ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
ନବମ ଅଧ୍ୟାୟ , ରାଜବିଦ୍ୟା ରାଜଗୁହ୍ୟ ଯୋଗଃ
ଶ୍ଳୋକ - ୨
ରାଜବିଦ୍ୟା ରାଜଗୁହ୍ୟ°
ପବିତ୍ରମିଦମୁତ୍ତମମ୍ ,
ପ୍ରତ୍ୟକ୍ଷାବଗମ° ଧର୍ମ୍ୟ°
ସୁସୁଖ° କର୍ତ୍ତୁମବ୍ୟୟମ୍ ।
ଅର୍ଥ : -
ଏହି ବିଦ୍ୟା ଅତ୍ୟନ୍ତ ଗୋପନୀୟ ବିଦ୍ୟା , ଶ୍ରେଷ୍ଠ ବିଦ୍ୟା ଓ ପବିତ୍ର ବିଦ୍ୟା ମଧ୍ୟ । ଏହା ପ୍ରତ୍ୟକ୍ଷ ଫଳପ୍ରଦ ଅଟେ । ଏହାକୁ ଅଚରଣ କରିବା ସହଜ ମଧ୍ୟ ।
ବ୍ୟାଖ୍ୟା : -
ମନୁଷ୍ୟ ଜୀବନ ଧାରଣ କରିବା ପାଇଁ ଯେତେ ପ୍ରକାର ଜ୍ଞାନର ବ୍ୟଵସ୍ଥା ଅଛି ତା' ମଧ୍ୟରେ ଶାସ୍ତ୍ର ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ ଶ୍ରେଷ୍ଠ ଅଟେ । ଅନ୍ୟ ସବୁ ଜ୍ଞାନ ହେଉଛି ବୈଷୟିକ ଜ୍ଞାନ । ଏହି ଜ୍ଞାନ ଦ୍ବାରା କେବଳ ଭରଣ ପୋଷଣ କରିହେବ । କିନ୍ତୁ
ସା°ସାରିକ ଦୁଃଖ , କଷ୍ଟ , ଅଶାନ୍ତି ଦୂର ହୋଇ ପାରିବ ନାହିଁ । କିମ୍ବା ଯେଉଁ ଈଶ୍ବର ଏହି ମନୁଷ୍ୟ ଜନ୍ମ ଦେଇ ପଠାଇଛନ୍ତି ତାଙ୍କୁ ଜାଣି ହେବ ନାହିଁ କି ତାଙ୍କୁ ପାଇବା ପାଇଁ ଉପାୟ ମଧ୍ୟ ମିଳିବ ନାହିଁ । ଏହା କେବଳ ଶାସ୍ତ୍ର ଅଧ୍ୟୟନ ଦ୍ବାରା ଏବ° ଭକ୍ତି ଭାବ ଦ୍ବାରା ମିଳି ପାରିବ ।
ସବୁ ଶାସ୍ତ୍ରର ସାର ହେଉଛି ଗୀତା । ଏହି ଗୀତାକୁ ଭଗବାନ ଶ୍ରୀକୃଷ୍ଣ ନିଜ ମୁଖରେ ଅର୍ଜୁନଙ୍କୁ କହିଛନ୍ତି । ସେ ଏହି ଅଧ୍ୟାୟରେ ଅର୍ଜୁନଙ୍କୁ କହୁଛନ୍ତି , ହେ ଅର୍ଜୁନ ! ଏହି ଅଧ୍ୟାୟ ମୋଠାରୁ ଶ୍ରବଣ କଲେ ତୁମ୍ଭର ସମସ୍ତ ସନ୍ଦେହ ଦୂର ହୋଇଯିବ । ତୁମ୍ଭେ ସା°ସାରିକ ଦୁଃଖ କଷ୍ଟରୁ ମୁକ୍ତ ହୋଇଯିବ ।
