STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ମୃତି ସାହାରା

ସ୍ମୃତି ସାହାରା

2 mins
201

 ହତାତ୍ କପାଳରେ କାହା ସ୍ପର୍ଶ କିଏ ଯେମିତି କହୁଛି ଉଠ, ଯିବନି କି ବଜାର? ସବୁ ଆଣିବନିକି ଜିନିଷପତ୍ର? ତ ଧଡପଡରେ ଉଠି ନିଶିକାନ୍ତ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଶିଡିଦେଇ ଓହ୍ଲାଇ ଗଲା ପୂର୍ବରୁ ଥରେ ପଛକୁ ବୁଲି ଚାହିଁଲେ ଅନୁ ଆଜି ପଚାରୁ ନାହିଁନ୍ତି ତ ବ୍ୟାଗ ନେଇଛଟି? ଗାଡ଼ି ଚାବି ନେଲ ନା ନାହିଁ? ପୁଣି କିଛି ଛାଡ଼ିଗଲନି ତ? ଥକ୍କା ହୋଇ ବସିପଡିଲେ ନିଶିକାନ୍ତ ସିଡି ପାହାଚରେ, ଆଉ ଭାବୁଥିଲେ ଅନୁ ଆଉ କୋଉଠୁ ଆସିବେ ତାଙ୍କ ଜୀବନରେ ? ତେବେ ତାଙ୍କୁ ନିଦରୁ କପାଳରେ ଶୀତଳ ଚନ୍ଦନ ସ୍ପର୍ଶ ହାତ ମାରି ଉଠାଇଲା କିଏ? ଏସବୁ କଣ ଖାଲି ଭାବନା ଓ ସ୍ୱପ୍ନ ଥିଲା!

ନୁହେଁ ତ ଆଉ କଣ? ଏଇ ସତର ଅଠର ଦିନ ତଳେ ଠିକ ଏଇ ସିଡି ପାଖରେ କୋକେଇ ଭିତରେ ଅନୁ ନବବଧୂ ଭଳି ଶେଷ ଇଚ୍ଛା ପୂର୍ଣ୍ଣ କରି ଦାଣ୍ଡ ଦୁଆର ଆଡକୁ ଯିବା ପୂର୍ବରୁ ସେ ଯେବେ ପଚାରି ଦେଇଥିଲେ, ଆଉ କିଛି ଛାଡ଼ିଲୁନି ତ ପୁଅ? ଆଉ କଣ ରହିଗଲା କି ଝିଅ ? ଏତେବେେଳ ଯାଏଁ ମାଛ ,ଦହି ,ଖଇ, କଉଡ଼ି, ରେଜା ପଇସା, ମୃତ ତୁଳସୀଗଛ, ଅଗଣା ମାଟି ଇତ୍ୟାଦି ଆନୁସଙ୍ଗିକ ଜିନିଷ ପତ୍ର ସଜଡ଼ା ସଜଡ଼ି କରୁଥିବା ପୁଅ ଓ ମାଆକୁ ହଳଦୀ, ସିନ୍ଦୁର, କଜ୍ଜଳ, ଅଳତାରେ ସଜାଇ ମୁଣ୍ଡ କୁଣ୍ଡେଇ ଦେଉଥିବା ଝିଅ ଭୋ ଭୋ କାନ୍ଦୁଥିଲେ କହୁଥିଲେ , ସବୁ ତାର ଥୁଆ ହୋଇଛି ବାପା ଆଉ କଣ ନେବୁ ଜାଣିନୁ କହି ଭେଁ ଭେଁ ରଡ଼ି ପକାଉଥିଲେ। କାମର ଚାପରେ ନିଶିକାନ୍ତ ବି ଭୁଲିଯାଇଥିଲେ ସତରେ ତ ଅନୁରାଧାଙ୍କ ସଙ୍ଗରେ ଆଉ କଣ ଯାଇପାରିବ? ଯୁଆଡେ ଦେଖିଲେ ସବୁଠି ତାଙ୍କ ହାତ ଗଢା ସଜଡ଼ା ସୁନ୍ଦର ସଂସାର ସାଙ୍ଗକୁ, ସେ ଲେଖିଥିବା ଥାକ ଥାକ ବହି, ସେ ପାଇଥିବା ମାନପତ୍ର ଓ ଫଳକ, ତାଙ୍କ ଲେଖା ବାହାରୁଥିବା ପତ୍ରପତ୍ରିକା ଓ ବିଭିନ୍ନ ଖବରକାଗଜ, ହେଲେ ତାଙ୍କ ସଙ୍ଗରେ ଆଜି ଆଉ କଣ ଯାଇପାରିବ?

ସଚେତନ ହେଲେ ନିଶିକାନ୍ତ, ବୋଧ ଦେଲେ ପିଲା ଦୁହିଁଙ୍କୁ। ଆରେ ତୁମ ଭାଇ ଭଉଣୀ ଦୁହିଁଙ୍କୁ ପାଠ ପଢ଼େଇ ଚାକିରୀ କରେଇ ବାହାଚୋରା କରି ସବୁ କର୍ତ୍ତବ୍ୟ ତ ସେ ସାରିଦେଇଛି ସେ ତ ସବୁ ଖୁସି ନେଇ ଯାଉଛି ଆଉ କଣ ଦେବା ତାକୁ ।

କାମ ବଢ଼ିଗଲା। ଦଶ, ଏଗାର ବାରପତ୍ର ପରେ ସମସ୍ତେ ଫେରିଗଲେ। ପୁଅ ବୋହୁ ଝିଅ ଜୋଇଁ ଡରି ଡରି ବାପା ନିଶିକାନ୍ତଙ୍କ ପାଖେ ଠିଆ ହେଲେ। ଦୁହେଁ ବାପାଙ୍କୁ ନେଇଯିବାକୁ ଚାହୁଁଥିଲେ। ମାଆ ବିନା ଏକୁଟିଆ କେମିତି ରହିବ ବାପା, ଆମ ସଙ୍ଗେ ଚାଲ ବୋଲି ଉଭୟ କହୁଥିଲେ ହେଲେ ନିଶିକାନ୍ତ କହୁଥିଲେ କିଏ କହିଲା ମୁଁ ଏକୁଟିଆ ଅନୁର ଶରୀର ନାହିଁ ସତ ହେଲେ ତାର ସ୍ମୃତି କୋଉଠି ନାହିଁ, ଯାହାକୁ ନେଇ ମୁଁ ଚଳିପାରିବି ନାହିଁ ଭାବୁଛ?? ନିରୁତ୍ତର ରହି ପିଲାମାନେ ଫେରିଗଲେ ଆଉ ସେ ଏକୁଟିଆ କୋଉଠି ହେଲେ ଏଇ ଏଇ ତ ଅନୁ ତାଙ୍କୁ ଡାକି ଉଠେଇଲେ। ଦମ୍ଭ ସାହସ ଓ ଅନୁଙ୍କ ସ୍ମୃତିରେ ବଞ୍ଚିବାର ଇଛାରେ ଉଠିବାକୁ ଚେଷ୍ଟା କରି କାହିଁ ଉଠିପାରୁନଥିଲେ ନିଶିକାନ୍ତ ନିଜେ ବୁଝିପାରୁନଥିଲେ, ତଥାପି ସ୍ମୃତି ସବୁକୁ ବଞ୍ଚେଇ ରଖିବା ପାଇଁ ଉଠି ଠିଆହେଲେ ନିଶିକାନ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract