ଶ୍ରୀମଦ୍ଭାଗବତ
ଶ୍ରୀମଦ୍ଭାଗବତ
*ଶ୍ରୀମଦ୍ଭାଗବତ* ( ପ୍ରଥମ ସ୍କନ୍ଧ ଓଁ ନମୋ ଭଗବତେ ବାସୁଦେବାୟ । ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋଜୟ ମୁଦୀରୟେତ୍। ମୂକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିଂ । ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥ ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଂ ॥ *ପ୍ରଥମ ଅଧ୍ୟାୟ* ନମଇଁ ନୃସିଂହ ଚରଣ ଅନାଦି ପରମ କାରଣ । ଯାହାର ଆଦି ମଧ୍ଯ ଅନ୍ତେ । ବିଚାର ନ ଘଟେ ଜଗତେ ଇନ୍ଦ୍ରିୟ ଅର୍ଥ ନ ଜାଣନ୍ତି ସତ୍ୟ ଯେ ନିତ୍ଯ ପ୍ରକାଶନ୍ତି ଆନନ୍ଦ ମନେ ବେଦସାର ବ୍ରହ୍ମାଣ୍ଡ କଲା ସେ ବିସ୍ତାର ଯାର ସ୍ବରୂପ ହୃଦେ ଚିନ୍ତି । ବେଦ ପୁରୁଷ ନ ଜାଣନ୍ତି ମୃଭିକା ବିକାର ଯେମନ୍ତ । ଜଳ ଅନଳେ ସୁଯନ୍ତ୍ରତ ରୂପ ଅରୂପ ସ୍ଥିତି ତିନି । ଯାହା ଯୋଗରେ ଅନୁମାନି । । ସ୍ୱଭାବେ ନୋହେ ଯେ ଏମନ୍ତ । ଏ ସାଂଖ୍ୟ ଯୋଗୀଙ୍କର ମତ II ଆତ୍ମା ପ୍ରକାଶେ ଜନ୍ମ ହୋଇ ନିରତେ କୁହୁକ ବୋଲାଇ ସତ୍ୟ ପରମାନନ୍ଦ ହରି ଯାହା ଭାବିଲେ ଭବୁ ତରି ତାର ଚରଣେ ନିତ୍ୟେ ଧ୍ଯାନ । କରି ତରନ୍ତି ସୁଜ୍ଞଜନ ସେ ହରି ପାଦ ହୃଦେ ଧରି ପ୍ରବନ୍ଧେ ଗୀତ ନାଦ କରି । ଅଶେଷ ଜଗତର ହିତେ ବନ୍ଦଇ ଦାସ ଜଗନ୍ନାଥେ । ନିର୍ମଳ ମୁନିଙ୍କର ମତେ ହରି ଚରିତ ଭାଗବତେ । କହିବି ଅଛି କେତେ ଗୁଣ ସୁଜନେ ସାବଧାନେ ଶୁଣ । କପଟ ଧର୍ମ ଯା'ର ନାହିଁ ସ୍ବଭାବେ ଶାସ୍ତ୍ର ସେ ବୋଳାଇ । ସେ ସାଧୁ ଜନଙ୍କର ଧର୍ମ ମାୟା ବର୍ଦ୍ଧିତ ଶୁଭ କର୍ମ । ସେ ଧର୍ମ ଯେହୁ ଅନୁମାନି ଏଣୁ ସ°ସାରେ ଯେତେ ଜ୍ଞାନୀ । ତାଙ୍କ ବିଚାରେ ବସ୍ତୁ ଯେତେ କହିବା ଶୁଣ ଏକଚିତ୍ତେ । ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ଜାଣି ବୋଧ ବିଚାରେ ପରିମାଣି । ( କ୍ରମଶଃ ) ------------------------------ *କବିସୌରଭ କୈଳାଶ ଚନ୍ଦ୍ର ବେହେରା* *ବାଲିଗୁଡ଼ା , କନ୍ଧମାଳ*
