Kailash Chandra Behera

Inspirational

3  

Kailash Chandra Behera

Inspirational

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
120



ଅଷ୍ଟମ ଅଧ୍ୟାୟ , ଅକ୍ଷର ବ୍ରହ୍ମ ଯୋଗଃ

ଶ୍ଳୋକ - ୨୮

ବେଦେଷୁ ଯଜ୍ଞେଷୁ ତପଃସୁ ଚୈବ

ଦାନେଷୁ ଯତ୍ ପୂଣ୍ୟ ଫଳ° ପ୍ରତିଷ୍ଠମ୍,

ଅତ୍ୟେତି ତତ୍ ସର୍ବମିଦ° ବିଦିତ୍ବା 

ଯୋଗୀ ପର°ସ୍ଥାନମୁପୈତି ଚାଦ୍ୟମ୍ ।

ଅର୍ଥ : - 

  ସମସ୍ତ ବେଦ ପାଠ , ତପ , ବ୍ରତ ଅନୁଷ୍ଠାନ କରିବା ଦ୍ବାରା ମନୁଷ୍ୟ ଯେଉଁ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ, ଯୋଗୀ ସେ ସବୁ ଅନୁଷ୍ଠାନ ନ କରି ଯୋଗ ସାଧନା ଦ୍ବାରା ପ୍ରାପ୍ତ ପୁଣ୍ୟ ଫଳକୁ ଅତିକ୍ରମ କରି ମୋକ୍ଷ ଗତିକୁ ପ୍ରାପ୍ତ ହୋଇଥାଏ।

ବ୍ୟାଖ୍ୟା: - 

   ଏ ଶ୍ଳୋକରେ ଯୋଗ ସାଧନାରେ କି ଫଳ ମିଳେ ତାହା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହୁଛନ୍ତି ଯେ ଏ ସ°ସାରରେ ବାସ କରୁଥିବା ବ୍ୟକ୍ତି ମାନେ ପୁଣ୍ୟ ଅର୍ଜନ କରିବା ପାଇଁ ଯଜ୍ଞ , ଜପ , ତପ , ଦାନ , ଭଜନ , କୀର୍ତ୍ତନ ,ଶାସ୍ତ୍ର ପାଠ କରିଥାନ୍ତି । 

   ଏସବୁ ଅନୁଷ୍ଠାନ କରିଵାରେ ବହୁ ପରିଶ୍ରମ , ବହୁ ସାମଗ୍ରୀ ବହୁ ଅର୍ଥର ଆବଶ୍ୟକତା ପଡ଼ି ଥାଏ ।କିନ୍ତୁ ଯେଉଁମାନେ ଜ୍ଞାନୀ ଓ ବୁଦ୍ଧିମାନ୍ ସେମାନେ ଏସବୁ ଅନୁଷ୍ଠାନ ନ କରି କେବଳ ଦୁଇ ଭ୍ରୁ ମଧ୍ୟରେ ମନକୁ ରଖି ଈଶ୍ବରଙ୍କୁ ଧ୍ୟାନ କରି , ଈଶ୍ବରଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ନିଶ୍ଚଳ ଭାବରେ ବସି ରହି ମୃତ୍ୟୁ ବରଣ କରିବା ଦ୍ବାରା ବେଶି ଲାଭବାନ ହୋଇଥାନ୍ତି । କାରଣ ସାସା°ରିକ ଲୋକମାନେ ସତ୍ କର୍ମକରି କେବଳ ସ୍ଵର୍ଗ ପ୍ରାପ୍ତି ହୋଇଥାନ୍ତି । କିନ୍ତୁ ଯୋଗୀ ଭଗବନଙ୍କ ସାନ୍ନିଧ୍ୟ ଲାଭକରି ଭଗବାନଙ୍କ ସହିତ ଯୁକ୍ତ ହୋଇ

ଯାନ୍ତି ।


Rate this content
Log in

Similar oriya story from Inspirational