STORYMIRROR

Kailash Chandra Behera

Classics

4  

Kailash Chandra Behera

Classics

ଶ୍ରୀମଦ୍ଭଗବତ

ଶ୍ରୀମଦ୍ଭଗବତ

1 min
1

🏵️ *ଶ୍ରୀମଦ୍ ଭଗବଦ୍ ଗୀତା* 🏵️ ( ଧାରାବାହିକ ) *ପ୍ରଥମ ଅଧ୍ୟାୟ ,* *ଅର୍ଜୁନ ବିଷାଦ ଯୋଗଃ* ଶ୍ଳୋକ - ୩ କ୍ଳୈବ୍ୟ° ମା ସ୍ମ ଗମଃ ପାର୍ଥ ନୈତତ୍ତ୍ବ ଯ୍ୟୁପପଦ୍ୟତେ , କ୍ଷୁଦ୍ର° ହୃଦୟଦୌର୍ବଲ୍ୟ° ତ୍ୟକ୍ତ୍ବୋତ୍ତିଷ୍ଠ ପରନ୍ତପ । ଅର୍ଥ : - ହେ କୁନ୍ତୀପୁତ୍ର ! ଏପରି କ୍ଳୀବତାର ବଶବର୍ତ୍ତୀ ହୁଅ ନାହିଁ । ଏହା ତୁମ୍ଭପରି ବୀରକୁ ଶୋଭା ପାଉ ନାହିଁ । ତୁମ୍ଭେ ମନରୁ ଦୁର୍ବଳ ଭାବ ପୋଛିଦେଇ ଯୁଦ୍ଧ କରିବା ପାଇଁ ଠିଆହୁଅ । ବ୍ୟାଖ୍ୟା : - ଶ୍ରୀକୃଷ୍ଣ ଆଗରୁ ଅର୍ଜୁନଙ୍କର ବୀରପଣିଆର ପରିଚୟ ପାଇଛନ୍ତି । ଶ୍ରୀକୃଷ୍ଣ ଭଲ ଭାବରେ ଜାଣିଛନ୍ତି ଅର୍ଜୁନଙ୍କ ପରି ସମକକ୍ଷ ବୀର କେହି ନାହିଁ । କିନ୍ତୁ ଭାଇ , ବନ୍ଧୁ , କୁଟୁମ୍ବଙ୍କ ସହ ଯେଉଁ ମମତା ଲଗାଇ ଥିଲେ ସେହି ମମତାକୁ ସେ ଭୁଲି ପାରୁ ନାହାନ୍ତି । ତେଣୁ ଭାବୁଛନ୍ତି ନିଜ ଆପଣାର ଲୋକଙ୍କୁ ମାରିଲେ ମୋର ପାପ ହେବ । ସତ୍ୟ ଓ ଧର୍ମକୁ ଆଧାରକରି ଯେଉଁମାନେ ବଞ୍ଚିଥାନ୍ତି ସେମାନେ ପାପକୁ ବେଶି ଭୟ କରନ୍ତି । ଏହି ପାପ ଭୂତ ଅର୍ଜୁନଙ୍କ ମୁଣ୍ଡକୁ ଢୁକିଛି । ତେଣୁ ଶ୍ରୀକୃଷ୍ଣ ଏକଥା ଜାଣିପାରି ଅର୍ଜୁନଙ୍କୁ କହୁଛନ୍ତି , ହେ କୁନ୍ତୀପୁତ୍ର ଅର୍ଜୁନ ! ତୁମ୍ଭର ପାପ ହେବ ଏହି ଭୂତକୁ ମୁଣ୍ଡରୁ କାଢ଼ି ଦେଇ ଯୋଦ୍ଧାର ଯାହା କର୍ତ୍ତବ୍ୟ ତାହା କର । --------------------------------------- *କବିସୌରଭ କୈଳାଶଚନ୍ଦ୍ର ବେହେରା* *ବାଲିଗୁଡ଼ା , କନ୍ଧମାଳ*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics