ସମ୍ପର୍କର ମୋଡ
ସମ୍ପର୍କର ମୋଡ
ବାବୁ ଆମର ଆଖ ପାଖ ସାତଖଣ୍ଡ ମଉଜାର ଜମିଦାର।ଜମିଦାରି ମାମଲାରେ ତାଙ୍କୁ କେହି ପଛରେ ପକେଇ ପାରିବେନାହିଁ।କଥା ଯେମିତି କାମ ବି ସେମିତି।ଜମିଦାରି ରେ ବେସ ପାରଙ୍ଗମ ସିଏ।ଜମିଦାର ହବ ତ ଶ୍ୟାମ ବାବୁ ଙ୍କ ପରି।ଶ୍ୟାମ ବାବୁ ଙ୍କ ପରିବାର କହିଲେ ଶ୍ୟାମ ବାବୁ ଏବଂ ତାଙ୍କ ସ୍ତ୍ରୀ ଅମ୍ବିକା।ବାହାଘର ହେବାର ପନ୍ଦର ବର୍ଷ ପୁରି ଗଲାଣି ହେଲେ କୋଳରେ ପିଲାଟିଏ ନାହିଁ।ସେଥିପାଇଁ ଦୁହିଂଙ୍କ ମନରେ ଦୁଃଖ।ଆଉ କୋଉଥିରେ କିଛି ଅଭାବ ନାହିଁ।ଶ୍ୟାମ ବାବୁ ଦିନ ତମାମ ନିଜ କାମରେ ବାହାରେ ରୁହନ୍ତି।ଘରକୁ ଫେରିବା ବେଳକୁ ରାତି ଅଧ ହୋଇଯାଏ।ଏଇ କଥା ପାଇଁ ଅମ୍ବିକା କେବେ ହେଲେ ପ୍ରତିବାଦ କରନ୍ତି ନାହିଁ।ସେ ଜାଣନ୍ତି ବାବୁ କାମ ସାରି ଫେରାବା ରେ ଟିକେ ଡେରି ହେଇଯାଏ।ସେ ସବୁକଥା ବୁଝି ଯାଆନ୍ତି।
ଶ୍ୟାମ ବାବୁ ଙ୍କ ଏକମାତ୍ର ବିଶ୍ଵାସି ମଣିଷ ବିଦ୍ୟାଧର ପଣ୍ଡା।ଖାଲି ବିଶ୍ଵାସି ମଣିଷ ନୁହେଁ ବରଂ ବାବୁ ଙ୍କ ଡାହାଣା ହାତ।ଶ୍ୟାମ ବାବୁ ଅତି ସରଧାରେ ପଣ୍ଡା ବୋଲି ଡାକନ୍ତି।ବାବୁ ଥରେ ଖାଲି ପଣ୍ଡା ବୋଲି ଡାକିଦେଲେ ବିଦ୍ୟାଧର ମଶାଣିରେ ଶୋଇ ଥିଲେ ବି ପୁନର୍ଜନ୍ମ ପାଇ ଉଠି ଆସିବ।
ବାବୁ ମଧ୍ୟ ନିଜ ଦେହର ଛାଇ ପରି ପଣ୍ଡା କୁ ନିଜ ସହ ଧରି ଚାଲିଥିବେ।ବିଦ୍ୟାଧର ଟିକେ ଲୋଭି ପ୍ରକୃତିର।ହେଲେ ମଧ୍ୟ ଆଜିଯାଏ କେବେ ଶ୍ୟାମ ବାବୁ ଙ୍କ ସହ କପଟ କରିନାହିଁ।ଅମ୍ବିକା ମଧ୍ୟ ବିଦ୍ୟାଧର ଙ୍କୁ ବହୁତ ବିଶ୍ଵାସ କରନ୍ତି।ବିଦ୍ୟାଧର ଆଜିଯାଏ କେବେ ହେଲେ ନିଜ କାମରେ ଖିଲାପ କରିନି ଅତି ସଚ୍ଚୋଟ ତାର ସହ ସେ ନିଜ ଦାୟିତ୍ୱ ତୁଲେଇଛି।ଦିନ ତମାମ ବାବୁଙ୍କ ସହ ବୁଲି ବାବୁ ଙ୍କ ଅଇଁଠା ଖାଇ ବିଦ୍ୟାଧର ବାବୁଙ୍କ ଗୁଣ ଗାନ କରେ।ବାବୁ କୁଆଡେ ଗଲେ ,କଣ କଲେସବୁର ଟିକି ନିକି ହିସାବ ବିଦ୍ୟାଧର ପାଖରେ।ଯୋଉଦିନ ବାବୁଙ୍କର ମନ ହୁଏ ବାବୁ ବିଦ୍ୟାଧର ସହ ମିଶି ନାଲି ପାଣି ଦିଢୋକ ମାରି ଦିଅନ୍ତି।ହେଲେ ଅମ୍ବାକା କିଛି ଜାଣି ପାରନ୍ତି ନାହିଁ।ବେଳେ ବେଳେ ବାବୁଙ୍କ ହାବ ଭାବ ଦେଖି ଅମ୍ବିକା ବିଦ୍ୟାଧର କୁ ପଚାରିଲେ ବିଦ୍ୟାଧର ମୁଁହ ଖୋଲେନି ବାବୁ ଆଗରୁ ତା ମୁଁହ କୁ ବନ୍ଦ କରି ଦିଅନ୍ତି ଅମ୍ବିକା ଚାହିଁଲେବି କିଛି ଜାଣି ପାରେନି।ଏଥିରେ ଲାଭ ବିଦ୍ୟାଧର ର ।ସେ ତାର ପାରିଶ୍ରମିକ ପାଏ ଏଣେ ବାବୁ ଙ୍କ ଠୁ ଲାଞ୍ଚ।
ଏମିତି ଅମ୍ବିକା ବିଦ୍ୟାଧର କୁ ଅତ୍ୟଧିକ ଟଙ୍କାର ଲୋଭ ଦେଖେଇ ସବୁ ସତ କଥା ଆଦାୟ କରିଦେଲେ।ଆଉ କହିଲେ ପ୍ରତିଦିନ ବାବୁ କଣ କରୁଛନ୍ତି କୋଉଠିକି ଯାଉଛନ୍ତି ସବୁର ଟିକି ନିକି ହିସାବ ଦେଲେ ଏମିତି ସବୁଦିନ ତୋ ପକେଟ ଗରମ ରହିବ।ବିଦ୍ୟାଧର ସହଜେ ଲୋଭି ଲୋକ।ତାର କଣ ଯାଏ।ସେ ବାବୁ ଙ୍କ ଠୁ ଅମ୍ବିକା ଙ୍କୁ ମଦ ପିଇବା କଥା ନକହିବା ପାଇଁ ଟଙ୍କା ନେବ।ଏଣେ ଅମ୍ବିକାଙ୍କ ଠାରୁ ବାବୁ ଙ୍କ ମଦ ପିଇବା କଥା କହି ଟଙ୍କା ନେବ।ବିଦ୍ୟାଧର ପ୍ରତିଦିନ ସେଇ ଗୋଟିଏ କଥା କୁହେ ବାବୁ ଆଜି ଟାଙ୍କେ ପିଇଛନ୍ତି।ତାପରେ ତ ଅମ୍ବିକା ତା ହାତରେ ପୁଳେ ପୁଳେ ଟଙ୍କା ଗୁଞ୍ଜି ଦିଅନ୍ତି।ହେଲେ ଅମ୍ବିକା ଏଣିକି ବିଦ୍ୟାଧର କୁ ଆଉ ଟଙ୍କା ଦିଅନ୍ତି ନାହିଁ ପ୍ରତିଦିନ ସେଇ କଥା ଶୁଣି ସେ ନିଶ୍ଚିନ୍ତ ହେଇଗଲେ ଯେ ବାବୁ କଣ କରନ୍ତି କୁଆଡେ ଯାଆନ୍ତି।ତେଣୁ ସେ ଏଣିକି ଟଙ୍କା ଦେବା ବନ୍ଦ କରିଦେଲେ।
ହେଲେ ବିଦ୍ୟାଧର କୁ ଲୋଭ ଏପରି ଗ୍ରାସ କରି ଯାଇଥିଲା ଯେ ସେ ବାବୁ ଙ୍କ ନାଁରେ ମିଛ ସତ କହି ଅମ୍ବିକା ଙ୍କ ଠାରୁ ଆହୁରି ଟଙ୍କା ଝଡେଇବାକୁ ଯାଇ କହିଲା ମା ବାବୁ ମଦ ପିଇ ଝିଅ ମାନଙ୍କ ସହ ଦେଖା କରନ୍ତି ,ମିଶନ୍ତି,ଆଉ ସେମାନଙ୍କ ଘରକୁ ଯାଇ ଘଣ୍ଟା ଘଣ୍ଟା ଗପ ମାରନ୍ତି।ଏହିପରି ମିଛ କଥା ଗୁଡା କହି ବିଦ୍ୟାଧର ପୁଣି ଆଗ ପରି ଅମ୍ବିକାଙ୍କୁ ଫୁସୁଲେଇ ଟଙ୍କା ଝଡାଏ।ଅମ୍ବିକା ମଧ୍ୟ ସେ ସବୁ କଥାକୁ ବିଶ୍ଵାସ କରି ଶ୍ୟାମ ବାବୁ ଙ୍କ ଉପରେ ସନ୍ଦେହର କଳାଦାଗ ଲଗେଇ ଶ୍ୟାମ ବାବୁଙ୍କୁ ଅତି ନିର୍ଦ୍ଦୟ ଭାବରେ ଧିକାର ବଚନ କୁହନ୍ତି।ଶ୍ୟାମ ବାବୁ ଯେତେ ବୁଝେଇଲେ ବି ଅମ୍ବିକା କିଛି ଶୁଣନ୍ତି ନାହିଁ।ଏମିତି ସନ୍ଦେହ ଭିତରେ ସମ୍ପର୍କ ଟା ମଜବୁତ ହୋଇ ପାରେନା।
