STORYMIRROR

Jhunu Das

Others

3  

Jhunu Das

Others

ନିଆରା ବନ୍ଧନ

ନିଆରା ବନ୍ଧନ

2 mins
164

ପ୍ରତିମା ଘରକୁ ବୋହୂ ହେଇ ଆସିବା ଦିନଠୁ ଘରେ ପ୍ରତିଦିନ ଅଶାନ୍ତିର ବାତାବରଣ ଖେଳି ବୁଲୁଛି।କୁହନ୍ତି ବୋହୂ ହେଉଛି ଘରର ଲକ୍ଷ୍ମି ଠାକୁରାଣୀ।ବୋହୂ ଟିଏ ଆସିଲେ ଘର ଧନ ଧାନ୍ୟରେ ପୁରି ଉଠେ।ହେଲେ ଏଠି ଓଲଟା।ଆଗରୁ ଜୀବନ ତା ମା ସହ ଅତି ଆନନ୍ଦରେ ରହୁଥିଲ ମା ଆଉ ପୁଅ ଭିତରେ ସମ୍ପର୍କ ଅତି ନିବିଡ ଥିଲା ହେଲେ କୋଉଠି ନା କୋଉଠି ଟିକେ ଫାଙ୍କ ରହିଯାଇଥିଲା ।ସେଇଥି ପାଇଁ ତ ପ୍ରତିମା ସେଇ ଫାଙ୍କକୁ ମେଲେଇ ଆହୁରି ଏକ ବଡ ପାଚିରି ଠିଆ କରିବାକୁ ଲାଗି ପଡିଛି।ମା ସହ ଥିଲା ବେଳେ ଜୀବନ ମା କଥାରୁ କେବେ ହେଲେ ବାହାରି ଯାଇ ନଥିଲା।ହେଲେ ପ୍ରତିମା ଆସିବା ଦିନଠୁ ଜୀବନ ଏଣିକି ମା ଠୁ ଦୂରେଇ ଯାଉଛି। କଥା କଥା କେ ପ୍ରତିମାର ଅଭିଯୋଗ ଓ ଗାଳି ଶୁଣି ଶୁଣି ଜୀବନର ମା ସେ ସବୁକୁ ଦେହ ସୁହା କରି ନେଇଛନ୍ତି।ବେଳେ ବେଳେ ଅତି ବାଧିଲେ ମୁଁହ ଖୋଲି ଯଦି ଦିପଦ ଶୁଣେଇ ଦିଏ ତେବେ ଜୀବନ ଘରକୁ ଫେରିବା ବେଳକୁ ପ୍ରତିମା ତାର ଡ୍ରାମା ଆରମ୍ଭ କରିଦିଏ।ମୁଁ ଆଉ ଏଠି ରହି ପାରିବିନି ମୋ ଘରକୁ ଚାଲିଯିବି କହି ସବୁ ବେଳେ ଧମକ ଦିଏ।ଏତିକି ଶୁଣୁ ଶୁଣୁ ଜୀବନ ବଡ ସମସ୍ୟା ରେ ପଡିଲା ପରି ଧିର ସ୍ବର ରେ କୁହେ ଆଜି ପୁଣି କଣହେଲା?ଏମିତି ପଚାରିବାର ଅର୍ଥ ଜୀବନ ଆଗରୁ ହିଁ ସବୁ କିଛି ଜାଣିଥାଏ ପ୍ରତିମାର ଗୁଣ ସମ୍ପର୍କରେ।ତେଣୁ ତାର ସେପରି ଡ୍ରାମା ଦେଖି ସେ ସବୁକିଛି ବୁଝି ଯାଏ।ଜୀବନ ପ୍ରତିମା ଆଗରେ ତାର ମା କୁ ଦୋଷ ଦେଇ ଗାଳିଦିଏ ହେଲେ ପରେ ତା ମାକୁ ସବୁ କଥା ବୁଝେଇ ଦିଏ।ଜୀବନର ମା ମଧ୍ୟ ସେଥିପାଇଁ ତାକୁ କେବେ କିଛି କହିନାହାନ୍ତି।ଏସବୁ ସେମାନେ ନିଜ ଭିତରେ ଲୁଚେଇ ରଖିଲେ ବି ପ୍ରତିମା ତ ବହୁତ ଚାଲାକ ସେ ସବୁ କଥା ଜାଣିବା ପରେ ଜୀବନକୁ ନିଜ ହାତ ମୁଠାରେ ରଖିବା ପାଇଁ ଜୀବନର ମା ସମ୍ପର୍କ ରେ ନାନା ପ୍ରକାର ର ଖରାପ କଥା ମାନ କହି ଜୀବନ ମନରେ ତା ମା ପ୍ରତି ଥିବା ଭଲ ପାଇବାକୁ ଦୂରେଇ ଦେଇ ଘୃଣା ରେ ପରିବର୍ତ୍ତନ କରିଦେଲା ଜୀବନର ମା ପ୍ରତି ଥିବା ତାର ସେ ଭଲପାଇବା କୁ।ଜୀବନ ସେ ସବୁକୁ ସତ ଭାବି ନିଜ ମା କୁ ଭୁଲ ବୁଝି ଅସହାୟ ଅବସ୍ତାରେ ମା କୁ ଘରୁ ବାହାର କରିଦେଲା ।ପ୍ରତିମା ତ ଏଇ କିଛି ଦିନ ହେବ ସେ ଘରକୁ ବୋହୂ ହେଇ ଯାଇଛି।ହେଲେ ଜୀବନ ତ ସେଇ ଘରେ ଜନ୍ମ ହେଇଛି ମା ର ଆଦରରେ ବଡ ହେଇଛି।ମାକୁ ସିଏ ଏ ଦୁନିଆକୁ ଆସିବା ଆଗରୁ ହିଁ ଚିହ୍ନିଚି ତଥାପି କେମିତି ବୁଝି ପାରିଲାନି ମା କୁ କେମିତି ଚିହ୍ନି ପାରିଲାନି?।ସମ୍ପର୍କ ଟା କଣ ଏମିତି।ଏକ ନିଆରା ବନ୍ଧନ ପରି ମଯବୁତ ସୁତା ଖିଅରେ ଯୋଡି ହୋଇଥିବା ସମ୍ପର୍କ ଟା କଣ ଏମିତି ସୁଲୁ ସୁଲିଆ ବାଆ ରେ ଛିଡି ଯିବ?ନିଶ୍ଚୟ ଏ ସମ୍ପର୍କ ଟା ମଯବୁତ ହୋଇନଥିଲା।


Rate this content
Log in