Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Classics

5.0  

Satyabati Swain

Classics

ସମ୍ମାନ

ସମ୍ମାନ

3 mins
662


ହାଲୋ ମାମ୍ ନମସ୍କାର,ମୁଁ ମାନସ ସାର୍ କହୁଥିଲି

ରାତି ଆଠଟା ହେବ ହଠାତ୍ ଏମିତି ଏକ ଫୋନ୍ କଲ୍ ଆସିଲା

ମୁଁ କହିଲି ଆ ..ପ...ଣ...


ଡରନ୍ତୁ ନାହିଁ ମାମ୍ ମୁଁ କଲେକ୍ଟର ଅଫିସରୁ କହୁଥିଲି। ମୁଁ ଆପଣଙ୍କୁ ଜାଣେ। ମୋତେ ଆପଣ ଜାଣନ୍ତି।


ଆଚ୍ଛା ,କାହିଁକି ଫୋନ୍ କରିଥିଲେ। କିଛି ଦରକାର ଥିଲା କି


ହଁ,ଆଜ୍ଞା


କଣ,କୁହନ୍ତୁ


ଆପଣଙ୍କ ବାପା,ମା ନାମ ଓ ଘର ଠିକଣା,କେବେ ଚାକିରିରେ ଜଏନ୍ କଲେ,କେଉଁ କେଉଁ ସ୍କୁଲରେ ଏଯାବତ ପଢେଇ ଆସିଛନ୍ତି,ଏବେ ଯେଉଁ ସ୍କୁଲରେ ଅଛନ୍ତି କେବେ ଜଏନ୍ କରିଛନ୍ତି,ଦୟା କରି ଟିକେ ଜଣାଇଁବେ।


ହଁ ଗୋଟେ ପାସ୍ ପୋର୍ଟ ସାଇଜ ଫୋଟୋ ବି ଦେବେ।


କିନ୍ତୁ କାହିଁକି ମୁଁ ଆତଙ୍କିତ ହୋଇ ପଚାରିଲି


ସେ କହିଲେ ଅଫିସରେ ଦରକାର ଅଛି।


ଅ...ଫି....ସ୍......


କିନ୍ତୁ କାହିଁକି ଯେ....ମୋ ଭୟର ପାରଦ ଶହେ ଆଠରେ ପହଂଚିଗଲା


ଅଫିସରୁ କେବଳ କୌଣସି କାରଣରୁ ଦଣ୍ଡ ବିଧାନ କରିବାର ଥିଲେ,ଏମିତି ଫୋନ୍ ରେ ପଚରା ଯାଏ। ମୁଁ ପୁଣି କଣ କଲି ହେ ଭଗବାନ ଆଜିକାଲି ଚାକିରି ଅବସ୍ଥାରେ ନିରାପଦ ଶବ୍ଦ କୁଆଡେ ଉଠି ଯାଇଛି । ଟିକେ ଟିକେ କଥାରେ ନିଲମ୍ବିତ,ବହିଷ୍କାର,ଦରମା ବନ୍ଦର ଧମକ। ପେଟ ପାଟଣା ପାଇଁ ବୃତ୍ତୀ। ପେଟକୁ ଓପାସରେ ରଖି ହେବକି ଗୋଟିଏ ଚାକିରି ଉପରେ ଗୋଟେ ପରିବାର ଖୁସି ଠିଆ। ପିଲା ମାନେ ବାହାରେ ରହି ପଢୁଥିଲେ ଆହୁରି ସାଙ୍ଘାତିକ। ଯେଉଁ ମାସରେ ଦରମା ନ ମିଳେ ସେ ମାସର ଉଦ୍ବିଗ୍ନତା ନ କହିଲେ ଭଲ।


ପିଲା ମାଗୁଥିବେ,ହଷ୍ଟେଲ,କଲେଜ ଖର୍ଚ୍ଚ। ବାପା ମାଙ୍କ ପାଇଁ ଔଷଧ ଆଣିବା ନିତାନ୍ତ ଜରୁରୀ। ଡାଲି,ଚାଉଳ କି ପନିପରିବା ଦୋକାନୀ ବାରମ୍ବାର ପଚାରୁଥିବ ସାର୍ ଦରମା ହେଲା। ଏ ମାସରେ ବାକି ପଇସା ଟା ନଦେଲେ ହେବନି ସାର୍।


ଏଣୁ ତେଜରାତି କି ପରିବା ଦୋକାନକୁ ଯିବା ଭୟ ଖାଇ ଗୋଦାଏ । ଅଲିହା ମୁହଁରେ ଯିବାକୁ ପଡେ,ନ ଗଲେ ଗ୍ୟାସ୍ ରେ ହାଣ୍ଡି ବସିବ ନାହିଁ। ହଁ ଯେଉଁମାନେ ସ୍ୱଳ୍ପ ବେତନ ଭୋଗି ପୁଣି ସହରରେ ରୁହନ୍ତି,ଜମିବାଡ଼ି ନାହିଁ ବା ଗାଁରେ ଚାଷ ବାସ କରନ୍ତି ନାହିଁ ଯେଉଁମାନେ

,ସେମାନଙ୍କ କଥା ହିଁ କହୁଛି।


କହିବା ବାହୁଲ୍ୟ ସେମାନଙ୍କ ଭିତରୁ ମୁଁ ଜଣେ ଖଟିଖିଆ। ମାସ ଯାକ ପିଲାଙ୍କ ସଂଗେ ଲାଗି ଲାଗି ମାସ ଶେଷରେ ଯେଉଁ ଦରମା ବା ମୂଲ ଗଣ୍ଡାକପାଏ,ସେଥିରେ

 ମୋ ପରିବାର ଗୁରୁରାଣ ମେଂଟେ। କାରଣ ମୋ ମିଷ୍ଟର ସମାଜ ସେବୀ। ଘରେ ଖାଇ ଘୋଡା ଆଗେ ଡିଅନ୍ତି। ମୋ ଦରମାରୁ ବି କିଛି ସମାଜ ସେବାରେ ଲାଗେ ଯେଣୁ।


ଭୟରେ ମୋ ପିଳେହିଁ ପାଣି ହେବା ଉପରେ।


ସେପଟୁ ସାର୍ କହିଲେ କଣ ହେଲା ମାମ୍ କିଛି କହୁ ନାହାନ୍ତି ଯେ....


ଆଜ୍ଞା କାହିଁକି ପଚାରୁଛନ୍ତି,ପ୍ଲିଜ଼ କୁହନ୍ତୁ ନା ସାର୍।


ସେ କହିଲେ ଦେଖନ୍ତୁ ମୋତେ ଅନୁମତି ନାହିଁ। କେବଳ ତଥ୍ୟ ସଂଗ୍ରହ କରିବାକୁ ମୋତେ କୁହା ଯାଇଛି। ଏତିକି କହିପାରେ ଡରିବାର କିଛି ନାହିଁ।


ଶୀଘ୍ର ଦିଅନ୍ତୁ ଯାହା ପଚାରିଲି।


ଆଜ୍ଞା କହିବେ କି ମୋର ଏକା ନା ଅନ୍ୟ ମାନଙ୍କ ନେଉଛନ୍ତି?


ସେ କହିଲେ ଆପଣଙ୍କର ଏକା। ଆପଣଙ୍କ ବ୍ଲକରୁ କେବଳ ଆପଣଙ୍କୁ ତଥ୍ୟ ମାଗିବାକୁ ଉପରୁ ନିର୍ଦେଶ ଅଛି।


ମୁଁ ଏଥର ଥରିବାକୁ ଲାଗିଲା। କଲେକ୍ଟର ଅଫିସ ଲୋକ ମାଗୁଛନ୍ତି ନ ଦେଲେ ଆଉ ଗୋଟେ ଅପରାଧ ଯୋଗ ହୋଇଯିବ। ବହୁତ ଭୟ ଓ କୁଣ୍ଠିତ ଚିତ୍ତରେ ଯାହା ପଚାରିଲେ ଜାଣାଇଁଲି। ହ୍ଵାଟସଆପରେ ଫୋଟୋ ବି ଦେଲି।


ଆମ ହେଡ଼ସାରଙ୍କୁ ଏ ବାବଦରେ ଫୋନ୍ ଲଗାଇଲି। ସେ ଆହୁରି ଡରାଇ ଦେଲେ ଇଆଡୁ ସିଆଡୁ କହି।


ଗୋଟେ ଚିନ୍ତାରେ ଅପେକ୍ଷା କଲି ;କେଉଁ ଦିନ କି ଅଶୁଭ ଖବର ମୋ ପାଇଁ ଆସିବ। ଭାରି ଅସ୍ତ ବ୍ୟସ୍ତରେ କଟୁଥିଲା ସମୟ ମୋର। ତିନି ଦିନ ପରେ କଲେକ୍ଟର ଅଫିସରୁ ଫୋନ୍ ଆସିଲା ଆସନ୍ତା କାଲି 2ଟାରେ ସଂସ୍କୃତି ଭବନରେ ଉପସ୍ଥିତ ରହିବେ ଅର୍ଡର୍ ଲେଟରଟିଏ ବି ପଠାଇ ଦେଲେ।


ଯା... ଚିନ୍ତାର ଅବସାନ ଘଟିଲା। ଏଥରକ ଚାକିରିରୁ ହାତ ଧୋଇବାକୁ ପଡିଲା ଜାଣ। କି ଦଣ୍ତ ପୁଣି ,କଣ ପାଇଁ ଦିଆଯିବ କେଜାଣି.....


ଭାରି ମନରେ ମୁଁ ମୋ ମିଷ୍ଟରଙ୍କ ସହ ଗଲି। ଯାହା ଭାଗ୍ୟରେ ଥିବ.....


କିନ୍ତୁ ଭାଗ୍ୟ ମୋ ପାଇଁ ଅଶୁଭ ନୁହେଁ ସମୟ ଜୀବନ ତମାମ ତପସ୍ୟାର ଫଳ ମୋ ପାଇଁ ସେଦିନ ରଖିଥିଲା। ସେପ୍ଟେମ୍ବର ପାଞ୍ଚ ଗୁରୁ ଦିବସ। ମୁଁ ଜିଲ୍ଲାର "ଗୁରୁ ଗୌରବ" ଆୱାର୍ଡ ସେଦିନ କଲେକ୍ଟରଙ୍କ ହାତରୁ ଗ୍ରହଣ କଲି।


ଓଃ କି ଖୁସି ସେଦିନ ମୋ ଶିକ୍ଷକତା ଜୀବନର ଶ୍ରେଷ୍ଠ ଦିନ ଥିଲା। ମୁଁ ଜଣେ କୃତୀ ଶିକ୍ଷକ ଭାବେ ଚୟନ କରାଯାଇଥିବାରୁ ନିଜକୁ ଅତି ଭାଗ୍ୟବାନ ମନେ କଲି। ଭଲ ଶିକ୍ଷକ ହେବା ମୋର ପିଲାଦିନର ଲକ୍ଷ୍ୟଥିଲା। ସେଇଟି ପୂରଣ ହେଲା ଏହିଦିନ। ନିଃସ୍ୱାର୍ଥପର କାର୍ଯ୍ୟ ଯେ କୌଣସି କ୍ଷେତ୍ରରେ ବୃଥା ଯାଏ ନାହିଁ ସେଦିନ ମୁଁ ହୃଦୟଙ୍ଗମ କଲି।


ଭାରି ଖୁସି ଲାଗିଲା ଯେ ମୁଁ ମାଗଣାରେ ଗୋଟିଏ କୋଚିଂ ସେଣ୍ଟର ଖୋଲିଛି। କେବଳ ଆର୍ଥିକ ଅଭାବ ଗ୍ରସ୍ତ ପିଲାଙ୍କୁ ରାତିରେ ଦୁଇ ତିନି ଘଣ୍ଟା ପଢାଏ। ଏଇ କଥା ଜାଣି କଲେକ୍ଟର ମହୋଦୟ ମୋତେ ଜିଲ୍ଲାର "ସର୍ବଶ୍ରେଷ୍ଠ ଗୁରୁ ଗୌରବ କୃତି"ପୁରସ୍କାର ଦେଲେ....! ଆଃ କି ଅନୁଭବ ବର୍ଣ୍ଣିବା ନିହାତି ମୁସ୍କିଲ। ମୋ ପାଇଁ ଦି ପଦ କହିବାକୁ ଯାଇ କହିଲେ କଲେକ୍ଟର ମହୋଦୟ କହିଲେ--" ସ୍ଵାଗତିନୀ ସ୍ବାଇଁ" ଜଣେ କର୍ମଜୀବୀମହିଳା, ଘର ପରିବାର ବୋଝ,ନିଜ ପିଲା ପିଲିଙ୍କ ପାଠ ପଠା ଭିତରୁ ସମୟ କାଢି ନିପଟ ମଫସଲରେ ଯେଉଁ ତ୍ୟାଗ କରି ଅଭାବୀ ପିଲାଙ୍କୁ ପଠାଇବାର ଗୋଟେ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ଏହା ଠାରୁ ଆଶ୍ଚର୍ଯ୍ୟ କଣ ଅଛି!

ପ୍ରକୃତରେ ସେ ଜଣେ କାୟ ମନୋପ୍ରାଣରେ ପ୍ରକୃତ ମଣିଷ,ଶ୍ରେଷ୍ଠ ନାଗରିକ,ଶ୍ରେଷ୍ଠ ଭାରତୀୟ। ମୁଁ ଧନ୍ୟ ଯେ ମୋ ଜିଲ୍ଲାର ଜଣେ ସ୍ଵାଗତିନୀ ପରି ମହିଳା ଶିକ୍ଷିକା ଅଛନ୍ତି।"


ମରିବା ଯାଏ ଏ ଦିନକୁ କେବେ ବି ମୋଠାରୁ ଅଲଗା କରି ପାରିବି ନାହିଁ। ମୋ ଆଖିରୁ ସେଦିନ ଆନନ୍ଦ ଅଶ୍ରୁ ଗଡି ପଡିଥିଲା ହସି ହସି। ଟ୍ରଫି,ଉତ୍ତରୀୟ,ଫୁଲତୋଡା ଓ ମାନ ପତ୍ର ନେଇ ମୁଁ ବାପାଙ୍କ ଫୋଟୋ ପାଖରେ ରଖିଲି। ଯେ ନାହାନ୍ତି;କିନ୍ତୁ ଅଛନ୍ତି ମୋ ଭାଵ,କାମ,

ଆଦର୍ଶ ଓ ନିଃଶ୍ବାସରେ। କାରଣ ବାପା ଚାହିଁଥିଲେ ତାଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ କେହି ଜଣେ ଭଲ ଶିକ୍ଷକ ହେଉ।


ଖୁସୁର ଲୁହ ବାଧା ମାନୁ ନଥିଲା"ମୁଁ କହୁଲି ବାପା ଦେଖ୍ ଆଜି ତୁମ ସୁଗି;ଶ୍ରେଷ୍ଠ ଶିକ୍ଷକ "ଗୁରୁ ଗୌରବ" ସମ୍ମାନ ପାଇଛି ଯାହା ତୁମ ହୃଦୟର ଗୋଟେ ଇଚ୍ଛାଥିଲା।


ବାପା ସତେକି ଆଶୀର୍ବାଦ ଢାଳୁଥିଲେ ଫୋଟୋରେ ଥାଇ


Rate this content
Log in

More oriya story from Satyabati Swain

Similar oriya story from Classics