ସମ୍ଭବନା
ସମ୍ଭବନା


ଶାନ୍ତ ଆଉ ବିଷାଦର ପବନ ଦେହକୁ ଛୁଇଁ ଯାଉଥାଏ, ନା ଓଠ ରେ ଥାଏ ହସ ନା ହାରିବାର ଅବଶୋଷ ତଥାପି ଭାଙ୍ଗିଯାଇଥିବା ସଜନା ଡାଳ ଟା କଅଁଳିଲା ପରି ପୋଲିସ ର ମାଡ ଖାଇବି ମାନସ ଘରକୁ ଆସିବା ବନ୍ଦ କରିନି ଶୁସାନ୍ତ ( ହାତରେ ଡିଏସଏଲଆର କ୍ୟାମରାକୁ ଧରି ପୂର୍ଣ୍ଣିମାର ଚାନ୍ଦକୁ ଆକାଶର ରୁ ଧରିବାରେ ଲାଗିଥାନ୍ତି ଦୁଇ ବନ୍ଧୁ। ) କ୍ୟାମରାର ଲେନ୍ସ ରେ ଫଟୋ ତୋଳିବା ବହୁତ ସହଜ ହୋଇଥାଏନା । ଦାମି କ୍ୟାମରାକୁ ଧର ବସ୍ତୁର ସୁନ୍ଦର ପାର୍ଶ୍ବକୁ ଦେଖ ଆଉ ଚଟ୍କିନା ବଟମ୍ କୁ କ୍ଲିକ୍ କରିଦିଅ ବାସ୍ କାମ ସରିଲା । ଦେଖିବ କେଡେ ସୁନ୍ଦର ଫଟୋ ଆସିଯିବ। ଖାଲିଟିକେ ଅଧ୍ୟ୍ୟବସାୟ ଲୋଡା ଆଉ ତାପରେ ଏମିତିରେବି ଆଗପରି ପରିଶ୍ରମ କରାବାକୁ ପଡୁନି ସୁନ୍ଦର ଫଟୋ ପାଇଁ, ନୁଆନୁଆଁ ଟେକ୍ଲୋନଜି ସହାଯ୍ୟରେ କଳା କୁ ଗୋରା , ବୁଢା କୁ ଟୋକା ଆହୁରି ଅନେକ କିଛି କରିହେଉଛି । ଦେଖିବୁ ଶୁସାନ୍ତ ଆମର ଏଇ ପ୍ରଫେସନ୍ ଦିନେ ଆମକୁ ବହୁତ୍ ଆଗକୁ ନେଇଯିବ । ବୁଝିଲୁନା ମାନସ ତୋର ଏଇ ଦିନରେ ସ୍ବପ୍ନ ଦେଖିବା ଆଦତ ଟା ଗଲାନି। କରୋନାରେ ଚାରିଆଡେ ମୃତ୍ୟୁ ର ତାଣ୍ଡବ ଏମିତିରେ ଘରୁ ବାହାରକୁ ବାହାରିବା ମନା ତୁ ୟା ଭିତରେ ପ୍ରଫେସନ୍ କୁ ନେଇ ସ୍ବପ୍ନ ଦେଖୁଛୁ ? ତୋର ଏଇ ସ୍ବପ୍ନ ପାଇଁ ରାତି ନିଅଣ୍ଟ ହେବ ସିନା ସ୍ବପ୍ନ କେବେ ପୁରଣ ହେବନି। ପ୍ରଥମେ ବର୍ତ୍ତମାନ ର ସ୍ତିତିକୁ ସମ୍ଭାଳ ପରେ ଦେଖିବୁ ଭବିଷ୍ୟତ। ତୁ ଗୋଟେ କଥା ଯାଣିଛୁ ଶୁସାନ୍ତ । ଆମେ ସବୁବେଳେ କ୍ୟାମରା , କମ୍ପ୍ୟୁଟର ଆଉ ଟେକ୍ଲୋନଜି ଧରି ଅନ୍ୟର ମାନ ର୍ନିଧାରଣ କରିଛୁ । ହେଲେ ଥରେ ଭାବନା ଆମର ଆଖ ପାଖ ର ପରିବେଶ ଟା କେତେ ଅସଜଡା ହୋଇଛି ତାକୁଟିକେ ସଜାଡି ଦେଲେ କ'ଣ ଜୀବନ ସୁନ୍ଦର ହେବନି ? ମାନୁଛି ବର୍ତ୍ତମାନ ପରିସ୍ଥିତି ରେ ଭବିଷ୍ୟତ ଅନ୍ଧାର ରେ କିନ୍ତୁ ବର୍ତ୍ତମାନ !
କ'ଣ ବର୍ତ୍ତମାନ?........ କିଛି ବି ହେବନି । ତୁ ନିଜେ ଦେଖୁନୁ ଆଜିର ଦିନରେ ନା ପଇସା ର ମୁଲ୍ୟ ଅଛି ନା ସମ୍ପର୍କ ର ଭାଉ, ଧନି ହେବାର ଅହଂକାର ନା ଗରିବ ହେବାର ଅବଶୋଷ ଆଛ୍ଛା ଆଛ୍ଛା ଧନି ଲୋକ ସବୁ ଆଶା ଛାଡି ଦେଲେଣି ଆଉ ତୁ! ବର୍ତ୍ତମାନ ଖାଲି ଗୋଟେ କାମ କର ଖାଲି ଘରେ ରହ ଭଲରେ ରହ । ଦେଖିବୁ ସବୁ ଠିକ୍ ହୋଇଜିବ। ସମୟ ବଡ ବଳବାନ । ହଁ ସମୟ ବଡ ବଳବାନ! ତୁ ଜାଣିଛୁ ଆମ ଅଞ୍ଚଳ ରେ ବିବାହ ହେଉକି ବ୍ରତଘର , ଜନ୍ମ ଦିନ ହେଉକି ପୂଜା ମଣ୍ଡପ ସବୁଠି ଆମରି ଚର୍ଚ୍ଚା ତାହାର ମୁଖ୍ୟ କାରଣ ଆମେ..... ସବୁବେଳେ କିଛି ଅଲଗା କରିଥାଉ ଯାହା ଟେକ୍ଲୋନଜି ଦେଇ ପାରେନା । ପୋଖରୀ ର ମାଛ , ବାଡିରେ ପରିବା ଆଉ ମାଁଙ୍କର ହାତ ତିଆରି ପୋଡ ପିଠା କେଡେ ସୁନ୍ଦର ଲାଗେନା। କିନ୍ତୁ ଆଜି ପୋଖରୀ ଅଛି ମାଛ ନାହାଁନ୍ତି, ବାଡି ଅଛି ପରିବା ନାହିଁ ଆଉ ମାଁ ଅଛନ୍ତି କିନ୍ତୁ ପୋଡ ପିଠା ଖାଉନାହୁଁ। ସତରେ ଅନ୍ୟମାନଙ୍କ ଉପରେ ଏତେ ର୍ନିଭର ହୋଇଗଲୁଣି ଯେ ନିଜେ ନିଜର ନିଜତ୍ବକୁ ବି ଭୁଲିଗଲୁଣି। ହଁ...... ପୁରା ସତ କଥା ତ ମାନସ । ଆମେ କରୋନା ପ୍ରଭାବରେ ବାହାରକୁ ଯାଇ ପାରିବାନି ସତ ଆମେ ଆମର ଆଖପାଖ ସଜାଡି ରଖିଲେ ନିଜେ ସ୍ବାବଲମ୍ବି ହେବାସହ ଜୀବନର ଆନନ୍ଦ କୁ ପାଇପାରିବା। ( ମାଁଙ୍କ ର ଡାକ ଶୁଭିଲା ଆସରେ ପିଲେ ଖାଇବ ଆସ) ବାସ୍ତରେ ଆମେ ଯେଉଁ ସବୁ କଥାକୁ ଅଣ ଦେଖା କରୁଛୁ ସେହି ସବୁ ଆମପାଇଁ କେତେ ଦରକାରି ସତରେ ଆମେ ଜାଣିନୁ । ନୁଆଁ ଆଶା ନୁଆଁ ବିଶ୍ବାସ ରେ ଆଗକୁ ଚାଲ ଦେଖିବ ଏ କରୋନା କଣ ଦୁନିଆର କୋଣସି ଶକ୍ତି ଆସିଲେ ବି କିଛି କରିପାରିବ ନାହିଁ।