୈନଦିନ ଜୀବନରେ କିଛି ଧାର୍ମିକ ଚିନ୍ତାଧାରା ବା ନୈସର୍ଗିକ ଉପାସନା ନିମନ୍ତେ ମନ୍ଦିର, ମସଜିଦ, ଗିର୍ଜା ଆଦି ବିଶ୍ୱାସ ର ନିଦର୍ଶନ ସବୁ ଗଢିଥାଏ। ସେସବୁ ପାଇଁ ଆବଶ୍ୟକ ଅର୍ଥ କେବେ ପ୍ରଶାସନ ଦେଇଥାଏ ତ କେବେ ଦାନ ଆକାରରେ ମଣିଷ ଦେଇଥାଏ ଯାଚଜ୍ଞା ପୁରଣ ହେଲେ।

ରଣ୍ଡାପଲ୍ଲି ରୁ ଜୟପୁର ଆସିବା ରାସ୍ତାରେ ଗାଡ଼ିଟା ଅଟକିଗଲା। କିଛି ବୁଝିବା ପୂର୍ବରୁ ଝିଅ ଜୋଇଁ ଆମକୁ ଓହ୍ଲେଇବାକୁ ନିର୍ଦ୍ଦେଶ ଦେଇ ଛୋଟ ନାତୁଣୀ କୁ ଧରି କାଳୀ ମନ୍ଦିର ଆଡ଼କୁ ଆଗେଇ ଗଲେ। ପୁରାତନ ପଦ୍ଧତିରେ କାଳିସୀ ବିଜେ ହୋଇ ପୂଜା ବିଧି ଚାଲିଥାଏ। ପ୍ରବଳ ଗହଳି। ଗହଳି ଟପି ଝିଅ ନାତୁଣୀ କୁ ଧରି ଆଗେଇ ଗଲା। ଘଣ୍ଟ ଦେଇ ମାନସିକ ପୁରଣ ହୋଇଥିବା ପାଇଁ ଘଣ୍ଟ ଦାନ କରି ପୂଜା କଲା, ଆମେ ସମସ୍ତେ ମାଆ କୁ ମୁଣ୍ଡିଆ ମାରି ଫେରିବା ବେଳେ , ତଥାପି ପ୍ରବଳ ଗହଳି ଥିଲା, ଝିଅ ତୁନି ତୁନି ମୋ କାନରେ କହୁଥିଲା ଯାଚଜ୍ଞା କରେ ଭାଈ ର ପୁଅ କି ଝିଅ ହେଲେ କିଛି ଦାନ କରିବୁ ମାଆଙ୍କୁ, ଦେଖିବୁ ଖୁବ ଶୀଘ୍ର ଖୁସି ଖବର ପାଇବୁ। ମନେ ମନେ ଦାନ ହିସାବରେ ମାଆକୁ ଦେବାକୁ କଣ ଜାଚଜ୍ଞା କରିବି ଭାବୁ ଭାବୁ ପୁଅର ଫୋନ ଥିଲା ଆଉ ଖୁସି ଖବର ମଧ୍ୟ, ମାଆଲୋ ମାଆ ପ୍ରତ୍ୟେକ୍ଷ ମାଆ, କଳାଶାଢୀ ପିନ୍ଧେଇବି ଲୋ ମାଆ, ନାତିଟିଏ ଦେମା, ଝିଅ କହୁଥିଲା ଖାଲି କଳାଶାଢୀ, ତ ମୁଁ ହସିଦେଇ କହିଲି ମାଆ କୁ କି ଦାନ ଦେବି ଝିଅ। ତଥାପି ମନରେ ଯାହା ଅଛି ଦେବି। କାଳିସୀ ରକ୍ତମୁଖା ହୋଇ ସମସ୍ତଙ୍କୁ ଝଡ଼ା ଫୁଙ୍କା ଶହ ଆଶୀର୍ବାଦ ଦେଉଥିଲେ। ଦାନ କଥା ମନରେ ରଖି ଫେରିଥିଲି ଖୁସିରେ।ଆଜି ନାତିକୁ ଧରି, ସେଦିନର ସ୍ମୃତି ମନେପକାଇ ଜୟପୁର ବାହାରିଥିଲୁ, ପାରିବାର ସଦସ୍ୟମାନେ। ଝିଅର ଗୋଡ ତଳେ ଲାଗୁନଥିଲା।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Abstract