Kailash Chandra Behera

Inspirational

3  

Kailash Chandra Behera

Inspirational

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
138



ନବମ ଅଧ୍ୟାୟ , ରାଜବିଦ୍ୟା ରାଜଗୁହ୍ୟ ଯୋଗଃ 

ଶ୍ଳୋକ - ୧

ଇଦ° ତୁ ତେ ଗୁହ୍ୟ ତମ°

ପ୍ରବକ୍ଷାମ୍ୟନସୂୟବେ ,

ଜ୍ଞାନ ବିଜ୍ଞାନ ସହିତ°

 ଯଜ୍ ଜ୍ଞାତ୍ବା ମୋକ୍ଷ୍ୟସେ{ଶୁଭାତ୍

ଅର୍ଥ : - 

   ଭଗବାନ କହିଲେ ହେ ଅର୍ଜୁନ! ତୁମ୍ଭେ ମୋ କଥାକୁ ଆଗ୍ରହ ସହ ଶୁଣୁ ଥିବାରୁ ମୁଁ ତୁମ୍ଭଙ୍କୁ ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି ଯାହାକୁ ଜାଣିଲେ ତୁମ୍ଭେ ଏ ଦୁଃଖ ପୂର୍ଣ୍ଣ ସ°ସାରରୁ ମୁକ୍ତ ହୋଇଯିବ ।

ବ୍ୟାଖ୍ୟା : - 

   ବକ୍ତା ଓ ଶ୍ରୋତା ଈଶ୍ବରଙ୍କ କଥାରେ ତନ୍ମୟ ହୋଇଗଲେ ବକ୍ତାକୁ କହିବାକୁ ଭଲ ଲାଗେ ଓ ଶ୍ରୋତାକୁ ଶୁଣିବାକୁ ମଧ୍ୟ ଭଲ ଲାଗେ । 

   ଶ୍ରୋତା ଯଦି ମଝିରେ ମଝିରେ ପ୍ରଶ୍ନ କରୁଥାଏ ବକ୍ତାକୁ କହିବାକୁ ଆଗ୍ରହ ବଢୁଥାଏ ।

    ଏଠି ଭଗବାନ ଅନୁଭବ କଲେ ଯେ ଅର୍ଜୁନ ତାଙ୍କର ମୂଲ୍ୟବାନ ବାକ୍ୟକୁ ଆଗ୍ରହର ସହିତ ଶୁଣୁଛନ୍ତି ଓ ମଝିରେ ମଝିରେ ପ୍ରଶ୍ନ ପଚାରି ଅବୁଝା କଥାକୁ ବୁଝୁଛନ୍ତି । ଏଥିରେ ଭଗବାନ ସନ୍ତୁଷ୍ଟ ହୋଇ ଅର୍ଜୁନଙ୍କୁ ଜ୍ଞାନ ଓ ବିଜ୍ଞାନ କଥା କହି ତାକୁ ଜଣେ ବ୍ରହ୍ମଜ୍ଞାନୀ ପୁରୁଷ କରିବା ପାଇଁ ଇଚ୍ଛା କରୁଛନ୍ତି । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ହେ ଅର୍ଜୁନ ! ତୁମ୍ଭଙ୍କୁ ଏପରି ଗୁପ୍ତ କଥା କହିବି ଯାହାକୁ ଶୁଣିଲେ ତୁମ୍ଭେ ଏ ଭବ ସାଗରରୁ ଅକ୍ଳେଶରେ ପାରି ହୋଇଯିବ । ତୁମ୍ଭର ଆଉ ସା°ସାରିକ ଦୁଃଖ କିଛି ରହିବ ନାହିଁ । ଏହି ଗୁପ୍ତ କଥାକୁ ଯିଏ ଶୁଣିବ ସେ ମଧ୍ୟ ଉପକୃତ ହେବ।



Rate this content
Log in

Similar oriya story from Inspirational