STORYMIRROR

Jhunu Das

Others

3  

Jhunu Das

Others

ଅର୍ଥ ହିଁ ଅନର୍ଥ

ଅର୍ଥ ହିଁ ଅନର୍ଥ

3 mins
149

ସମ୍ପର୍କ କାହା ପାଇଁ ଜୀବନର ଫୁଲ ହାରେ ଲାଗିଥିବା ସୂତାଖିଅ ପରି ତ କାହା ପାଇଁ ସେ କେତେଟା ଟଙ୍କାରେ କିଣା ହୋଇଥିବା ସାଧା କାଗଜର ଫର୍ଦ୍ଦ ପରି ।ମନ ହେଲେ ହାତରେ କଲମ ଧରି ଲେଖିଦେଇ ପୁଣି ଫିଙ୍ଗିଦେବ।

  ସବିତା ଜଣେ କୋଟିପତି ଘରର ଝିଅ ସବୁବେଳେ ବିଳାଶ ବ୍ୟସନରେ ବଞ୍ଚିବା, ନିଜ ଷ୍ଟାଟସକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ତା ପାଇଁ ଅତି ଆନନ୍ଦଦାୟକ ହୋଇଥାଏ।ସୁଯୋଗ ମିଳିଲେ ସେ ନିଜକୁ ନୁହେଁ ନିଜ ବାପାଙ୍କ ସମ୍ପତ୍ତିକୁ ନେଇ ଅନେକ ଗର୍ବ କରନ୍ତି।

ହେଲେ ବେଳେ ବେଳେ ମଣିଷ ଯାହା ଚାହେଁ ଯାହା ନିଜ ଇଚ୍ଛାରେ ସେ କରିବାକୁ ଚାହେଁ ସେ କରିପାରେନି।ହେଲେ କିଛି ମଣିଷ ନିଜ ଜିଦଖୋର ଗୁଣକୁ ନେଇ କିଛି ଜିନିଷ ପାଇଯାଆନ୍ତି ହେଲେ ତାହା ଚିରସ୍ଥାୟୀ ହୋଇପାରେନା।ସବିତା ମଧ୍ୟ ସେମିତି ଏକ ଜିଦଖୋର ଝିଅ।ଘରେ ବାପା ବୋଉ ଯେତେ କହିଲେ ଯେତେ ବୁଝେଇଲେ ବି ସେ କାହା କଥା ଶୁଣେନାହିଁ ନିଜ ମନକୁ ଯାହା ଆସେ ସେ ସେଇଆ କରେ।ହେଲେ ସବିତାର ବାପା ମାଆଙ୍କର ସେଥିପାଇଁ ବହୁତ ଚିନ୍ତା ସବିତା ରାତି ପାହିଲେ ଶାଶୁ ଘରକୁ ବୋହୂ ହେଇଯିବ ସେଠି ଯଦି ଏମିତି ହରକତ୍ ସବୁ କରିବ ତେବେ ବହୁତ ଅସୁବିଧା ହେବ।ତଥାପି ସେମାନେ ସବିତାର ବାହାଘର କରିଦେଲେ।ବାହାଘର ପରେ ସବିତା ତ ପ୍ରଥମେ ପ୍ରଥମେ କାହାରିକୁ କିଛି କହୁନଥିଲା ।କାରଣ ସେତେବେଳେ ତା ଉପରେ କିଛି ବି ଦାୟିତ୍ଵ ନଥିଲା ସବିତାର ଶାଶୁ ସବୁ କିଛି ଚଳେଇ ନିଅନ୍ତି।ହେଲେ କିଛି ଦିନ ଗଲା ପରେ ସବିତାର ଶାଶୁ ରୋଗରେ ପଡିଗଲେ।ବହୁତ ଚେଷ୍ଟା କରିବା ପରେ ସେ ଭଲ ହେଲେ ।ମାତ୍ର ଆଗ ଭଳି ସେ ଆଉ ସବୁ କାମ କରି ପାରିଲେନି।ଘରର ବଡ ବୋହୁ ହିସାବରେ ସବୁ ଦାୟିତ୍ଵ ପଡିଲା ସବିତା ଉପରେ ରୋଷେଇ କରିବାଠୁ ଆରମ୍ଭ କରି ସମସ୍ତଙ୍କ ଯତ୍ନ ନେବା ଆଦି ସବୁକିଛି ଏବେ ସବିତା ଉପରେ ।ହେଲେ ସବିତା ସେସବୁ କାମ କରିବାରେ ଅକ୍ଷମ ଥିଲା । ସେ ସବୁ ବେଳେ କହୁଥିଲା ମୋ ବାପା ଅମୁକ ଚାକିରି କରିଛନ୍ତି ।ମୁଁ ତାଙ୍କ ଭଳି ଜଣେ କୋଟିପତିର ଝିଅ ହେଇ ସାମାନ୍ୟ ଚାକରମାନଙ୍କ ଭଳି ଘର କାମ କରି ପାରିବିନି।ସେଥିପାଇଁ ସବିତାର ସ୍ୱାମୀ ସିଧା ସିଧା ଶୁଣେଇ ଦେଲେ ଯଦି ଏଠି ରହିବାର ଅଛି ତ ସବୁ କାମ କରିବାକୁ ପଡିବ । ଯଦି ନକରି ପାରିବ ତେବେ ଏଠି ରହିବାର କୈାଣସି ପ୍ରକାର ଅଧିକାର ତମର ନାହିଁ।ଏକଥା ଶୁଣିବା ପରେ ସବିତା ଆଉ ସେଠି ରହିଲାନାହିଁ।ତା ବାପ ଘରକୁ ଚାଲି ଆସିଲା।ଘରେ ତାର ବାପା ମାଆ ସବିତାକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ।ହେଲେ ମଧ୍ୟ ସେମାନେ ଜାଣିଥିଲେ ଯେ ଏମିତି ଦିନେ ନା ଦିନେ ହବ।କାରଣ ସବିତା ତାଙ୍କ ଝିଅ।ଆଉ ସେମାନେ ସବିତାକୁ ବହୁତ ଭଲ ଭାବରେ ଜାଣିଛନ୍ତି।ଏମିତି ବାପ ଘରେ ଅନେକ ଦିନ ରହିବା ପରେ ସବିତାର ଭାଉଜ ଏକଥାକୁ ଗ୍ରହଣ କରି ପାରୁନଥିଲେ।ସେଥିରେ ପୁଣି ସବିତା ଜୋଉଭଳି ଧରଣର ଝିଅ ତା ସହ ଚଳିବା ବହୁତ କଷ୍ଟ।ଏମିତି ଦିନେ ସବିତାର ଭାଉଜ ସବିତାର ବାପା ଙ୍କୁ କହିଲେ ଯଦି ଏ ଘରେ ସବିତା ରହିବ ତେବେ ମୁଁ ଏଠି ରହିପାରିବିନି।ଏମିତି ଏକ ସମସ୍ୟାରେ ପଡି ସବିତାର ବାପା ସବିତାକୁ ନିଜ ଘରକୁ ଫେରିଯାଇ ଖୁସିରେ ଘର ସଂସାର କରିବାକୁ କହିଲେ।ହେଲେ ସବିତା ରାଜି ହେଲାନାହିଁ ସେ ବାପାଙ୍କ ଉପରେ ରାଗି ସେଠୁ ମଧ୍ୟ ଚାଲିଗଲା । ସେ ଭାବୁଥିଲା ଟଙ୍କା ହିଁ ମଣିଷର ଜୀବନ ଟଙ୍କା ଥିଲେ ସମସ୍ତେ ସହଜରେ ବଞ୍ଚି ପାରିବେ । ସବିତା ପାଖରେ ମଧ୍ୟ ଅନେକ ଟଙ୍କା ଥିଲା ସେଥିପାଇଁ ସେ ସବୁକିଛି ଛାଡି ଏକୁଟିଆ ରହିବାକୁ ନିଷ୍ପତ୍ତି ନେଲା ଆଉ ଟଙ୍କା ସହ ହିଁ ସେ ଏକ ନୂଆ ସମ୍ପର୍କଟିଏ ଗଢିଲା।ହେଲେ ସେ ବୁଝି ନଥିଲା ଟଙ୍କା ରୋଗରେ ପଡିଲେ ମେଡିସିନ୍ କିଣିବାକୁ ଆବଶ୍ୟକ ହୁଏ । ମଣିଷ ପରି ବିପଦ ସମୟରେ ଆହା ପଦେ କହିବାର କ୍ଷମତା ଟଙ୍କା ପାଖରେ ନଥାଏ।ଏମିତି ଅନେକ ଦିନ ଏକୁଟିଆ ରହିବା ପରେ ସବିତାର ଗର୍ବ ଭାଙ୍ଗିଲାନି।ହେଲେ ଦିନେ ସେ ଏତେ ଅସୁସ୍ଥ ହୋଇ ପଡିଲା ଯେ ନିଜେ ନିଜ କାମ କରିବାକୁ ଅକ୍ଷମ ହୋଇଗଲା ।ତାପରେ ସେ ଧିରେ ଧିରେ ସମ୍ପର୍କ ଓ ଟଙ୍କା ଭିତରେ ଫରକ ଅନୁଭବ କରି ପାରିଲା।



Rate this content
Log in