Kailash Chandra Behera

Classics

4.0  

Kailash Chandra Behera

Classics

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
151



     ( ଧାରାବାହିକ )

 ଏକାଦଶ ଅଧ୍ୟାୟ , ବିଶ୍ବରୂପ ଦର୍ଶନ ଯୋଗଃ

ଶ୍ଳୋକ- ୧୦

ଅନେକ ବକ୍ତ୍ର ନୟନ

ଅନେକାଦ୍ଭୁତ ଦର୍ଶନ ,

ଅନେକ ଦିବ୍ୟାଭରଣ° 

ଦିବ୍ୟାନେକୋଦ୍ୟତାୟୁଧମ୍ ।

ଅର୍ଥ : - 

   ଅନେକ ମୁଖ , ଅନେକ ଆଖି , ଅନେକ ଅଦ୍ଭୁତ ଆକୃତି ବିଶିଷ୍ଟ , ଅନେକ ଦିବ୍ଯ ଅଳଙ୍କାର ଯୁକ୍ତ ଓ ଅନେକ ଦିବ୍ୟ ଉତ୍ତୋଳିତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ।

ବ୍ୟାଖ୍ୟା : - 

   ଭଗବାନ ପ୍ରଥମେ ତାଙ୍କର ଅଦ୍ଭୁତ ମୁଖକୁ ଅର୍ଜୁନଙ୍କୁ ଦେଖାଇଲେ । ଯେଉଁ ମୁଖରେ ଅନେକ ପ୍ରକାରର ମୁଖ ଥିଲା , ଅନେକ ଆଖି ଥିଲା , ବିଭିନ୍ନ ପ୍ରକାର ଆକୃତି ଥିଲା , ଅର୍ଥାତ୍ ଗୋଲ୍ , ଲମ୍ବା , ଚେପ୍ଟା , ଥଣ୍ଟଯୁକ୍ତ ଓ ବଡ଼ ବଡ଼ ମୁଖର ଆକୃତି ଥିଲା । କେଉଁ ମୁଖରେ ଗୋଟିଏ ଆଖି , କେଉଁ ମୁଖରେ ଦୁଇଟି ଆଖି , କେଉଁ ମୁଖରେ ତିନୋଟି ଆଖି , କେଉଁ ମୁଖରେ ଚାରିଟି ଆଖି , କେଉଁ ମୁଖରେ ଛୋଟ ଛୋଟ ଆଖି , କେଉଁ ମୁଖରେ ବଡ଼ ବଡ଼ ଆଖି ମଧ୍ୟ ଥିଲା । ଅନେକ ପ୍ରକାର ଉଜ୍ଜ୍ବଳ ରତ୍ନ ହାରରେ ଗଳା ଶୋଭା ପାଉଥିଲା । ବହୁ ହାତରେ ମଧ୍ଯ ଅନେକ ପ୍ରକାର ଅସ୍ତ୍ର ଶସ୍ତ୍ର ଧାରଣ କରି ଥିବାର ଅର୍ଜୁନ ଦର୍ଶନ କଲେ ।

    ଭକ୍ତ ସବୁବେଳେ ଭଗବାନଙ୍କ ପରିଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାଏ । ଏଠି ଭଗବାନ ଅର୍ଜୁନଙ୍କୁ ପ୍ରଥମେ ମୁଖ ଦେଖାଇବା ଉଦ୍ଦେଶ୍ୟ କ'ଣ ଥିଲା ? କାରଣ ମୁଖ ହିଁ ଜୀବର ପରିଚୟ ଦେଇଥାଏ । ମୁଣ୍ଡଟାକୁ କାଟି ଫିଙ୍ଗିଦେଲେ  ଲୋକର ପରିଚୟ ସହଜରେ ଜଣା ପଡେ ନାହିଁ । ମୁଖଟାକୁ ଦେଖି ଲୋକ ଚିହ୍ନ ହୁଏ । ତେଣୁ ଭଗବାନ ପ୍ରଥମେ ନିଜର ପରିଚୟ ଅର୍ଜୁନଙ୍କୁ ଦେଉଛନ୍ତି ।



Rate this content
Log in

Similar oriya story from Classics