STORYMIRROR

Kailash Chandra Behera

Classics

4  

Kailash Chandra Behera

Classics

ଶ୍ରୀମଦ୍ଭାଗବତ

ଶ୍ରୀମଦ୍ଭାଗବତ

1 min
0

*ଶ୍ରୀମଦ୍ଭାଗବତ* ( ପ୍ରଥମ ସ୍କନ୍ଧ ) ସେ ବସ୍ତୁ ଅଛି ଯହିଁ ପୂରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ । ଶ୍ରବଣ ମାତ୍ରେ ମୋକ୍ଷ ପାଇ ତ୍ରିତାପମାନ କ୍ଷୟ ଯାଇ । ହୃଦରେ ବସାଇ ତକ୍ଷଣ ଅନାଦି ପ୍ରଭୁ ନାରାୟଣ । ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ କି ପ୍ରୟୋଜନ ଏ ଜଗତେ । ଏ ଭାଗବତର ମହିମା କେ କହିପାରେ ଗୁଣସୀମା । ସକଳଦେବ ହୋଇ ବୃକ୍ଷେ ଫଳ ଫଳିଲେ ଅନ୍ତରୀକ୍ଷେ । କେତେ ହେଁ ଦିନେ ପାଚି ତଳେ ବୃକ୍ଷୁ ପଡ଼ିଲେ ବାୟୁ ବଳେ । ଶୁକ ଧାଇଁଲେ ତାହା ଦେଖି ପକ୍ଷୀଙ୍କ ସଙ୍ଗତ ଉପେକ୍ଷି । ତୋଷେ ଅଧର ପାନ କଲେ ଭିତରେ ସୁରଙ୍ଗ ଦେଖିଲେ । ତହୁଁ ଗଳିଲା ରସ ସାର , କି ଅବା ଦେବା ପଟାନ୍ତର । ଅମୃତ ନିନ୍ଦେ ସ୍ବାଦଗୁଣେ ସୁଜନେ ପିଅ ଅନୁକ୍ଷଣେ । ଆନନ୍ଦେ କର ସୁଧା ପାନ ଯେଣୁ ପାଇବ ଦିବ୍ଯ ଜ୍ଞାନ । ଏ ଚାରି ରସଙ୍କର ମୂଳ ନିଗମ ବନ ବୃକ୍ଷଫଳ । ପ୍ରିୟ ଜୀବନ ଅନ୍ତ ଯାଏ ଯେବେ ତରିବ ମାୟାମୋହେ । ଏବେ ହୋ ଶୁଣ ସାଧୁଜନେ ହରି ଚରିତ ଶୁଦ୍ଧମନେ । ସର୍ବ ଦେବଙ୍କ ରମ୍ୟସ୍ଥାନ ନାମ ଯେ ନୈମିଷ ଅରଣ୍ୟ । କଳିର ଆଗମନ ଦେଖି ମୁନିଏ ସ୍ବସ୍ଥାନ ଉପେକ୍ଷି । ଶୌନକ ଆଦି ମୁନିଗଣେ ମିଳିଲେ ନୈମିଷ ଅରଣ୍ୟେ । କଳି କଳୁଷେ ଭୟ କରି ଏକାନ୍ତେ ମୁନିଏ ବିଚାରି । ସ°କଳ୍ପ କରି ଏକତୁଲେ ସମସ୍ତେ ଯଜ୍ଞ ଆରମ୍ଭିଲେ । ଜାଣନ୍ତି ଶୁଭେ ସର୍ବ ଦୀକ୍ଷା ସ୍ବର୍ଗାପବର୍ଗେ କଲେ ଇଚ୍ଛା । ସକଳେ ମିଳି ପ୍ରାତଃକାଳେ କର୍ମ ସାଧିଲେ ଜ୍ଞାନବଳେ । ସୂତ ମୁନିଙ୍କୁ ମଧ୍ୟେକରି ସକଳେ ବସିଲେ ଆବୋରି । ସକଳ ମୁନି ଶୁଦ୍ଧମନେ କହନ୍ତି ଅମୃତ ବଚନେ । ( କ୍ରମଶଃ ) --------------------------- *କବିସୌରଭ କୈଳାଶ ଚନ୍ଦ୍ର ବେହେରା* *ବାଲିଗୁଡ଼ା ,କନ୍ଧମାଳ*


Rate this content
Log in

Similar oriya story from Classics