STORYMIRROR

Jhunu Das

Romance

3  

Jhunu Das

Romance

ସମ୍ପର୍କର ସୁଅ

ସମ୍ପର୍କର ସୁଅ

2 mins
171

ସମ୍ପର୍କ କାଗଜ ର ଫର୍ଦ୍ଦ ନୁହେଁ ଯେ ତାକୁ ଲେଖି ଦେଇ ଫୋପାଡି ଦବ।ଥରେ ତା ଦେହରେ କଲମର ଦାଗ ବାଜିଗଲା ପରେ ସେ ଆଉ ଥରେ ବ୍ୟବହାର ହୋଇ ପାରିବନାହିଁ।କିଛି ସମ୍ପର୍କ ବି ଏମିତି ଥାଏ ଯାହା କେବଳ ମାତ୍ର ଲୋଡେ ସେଇ ଦାଗ ।ସେଇ ଦାଗରେ ଅଙ୍କା ଯାଇଥିବା ସୁନ୍ଦର ଅକ୍ଷର ସହ ତାର କିଛି ସମ୍ପର୍କ ନଥାଏ ଯାଏ କେବଳ ସେ ଅକ୍ଷର ଲେଖିବାର ଖୁସି।ସେ କଳା ଦାଗର ଛିଟା ଲଗେଇବାର ଆନନ୍ଦ।ସେମିତି ଏକ ସମ୍ପର୍କର ଡୋରିରେ ବାନ୍ଧି ହୋଇ ନିଜକୁ ଆଜି ଧିକାର ମଧୁ।ମଣିଷ ସର୍ବଦା ସୁଖ ଶାନ୍ତି ପାଇଁ ଆସାୟୀ।ଅନେକ ମଣିଷ ଟଙ୍କାର ମୋହ ରେ ପଡି ଅନେକ ଭୁଲ କରି ବସନ୍ତି ତଥାପି ସମଗ୍ର ମଣିଷ ସମାଜ ଲୋଡେ ଏକ ସମ୍ପର୍କ।ପରିବାର ର ସୁଖ ଦୁଖ ଭିତରେ ଜୀବନ ଜିଉଁ ଜିଉଁ କେବେ ମଧୁ ଏପରି ଏକ ସମ୍ପର୍କ ଗଢି ତୋଳିଲା ତାହା ସେ ଜାଣି ପାରିଲା ନାହିଁ।ପରିବାର ର ସ୍ନେହ ଭଲପାଇବା ର ବନ୍ଧନ କୁ ଛିନ୍ନ କରି ଦିନେ ସେଇ ଅଜାଣା ଅଚିହ୍ନା ମଣିଷ ର ପ୍ରେମରେ ପାଗଳ ସାଜି ଘରୁ ପାଦ କାଢି ଚାଲିଗଲା।ଜୀବନରେ ଅସରନ୍ତି ଖୁସିଭିତରେ ମଜ୍ଜିଯାଇ ନୂଆକରି ଗଢିବାକୁ ଏକ ସ୍ବପ୍ନର ବିଶାଳ ପ୍ରାସାଦ। ।ସବୁ କିଛି ତୁଛ କରି ପରିବାର ର ତ୍ୟାଗ କୁ ପାଦରେ ଆଡେଇ ଦେଇ କେବଳ ସେଇ ବିଶ୍ଵାସ ଉ ଭରସା ଟିକକୁ ସାଥିରେ ନେଇ ସେ ଚାଲି ଯାଇଥିଲା।ଜୀବନର ସେଇ ମୁହୁର୍ତ୍ତକୁ ଅପେକ୍ଷା କରି ସେ ଆଜି ଖୋଜି ପାଇଛି ତା ମନର ମଣିଷକୁ ।ଗତ ଆଗତ ବର୍ତ୍ତମାଳ ସବୁ କୁ ଭୁଲି ଯାଇ ସେ ଆଜି ନିରନ୍ତରେ ମୁରୁକି ମୁରୁକି ହସୁଛି।ହେଲେ ଏଇ ଖୁସି ଏଇ ହସ ତାର କ୍ଷଣିକ ମାତ୍ର।କେଇ ମୁହୁର୍ତ୍ତ ପାଇଁ ନିଜ ଶରୀର ଖୁସି ପାଇଁ ଯେ ସେ ଅଜଣା ମଣିଷ ଟା ତାକୁ ଏତେ ବିଶ୍ଵାସ ଦେଇଥିଲା ଭରସା ଦେଇଥିଲା ତାହା ସେ ଜାଣିନାହଁ।ଏଇ କ୍ଷଣିକ ଆନନ୍ଦ କୁ ସେ ସ୍ଥାଇ ମନେକରି ସବୁ ଖୁସି କୁ ପାଦରେ ଆଡେଇ ଚାଲି ଆସିଥିଲା।ମନ ଭରି ଏଇ ମୁହୁର୍ତ୍ତ ପାଇଁ ଜୀବନର ସବୁ ଖୁସିକୁ ଜଳାଞ୍ଜଳି ଦେଇ ସେ ପୁଣି ପାଲଟି ଗଲା ଅଭାଗିନୀ।ପଛକୁ ଫେରିବାର ବାଟ ସେ ଭୁଲି ଯାଇଛି।ଆଗକୁ ବଢିବାର ବାଟ ତା ପାଇଁ ସବୁଦିନ ପାଇଁ ବନ୍ଦ ହୋଇଯାଇଛି।ଭାଙ୍ଗି ଯାଇଛି ତାର ବିଶ୍ଵାସ ଆଉ ଭରସା।ଆଖି ତାର ଅମାନିଆ ନଈ ପରି ପବନର ସୁଅରେ କେବେ ଏ କୂଳକୁ ତ କେବେ ସେ କୂଳକୁ ପାଣିର ଧାର ବହିଲା ପରି ଲୁହକୁ ନିଗାଡି ଚାଲିଛି ।ମାତ୍ର ସେ ଲୁହରେ ଧୋଇ ହେଇ ପାରୁନି ତା ଦେହରେ ଲାଗିଥିବା ଦାଗ।ଲିଭି ପାରୁନି ତା ମନରେ ଆଙ୍କି ହୋଇଥିବା ସେଇ ଭଲପାଇବାର ମିଛ ଆଶ୍ଵାସନା ସବୁ କୁ।କେଜାଣି କୋଉ ଜନ୍ମର ପାପ ପାଇଁ ସେ ଆଜି ଏପରି ଦଣ୍ଡ ଭୋଗୁଛି।ବାରମ୍ବାର ସେ ନିଜକୁ ଧିକାର କରୁଛି ।ପୁଣି ଥରେ ଅତିତକୁ ଫେରି ପାଇବାକୁ ସେ ଆତୁରତାର ସହ ମିନତି କରୁଛି।ହେଲେ ଏତ ସମ୍ପର୍କ ସୁଅରେ ସେ ଏତେ ଆଡକୁ ଚାଲିଆସିଛି ଯେ ଆଉ ଫେରିବା ତା ପାଇଁ ସମ୍ଭବପର ନୁହେଁ।ତାପାଖରେ କେବଳ ଏକସତ୍ର ବଆଟ ମୃତ୍ଯୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance