ଫିକା ସମ୍ପର୍କ
ଫିକା ସମ୍ପର୍କ
ସମୟ ସହ ତାଳ ଦେଇ କିଏ ଆଗକୁ ଯାଇ ପାରେ ତ କିଏ ପଛରେ ରହିଯାଏ।କାହା ଜୀବନରେ ଭରା ଭରା ଫଗୁ ରଙ୍ଗ ତ କାହା ଯିବନରେ ବିତୁଥିବା ସମ୍ପର୍କଟା ବି ଫିକା।ଅନେକ ସମୟରେ ମନ ହୁଏ ସବୁ କିଛି ଛାଡିଦେଇ ନିସମ୍ପର୍କ ମଣିଷ ଟିଏ ହେଇ ଜୀବନ କାଟି ଦବାକୁ।କାହିଁକି ଏ ସମ୍ପର୍କ ଗଢା ହୁଏ କେଜାଣି?ସଂସାର ର ମୋହ ମାୟା ଭିତରେ ଛନ୍ଦି ଦେଇ ଗଢିତୋଳେ ଏକ ଅସରନ୍ତି ସୂତାଖିଅ ରେ ତିଆରି ଛନ୍ଦା ଛନ୍ଦି ଜୀବନର ସମ୍ପର୍କ ଜାଲ। ସୁଖ ଶାନ୍ତି ପାଇଁ ଆଶାୟୀ ଏଇ ମଣିଷ ମାନ ଙ୍କୁ ବାନ୍ଧି ରଖେ ମୋହ ମାୟାର ବନ୍ଧନରେ ।ଥରେ ସମ୍ପର୍କ ଡୋରିରେ ବାନ୍ଧି ହୋଇଗଲେ ମଣିଷ ଆଉ ଫେରି ପାରେନାପଛକୁ।
ସେମିତି ଏକ ସମ୍ପର୍କ ର ମାୟା ଜାଲରେ ଛନ୍ଦି ହୋଇ ଜୀବନକୁ ଖୁସି ରେ ବିତେଇବା ପାଇଁ ଜୀବନର ପ୍ରତି କ୍ଷଣକୁ ଫଗୁ ରଙ୍ଗରେ ରଙ୍ଗିନ କରିଦବା ପାଇଁ ସ୍ବପ୍ନ ଦେଖୁଥିଲା ସୁମିତ୍ରା ।ସବୁ ଝିଅ ମାନ ଙ୍କ ପରି ସେବି ଦିନେ ଘର ପରିବାର ଆତ୍ମିୟ ସ୍ବଜନ ସମସ୍ତ ଙ୍କୁ ଛାଡି ଏକ ଅଚିହ୍ନା ଅଜଣା ପରିବାର କୁ ଆପଣାର କରିନେଇଥିଲା।ସେ ବି ସ୍ବପ୍ନ ଦେଖିଥିଲା ସବୁ ଝିଅଙ୍କ ପରି ତା ଭିତରେ ବି ଅନେକ ସ୍ବପ୍ନ ସେ ସାଇତି ରଖିଥିଲା ଘର ସଂସାର କରିବା ପାଇଁ।ମାତ୍ର ସମୟ ଆଉ ଭାଗ୍ୟ ସମସ୍ତ ଙ୍କୁ ସାତ୍ ଦିଏନି।ସୁମିତ୍ରା ମଧ୍ୟ ସେଥିରୁ ବଞ୍ଚିତ ହୋଇ ଏକ ଫିକା ସମ୍ପର୍କ ର ମିଛ ବନ୍ଧନ ରେ ବାନ୍ଧି ହୋଇ ଯାଇଥିଲା।ସେ ସମ୍ପର୍କ କୁ ଛିନ୍ନ କରି ପଛକୁ ଫେରିବାର ଆଉ ବାଟ ନଥିଲା।ସୁମିତ୍ରା ର ପରିବାର ଲୋକେ ଯେଉଁ ପିଲା ସହ ତାର ବାହାଘର କରିଥିଲେ ସେ କେବଳ ନିଜ ଦୁନିଆରେ ବଞ୍ଚୁଥିଲା ସ୍ତ୍ରୀ ପ୍ରତି ତାର କିଛି ଦାୟିତ୍ଵ ଏବଂ କର୍ତ୍ତବ୍ୟ ରହିଛି ସେ କଥା ସେ ଭୁଲି ଯାଇଥିଲା।ମାତ୍ର ସୁମିତ୍ରା କୁ ଏସବୁ ଭଲ ଲାଗୁନଥିଲା।ସୁମିତ୍ରା ଚାହୁଁଥିଲା ସମସ୍ତ ଙ୍କ ପରି ତା ସ୍ବାମି ମଧ୍ୟ ତାକୁ ସେତିକି ଯତ୍ନ ର ସହକାରେ ରଖିବେ ଆଉ ଦୁନିଆର ସବୁ ଖୁସି ତାକୁ ମିଳିବ।ହେଲେ ଏଠି ପହଞ୍ଚି ଦେଖେ ତ ସବୁ କିଛି ଓଲଟା।
ଭାବିଥିଲା ମଣିଷ ପରି ମଣିଷ ଟିଏ ପାଇବ ହେଲେ ମଣିଷ ଟିଏ ପାଇଲା ହେଲେ ସେ ମଣିଷର ବିବେକ ବୋଲି କିଛି ନାହିଁ।ଜୀବନକୁ ହସ ଖୁସି ଭିତରେ ବୁଡେଇ ଦେଇ ସେ ସବୁକିଛି କୁ ହେୟ ମନେ କରେ ।ସମ୍ପର୍କ ର ମୂଲ୍ୟ ବୁଝିବାକୁ ତା ପାଖରେ ସମୟ ହିଁ ନାହିଁ।ସେ ଏପରି ଏକ ମଣିଷ ଜାହାର ଶରୀର ଅଛି ହେଲ ଶରୀର ଭିତରେ ବିବେକି ଆତ୍ମା ନାହିଁ।ଅବିବେକି ସ୍ବାର୍ଥପର ମଣିଷ ସହ କେମିତି ସମୟ କାଟିବ।ତଥାପି ସମ୍ପର୍କ କୁ କାଟି ଦେଇ ସିଏ ଫେରିଯିବା କୁ ଅନେକ ଥର ମନକରେ।ହେଲେ ସେ ଫେରିପାରେନି।ପରିବାର ର ସୁଖ ଶାନ୍ତି ପାଇଁ ସେ ନିଜକୁ ପ୍ରତି ମୂହୁର୍ତ୍ତରେ ତିଳ ତିଳ କରି ଚାଳି ମାରେ।ସମ୍ପର୍କ କର ଡୋରିରେ ବନ୍ଧା ହୋଇବି ସେ ଆଜି ସମ୍ପର୍କ ଠୁ ବହୁତ ଦୂର ରେ।
